Satyabati Swain

Tragedy Inspirational


4  

Satyabati Swain

Tragedy Inspirational


ବର୍ଷା

ବର୍ଷା

4 mins 204 4 mins 204

ବର୍ଷା ଆକାଶରୁ ନୁହେଁ ଝରୁଥିଲା ହୃଦୟରୁ । 

ଝରୁଥିଲା ଆଖିରୁ । 

ବର୍ଷା ସବୁଜିମାରେ ଭରେ ପୃଥିବୀ । 

ବର୍ଷା କାଗଜ ଡଙ୍ଗାକୁ ମନେ ପକାଏ । 

କିନ୍ତୁ ଜୀବନ ଆଖିରୁ ଝରୁଥିବା ବର୍ଷା ହୃଦୟରେ ମରୁଡି ଆଣୁଥିଲା । ଅସହାୟ ଝଡରେ ହତାଶା ହୋଇ ପଡୁଥିଲା ଜୀବନ । 

ଜୀବନ ଡଙ୍ଗା ଶୁଖିଲା ଭୋକ ନଈରେ ଖରା ଖାଇ ଭାଙ୍ଗିବା ଉପରେ । 

ପେଟରେ ପେଟେ ଖରା । 

ବାହାରେ ଖରା ଘର ଭିତରେ ବି ଖରା । 

ଶେଷରେ ସେ ନିଷ୍ପତ୍ତି ନେଲା । ଭୁଲ କି ଠିକ୍ ପରଖିବା ମୁଣ୍ଡଟି ତାର ଖାଲି ହୋଇ ଯାଇଥିଲା । 


ନା ଆଉ ନୁହେଁ । ଏ ବୋଝର ଅସହ୍ୟ ଜୀବନ ଖୁବ୍ ପୀଡା ଦେଲାଣି । 

ଜୀବନ ନିଜ ଭାଗ୍ୟର ଦେବତା ହୋଇ ଠିପି ଖୋଲିଲା ଶିଶିର । 

କେଉଁଠି ଥିଲା ସାବି, ଚିଲ ପରି ଝପଟି ଆସି ଛଡାଇ ନେଲା ବିଷ ଶିଶିଟି ଜୀବନ ଠାରୁ । କଣ କରୁଥିଲ !

ଉଚ୍ଛନ୍ନ କରି ଦେଉଥିଲ ମୋ ସଂସାର ଏବେ । ଜୀବନ!ମୁଁଜୀବନ କଣ ବୁଝି ନଥିଲି;ସ୍ନେହ ସରାଗ ଟିକେ କାହାଠୁ ପାଇ ନଥିଲି । ତୁମେ ପରା ସେଇ ଯିଏ ମୋତେ ପ୍ରେମରେ ବୁଡାଇ,ସ୍ନେହରେ ଜଡାଇ,ସ୍ୱପ୍ନରେ ହଜେଇବା ଶିଖାଇଲ । ସରାଗ ଢାଳି ଦେଲ ମୋ ହୃଦୟରେ । ଅଣେ ବଣେ ଅଇଁଠା ଖାଇ ବଢ଼ୁଥିଲି । ତୁମ ହାଡୁଆ ଛାତି ମୋ ପାଇଁ ନିରାପଦ ପୃଥିବୀର ଛାତ କରିଦେଲ । ପରିଚୟଟିଏ ଦେଲ । 

ସବୁଠୁ ସୁନ୍ଦର ପ୍ରତ୍ୟେକ କୁଆଁରୀ ଆଖିର ଅଦେଖା ହାତ ସ୍ୱପ୍ନ ସତ କଲ ତୁମ ହାତରେ ମୋ ହାତ ଧରି । ଦେଖି ପାରୁଛ ମୋ ପରିଚୟ କେମିତି ଝଟକୁଛି ନାଲି ପାଟର ଧଡି ପରି ଏଇ ସିନ୍ଥିରେ । 

ହେଇ ଶୁଣ ଏ ପାଣି କାଚର ଶବ୍ଦ । ସେ କି ଗୀତରେ ବିଭୋର । 

ଆଉ ଏ ଇମିଟେସନର ମଙ୍ଗଳ ସୂତ୍ର ଯେଉଁଟି ତୁମେ ବାଲି ଯାତ୍ରାରୁ କିଣି ଆଣି କହିଥିଲ, 'ନେ ସାବି, ବାହା ସ୍ତ୍ରୀ ଲୋକେ ବେକ ଖାଲି କରନ୍ତି ନାହିଁ । ସୁନା ନୁହଁ କିନ୍ତୁ ସୁନା ଠାରୁ ଅଧିକ ପ୍ରେମ ଅଛି ଏଥିରେ । ଦେଖେଇଲୁ ତୋ ବେକ ପିନ୍ଧେଇ ଦିଏ । ମୋ ବେକ କେଶ ଆଗକୁ ଦେଇ ଏ ମଙ୍ଗଳସୂତ୍ରଟି ଲଗେଇ କଣ କହିଥିଲ ,ମନେ ପଡୁଛି?ସାବି ଲୋ! ତୋତେ ଗହଣା ଗାଣ୍ଠିରେ ସଜେଇ,ଭଲ ଶାଢ଼ୀ ପିନ୍ଧେଇ ଦେଲେ ରାଣୀଟିଏ ପରି ଦିଶିବୁ । '

ଆଉ ଆଜି କଣ କରୁଥିଲ?ବିଷ ଶିଶି ସାଙ୍ଗରେ କେତେ ସ୍ୱାର୍ଥପର ହୋଇ ମୋ ସବୁ ଗହଣା ଗାଣ୍ଠି, ସବୁ ସୁଖ କେମିତି ନେଇ ଚାଲିଯିବ ବୋଲି ଭାବିଥିଲ?ଆଁ..

ତୁମେ ଭାବୁଛ ତୁମର ଆକ୍ସିଡେଣ୍ଟରେ ଗୋଟେ ନାହିଁ । ମୋ ଉପରେ ବୋଝ ହୋଇଛ?ଏଇଆ ନା?ସେଥିପାଇଁ ମୃତ୍ୟୁକୁ ଆପଣେଉଥିଲ?ମୃତ୍ୟୁ କଣ ସବୁ ସମସ୍ୟାର ସମାଧାନ କରେ?

ତୁମେ କଣ କେବେ ଚିନ୍ତା କରିଛ, ତୁମ ବିନା ତୁମ ଯୁବତୀ ସାବି, ଗରିବ ଏକୁଟିଆ ସ୍ତ୍ରୀ ଲୋକଟିର କଣ ହେବ ? ତୁମେ ଅଛ ମୋ ଜୀବନର ସୁରକ୍ଷା କବଚ ହୋଇ । ମୋ ମଥାରେ ତୁମ ପାଇଁ ତ ନାଲି ସୂର୍ଯ୍ୟ ଉଇଁବାରୁ କୌଣସି ବାହ୍ୟ ଶତ୍ରୁ ଆକ୍ରମଣ କରିବାକୁ ସାହାସ କୁଳେଇ ପାରୁ ନାହାନ୍ତି । ତୁମେ କାହା ପାଇଁ ଅଲୋଡ଼ା, କାହା ପାଇଁ ବୋଝ ହୋଇପାର । ହେଲେ ତୁମେ ମୋ ତ୍ରାଣକର୍ତ୍ତା । ମୋ ମୁହଁର ହସ । ମୋ ସାହସ, ଦମ୍ଭ । 

ଆମ କୁନି ପୁଅର ବାପା,ପରିଚୟ ପରା ତୁମେ! ତୁମ ବିନା ମୁଁ ଶୂନ୍ୟ । ମୋ ଜୀଇଁବା ଅପୂର୍ଣ୍ଣ । 

ଠିକ୍ ଅଛି । ଅଭାବ ଆମକୁ ଡରାଉଛି ତ?ପରେ ଘରେ ବାସନ ମାଜି ଆମେ ଚଳୁଥିଲେ । ଆସିଲା ଏ ଅଲକ୍ଷଣୀ କ ରୋନା । ବାବୁ ମା ବାହାର ଲୋକଙ୍କୁ ଘରେ ପୁରାଉ ନାହାନ୍ତି । ସେଥିପାଇଁ ଚୁଲିକୁ ହାଣ୍ଡି ଯିବା କଷ୍ଟ ହେଉଛି । ତୁମେ ବା କଣ କରନ୍ତ । ଅଟୋ ଚଲାଉ ଚଲାଉ ଧକ୍କା ହେଲା । ଗୋଟିଏ ଗୋଡ଼ ହରେଇଲ । ମୁଁ ବୁଝି ପାରୁଛି ତୁମ ମନର ଅବସ୍ଥା । ପେଟରେ ଖାଦ୍ୟ ନଥିଲେ ବାର ଆଡୁ ବାର ଚିନ୍ତା ଘାରେ । ତା ବୋଲି ଜୀବନ ହାରିବା !  

ନା ଏଇ ଆତ୍ମହତ୍ୟା ଏକ ଘୃଣ୍ୟ ମାନସିକତା । 

ଯେଉଁ ମାନେ ଏପରି ଆତ୍ମହତ୍ୟାକୁ ସମାଧାନ ବାଟ ବୋଲି ଭାବନ୍ତି, ସେମାନଙ୍କ ଠାରୁ ବୋକା ଆଉ କିଏ ଥାଇ ପାରେ ! 

ସେ ସିନା ମରି ଯାଏ ତା ପଛେ ସଂସାର ମରିଯାଏ କି ! 

ହଁ କିଛି ଅତ୍ମୀୟ ସ୍ଵଜନଙ୍କର ଖୁବ୍ ଅସୁବିଧା ହୁଏ; କିନ୍ତି କେହି ତୁମ ପଛେ ଆତ୍ମହତ୍ୟା କରନ୍ତି ନାହିଁ । ସମୟ ତା ବାଗରେ ସଭିଙ୍କୁ ତୁନି କରେଇ ଦିଏ । ସବୁ ସ୍ୱାଭାବିକ ହୁଏ । ତାହେଲେ ସେଇ ବୋକା ଲୋକଟା ଆତ୍ମହତ୍ୟା କରିବ କାହିଁକି? କାହିଁକି ଓ କେମିତି ବଞ୍ଚିବ ସେ ବାଟ ନ ଖୋଜିବ ? ଅଭାବ ପାଇଁ ଏତେ କଥା ତ...

ଦେଖ ! ମୁଁ କଣ ଆଣିଛି । ତୁମେ ବସିକି କାଟିବ । ମୁଁ ହାତ ମେସିନରେ ସିଲେଇ କରିବି । ହାତ ତିଆରି ଜିନିଷରେ ବାବୁମାନଙ୍କ ଭାରି ଆଦର । ଅନ୍ତତଃ ଏ କରୋନା କାଳ ରାତି ପାହିବା ଯାଏ ଏ ଆମକୁ ଭାତ ଯୋଗାଇବ । ମାସ୍କର ଏବେ ଭାରି ଚାହିଦା । ସବୁ ଦୋକାନୀ ପ୍ରଥମେ କୋଡିଏ ପିସ୍ ଲେଖା ନେବାକୁ ଆଗତୁରା ଅଗ୍ରୀମ ଟଙ୍କା ଦେଇଛନ୍ତି । ଯଦି ଚାହିଁଦା ବଢ଼ିଲା ଆଉ ନେବେ । ମୁଁ ଜୀବନକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିବକଜ ଯାଉଥିଲା ବେଳେ ତୁମେ ଭୀରୁ କାପୁରୁଷ ପରି ସହଜ ବାଟ ଆତ୍ମହତ୍ୟାକୁ ବାଛି ନେଉଥିଲ !

କେତେ ସ୍ୱାର୍ଥପର ତୁମେ!

ଦେଖତ ଦୋକାନୀ କପଡ଼ା ଦେଇଛି ମୁଁ ମାସ୍କ ତିଆରି କରିବି । ଗୋଟା ସେ ମୋତେ କୋଡିଏ ଟଙ୍କା ଦେବ । 

ତୁମର ଗୋଡ଼ ନାହିଁ,କିନ୍ତୁ ହାତ ଅଛି, ମୁଣ୍ଡ ଅଛି ନା । ତୁମ ହାତ ଓ ମୋ ଗୋଡ଼ ମିଶି ଗଲେ ଆମେ ଏ ଦୁନିଆଁରେ ଚାଲିପାରିବା ନାହିଁ !

 ଏତିକି ଯୋଗାଡ଼ କରିବାକୁ ଯିବା ଭିତରେ ତୁମେ କଣ କରିବାକୁ ଯାଉଥିଲ ,କହିଲ?

ଯଦି ବା ଏତେ ପରେ ତୁମେ ମରିଯିବା ଉଚିତ ମଣୁଛ,ଅଭାବକୁ ଡ଼ରୁଛ,ଚାଲ ଆମେ ଅଭାବକୁ ଡରେଇ ଦେବା । ବିଷ ତୁମେ ଏକା କାଇଁ ଖାଇବ । ଚାଲ ସାଙ୍ଗ ହୋଇ ଖାଇ ଶାନ୍ତିରେ ସବୁଦିନ ଶୋଇ ପଡିବା । 

ଆଗ ମୁଁ ପିଇ ଦେଉଛି ଅଧେ । ଆର ଅଧକ ତୁମେ ପିଇନେବ । 

ଜୀବନ ଚାହିଁଥିଲା ବଲ ବଲ କରି ସାବି ମୁହଁକୁ । ଆଁ ଦେଖେଇ କହିଲା ସାବି ଲୋ! ଆଗ ମୋ ପାଟିରେ ଦେ ତାପରେ ତୁ ପିଇବୁ । ଭାଗ ବଣ୍ଟା ବାଣ୍ଟି ହୋଇ ବିଷ ପିଇବାକୁ ଗଲା ବେଳକୁ କ୍ଷୀର ଖିଆ ଶୋଇଥିବା ପୁଅଟି କାନ୍ଦିଲା ଭେଏଁ...

ବିଷ ବୋତଲ ଖସି ପଡିଗଲା ତଳେ । ଦୁହେଁ ଦୁହିଁଙ୍କୁ କୁଣ୍ଢାଇ ଗଧୋଉ ଥିଲେ ଲୁହ 'ବର୍ଷା'ରେ । 



Rate this content
Log in

More oriya story from Satyabati Swain

Similar oriya story from Tragedy