STORYMIRROR

kamal kumar dash

Drama Tragedy

2  

kamal kumar dash

Drama Tragedy

ବର୍ଷା

ବର୍ଷା

1 min
119


   ବର୍ଷl , ସତରେ ବର୍ଷା ହେଲେ ତୁମ କଥା ବେଶି ମନେ ପଡେ । ମନେ ପଡେ ସ୍କୁଲ କଲେଜ ର କଥା । ଗାଁ ସ୍କୁଲ ରେ ସlରଙ୍କ ବେତ ମାଡ଼ ,ବଣ ଭୋଜି ଗଣେଶ ପୂଜା ର କଥା ସବୁ ।ଏକI ଥିଲେ ବେଶୀ ମନେପଡେ କାରଣ ଭାବିବାକୁ ସମୟ ମିଳି ଯାଏ । ତୁ କେଉଁଠି ଥିବୁ ତୋତେ ଦେଖିବାକୁ ବହୁତ ଇଚ୍ଛା ହୁଏ । ଏଇ ଦିନେ ଫେଶ ବୁକ ରେ ଖୋଜି ବସିଲି ତୋ ନାଁ ରେ ଅନେକ ଥିଲେ ହେଲେ କାହାର ଚେହେରା ତୋ ସହ ମିଶୁ ନଥିଲା । 


     କାଲି   ଫେସ ବୁକ ଡିପି ରେ ଜଗନ୍ନାଥ ଫୋଟୋ ଥିବା ବର୍ଷl ନା ଟେ ଦେଖିଲି ତାକୁ click କଲା ରୁ ତୋ ଫଟୋ ଆସିଲା ଭାରି ଖୁସି ଲାଗିଲା ତତେ ଦେଖି ଏତେ ଦିନ ପରେ , ମେସଜ କରୁଛି ଚିହ୍ନି ପାରିବୁତ ଜଣାଇବୁ । ଏତକ ଲେଖି ବସିଗଲେ ବିମଲ ବାବୁ । 


     ଦି ଦିନ ପରେ ବର୍ଷl ଠାରୁ ରିପ୍ଲାଏ ଆସିଲା । ସେ ଲେଖିଥିଲା ମୁଁ ଲଣ୍ଡନ ରେ ପୁଅ ପାଖରେ ରହୁଛି ଦେହ ଭଲ ରହୁନି , ଆଉ ଇଣ୍ଡିଆ ଯାଇ ପାରିବିକି ନାହିଁ ଜାଣିନି । ଦିନେ ଦୁଇଦିନ ଭିତରେ ତମ ସାଥିରେ କଥା ହେବି । 


     ତା ପର ଦିନ ବିମଲ ବାବୁ ଫେସ ବୁକ ଖୋଲି ଦେଖିଲେ ବର୍ଷl ର ପୁଅ ଲେଖିଛି ଅଙ୍କଲ ମାମା ହସ୍ପିଟାଲ ରେ ଅଛି ଓ ଆପଙ୍କ ସଂଗେ କଥା ହେବ ବୋଲି କହୁଛି ଅପଣ ଙ୍କ ହ୍ବାଟସ ଆପ ନମ୍ବର ଟା ଦିୟନ୍ତୁ । ବିମଲ ବାବୁ ସଂଗେ ସଂଗେ ନିଜ ହ୍ବାଟସ ଆପ ନମ୍ବର ତା ଦେଲେ । ୪/୫ ଘଣ୍ଟା ପରେ ଭିଡିଓ କଲ ଆସିଲା । ବର୍ଷା ହସ୍ପିଟାଲ ବେଡ଼ ଉପରେ ଶୋଇ ରହିଥିଲା ସେ , ଅକ୍ସୀଜେନ ଲାଗିଥିଲl ତାକୁ ତା କଥା ଠିକ ଶୁଣl ଯାଉ ନଥିଲା । ସେ କହିଲେ ତୁ ଠିକ ହୋଇଯା ବହୁତ କଥା ହେବl ।

     ଦି ଦିନ ପରେ ବିମଲ ବାବୁ ମେସେଜ ପାଇଲେ କି ବର୍ଷl ଆଉ ନାହିଁ ତାଙ୍କ ପୁଅ ଲେଖିଥିଲା ।  ସେ ମୁଣ୍ଡରେ ହାତ ଦେଇ ବସିଗଲେ ।


Rate this content
Log in

Similar oriya story from Drama