STORYMIRROR

kamal kumar dash

Drama Romance

2  

kamal kumar dash

Drama Romance

ବର୍ଷା ରାତି

ବର୍ଷା ରାତି

1 min
116


ଦୁଇ ସହରରେ ଅଲଗା ଅଲଗା ରହି  ଚାକିରୀ କରୁଥିବା ପତି ଓ ପତ୍ନୀ ହେଲେ ସୀମା ଓ ସୁନୀଲ । କେବେ ସୁନୀଲ ସୀମା ପାଖକୁ ଆସେ ତ କେବେ ସୀମା ସୁନୀଲ ପାଖକୁ । ପିଲା ମାନେ ହଷ୍ଟେଲ ରେ ରହି ପଢ଼ନ୍ତି । ବାହାଘରର ୩୦ ବର୍ଷ ପରେ ବି ସ୍ନେହ ପ୍ରେମ ସେମିତି ଅଛି ପୁରୁଣା ଦିନ ପରି । ଅଗଷ୍ଟ ମାସର ଏକ ବର୍ଷl ଭିଜା ସଂଜରେ ସୀମା ଫୋନ କଲା ସୁନୀଲ କୁ କଣ କରୁଛ ? ସୁନୀଲ କହିଲା ଏଇ ଏବେ ଅଫିସରୁ ଆସିଲି ଗ୍ରୀନ ଟି କରୁଛି । ସେ ଫୁଣି ପଚରିଲେ ତମ ସେଠି ବର୍ଷl ହେଉହେଉଚିନା ? ହଁ ଟିକେ ଟିକେ ସୁନୀଲ କହିଲେ , ଓ ପଚାରିଲେ ,ହେଲେ ଆଜି କାହିଁକି ବର୍ଷl କଥା ଏତେ ମନେ ପଡୁଛି ? ସୀମା କହିଲା ହଁ କିଛି ପୁରୁଣା କଥା ମନେ ପଡିଗଲା ,ସେଥିପାଇଁ । କେଉଁ କଥା ? ସୀମା କହିଲା କଲେଜ କଥା ,ଦିନେ ପ୍ରାକ୍ଟିକାଲ କ୍ଲାସ ସରୁସରୁ ଟିକେ ଡେରି ହୋଇଗଲା କଲେଜ ବସ ଚାଲିଯାଇଥିଲା , ମୁଁକେମିତି ଘରକୁ ଯିବି ଚିନ୍ତା କରୁଥିଲି , ତୁମେଆସି ପହଁଚିଗଲ ଓ ତୁମସାଥିରେ ସାଇକେଲ ରେବସି ଯିବାକୁ କହିଲ । ମୋର ଆଉ କିଛି ବାଟ ନଥିଲା ଓ ସେଦିନ ଆମେ ଦିହେଁ ଏକାଠି ବର୍ଷାରେ ଭିଜି ଭିଜି ଘରକୁ ଫେରିଥିଲେ । ସୁନୀଲ କହିଲା ମୁଁ ପୁରା ଭୁଲିଯାଇଥିଲି । ଚା ପିଉ ପିଉ ସେ ପଚାରିଲା ତୁମର ରାତି ପାଇଁ ପ୍ଲାନ କଣ ? ସୀମା କହିଲା ତୁମେ ଏଠିକି ଆସିଲା ପରେ ଚିନ୍ତା କରିବି । ରାତିରେ ଏଇ ବର୍ଷl ରେ ମୁଁ ୧୦୦ କିମି ଯାଇପାରିବିନି ସୀମା । ସୀମା କହିଲା ନ ଆସିଲେତୁମ ସଂଗେ କଟି କହିଫୋନ ରଖିଦେଲା ଓ ଯେତେ କଲ କଲେବି ଫୋନ ଉଠlଇଲାନି । ସୁନୀଲ ଚିନ୍ତା କରୁଥିଲା କଣ କରିବ ଓ କିଛି ସମୟ ପରେ କାର ବୁକକଲା ଓ ସୀମା କୁ ମେସେଜ କଲା ମୁଁ ଆସୁଛି ଡ଼ିଅର ।


Rate this content
Log in

Similar oriya story from Drama