STORYMIRROR

Dibyajyoti Mohanty

Romance

1  

Dibyajyoti Mohanty

Romance

ବର୍ଷା ଭିଜା ସକାଳ...

ବର୍ଷା ଭିଜା ସକାଳ...

2 mins
3.3K


  ସକାଳୁ ସକାଳୁ ତୋ ଫୋନ କଲ୍ ଗାଢ ନିଦଟାକୁ ଭାଙ୍ଗିଦେଲା । ଆଖି ମଳି ମଳି ଉଠି ବସଲି । ଝରକା ଖୋଲି ଦେଖିଲା ବେଳକୁ ବାହାରେ ପ୍ରବଳ ବର୍ଷା ସହ ହାଲ୍କା ହାଲ୍କା ପବନ । ଝରକା ବାଟ ଦେଇ ଅମାନିଆ ପବନଟା ତାର ଦାଲୁକାଏ ପବନ ସହିତ ଅଦିନିଆ ବର୍ଷାର କେଇ ବୁନ୍ଦା ଜଳରେ ମୋ ଦେହକୁ ଧୋଇ

ଦେଇଗଲା । ସତେଜ ସକାଳର ଏ ମନୋରମ ପରିବେଶ ଆଉ ତା ସହ ବର୍ଷାର ଏ ସ୍ୱାଗତ ସମ୍ବର୍ଦ୍ଧନା ମୋ ଦେହରେ କେମିତି ଗୋଟିଏ ଶିହରଣ ଖେଳାଇଦେଲା । ତୋତେ ଫୋନ ଲଗାଇଲି ଆଉ କହିଲି "ତୁ ଗୋଟେ ପାଗଳୀଟେ ରାତି ଚାରିଟାରେ କଣ ପାଇଁ ଫୋନ କରିଥିଲୁ ?" ସେପଟୁ ତୁ କହିଲୁ "ଫୋନ କରନ୍ତିନି କି ମୋତେ ନିଦ ଆସୁନଥିଲା ଆଉ କଣ କରିଥାନ୍ତି ? ହେଲେ ତୁମେ ଫୋନ କାହିଁ କାଟିଦେଲ ସତ କୁହ ମୋ ସହ କଥା ହେବାକୁ ଇଚ୍ଛା ନାହିଁ ନା ?" ମୁଁ କହିଲି "ଆରେ ନା ନିଦ ବାଉଳାରେ କାଟିଦେଇଥିଲି ।" ତା ପରେ ପୁଣି ତୁ କହିଲୁ "ଯା’ ମ ମୋତେ ଆଉ କିଛି କୁହନା ମୁଁ ତୁମ ଉପରେ ରାଗିଛି ।" ଏଇ କିଛି ମୁହୂର୍ତ୍ତ ପୂର୍ବରୁ ବର୍ଷା ମୋ ଭିତରେ ଖେଳାଇଦେଇଥିବା ଶିହରଣରେ ମୁଁ ଟିକିଏ ରୋମାଂଟିକ୍ ହୋଇଯାଇଥିଲି । ତୋତେ କହିଲି "ବାହାରେ ପ୍ରବଳ ବର୍ଷା" ତା ପରେ ତୁ କହିଲୁ " ହଁ ତ କଣ ହେଲା ସେଇଠୁ ?" ତା ପରେ ମୁଁ କହିଲି "କିଛି ନାଇଁ ଏମିତି ଭାବୁଥିଲି ।" ଏହା ପରେ ତୁ ଲାଜେଇ ଯାଇ କହିଲୁ "ଏ ମା’ ସକାଳୁ ସକାଳୁ ଆରମ୍ଭ ହେଇଗଲ ? ଯାଅ ଆଗ ମୁହଁ ଧୋଇ ଫ୍ରେସ ହୋଇ ଆସ ।" ମୁଁ କହିଲି "ଉ ହୁଁ ଜମା ନୁହେଁ ଏତେ ଦିନ ପରେ ଏମିତିକା ଗୋଟେ ପରିବେଶ ମିଳିଛି ଆଉ ତାକୁ କିଏ ମିସ୍ କରିବ ?" ତୋ ଭିତରର ଲାଜ କୂଳ ଲଘିଂଲା । ତୁ ବି ଧୀରେ ଧୀରେ ରୋମାଟିଂକ୍ ହୋଇଆସିଲୁ । ମୋତେ ଲାଜେଇ ଲାଜେଇ କହିଲୁ "ଜାଣିଛ ଆଜି କେମିତି ଗୋଟେ ଶୀତୁଆ ଶୀତୁଆ ଲାଗୁଛି ।" ମୁଁ କହିଲି "ହଁ କି ଆଚ୍ଛା ହଉ ।" ତା ପରେ ଆଉ କଣ ଥିଲା । ଆମ ଦୁଇ ଜଣଙ୍କ କଥାବାର୍ତ୍ତା ଭିତରେ ମୋବାଇଲାଟା ବି ଗରମ ହୋଇଯାଇ ଛଟପଟ ହେଉଥିଲା ଆଉ ତା ସହ ରୁମ୍ ଭିତରେ ଖେଳିଯାଇଥିଲା ଉଷ୍ମତା । ଅଦିନିଆ ବର୍ଷା ପାଇଁ ସକାଳର ଶୀତୁଆ ସତେଜ ପରିବେଶଟାରେ ବି ଦେହରୁ ଗମ୍ ଗମ୍ ହୋଇ ଝାଳ ବାହାରିବାକୁ ଲାଗିଥିଲା ।  

                   

 ଦିବ୍ୟଜ୍ୟୋତି ମହାନ୍ତି

ph.no-7377510254

Email-mikunmohanty63@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance