Bharatabandhu Biswal

Tragedy Inspirational Others

4  

Bharatabandhu Biswal

Tragedy Inspirational Others

ବର୍ଣ୍ଣସଙ୍କରତା

ବର୍ଣ୍ଣସଙ୍କରତା

3 mins
275


ପତ୍ନୀ ଆରତୀ ଦେବୀ ପତିଦେବଙ୍କୁ ସେଦିନ କଅଁଳେଇକି କହିଲେ- ଶୁଣୁଛ କି ,ତୁମକୁ ମୁଁ ଆଉ କେତେଥର କହିବି ? କେଉଁ କଥାରେ ତୁମେ ମୋ ମନକଥା ବୁଝି ପାରିଲନି । ଆମ ବାହାଘର ଏତେ ବର୍ଷ ହେଲା ହେଲାଣି ,କେଉଁ ଦିନ ମୋ ପାଇଁ ତୁମକୁ ଫାଙ୍କା ସମୟଟିକେ ମିଳିବ ? ଚାଲ ଆଜି ଏବେ ହିଁ ବାହାରିବା । ହରିପୁର ବଣିଆ ଦୋକାନ ଯାଇ ତୁମ ହାତକୁ ଗୋଟିଏ ସୁନାମୁଦି ତିଆରି କରି ଆଣିବା ।

  ଖାସ ମୋରି ପାଇଁ ସୁନାମୁଦି ତିଆରି କରିବାକୁ ପତ୍ନୀଙ୍କ ଏକାନ୍ତ ଜିଦି ଦେଖି ମୁଁ ବୁଝି ପାରୁ ନଥିଲି ସ°ସାରରେ ପତ୍ନୀ ନାମକ ଏକ ଅଦ୍ଭୁତ ଜୀବ ଭଗବାନ ବହୁତ ଭାବିଚିନ୍ତି ସୃଷ୍ଟି କରିଛନ୍ତି ନିଶ୍ଚୟ ।

   ମୋର ନୀରବତା ଓ ଭାବପ୍ରବଣତା ଲକ୍ଷ୍ୟ କରି ପୁଣି ଆରତୀଦେବୀ କହି ଚାଲିଲେ, ଗତ ଥର ଟିକିନନା ପାଖରେ ଆମେ ହୋମ ଆରମ୍ଭ କରିବାକୁ ଯାଉଥିଲା ବେଳେ ସେ ଯାହା କହିଲେ, ଶୁଣି ମୋତେ ଲାଜ ଲାଗିଲା । ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ପାଣି ଟେକିଲା ବେଳକୁ ତୁମ ହାତରେ ସୁନାମୁଦିଟିଏ ନାହିଁ । ମୋର ବାହାଘରରେ ମିଳିଥିବା ସୁନାର ଦୁଇଟି ପେଣ୍ଡି ଓ ଦୁଇପଟଚୂଡି ଭାଙ୍ଗି ଯାଇଛି, ତାକୁ ମିଶାଇ ମୁଦିଟିଏ ବନାଇହେବ ।

   ଅଗତ୍ୟା ଆଉ ବେଶୀ ଭାଷଣ ନ ଶୁଣି ମୁଁ କାଳ ବିଳମ୍ବ ନକରି ସଙ୍ଗେ ସଙ୍ଗେ ଯିବାକୁ ବାହାରିଲି ।

   ହରିପୁର ହାଟ ଉପରେ ଥିବା ସୁନାରୂପା ଦୋକାନ ଖୋଲିଥିବା କୈଳାସ ମୋର ପୂର୍ବ ଜଣାଶୁଣା । ତାଙ୍କ ଦୋକାନରେ ପହଞ୍ଚି ତାଙ୍କୁ ସବୁକଥା କହିବାରୁ ସେ ପୁରୁଣା ଜିନିଷଗୁଡିକୁ ଭଲ କରି ପରୀକ୍ଷା କରୁ କରୁ କହୁଥାନ୍ତି, ଚୂଡିଟିର ସୁନା ନାଲି ଦିଶୁଛି,ଏହା ବୋଧେ କଲିକତି ସୁନା । ପେଣ୍ଡି ଟିକେ ହଳଦିଆ ବୋଧେ ସମ୍ବଲପୁରୀ ହୋଇଥିବ ।

  ଆରତୀଦେବୀ ଚଟାପଟ ଉତ୍ତର ଦେଲେ- ଠିକ କଥା,ମୁଁ ବଡ଼ ଦୋକାନରୁ ହଲମାର୍କ ଦେଖି ହିଁ କିଣିଥିଲି ।

  ତାପରେ ଓଜନ କରି କହିଲେ, ଚାରିଗ୍ରାମ ଛଅ ରତି । ମୋ ସହିତ ଏଇ ପାଖରେ ଥିବା ଆମ ସୁନା ଆଉଟା ଭାଟିକୁ ଆପଣ ଚାଲନ୍ତୁ । ସେଇଠି ଆକୁ ଆଗେ ତରଳାଇ ଆଣିବା । ମୁଁ ତାଙ୍କ ସହିତ କହିବା ଅନୁସାରେ ଗଲି ଓ ସେଠି କେତେକ ପ୍ରକ୍ରିୟା ସରିବା ପରେ ପୁଣି ଓଜନ ହେବାରୁ ଚାରିଗ୍ରାମରୁ ଦୁଇରତି କମିଗଲା । ଯାହାହେଉ କୈଳାସ କିଛି ସମୟ ବାଡାପିଟା କରି ମୁଦିଟି ବନାଇଦେବା ପରେ ତାର ମଜୁରୀ ଦେଇ ଆମେ ଗୃହାଭିମୁଖେ ପ୍ରତ୍ୟାବର୍ତ୍ତନ କରୁଥିଲୁ ।

  ଆମ ଗାଆଁ ପାଖ ଛକରେ ଚାହା ଟିକେ ପିଇବାକୁ ଅଟକିଲୁ । ସବୁଦିନ ପରି ପୀତାମ୍ବର ସାର୍ ବସି ଦୈନିକ ଖବର କାଗଜ ସବୁ ପଢୁଥାଆନ୍ତି । ସାର୍ କଅଣ ଆଜିର ସବୁ ବିଶେଷ ଖବର ବାହାରିଛି ।

   ସାର୍ ଟିକେ ମୁରୁକି ହସି କହିଲେ, ଆମ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଏବେ ଉତ୍ତରାଞ୍ଚଳ ପରିଭ୍ରମଣରେ ଯାଇଛନ୍ତି ।ସେ ହରିଦ୍ୱ।ରରେ ଦେଇଥିବା ବର୍ଣସଙ୍କରତା ଉପରେ ପ୍ରବଚନ ଲେଖା ଟି ହିଁ ପଢ଼ୁଥିଲି । ଅନୁଲୋମୀ ଏବଂ ପ୍ରତିଲୋମୀ ଭେଦରେ ଏହା କାଳେ ଦୁଇ ପ୍ରକାରର । ମାତା ଏବଂ ପିତାଙ୍କର ଉତ୍ସୃଙ୍ଖଳ ଯୈ।ନ ସମ୍ବନ୍ଧ ଓ ଔରସରୁ ଯେଉଁ ଅବୈଧ ସନ୍ତାନସନ୍ତତି ଜନ୍ମ ଲାଭ କରନ୍ତି,ସେମାନଙ୍କର କୁଆଡେ ମୈ।ଳିକ ପବିତ୍ର ଗୁଣ ସ୍ୱଭାବ ବିନଷ୍ଟ ହୋଇଯାଏ । ଆଚରଣରେ ବିଶୃଙ୍ଖଳା ,ବିଶ୍ୱାସହୀନତା ଏବଂ ଗୁରୁ ଚଣ୍ଡାଳ ଦୋଷ ପରିଲକ୍ଷିତ ହୁଏ । ପରିବାର ଓ ସମାଜରେ ଗୁରୁ ଗୁରୁଜନ ମାନଙ୍କ ପ୍ରତି ଏମାନଙ୍କର ଆଦୈ। ସମ୍ମାନବୋଧ ଥିବା ପରିଦୃଷ୍ଟ ହୁଏ ନାହିଁ । କଳ କୈ।ଶଳ କରି ଧନ,ସମ୍ପତ୍ତି ଏବଂ କ୍ଷମତା ଆହରଣ କରିବାରେ ଏମାନେ ଖୁବ୍ ସିଦ୍ଧହସ୍ତ । ଆଜିକାଲି ଘୋର କଳି ଯୁଗ, ଘରେ ଘରେ ଜୀବନର ପ୍ରତିଟି କ୍ଷେତ୍ରରେ ବର୍ଣସଙ୍କର ମାନଙ୍କ ପ୍ରାବଲ୍ୟତା ଯୋଗୁଁ ଧର୍ମ ସ°ସ୍କାର ଆଜି ସଙ୍କଟାପନ୍ନ । ଏବେ ବିବାହ ଖାଲି ନାମକୁ ମାତ୍ର ହେଉଛି । ପବିତ୍ର ଅଗ୍ନିକୁ ସାକ୍ଷୀ ରଖି କନ୍ୟା ପାଣିଗ୍ରହଣ କରୁଛି ସତ,କିନ୍ତୁ ନିଜ ପତିଟିକୁ ନିଜ ବୋଲକରା କରି ଉଠବସ କରାଇ ନଚାଉଛି, ବୃଦ୍ଧ ଶାଶୁ ଶଶୁରଙ୍କୁ ହତାଦର କରିବାକୁ ମଧ୍ୟ ପଛାଉ ନାହିଁ । 

   ମୁଁ ମନଦେଇ ସାର୍ ଙ୍କ ବାର୍ତ୍ତାକୁ ଆତ୍ମସ୍ଥ କରୁଥିଲି ।ମନେ ମନେ ଭାବୁଥିଲି ଯେଉଁଠି ବିବାହର ପବିତ୍ର ମନ୍ତ୍ର ପାଠ,ପ୍ରଜ୍ଜ୍ୱଳିତ ହୋମ ଅଗ୍ନି ମଣିଷର ଅପବିତ୍ରତାକୁ ଦୂର କରିପାରୁନି, ସେଠି ବାର ବାର ଭାଟିରେ ଦଗ୍ଧିଭୂତ ହେଲେ ବା ହଲମାର୍କା ଥିଲେ ବି ସୁନାର ଶୁଦ୍ଧତା ଅବା ରହିପାରିବ କେମିତି ?

  


Rate this content
Log in

Similar oriya story from Tragedy