ନିଜ ପରିସ୍ଥିତି ଓ ପରିବେଶ ଉର୍ଦ୍ଧରେ କିଛି କରିବାକୁ ସ୍ବପ୍ନ ଦେଖିବା ହିଁ ଉଡିବାର ଚିନ୍ତା ବୋଲି ଭାବୁଥିବା ସିଦ୍ଧି ସତକୁ ସତ ଉଡ଼ିଗଲା ସୁଦୂର ଆମେରିକାର ବୋଷ୍ଟନ ସହରକୁ . ପ୍ରବାସୀ ଭାରତୀୟ ଭାବରେ ଓଡିଶା ଆସିବାକୁ ପଡିଲା ତା ସାଥିରେ ଆମେରିକୀୟ ସହସାଥିମାନଙ୍କୁ ବି ଆସିବାକୁ ପଡିଥିଲା ସିଦ୍ଧି ସାଙ୍ଗରେ ଓଡିଶା. ସରକାରୀ ଡାକ ବଙ୍ଗଳା ଛାଡି ନିଜ ଘରେ ରହିବାକୁ ପଡିଥିଲା ସିଦ୍ଧିକୁ. ମାନ ସମ୍ମାନ ଢେର ମିଳୁଥିଲା ସିଦ୍ଧି ସହ ତା ସହିତ ଆସିଥିବା ଟିମରେ ଆମେରିକୀୟ ଯୁବକ ତିନିଜଣ ସମସ୍ତଙ୍କୁ. ସେମାନଙ୍କ ସହଯୋଗରେ ସିଦ୍ଧି ସତେ ଯେମିତି ସିଦ୍ଧି ପ୍ରାପ୍ତ ହୋଇ ଆମେରିକାରୁ ଶିଖିଥିବା ଜ୍ଞାନ କୌଶଳକୁ ଓଡିଶା ମାଟିରେ ବିନିଯୋଗ କରି କିଛି ପ୍ରୋଜେକ୍ଟ କରିପାରିଲେ ଉଭୟ ଦେଶ ଉପକୃତ ହେବେ ଓ ଶାନ୍ତି, ପ୍ରୀତି, ମୈତ୍ରୀ ଓ ସଂହତିର ପ୍ରଚାର ପ୍ରସାର ହେବା ସହ ଦୁଇ ଦେଶ ଭିତରେ ଭାବ ଓ ଜ୍ଞାନ ଉଭୟ ବଢିପାରିବ ନିଶ୍ଚୟ ବୋଲି ସରକାରୀ ସ୍ତରରେ ଚିନ୍ତା ଓ ଚେତନାର ଅଭଡ଼ା ପରଷା ଯାଉଥିଲା ବେଳେ ସିଦ୍ଧିର ବାପା ଭାବୁଥିଲେ ଲେମ୍ଭୁ ଟିକେ ଲଗାଇ ଅଭଡ଼ାର ସ୍ୱାଦ ବଢ଼େଇ ଝିଅକୁ ଆମେରିକା ପୁଅ ସହିତ ବିବାହ କରାଇବା ପାଇଁ ଚିନ୍ତା କରୁଥିଲା ବେଳେ ସିଦ୍ଧିର ମାଆ ସମ୍ମତି ଦେଇ ସତେ ଯେମିତି ଝିଅ ଭବିଷ୍ୟତ ଭାବନାର ଅଭଡ଼ା ପତ୍ରରେ ଲୁଣଟିକେ ଲଗେଇ ଦେଉଥିଲେ ହେଲେ ସେତିକିବେଳେ ସିଦ୍ଧି କିନ୍ତୁ ଖୋଜୁଥିଲା ତା ପିଲାଦିନର ସାଥି ବୋଧିସତ୍ୱକୁ ଯାହାକୁ ବୁଦ୍ଧ ବୋଲି ଡାକୁଥିଲେ ସମସ୍ତେ.ବୁଦ୍ଧ କିନ୍ତୁ ଉଡିଯାଇଥିଲା କୁଆଡେ.ବୁଦ୍ଧର ପତ୍ତା ବତ୍ତା ଠିକଣା ଜାଣିବା ସିଦ୍ଧି ପାଇଁ ମୁସ୍କିଲ ଥିଲା ବେଳେ ତା ବାପା ମାଆ ଜନ ସଙ୍ଗେ ତା ବାହାଘର ପକ୍କା କରୁଥିଲେ ମନେ ମନେ.
ସେଦିନ ଦଳ ଦଳ ଆସିଥିବା ପ୍ରବାସୀ ଭାରତୀୟ ଯୁବକ ଯୁବତୀମାନେ ଏକତ୍ରିତ ହୋଇ ଓଡିଶାର ସମୃଦ୍ଧି ସ୍ତର ବଢ଼ାଇବା ଦିଗରେ ଆଲୋଚନା ପର୍ଯ୍ୟାଲୋଚନା କଲାବେଳେ ଓଡ଼ିଶାର ଉର୍ନ୍ନତିରେ ଯିଏ ସବୁଠାରୁ ସ୍ପଷ୍ଟ ଓ ଦୂରଦର୍ଶୀ ମନ୍ତବ୍ୟ ଦେଉଥିଲେ ତାଙ୍କ ଆଡକୁ ସିଦ୍ଧିର ଦୃଷ୍ଟି ଆପେ ପହଁରି ଗଲା ତ ଦୁଇ ଆଖି ମିଶିଗଲା ଦୁହିଁଙ୍କର ତ ସିଦ୍ଧି ଚମକି ଉଠିଥିଲା କାରଣ ସେ ଯାହାକୁ ଦେଖୁଥିଲା ସେ ହିଁ ଥିଲା ବୁଦ୍ଧ ବା ବୋଧିସତ୍ୱ ଯାହାକୁ ସିଦ୍ଧି ବୁଦ୍ଧଦେବ କହି ଚିଡାଇବା ବେଳେ ତୋ ପାଇଁ ଯଶୋଧାରା କୋଉଠୁ ମିଳିବ କହିଲେ ସେ କହେ ଆରେ ଯଶୋଧାରାକୁ ପାଇଲେ ହୁଏତ ତାକୁ ଛାଡି ଚାଲିଯିବି କିନ୍ତୁ ସିଦ୍ଧି ନାମ୍ନୀ ଝିଅକୁ ପାଇଲେ ଆଉ ତ ଖୋଜିବାକୁ ପଡ଼ିବନି ଜ୍ଞାନ କି ସିଦ୍ଧି ପ୍ରାପ୍ତି ପାଇଁ ଉଡିବାକୁ ପଡ଼ିବନି ମତେ ତ ଲାଜେଇ ଯାଏ ସିଦ୍ଧି. ଆଜି ଯେବେ ସେହି ବୁଦ୍ଧ ପଚାରୁଥିଲା ତୁମେ ସିଦ୍ଧି ନା!ବୋଷ୍ଟନରେ ଥାଇ ମଧ୍ୟ ମୁଁ ସେଇ ପାଖରେ ଥିଲେ ମଧ୍ୟ ଆଜିଯାଏଁ ଦେଖିନପାରିବା ନିଶ୍ଚୟ ଏକ ଆଶ୍ଚର୍ଯ୍ୟଜନକ କଥା. ସାଙ୍ଗମାନେ, ଶୁଭେଛୁ ଓ ଦୁଇ ପକ୍ଷ ପିତାମାତାଙ୍କୁ ମିଳି ଯାଇଥିଲା ସୁବର୍ଣ୍ଣ ସୁଯୋଗ ତ ଜନ ହିଁ ସବୁ ସହଯୋଗ କରିଚାଲିଥିଲା ବାହାଘର ଆୟୋଜନରେ. ଅନ୍ୟମାନେ ମଧ୍ୟ ସାହାଯ୍ୟ ସହଯୋଗ କରି ଉଡାଇ ନେଇଥିଲେ ବର ବଧୂଙ୍କୁ ସୁଦୂର ଆମେରିକାକୁ. ଉଡିବାର ସ୍ବପ୍ନ ସହ ସାଫଲ୍ୟ ଆଣିଦେଇଥିଲେ ଵେଦେଶୀ ପ୍ରବାସୀ ବୋଲାଇ ଓଡିଶା ମାଟିର ସମୃଦ୍ଧି ଓ ବିକାଶ ପାଇଁ ସୁଯୋଗ ସୃଷ୍ଟି କରିଚାଲିଥିଲେ ଦୁହେଁ.