The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Kamal Kumar Dash

Abstract

2  

Kamal Kumar Dash

Abstract

ବୋଉର ଚିଠି

ବୋଉର ଚିଠି

1 min
232


     ଚାକିରୀ ଜୀବନରେ ଘର ବଦଳାଇବା ଏକ ନିଶ୍ଚିତ କଥା | ଏ ଘରୁ ସେଘର ଏ ସହରରୁ ସେ ସହର କେବେ କେବେ ସହରର ଏପଟୁ ସେପଟକୁ ଯିବାକୁ ପଡିଥାଏ | ସେମିତି ଏକ ଘଟଣା | ରମେଶ ବାବୁଙ୍କ ର ବଦଳି ହୋଇଗଲା କଟକରୁ ରାଉଲକେଲା | ପ୍ରମୋସନାଲ ଟ୍ରାନ୍ସଫର ତେଣୁ ନଯିବାର ପ୍ରଶ୍ନ ଉଠୁନଥିଲା | ପ୍ରଥମେ ରମେଶ ବାବୁ ରାଉଲକେଲା ଯାଇ ଜଏନ କରି 10 ଦିନ ଛୁଟି ନେଇ ଆସିଲେ | ବିଗତ 40 ବର୍ଷ ଧରି ରହି ଆସୁଥିଲେ କଟକରେ | ସ୍କୁଲ କଲେଜ ପାଠ ପଢା ସାଙ୍ଗ ନ୍କ ଠାରୁ ଅଫିସ ର ସାଙ୍ଗ ,ସମସ୍ତ ଙ୍କୁ ଛାଡି ଯିବାକୁ ଇଛା ହେଉନଥିଲେବି ଯିବାକୁ ବାହାରୁଥିଲେ ସେ | ଶ୍ରୀମତୀ ବି ବହୁତ ଦୁଖିଥିଲେ କାରଣ ତାଙ୍କ ବାପା ମା ନ୍କ ପାଖରେ କେହି ରହୁ ନଥିଲେ ଓ ବାପା ମା ନ୍କ ଦେହ ଠିକ ରହୁ ନଥିଲା | ପିଲା ମାନଙ୍କ ଟିସି ଆଣିଲା ପରେ ଜିନିଷ ସବୁ ପ୍ୟାକିଂ ଆରଂବୋଭ ହେଲା | ଦରକାରୀ ଓ ଅଦରକାରୀ ଜିନିଷ ଓ କାଗଜ ପତ୍ର ଦେଖି ବାକି ସବୁ ଫୋପାଡୁ ଥିଲେ ରମେଶ ବାବୁ | ଗୋଟେ ପୁରୁଣା ଚିଠି ଖସି ପଡିଲା ଡ଼ାଇରୀ ଭିତରୁ | ବୋଉ ଲେଖିଥିଲା ପୁଅରେ ମୁଁ ଜାଣିଛି ତୋର ଦରମା ବହୁତ କମ ହେଲେ କଣ କରିବା ,ଦିଦି ଘରକୁ ଭାର ପାଠ ହେବ ଟଙ୍କା ପଠାଇବୁ | ନୂଆ ନୂଆ ବାହା ଘର ହୋଇଥିଲା ତାଙ୍କର ଦରମା ବହୁତ କମ ଥିଲା ,ହେଲେ ରମେଶ ବାବୁ ସ୍ତ୍ରୀଙ୍କୁ କିଛି ନକହି ଘରକୁ ଟଙ୍କା ପଠାଇ ଦେଇଥିଲେ ଓ ମାସ ସାରା ବଡ଼ କଷ୍ଟରେ ଚଳି ଥିଲେ ଧାର ଉଦ୍ଧାର କରି ବୋଉ ଆଉ ନଥିଲା ହେଲେ ତା ଚିଠି ପଢି ବୋଉର ରୂପ କିଛି ସମୟ ପାଇଁ ଝଲସି ଉଠି ଥିଲା ତାଙ୍କ ଆଖି ଆଗରେ ଓ ଆଖିରୁ ଖସି ପଡିଲା ଦି ଟୋପା ଲୁହ | ଶ୍ରୀମତୀ ପଚାରିଲେ କଣ ହେଲା ସେ କହିଲେ ବୋଉ ମନେ ପଡି ଗଲା|


Rate this content
Log in

More oriya story from Kamal Kumar Dash

Similar oriya story from Abstract