The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Kanan Bala Nayak

Tragedy Inspirational

3  

Kanan Bala Nayak

Tragedy Inspirational

~~~ବଂଶରକ୍ଷା~~~

~~~ବଂଶରକ୍ଷା~~~

5 mins
12.3K


ନିଜର ଏକ ମାତ୍ର ପୁଅ ସିଦ୍ଧାର୍ଥ ବ୍ଲଡ଼ କ୍ୟାନ୍ସର ରେ ଆକ୍ରାନ୍ତ ହୋଇଛି ବୋଲି ଜାଣିବା ପରେ,ପାଦ ତଳରୁ ମାଟି ଖସି ଯିଇଥିଲା ପ୍ରଦ୍ଯୁମ୍ନ ବାବୁ ଓ ନଳିନୀ ଦେବୀଙ୍କର।ତାଙ୍କୁ ଚାରିଆଡ଼ ଅନ୍ଧାର ଦେଖାଗଲା।କଣ କରିବେ କିଛି ବୁଦ୍ଧିବାଟ ଦେଖାଗଲା ନାହିଁ।୨୮ ବର୍ଷ ର ଅବିବାହିତ ପୁଅ।ବାଙ୍ଗାଲୋର୍ ର ଗୋଟିଏ ମଲ୍ଟି ନେସନାଲ୍ କମ୍ପାନୀ ରେ ଚାକିରୀ କରେ।ରୂପ ଗୁଣ କୋୖଣସି ଥିରେ କମ୍ ନୁହେଁ।ହେଲେ ରୋଗ କେଉଁ ବୟସ ଆଉ ରୂପ ଗୁଣକୁ ଦେଖେ ଯେ?ନଳିନୀ ଦେବୀ ଓ ପ୍ରଦ୍ୟୁମ୍ନ ବାବୁ ତାଙ୍କ ଜୀବନ କାଳରେ କେବେ କାହାର ଅନିଷ୍ଟ କରିବା ତ ଦୂରର କଥା, କେବେ ତୁଣ୍ଡ ରେ ବି ଧରି ନାହାଁନ୍ତି।ହେଲେ ଭଗବାନ ତାଙ୍କ ପ୍ରତି ଏତେ ନିଷ୍ଠୁର ହେଲେ କେମିତି?    ଏକ ମାତ୍ର ପୁଅ ର ଯଦି କିଛି ହୋଇ ଯିବ ତେବେ ତାଙ୍କ ବଂଶ ରକ୍ଷା ହେବ କେମିତି? ମଲା ପରେ ବତୀ ଟେ ଜଳାଇବା ପାଇଁ କି ପିଣ୍ଡ ବାଢିବା ପାଇଁ କଣ ତାଙ୍କ ବଂଶରେ କେହି ରହିବେ ନାହିଁ? ପ୍ରଦ୍ୟୁମ୍ନ ବାବୁ ତାଙ୍କ ବାପା ମାଆ ଙ୍କର ଗୋଟିଏ ପୁଅ। ତାଙ୍କ ପରେ ‌ କଣ ତାଙ୍କ ବଂଶ ବୁଡ଼ିଯିବ? ଏପଟେ ଏକ ମାତ୍ର ପୁଅ ର ଚିକିତ୍ସା ସେପଟେ ବଂଶ ରକ୍ଷା ର ଚିନ୍ତା ରେ ନଳିନୀ ଦେବୀଙ୍କ ଆଖି ରୁ ନିଦ ହଜିଗଲା।କଣ କରିବେ କିଛି ବୁଦ୍ଧି ବାଟ ଦେଖାଯାଉ ନଥାଏ।ନିଜ ମନର କଥା ନଳିନୀ ଦେବୀ ସ୍ବାମୀ ପ୍ରଦ୍ୟୁମ୍ନ ବାବୁ ଙ୍କୁ ଖୋଲି କହନ୍ତେ, ପ୍ରଦ୍ଯୁମ୍ନ ବାବୁ ନଳିନୀ ଦେବୀ ଙ୍କୁ କହିଲେ ତୁମ ପୁଅ କ୍ୟାନସର ର ସେକେଣ୍ଡ ଷ୍ଟେଜରେ ।ତା ଚିକିତ୍ସା କଥା ଛାଡ଼ି ତୁମ ମୁଣ୍ଡ ରେ ବଂଶ ରକ୍ଷା କଥା ପଶୁଛି କେମିତି?      ନଳିନୀ ଦେବୀ କହିଲେ ମୁଁ ତା ମାଆ ତା ଚିକିତ୍ସା କଥା ଚିନ୍ତା କରୁନି ବୋଲି କେମିତି ତୁମେ କହି ପାରୁଛ? କ୍ୟାନସରର ଭୟାବହତା ଉପରେ ମୁଁ ମଧ୍ୟ ଭଲ ଭାବରେ ଅବଗତ।ତେଣୁ ବହୁତ ଭାବି ଚିନ୍ତି ଏଇ କଥା କହୁଛି।ତା ଛଡ଼ା ଆଜି କାଲି ର ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ରେ ଚିକିତ୍ସିତ ହୋଇ କିଛି ଲୋକ କ୍ୟାନସର କୁ ହରାଇ ପାରିଛନ୍ତି । ଆମେ ମଧ୍ୟ ଆମ ପୁଅକୁ ଭାରତର ସର୍ବଶ୍ରେଷ୍ଠ କ୍ୟାନସର ହସ୍ପିଟାଲ ରେ ଚିକିତ୍ସା କରାଇବା।ସେଇ ଭିତରେ ଯଦି ଆମେ କାମଟା ସାରି ଦେବା ତେବେ ହୁଏତ ଆମ ବଂଶ ର ଉତ୍ତରାଧିକାରୀ ଆମକୁ ମିଳିଯାଇପାରେ।ଆଉ ତା ଛଡ଼ା ସେ ଝିଅର ଭାଗ୍ୟ।ତା ଭାଗ୍ୟ ଯଦି ଟାଣ ଥିବ ସେ ମଧ୍ୟ ମୃତ୍ୟୁ ମୁଖରୁ ତା ସ୍ବାମୀ କୁ ଟାଣି ଆଣି ପାରିବ। ପ୍ରଦ୍ୟୁମ୍ନ ବାବୁ କହିଲେ ତୁମ ପୁଅ ଗୋଟେ କ୍ୟାନସର ପେସେଣ୍ଟ ବୋଲି ଜାଣିବା ପରେ ତାକୁ ଝିଅ କିଏ ଦେବ?      ନଳିନୀ ଦେବୀ କହିଲେ ଝିଅ ଘର ଲୋକଜାଣିଲେ ସିନା ମନା କରିବେ। ପ୍ରଦ୍ୟୁମ୍ନ ବାବୁ କହିଲେ ତା ମାନେ ତୁମେ କହୁଛ ଆମେ ଝିଅ ଘର ଲୋକଙ୍କୁ ସିଦ୍ଧାର୍ଥର କ୍ୟାନସର ବିଷୟରେ କିଛି ଜଣାଇବା ନାହିଁ।ଆଉ ପରେ ଯେତେବେଳେ ସେମାନେ ଜାଣିବେ?ନା ନା ଏତେ ବଡ଼ କଥା ଆମେ ତାଙ୍କୁ ଲୁଚାଇବା ନାହିଁ।ଗୋଟିଏ ଝିଅ ର ଜୀବନ କଥା. ସବୁ ଜାଣି ଶୁଣି ଆମେ ଏମିତି କାମ କେମିତି କରିବା?ନଳିନୀ ଦେବୀ କହିଲେ ସାରା ଜୀବନ ତ ଆମେ କାହାରି ଅନିଷ୍ଟ ଚିନ୍ତା କରିନେ। ତଥାପି ଆମ ପୁଅକୁ ଏତେ ବଡ଼ ରୋଗ କେମିତି ହେଲା.ତା ଛଡ଼ା ଗୋଟିଏ ଗରିବ ଘର ଝିଅ ଦେଖି ବୋହୂ କରିବା।ଯଦି ବି ସିଦ୍ଧାର୍ଥ ର କିଛି ହୋଇ ଯିବ ତା ଅନ୍ତେ ସବୁ ସମ୍ପତି ତ ତାର ଆଉ ତା ପିଲାର ହେବ।ତାର କିଛି ଅସୁବିଧା ହେବନି।ତା ଛଡ଼ା ମହାଭାରତ ଯୁଦ୍ଧରେ ଜୟ ଲାଭ କରିବା ପାଇଁ ସ୍ୱୟଂ ଧର୍ମରାଜ ଯୁଧିଷ୍ଠିର ତ ପୁଣି ମିଛର ସାହାରା ନେଇଥିଲେ।ଆଉ ତୁମେ କେଉଁ ମିଛ କହିବ ଯେ?ଖାଲି ଯାହା ସତ କଥା ପ୍ରକାଶ କରିବ ନାହିଁ।ତୁମେ କଣ ତୁମ ବଂଶ ରକ୍ଷା ପାଇଁ ଏତିକି କରି ପାରିବ ନାହିଁ?     ପ୍ରଦ୍ୟୁମ୍ନ ବାବୁ ଆଉ କିଛି  କହିଲେ ନାହିଁ।କାରଣ ବଂଶ ରକ୍ଷାର ଚିନ୍ତା ତାଙ୍କ ‌ମନରେ ମଧ୍ୟ କୋୖଣସି ନା କୋୖଣସି ଜାଗାରେ ସୁପ୍ତ ହୋଇଥିଲା।ପରିଶେଷରେ ଉଭୟେ ସ୍ଥିର କଲେ, ‌ ସିଦ୍ଧାର୍ଥର ବେମାରୀ ବିଷୟରେ ଝିଅ ଘରକୁ କିଛି ନଜଣାଇ ଯଥାଶୀଘ୍ର ତା ବାହାଘର ଟା ସାରିଦେବେ।ପ୍ରଦ୍ୟୁମ୍ନ ବାବୁ ଏ ବିଷୟରେ ନିଜର ଜଣେ ବିଶ୍ବସ୍ତ ବନ୍ଧୁ ସୁଧାକର ବାବୁ ଙ୍କୁ ଜଣାଇଲେ।ସୁଧାକର ବାବୁ କହିଲେ ତୁ ଠିକ୍ ସମୟରେ ମୋ ପାଖକୁ ଆସିଛୁ।ମୋ ମାଉସୀ ଙ୍କ ପଡୋଶୀ ଦିନବନ୍ଧୁ ବାବୁ ଙ୍କ ବଡ଼ ଝିଅ ସିପ୍ରା।ପୁଅ‌ କୁ ଚାହିଁ ପାଞ୍ଚ ପାଞ୍ଚ ଟା ଝିଅ।ବିଚରା ଚାଷ ବାସ କରି ଚଳୁଥିଲା। ହେଲେ ଦୁଇ ବର୍ଷ ହେଲା କିଡନୀ ରୋଗ ରେ ଆକ୍ରାନ୍ତ ହେବା ପର ଠାରୁ ଭାରି ହଇରାଣ ହେଉଛି।ତା ସାଙ୍ଗ କୁ ମୁଣ୍ଡ ‌ଉପରେ ତିନୋଟି ବାଡ଼ୁଅ ଝିଅ।ଝିଅଟା ଗୋଟିଏ ଚାଉଳ ରେ ଗଢା।ବି.ଏ.ପାସ୍ କରିଛି।ସବୁ ଘର କାମକୁ ପାରଙ୍ଗମ।ତୁ ଯଦି କହିବୁ ସେଇଠି ପ୍ରସ୍ତାବ ପକାଇବି।      ପ୍ରଦ୍ୟୁମ୍ନ ବାବୁ କହିଲେ ହେଲେ ସେମାନେ ଯଦି କୌଣସି ସୂତ୍ରରୁ ମୋ ପୁଅ ର ବେମାରୀ ବିଷୟରେ ଜାଣିବେ? ସୁଧାକର ବାବୁ କହିଲେ ଆମେ ଜଣାଇଲେ ସିନା ସେମାନେ ଜାଣିବେ।ତୁ ବ୍ୟସ୍ତ ହେ ନା।ସେ ସବୁ କଥା ମୁଁ ବୁଝିବି।ତା ଛଡ଼ା ତୋ ପୁଅ ର ଯଦି କିଛି ହୋଇ ଯାଏ ସାରା ଜୀବନ ଅଏସ ଆରାମରେ କାଟିବା ପାଇଁ ତୋର କେଉଁ ଧନ‌ ସମ୍ପତ୍ତି ର ଅଭାବ ଅଛି ଯେ?ଗୋଟେ ଝିଅ ଯୋଗୁଁ ଅନ୍ୟ ଝିଅ ମାନଙ୍କ ଜୀବନ ସୁଧୁରି ଯିବ।ତା ବାପା ର‌ ଟ୍ରିଟମେଣ୍ଟ ମଧ୍ୟ ଭଲରେ ହେବ।ତା ଛଡ଼ା ଗରିବର ଗରିବି ବଜାର ରେ ନିଲାମ ହେବା କେଉଁ ନୂଆ କଥା କି?ଆଠ ଦିନ ମଧ୍ୟରେ ସିପ୍ରା ଓ ସିଦ୍ଧାର୍ଥ ଙ୍କ ବିବାହ ହୋଇ ଯାଇଥିଲା।ଅସୁମାରୀ ଆଶା ଓ ଆକାଂକ୍ଷା କୁ ନେଇ ସିଦ୍ଧାର୍ଥ ଙ୍କ ସହ ନିଜର ଭବିଷ୍ୟତ ଜୀବନ କୁ ଗଢ଼ିବା ତୋଳିବା ର, ସ୍ବପ୍ନ ‌ନେଇ ଶାଶୁ ଘରେ ପାଦ ଦେଲା ସିପ୍ରା।ହେଲେ ଶାଶୁ ଘରର ଏରୁଣ୍ଡି ବନ୍ଧ ଡେଉଁ ଡେଉଁ ସିପ୍ରା ମୁଣ୍ଡ ଉପରେ ଚାଳ ବାଜିଥିଲା।ତାର ସବୁ ସ୍ବପ୍ନ ନିମିଷେକେ ଭାଙ୍ଗି ଚୁରମାର ହୋଇ ଯାଇଥିଲା।      ସିଦ୍ଧାର୍ଥ ଙ୍କ ସହ ଜୀବନ ର ତୀକ୍ଷ୍ଣ ବନ୍ଧୁର ରାସ୍ତା ରେ ଜୀବନ ବିତାଇବା ତ ଦୂରର କଥା, ଆରମ୍ଭ ମଧ୍ୟ ହୋଇ ପାରି ନଥିଲା। ସିପ୍ରା ଜୀବନ ରେ ନାଁ ଜଳିଥିଲା ଚତୁର୍ଥୀ ର ହୋମ ନିଆଁ, ନାଁ ସଜା ହୋଇଥିଲା ବାସର ଶେଜ।ସିପ୍ରାର ଅଜାଣତରେ ତାର ଗରିବି ପାଇଁ ତାର ସବୁ ସ୍ବପ୍ନ ବିକ୍ରି ହୋଇ ଯାଇଥିଲା। ସିପ୍ରା ଓ ସିଦ୍ଧାର୍ଥ ଦୁଇ ରୁ ଏକ ହେବା ପୂର୍ବରୁ ବାହାଘର ପରଦିନ ସିଦ୍ଧାର୍ଥ ହଠାତ୍ ଅସୁସ୍ଥ ହୋଇ ପଡିଲେ। ଫଳରେ ତାଙ୍କୁ ସଙ୍ଗେ ସଙ୍ଗେ ବମ୍ବେ ର ଟାଟା ମେମୋରିଆଲ ହସ୍ପିଟାଲରେ ଆଡ଼ମିଶନ କରା ଯାଇଥିଲା। ନଳିନୀ ଦେବୀ, ପ୍ରଦ୍ୟୁମ୍ନ ବାବୁ ଓ ସୁଧାକର ବାବୁ ଙ୍କ ପ୍ରତାରଣା, ନିଷ୍ଠୁରତା ଓ ହୃଦୟ ହୀନତା ସିପ୍ରା ର ଦେହ ମନ ଓ ଆତ୍ମାକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେଇଥିଲା। ତଥାପି ସେ ସିଦ୍ଧାର୍ଥ ଙ୍କ ସେବା କରିବାରେ କିଛି ହେଳା କରି ନଥିଲା।     ଜଗନ୍ନାଥଙ୍କ ପାଖରେ ଅଖଣ୍ଡ ଦୀପ ଜଳାଇ, ତା ସ୍ବାମୀ ଙ୍କ ଜୀବନ ରକ୍ଷା ପାଇଁ ଦିନ ରାତି ପ୍ରାର୍ଥନା କରୁଥିଲା। ହେଲେ ବିଧିର ବିଧାନ କୁ ବଦଳାଇବା ସ୍ବୟଂ ବିଧାତା ଙ୍କ ପକ୍ଷରେ ମଧ୍ୟ ସମ୍ଭବ ହୋଇ ନ ଥାଏ।ସିପ୍ରାର ସମସ୍ତ ପ୍ରାର୍ଥନା ବ୍ୟର୍ଥ ହୋଇଥିଲା।ଟାଟା ମେମୋରିଆଲ ହସ୍ପିଟାଲରେ ଦୁଇ ମାସ ଧରି କ୍ୟାନସର ସହ ସଂଘର୍ଷ କରିବା ପରେ ସିଦ୍ଧାର୍ଥ ହାରି ଯାଇଥିଲେ।ହାରି ଯାଇଥିଲା ସିପ୍ରା ର ଶଙ୍ଖା ସିନ୍ଦୂର। ସାବିତ୍ରୀ ସାଜି ନିଜର ଶଙ୍ଖା ସିନ୍ଦୂର କୁ ରକ୍ଷା କରିବାରେ ସଫଳ ହୋଇ ନଥିଲା ସିପ୍ରା। ସବୁ ନାରୀଙ୍କ ଉପରେ ତ ଭାଗ୍ୟ ଆଉ ସାବିତ୍ରୀ ଙ୍କ ଭଳି ପ୍ରସନ୍ନ ହୋଇ ନଥାଏ। ନଳିନୀ ଦେବୀ ଓ ପ୍ରଦ୍ୟୁମ୍ନ ବାବୁ ଙ୍କ ବଂଶ ରକ୍ଷା ହେବା ପୂର୍ବରୁ ସିପ୍ରା ଜୀବନ ର ସମସ୍ତ ହସ ଖୁସି ଲିଭି ଯାଇଥିଲା.       ନିଜର ଏକମାତ୍ର ପୁତ୍ର କୁ ହରାଇ ସାରିବା ପରେ ପ୍ରଦ୍ୟୁମ୍ନ ବାବୁ ଓ ନଳିନୀ ଦେବୀ ଭାବୁଥିଲେ,ବଂଶ ରକ୍ଷା ର ମହତ୍ ଆକାଂକ୍ଷା ପାଇଁ ସିଦ୍ଧାର୍ଥ କ୍ୟାନସର ଭଳି ଗୋଟିଏ ମାରାତ୍ମକ ରୋଗରେ ପିଡୀତ ହୋଇଛି ବୋଲି ଜାଣି ମଧ୍ୟ, ସିପ୍ରା ଭଳି‌ ଗୋଟିଏ ଗରିବ ଝିଅ କୁ ଏ ବିଷୟରେ କିଛି ନ ଜଣାଇ ବୋହୂ କରି, ତାର ଭବିଷ୍ୟତ କୁ ଅନ୍ଧକାର ଗର୍ଭ କୁ ଠେଲି ଦେଇ ସେମାନେ କେତେ ବଡ଼ ଭୁଲ ଟେ କରିଛନ୍ତି?


Rate this content
Log in

Similar oriya story from Tragedy