Dr Jharana Satapathy

Inspirational

5.0  

Dr Jharana Satapathy

Inspirational

ବନ୍ଧୁଙ୍କ ସହ ବାର୍ତ୍ତାଳପ

ବନ୍ଧୁଙ୍କ ସହ ବାର୍ତ୍ତାଳପ

1 min
302



ସେହି ଦିନ ଥିଲା ରବିବାର ଏବେବି ମନରେ ଅଛି ମୋ ସାଙ୍ଗ ଜ୍ୟାେସ୍ନା ହଟାତ୍ ଯେତେବେଳେ ପହଞ୍ଚିଥିଲା ତା ମିଷ୍ଟର ସହ ମୋ ଘରେ । ସାଥିରେ ଥିଲା ତା ନଣନ୍ଦ । ମୋର ସିଏ ଛୋଟ ବେଳର ସାଙ୍ଗ । ମୁଁ ତାକୁ ଦେଖି ବହୁତ ଖୁସି ହୋଇଯାଇଥିଲି । ସିଏ ମତେ ପରିଚୟ କରାଇଥିଲା ତା ନଣନ୍ଦ ସ୍ବପ୍ନା ସହ । ବହୁତ ଭଲ ତା ନଣନ୍ଦ । ଦିନ ସାରା ମିଶି ଆମେ ଗପସପ କରିଥିଲୁ । ମୁଁ ତା ନଣନ୍ଦ ସ୍ବପ୍ନାର କାହାଣୀ ଶୁଣି ଭାବିଲି ସତରେ କେତେ ସହନଶୀଳତା ଏବଂ ଧର୍ଯ୍ୟ ତା ପାଖରେ । ସିଏ ମୋତେ ଗୋଟି ଗୋଟି ତା କଥା କହିବାକୁ ଲାଗିଲା । ସ୍ବପ୍ନା କିପରି ନିଜେ ଅବିଭାହିତ ରହି ତା ନିଜ ଭାଇର ପୁଅକୁ ନିଜ ପୁଅ ରୂପେ ଦେଖିଆସୁଛି । ମୋ ସାଙ୍ଗର ମିଷ୍ଟରଙ୍କ ମୁହଁରୁ ଶୁଣିଲି ତାଙ୍କ ସାନ ଭାଇ ଏବଂ ଭାଉଜର ପୁଅକୁ ସ୍ବପ୍ନା ଏଡପ୍ଟ କରିଛି । ସେ ପିଲାର ଦାୟିତ୍ବ ସ୍ବପ୍ନା ନିଜେ ବହନ କରୁଛି । ସାନଭାଇର ଏକ୍ସିଡେଣ୍ଟର ମୃତ୍ୟୁପରେ ତା ସାନଭାଉଜ ସୁଇସାଇଡ୍ କରିଦେଲା କିନ୍ତୁ ସେମାନଙ୍କର ଥିଲା ଛୋଟିଆ ପୁଅଟିଏ ଯାହାକୁ ହୋଇଥିଲା ଦୁଇବର୍ଷ । କାଳେ ପୁଅଟି ଅନାଥ ହୋଇଯିବା ଲାଗି ସ୍ବପ୍ନା ଯିଏ ତା ନିଜ ପିଉସି ଅବିବାହିତ ରହି ତାର ସମସ୍ତ ଦାୟିତ୍ବ ବହନ କରିନେଲା । ସ୍ବପ୍ନା ବର୍ତ୍ତମାନ ସେ ପୁଅର ବାପା ମାଆ ସବୁ କିଛି । ମୁଁ ଏସବୁ ମୋ ସାଙ୍ଗଠୁ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲି । ସ୍ବପ୍ନାକୁ ମୁଁ ନିଜେ ଯାଇ ବୁଝାଇଥିଲି ତୁମେ ବିବାହ କରି ମଧ୍ୟ ତୁମ ପୁତୁରାକୁ ପାଖରେ ରଖିପାରିବ ଓଲଟା ସେ କହିଥିଲା କେବେ ବି ସେ ବିବାହ କରିବନି । ଏ ପୁଅକୁ ନିଜେ ମଣିଷ କରାଇବ । ଏମିତି କଥାବାର୍ତ୍ତା ଭିତରେ ଖାଇବା ସମୟ ହୋଇଯାଇଥିଲା । ସମସ୍ତେ ମିଶି ଲନ୍ଚ କରି ବାହାରିଥିଲୁ ବୁଲିବାକୁ ।



Rate this content
Log in

Similar oriya story from Inspirational