Akshayakumar Dash

Inspirational

2  

Akshayakumar Dash

Inspirational

ବଂଧୁ

ବଂଧୁ

1 min
414


ରମାକାନ୍ତ ସକାଳୁ ଉଠି ନିଜର ନିତ୍ୟକର୍ମ ଶେଷକରି ପୂଜାଘରକୁ ପଶିଲେ । ପୂଜା କଲେ ନିଜ ଆରାଧ୍ୟ ଇଷ୍ଟକୁଁ । ପାଣି ନୋଟେ ଆଣି ଚନ୍ଦନ ଘୋରିଲେ । ବାସିଫୁଲକୁ ବାହାର କରି ତୁଳସୀ ପତ୍ରଜଳକୁ ଛିଞ୍ଚିଲେ ,ଠାକୁରଙ୍କୁ ଗାଧୋଇଦେଲେ । ଚନ୍ଦନ ଲଗାଇଦେଲେ ଠାକୁରଙ୍କୁ । ଆଣିଥିବା ସଜ ଫୁଲ ପିନ୍ଧାଇଦେଲେ । ଧୂପ ଲଗାଇ ଦାନୀରେ ରଖିଦେଲେ ଦୀପ

ଦୀପରେ ଘିଅ ଦେଇ ଜଳାଇଲେ । ଘଣ୍ଟି ବଜେଇ ପୂଜାକଲେ । ମନ୍ତ୍ର ପଢିବାକୁ ଆରମ୍ଭ କଲେ । ତୁମେବ ବଂଧୁ ମମଦେବଦେଵ ।

ନୀତିଦିନ ପୂଜାକରିବା ଗୋଟିଏ ଅଭ୍ୟାସରେ ପଡ଼ିଗଲାଣି । ଯେଉଁଦିନ ପୂଜା କରନ୍ତିନାହିଁ ସେଦିନ ନିଜକୁ କେମିତି ଅସହାୟ ଭାବନ୍ତି । ତେବେ ପ୍ରକୃତରେ ଏମିତି ଆରାଧନା କରିବା ପଛରେ ରହଷ୍ୟକଣ ଥାଇପାରେ ଯାହା ଆମକୁ ସୁଖଦିଏ । କେତେକ ମତ ଦିଅନ୍ତି ,ଭଗବାନ ପ୍ରକୃତ ମଣିଷର ଜୀବନ କୁ ସରସ ସୁନ୍ଦର କରାନ୍ତି ଏହାକୁ ବିଶ୍ୱାସ କରିବା ଧର୍ମଅଟେ।

ଭଗବତ ଗୀତା ରେ ଅଠର ଅଧ୍ୟାୟ ମନୁଷ୍ୟକୁ ଅଧ୍ୟାତ୍ମକ ଶିକ୍ଷା ଦେଇଛନ୍ତି । ଶେଷରେ କୁହାଯାଇଛି ସାଧୁମାନଙ୍କୁ ପରିତ୍ରାଣ କରି ଅସାଧୁ ମାନକୁ ବିନାଶକରିବାକୁ ଧର୍ମ ସ୍ଥାପନ କରିବାକୁ ଯୁଗେଯୁଗେ ମୋତେ ଆସିବାକୁପଡେ । ତେବେ ଭଗବାନ ମନୁଷ୍ୟ ଚେତନାର ଜ୍ଞାନପ୍ରଦାନକାରୀ ପଥ ପ୍ରଦଶକ ଏଇଥିପାଇଁ ଉର୍ଣ୍ଣତଠୁ ଉର୍ଣ୍ଣତତର ଚେତନା,ତାହାର ବିକାଶ କେବଳ ଅଜ୍ଞାନରୁ ଜ୍ଞାନର ମାର୍ଗରେ ଯିବାକୁ ପ୍ରେରଣାଦେଇଆସୁଛି । ତେଣୁ ସେହିଁ ପରମ ବଂଧୁ ।



Rate this content
Log in

Similar oriya story from Inspirational