Gayatri Singh

Inspirational

4  

Gayatri Singh

Inspirational

ବନ୍ଧୁ

ବନ୍ଧୁ

4 mins
551



ସେମାନେ ଦୁଇ ଜଣ ସାଙ୍ଗ ନୁହଁନ୍ତି କି ଭାଇ ବି ନୁହଁନ୍ତି । ଦୁଇଜଣ ଯାକ ହେଉଛନ୍ତି ସହକର୍ମୀ,ଗୋଟିଏ ଅଫିସରେ ଚାକିରୀ କରନ୍ତି । ଦୁହିଁଙ୍କ କ୍ୱାର୍ଟର ମଧ୍ୟ ପାଖାପାଖି । ସବୁଦିନ ଦୁଇ ଜଣ ସାଙ୍ଗ ହୋଇ ଘରୁ ବାହାରନ୍ତି । ଦୁଇଟି କ୍ୱାର୍ଟର ରୁ ବାହାରନ୍ତି ହେଲେ ଗୋଟିଏ ଗାଡିରେ । କେତେବେଳେ ସମ୍ବିତ ଗାଡି ବାହାର କରନ୍ତି ତ କେତେବେଳେ ହରିଶ ଗାଡି ବାହାର କରନ୍ତି । ବାଟ ସାରା ନିଜର ଘର କଥା, ପରିବାର କଥା, ଜୋକ କମେଡି ଏମିତି ଚାଲିଥାଏ । ହେଲେ କେହି କାହା କଥାରେ କେବେ କଥା କଟାକଟି ହୁଅନ୍ତି ନାହିଁ । କାରଣ ଉଭୟଙ୍କର ଭାବନା, ଚିନ୍ତାଧାରା ଚଏସ ପ୍ରାୟ ପାଖାପାଖି । ତେଣୁ ଦୁହିଁଙ୍କ ମଧ୍ୟରେ କେବେ ମନାନ୍ତର କି ମତାନ୍ତର ହୁଏ ନାହିଁ । ମାର୍କେଟିଙ୍ଗ କରିଗଲେ ଉଭୟଙ୍କର ପସନ୍ଦ ସମାନ ହୋଇଥାଏ । ଦୁଇ ସାଙ୍ଗ ସମାନ ଡ୍ରେସ ସମାନ ଜୋତା ମଧ୍ୟ ପିନ୍ଧିଥାନ୍ତି । ଆଉ ସମ୍ବିତ ର ସ୍ତ୍ରୀ ସୁରଭୀ, ହରିଶ ର ସ୍ତ୍ରୀ ପଲ୍ଲବୀ ମଧ୍ୟ ଭଲ ସାଙ୍ଗ ହୋଇ ଗଲେଣି । ଉଭୟ ମଧ୍ୟ ନିଜ ପାଇଁ ସମାନ ଡ୍ରେସ ଆଉ ଶାଢୀ ମାର୍କେଟ ରୁ ପସନ୍ଦ କରି ଆଣନ୍ତି । ଗୋଟିଏ ମ।। କୋଳରୁ ଜନ୍ମିତ ହେଲା ପରି ଉଭୟ ପରିବାର ର ସମ୍ପର୍କ । ଛୁଟି ହେଲେ ଉଭୟ କେବେ ସମ୍ବିତ ଘରକୁ ତ କେତେବେଳେ ହରିଶ ଘରକୁ ଛୁଟି କଟେଇବା ପାଇଁ ଯାଆନ୍ତି । ଉଭୟ ଙ୍କ ମାଆ ମଧ୍ୟ ନିଜର ଦୁଇ ପୁଅ ପରି ଦେଖନ୍ତି । ଦୁଇଟି କ୍ୱାର୍ଟର ରେ ରହୁଥିଲେ ବି ପ୍ରାୟ ସମୟ ଖାଇବା ସାଙ୍ଗ ହୋଇ ଖାଇଥାନ୍ତି । ଅଫିସରେ, ମାର୍କେଟରେ, କଲୋନି ରେ ଲୋକ ମାନେ ତାଙ୍କ ସମ୍ପର୍କର ଉଦାହରଣ ଦିଅନ୍ତି । ସବୁଦିନ ପରି ସେଦିନ ବି ସେମାନେ ଅଫିସ ବାହାରିଲେ । ହେଲେ ହରିଶ ର ଶୁଖିଲା ମୁହଁ ଦେଖି ସମ୍ବିତ ତାର କାରଣ ପଚାରିଲା । କ’ଣ ହେଇଛି ଭାଇ । ଏମିତି ମୁହଁ କାହିଁକି ଶୁଖାଇଛୁ । ହରିଶ କହିଲା କାଲି ଅଫିସ ରୁ ଗଲା ପରେ ପଲ୍ଲବୀ କୁ ନେଇ ଗୋଟେ ନର୍ସିଂହୋମ ଯାଇଥିଲି । ତୋତେ କହୁଥିଲି ନା ଛୁଆପିଲା ହେବାର ସମସ୍ୟା କଥା । ବାହାଘର କୁ ଚାରିବର୍ଷ ହୋଇଗଲାଣି ହେଲେ ଏ ପର୍ଯ୍ୟନ୍ତ ଆମେ ପାପା ମାମା ଡାକ ଶୁଣି ପାରିଲୁନି । ଡାକ୍ତର କହିଲେ ପଲ୍ଲବୀ ର ଗାଇନିକ ସମସ୍ୟା ଥିବାରୁ ପିଲା ଜନ୍ମ ହେବାର ସମ୍ଭାବନା କମ୍ ତେଣୁ କାଲି ଠାରୁ ଆମର ରୋଷେଇ ହୋଇନାହିଁ । ପଲ୍ଲବୀ ମୁହଁ ମାଡି ଶୋଇ ଶୋଇ କାନ୍ଦୁଛି । ସମ୍ବିତ ଟିକେ ଗମ୍ଭୀର ରହି ପୁଣି ଆରମ୍ଭ କଲେ ଓଃ ଏଇ କଥା ଆମେ ଭଲ ଡାକ୍ତର ଙ୍କୁ ଦେଖାଇବା । ନ ହେଲେ ନାଇଁ । ତୋ ପାଇଁ ମୁଁ ଅଛି ମୋ ପାଇଁ ତୁ ଅଛୁ । ଖୁବ୍ ସହଜରେ ଏକଥା ସବୁ କହିଗଲୁ ହେଲେ ପ୍ରାକଟିକାଲି ଟିକେ ଚିନ୍ତା କଲୁ । ଉଭୟ ନୀରବ ରହିଲେ । ଏବେ ପ୍ରାୟ ସମୟ ସମ୍ବିତ ଆଉ ସୁରଭୀ ପଲ୍ଲବୀ ସହିତ ସମୟ କାଟୁଛନ୍ତି । ତା ମନକୁ ଖୁସି ରଖିବା ପାଇଁ ଚେଷ୍ଠା କରୁଛନ୍ତି । କିଛି ଦିନ ପରେ ସୁରଭି ର ଦେହ ଖରାପ ଲାଗିବାରୁ ସମ୍ବିତ ଆଉ ହରିଶ ତାକୁ ମେଡିକାଲ ନେଇଗଲେ ଆଉ ଫେରିଲା ବେଳେ ସମସ୍ତଙ୍କ ମୁହଁରେ ହସଥିଲା । ସୁରଭି ମା ହେବାକୁ ଯାଉଛି । ସବୁଠୁ ବେଶୀ ଖୁସି ହୋଇଥିଲେ ହରିଶ ଆଉ ପଲ୍ଲବୀ । ହେଲେ ପର ମୁହୁର୍ତରେ ପଲ୍ଲବୀ ର ମୁହଁ ଶୁଖି ଯାଇଥିଲା । ତା ଆଖିରେ ଲୁହ ଜକେଇ ଆସିଥିଲା । ନିଜକୁ ସମ୍ଭାଳି ନେଲା ପଲ୍ଲବୀ ପେଯପରି ସୁରଭି କିଛି ନଭାବୁ । ସୁରଭି ସହିତ ସେମାନେ ଦୁଇଜଣ କେବେ ସାଙ୍ଗ ତ କେବେ ଭଉଣୀ ଭଳି ରହିଥାନ୍ତି । ହେଲେ ସୁରଭୀ ଭଲ ଭାବେ ନୋଟିସ୍ କରିଥିଲା ପଲ୍ଲବୀ ର ଶୁଖିଲା ମୁହଁ ଆଉ ଶୁଖିଲା ହସକୁ । ସେଥିପାଇଁ ସୁରଭି ନିଜକୁ ଦୋଷୀ ମନେ କରୁଥିଲା । ଏମିତି ସମୟ ଗଡି ଚାଲିଲା । ପଲ୍ଲବୀ, ସୁରଭି ର ଖୁବ ଭଲ ଭାବରେ କେୟାର ନେଉଥିଲା । ନିଜ ହାତରେ ପ୍ରସ୍ତୁତ କରି ଭଲ ଭଲ ବ୍ୟଞ୍ଜନ ପରଶି ଦେଉଥିଲା । ନ ଖାଇଲେ ପାଖରେ ବସି ବଳେଇ ବଳେଇ ଖୁଆଇ ଦେଉଥିଲା । ଏତେ ସ୍ନେହ ଏତେ ଭଲ ପାଇବା ଦେଖି ସୁରଭି ର ଆଖି ରେ ଲୁହ ଚାଲିଆସେ । ଗୋଟେ ସାଙ୍ଗ,ଗୋଟେ ଭଉଣୀ,ଗୋଟେ ମାଆ ଠାରୁ ବି ଅଧିକ ଭଲ ପାଇବା ଥିଲା । ସେ ସମ୍ପର୍କ ର ସେ କି ନାମ ଦେବ । ଦିନେ ସୁରଭି ସମ୍ବିତ କୁ କହିଲା ପିଲା କୁ ଜନ୍ମ କରିସାରି ଆମେ ହରିଶ ଆଉ ପଲ୍ଲବୀ କୁ ଦେଇଦେବା । ସମ୍ବିତ କିଛି ସମୟ ପାଇଁ ସ୍ଥିର ହୋଇଗଲା । ତମେ ଜଣେ ମା କହୁଛ ! ସୁରଭି ଚଟାପଟ ଉତର ଦେଲା ଆରେ ଆମେ ତ ପାଖାପାଖି ରହୁଛେ, ଗୋଟିଏ ପରିବାର ହୋଇ ଚଳୁଛେ । ଆମ ପାଖରେ ରହିଲେ ଯାହା ତାଙ୍କ ପାଖରେ ରହିଲେ ବି ସେୟା । ଆଉ ପଲ୍ଲବୀ ତ ମୋର ଏତେ କେୟାର ନେଉଛି, ସେ ପିଲାକୁ ବି ସେମିତି ପାଳିବ । ପିଲା କେବଳ ମୁଁ ଜନ୍ମ କରିଛି ବୋଲି କ’ଣ ଖାଲି ମୋର ସେ ଆମ ସମସ୍ତଙ୍କର । ପ୍ଲିଜ ମନା କରନି । ସମ୍ବିତ ଆଖିରେ ଲୁହ ଆସିଗଲା ସୁରଭି ର ଭାବନା କୁ ନେଇ । ଗୋଟେ ମାଆ କଣ ତା କୋଳ ଶୂନ୍ୟ କରି ପିଲାକୁ ଆଉ କାହାକୁ ଦେଇ ପାରେ । କେତେ ମହାନ ତାର ଭାବନା ଆଉ କେତେ ଉଦାର ତାର ହୃଦୟ । ସୁରଭି କୁ ନିଜ ଆଡକୁ ଟାଣି ଆଣି ମଥାରେ ଚୁମ୍ବନ ଟିଏ ଆଙ୍କି ଦେଇ ବାହୁ ବନ୍ଧନରେ ଜାବୋଡି ଧରିଲା । ଉଭୟ ଙ୍କ ଆଖିରେ ଲୁହ ଥିଲା । ସନ୍ଧ୍ୟା ସମୟରେ ଯେତେବେଳେ ପଲ୍ଲବୀ ସୁରଭି ପାଇଁ ଖାଇବା ନେଇ ଆସିଲା ସୁରଭି ହସି ହସି ନିଜ ମନର କଥା ପଲ୍ଲବୀ ଆଗରେ କହିଲା । ସୁରଭି କୁ କୋଳକୁ ଟାଣି ନେଇ ପଲ୍ଲବୀ କହିଲା ମୋ ପାଇଁ ତୋର ବହୁତ ଚିନ୍ତା । ଆରେ ତୋ ପିଲା କଣ ମୋର ନୁହେଁ । ଆମେ ଦୁହେଁ ତାକୁ ମିଶି ପାଳିବା ସ୍ନେହ କରିବା ମଣିଷ କରିବା । ପାଗଳୀ ଟା’ ।ସମୟ କ୍ରମେ ସୁରଭି ର ଡେଲିଭରି ସମୟ ପାଖେଇ ଆସିଲା । ଅଲଟ୍ରା ସାଉଣ୍ଡ ବେଳେ ଡାକ୍ତର କହୁଥିଲେ ଟ୍ୱିନ ଛୁଆ ହେବାର ସମ୍ଭାବନା ଅଧିକ । ହେଲେ ସେ ସବୁ ରେ ତାର ଭରସା ନଥିଲା । ଅପରେସନ ପରେ ଡାକ୍ତର ଟ୍ୱିନ ପିଲା ର ଘୋଷଣା କରିଥିଲେ । ଚେତା ଫେରିବା ପରେ ପାଖରେ ଦୁଇଟି ପିଲା ଦେଖି ସୁରଭି ଖୁସିରେ ବିଭୋର । ତା ମନ କଥା ଭଗବାନ ଶୁଣିଲେ । ମେଡିକାଲ ରୁ ଡିସଚାର୍ଜ ହେବାବେଳେ ସୁରଭି ଗୋଟିଏ ପିଲା କୁ ପଲ୍ଲବୀ ହାତକୁ ଟେକି ଦେଇ କହିଲା ତମେ ଦୁଇ ଜଣ ଥିଲ ଆମେ ବି ଦୁଇ ଜଣ ଥିଲୁ । ଏବେ ତମର ତିନି କୁ ଆମର ତିନି । 


Rate this content
Log in

Similar oriya story from Inspirational