STORYMIRROR

Lopamudra Parida

Drama Tragedy Inspirational

2  

Lopamudra Parida

Drama Tragedy Inspirational

ବଜ୍ରଦେହୀ

ବଜ୍ରଦେହୀ

2 mins
130


ମୋତେ କୋଉ ବି କୁନି ପିଲା କୁ ତା ମା ସାଙ୍ଗେ ଯିବା, ଆସିବା,ଖେଳିବା,ଖାଇବା,ଖୁସି ହବା,କିଛି ବି ଦେଖିଲେ ଭାରୀ ଏକା ଏକା ଲାଗେ ।

କିଏ ବି ତା ବାପା କାନ୍ଧ ରେ ବଜାର ବୁଲିଲେ, ଦୋଳି ଖେଳିଲେ, ମିଠେଇ ଲଜେନ୍ସ କିଣିକି ଖାଇଲେ,ମେଳା ବୁଲିଲେ ,ଇସ୍କୁଲୁ ଗଲେ ମତେ ମାରି ଛାଟି ଲାଗେ ।

ସବୁ ଦିନେ ସବୁ ଦେଖେ ।ବାମ୍ଫେଇ ଯାଏ ।

ମୁଁ କିଏ?? ଆପଣ ମାନେ ବି କେମିତି ଜାଣିବେ ଯେ ।ମୁଁ ତ ନିଜେ ବି ଜାଣିନି । ମୋ ନାଆଁ??? କିଛି ବି ନାହିଁ ।କେହି ଦେଇ ନାହାନ୍ତି ବି ।କାହାର ଦରକାର ବି ନଥିଲା ।କିନ୍ତୁ ଆପଣ ଦେଖିଥିବେ ମତେ ,ଟ୍ରାଫିକ ଛକରେ,ଗଳିର ଅଳିଆ ଗଦା ପାଖରେ ,ରେଳ ଷ୍ଟେସନ ରେ,ଜରି ଗୋଟେଇଲା ବେଳେ,ମନ୍ଦିର ବାହାରେ ,ଭୋଜିଭାତ ପରେ ଫୋପଡା ପତ୍ର ଗଦା ପାଖରେ ମୋ ସାଙ୍ଗ ଦାଣ୍ଡ କୁକୁର ସହ ଏଇମିତି ସବୁ ପରିତ୍ୟକ୍ତ ଯାଗାରେ ,ଯୋଉଠିକୁ ଆପଣ ଆପଣଙ୍କର ମୋ ବୟସ ର ଶିଶୁଟିକୁ ଯମା ଛାଡିବେନି ।ଭୁଲ୍ ରେ ବି ।ଇନ୍ଫେକ୍ସନ ଡରରେ ।

ମତେ ଇନ୍ଫେକ୍ସନ ହୁଏନି ।ମୁଁ ବଜ୍ରଦେହୀ ।

।କାର ,ବାଇକ୍ ରୁ ଦେଖି ହି ଥିବେ କେବେ ତ ନଜର ପଡିଥିବ ମୋ ନିରୀହ, ଜୁଳୁଜୁଳୁ ଚାହାଣୀ ରେ । ହଁ, ମନେନଥିବ ।ମନେ ନ ରହିବା ରେ କିଛି ଆଶ୍ଚର୍ଯ୍ୟ ନାହିଁ ।ସ୍ବାଭାବିକ ।ସ୍ବାଭିମାନ ରେ ବନ୍ଚିଥିବା ଆପଣ ମାନେ ନା ।ମୋର ବା ଅସ୍ତିତ୍ବ କଣ ଯେ ।ଘୃଣା ହିଁ ତ ପ୍ରାପ୍ଯ ।

କାଇଁ କି ମୁଁ କଣ କଲି କି ?? ମୋର କାଇଁ କେହି ନାହିଁ ???।ଫୁଟ୍ ପାଥରେ କାଇଁ ଶୋଏ ଉଠେ???ରୁଟି ଗୋଟେଇ ଅଇଁଠା ଖୁଣ୍ଟି କୁକୁର ସାଙ୍ଗେ କାଇଁ ଖାଏ???

ମୁଁ କିଏ??? କେମିତି ଆସିଲି ଏଠିକି?? ଏମିତି କାହିଁକି???

ଖୋଜେ ।ପାଏନି ।ଅନ୍ତହୀନ ଖୋଜା ।

************

ଆଜି ମୁଁ ମୋ ଚଷ୍ମା ର କାଚ ପୋଛୁଥିଲି ଆଖି ତଳ ଲୁହ ପୋଛିସାରି ।ମୋ କୋଳରେ ଆଜି ରାସ୍ତା ସାରା ର ପିଲା ।ଅପେକ୍ଷା ସରିଛି ଅନ୍ତହୀନ ଖୋଜାର ।ଉତ୍ତର ପାଇଛି ।

ଖେଳୁଛି, ଖୋଉଛି, ହସୁଛି, ଗପ କହୁଛି, ଗୀତ ଶୁଣେଇ ଶୋଇଦଉଛି, ଅଣ୍ଟା କାଟିଲେ ବି ମନ ଖୋଲା ନାଚୁଛୁ ଆମେ ସମସ୍ତେ ।ଖଡି ,ସିଲଟ,ରଂଗ, ସ୍କେଲ ,........ଭାତ ସବୁ ଅଛି ।

ଈଶ୍ବର ବୋକା ନୁହନ୍ତି ।

ପଥରରେ ଛାଉଣି ନ ବାଜିଲେ ଈଶ୍ବର ଗଢା ହୁଅନ୍ତିନି ।ସମୟ ମତେ ଛେଣି, ଛାଉଣି ରେ ବହୁତ କାଟିଛି ।

ଆଜି ମୁଁ ମୋ ହାପି ହୋମ୍ ରେ ଅଛି ତିରିଶ ଟି ଫୁଲ ନେଇ ।କେହି କିନ୍ତୁ ହଙ୍ଗର ନାହାନ୍ତି ।

ସେ ,ଯାହାଙ୍କୁ ଆମେ ଈଶ୍ବର, ଆଲ୍ଲା, ଜୀଶୁ,ଗୁରୁ କହୁ ସେ ଶୁଣେ ।ସବୁ ଶୁଣେ ।ସବୁ ଦେଖେ ଆଉ ସବୁ ବୁଝେ ବି ।ସବୁ ପ୍ରାର୍ଥନା ର ଉତ୍ତର ନିଶ୍ଚେ ଫେରାଏ ।ବାସ୍ କେବେ .....ସେଇଟା ସିଏ ଠିକ୍ କରେ ।ଆମକୁ ଆଉ ଟିକେ ଟାଣୁଆ କରିବା ଉଦ୍ଦେଶ୍ୟରେ ।ଆଉ କିଛି ନାହିଁ ।

କିଛି ନ ମାଗିଲେ ସବୁ ଦିଏ ଯାହା ଆମର ଲୋଢା ।

ତା' ପରେ ଯିଏ ଭୋଗେ ସିଏ କଷ୍ଟ ଟା ଜାଣେ ।ସେଇ କଷ୍ଟ ଟିକକ ଆଉ କାହା ଭାଗ୍ୟ ରେ ନ ଲେଖା ହେଉ ସେଥିପାଇଁ ଚେଷ୍ଟା ଟିଏ ତ କରିପାରିବା ନା ।ହଁ, ସେଇ ଚେଷ୍ଟା ଟିକକ ହି ତ ଥାଏ ଆମ ହାତ ରେ ।

କାରଣ ଆମେ ତ ବିଧାତା ନୁହେଁ ନା ।କିନ୍ତୁ ତାର ଶ୍ରେଷ୍ଠ ସୃଷ୍ଟି ତ ।

ଈଶ୍ବର ଜମା ବୋକା ନୁହନ୍ତି ।ସ୍ନେହରେ ଲଦି ଦେଇଛନ୍ତି ,ଏଇ ହାପି ହୋମ୍ କୁ ଯାହା ବାହାର ଫଳକରେ ଲେଖାଅଛି

" ଈଶ୍ବର ଯାହା କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ "



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama