STORYMIRROR

Madhabi Patel

Inspirational

4  

Madhabi Patel

Inspirational

ବିଷାକ୍ତ ସହର

ବିଷାକ୍ତ ସହର

3 mins
260

ଅନେକ ବର୍ଷ ପରେ ବିମଳକିଶୋର ନିଜ ଝାରସୁଗୁଡା ଜନ୍ମମାଟିକୁ ଫେରିଥିଲେ।ବିଦେଶରେ ଜଣେ ସାଇଣ୍ଟିଷ୍ଟ ଭାବରେ ଜୀବନକାଳ ଉତ୍ସର୍ଗିକୃତକରି ଦେଲା ପରେ ଶେଷ ବେଳକୁ ମାଆମାଟି ତାଙ୍କୁ ଡାକିଥିଲା।ସେ ସ୍ବପ୍ନରେ ଦେଖୁଥିଲେ ଗାଆଁ ଡାକୁଥିଲା ଆରେ ପାଗଳା, ମୋ କୋଳକୁ।କେତେଦିନ ସେ ବିଦେଶ ମାଟିରେ ପଡି ରହିବୁ?

ତୋର ପଞ୍ଚଭୁତ ଯେଉଁ ଜଳ ମାଟି ପାଣି ପବନରେ ତିଆରି ସେଇ ଭାରତ ମାଟିରେ ପୁଣି ମିଳାଇ ଳୀନ ହୋଇଯିବୁ ।

ସେ ସ୍ତ୍ରୀକୁ ଧରି ଫେରିଆସିଥିଲେ ଜନ୍ମମାଟିର ଡାକ ଏଡେଇ ନପାରି।ବିଦେଶରେ ଛାଡି ଆସିଲେ ପୁଅ ଝିଅଙ୍କୁ ଯୋଉମାନେ ସେଠି ରହିବାକୁ ଚାହୁଁଥିଲେ। ସେମାନଙ୍କ ଜନ୍ମ ସେଇଠି।ପାଠପଢା ସେଇଠି।ସାଙ୍ଗସାଥୀ ସେଇଠି ,ତେଣୁ ଭାରତ ତାଙ୍କପାଇଁ ବିଦେଶ ସଦୃଶ୍ୟ ।ଏଠି ଆସିଲେ ବେଶିଦିନ ରହି ପାରନ୍ତିନି।ଜଳ ବିନ ମାଛ ପରି ଛଟପଟ ହୁଅନ୍ତି। ସ୍ବଚ୍ଛ ପରିବେଶ ଆଉ ସେଠିକା ନୀତି ନୀୟମରେ ବନ୍ଧା ସେମାନେ।ଏଠିକା ଭିଡ ଦେଖିଲେ ତାଙ୍କର ଡର।ରୋଡ ସାଇଡ ଖାଦ୍ୟ ଦେଖିଲେ ନାକ ଟେକନ୍ତି ହେଲେ ଜଣେ ଭାରତୀୟ ଏଇ ରୋଡ ସାଇଡ୍ ର ଖାଦ୍ୟକୁ ଝୁରିହୁଏ ବିଦେଶରେ।ଗୁପଚୁପ ଝାଲମୁଢି,ବଡାପାଓ ହେଉକି ବାରମଜା ମୁଫଳି,ସବୁ ମନେ ପଡେ ସେଠି।


ବିମଳ ନିଜ ଛୋଟଭାଇ ସୁବଳ ପାଖରେ ଆସି ରହିଲେ।ଦୀର୍ଘ ବର୍ଷପରେ ବଡଭାଇଙ୍କୁ ପାଇ ସୁବଳଓ ତା ପରିବାର ସଦସ୍ୟ ସଭିଏଁ ବଡ ଆନନ୍ଦିତ ହେଲେ।

ସୁବଳ ଜଣେ ସିଡିଏମ୍ ଓ ଭାବେ କାମ କରୁଥିଲେ।

ଦିନେ ସଭିଏଁ ଡାଏନିଙ୍ଗ ଟେବୁଲରେ ବସି ମଧ୍ୟାହ୍ନ ଭୋଜନ କରୁଥିଲା ବେଳେ ସୁବଳଙ୍କ ଫୋନ ଆସିଲା ହସପିଟାଲରେ ଅନେକ ଗୁଡିଏ କିଡ୍ନି ରୋଗୀ ଆଡମିଟ୍  ହୋଇଛନ୍ତି।

ବିମଳ ପଚାରିଲେ ବାବୁ ସୁବଳ ଆମ ଝାରସୁଗୁଡା ତ 

ଭଲ ଜାଗା।ପ୍ରାକୃତିକ ପରିବେଶ ବଣ ଜଙ୍ଗଲରେ ଘେରା।ଏଠିତ ପ୍ରଦୂଷଣ ନାହିଁ ଆଉ ଏ ରୋଗ ସବୁ ଆସିଲା କୋଉଠୁ?

ସୁବଳ କହିଲେ,ଦାଦା ଏବେ ଝାରସୁଗୁଡା କଥା ନ କହିବା ଭଲ।ତୁମେ ଆମର ପିଲାଦିନ ଝାରସୁଗୁଡା କଥା କହୁଛ।ସେତେବେଳେ ଚାରିଆଡେ ଜଙ୍ଗଲରେ ଭରପୁର ରହିଥିଲା।ଚାରିଆଡେ ସବୁଜ ଧାନକ୍ଷେତର ଚାଦର ଘୋଡି ହୋଇଥିଲା।ଜଙ୍ଗଲରେ ବାଘ ଭାଲୁ ହରିଣ ସମ୍ବର କୁଟୁରା ଆଦି କେତେ ଜୀବଯନ୍ତୁ ଭରପୁର ଥିଲେ।ଝାରସୁଗୁଡାର ଚାରିକତି ଇବ୍, ସଫେଇ ,ତେଲେନ୍,ଭେଡେନ,ଆଦି କେତେ ନଦୀ ଘେରି ତାଙ୍କ ଜଳଦାନରେ ଏ ଅଞ୍ଚଳକୁ ଶସ୍ୟଶ୍ୟାମଳା କରି ରଖିଥିଲେ |

ହେଲେ ଆଜି ସବୁ ଉଜୁଡି ନଷ୍ଟ ହୋଇ ସାରିଛି।କୁଆଡେ ପାଇବ ଆଉ ସେ ଗହଳ ବଣ ।କୋଉ କୋଉଠି ଚନ୍ଦା ମୁଣ୍ଡପରି ବୁଦୁବୁଦୁକିଆ କିଛି ଝାର ବଞ୍ଚି ରହିଛି। ଆଗପରି ନଦୀ ମାନଙ୍କରେ ଆଉ ଭରପୁର ଜଳ ରହୁନି।ଶୀତ ମାସ ସରୁସରୁ ନଈ ଶୁଖା ହୋଇ ଯାଉଛି।ବର୍ଷା ବି ଏବେ ଆଉ ଆଗପରି ହେଉନି।ଏବେ ଯାହା ବର୍ଷା ହେଉଛି କେବଳ ଲଘୁଚାପ ବର୍ଷା ହେଉଛି।ଆଉ ଋତୁକାଳିନ ବର୍ଷା ଦେଖିବାକୁ ମିଳୁନି।ସେ ମାଘା ନକ୍ଷତ୍ରର ବଡବଡ ଜଳଠୋପା ଏବେ ପଡୁନିକି ସେ ପୁନର୍ପଶୁ ର କୁଣ୍ଡାଝଡା ବର୍ଷା ନାହିଁ। ଝାରସୁଗୁଡା ଏବେ ପ୍ରଗତି ପଥରେ ଆଗେଇଛି ସତ, ଏଠି ମାଳମାଳ କାରଖାନା ଗଢି ଉଠିଛି।ଯୁଆଡେ ଦେଖିବ ବଡବଡ ଚିମ୍ନିରୁ ଧୂମକୁଣ୍ଡଳି ଉପରକୁ ଉଠୁଛି।ଆଖପାଖ ଗାଆଁ ମାନଙ୍କରେ ପାଉଁଷ ପାହାଡ ସବୁ ଭରି ଗଲାଣି।କାରଖାନାର ବର୍ଯ୍ୟମଇଳା ସବୁ ନେଇ ନଈରେ ଛାଡି ଦେଉଛନ୍ତି।ଜଳ ସବୁ ଦୂଷିତ ହେବାକୁ ଲାଗିଛି। ବର୍ଷାଦିନ ପାଉଁଷ ପାହାଡ ଖସଡି କେତେ ଲୋକ ଜୀବଯନ୍ତୁ ମରୁଛନ୍ତି।କେତେ ଜମି ଅକାମୀ ହେଇ ଯାଉଛି।ବଞ୍ଜର ପାଲଟି ଯାଉଛିଏଇ ବିଷ ପ୍ରଭାବରେ,ଚାଷ ଉପଯୋଗୀ ରହୁନି।


ଜଳରେ ବିଷାକ୍ତ ମଇଳା ମିଶି ସମୟେ ସମୟେ ମାଛ ଓ ଅନ୍ୟ ଜଳଚର ଜୀବ ରୋଗାକ୍ରାନ୍ତ ହୋଇ ପଡୁଛନ୍ତି।ମରିକରି ପାଣି ଉପରେ ଭସିବା ଦେଖିବାକୁ ମିଳୁଛି।ତା ସହ ଯୋଉ ମଣିଷ ମାନେ ଏମିତି ନଈ ପାଣିକୁ ପିଉଛନ୍ତି,ସେମାନେ କିଡନୀ ପ୍ରଭୃତି ରୋଗରେ ଆକ୍ରାନ୍ତ ହୋଇ ପଡୁଛନ୍ତି। କାରଖାନା ଧୂଆଁରେ ବାୟୁମଣ୍ଡଳ ଦୂଷିତ ହେଉଛି।ଏମିତି ବାୟୁକୁ ପ୍ରଶ୍ବାସରେ ଗ୍ରହଣ କରି ଅନେକ ଫୁସଫୁସ ରୋଗ ହେଉଛି।ଶ୍ବାସ ରୋଗ,କାଶ,ଯକ୍ଷ୍ମା ଏପରି ଅନେକ ରୋଗର କାରଣ ହେଉଛି ଏ ବିଶାକ୍ତ ଧୂଆଁ। କରୋନାପରି ଅନେକ ରୋଗ ସୃଷ୍ଟି ହେଉଛି

ଏପରି ଦୂଷିତ ପରିବେଷ ହେତୁ।ଅମ୍ଲଜାନ ସ୍ତର କମିଯିବା ଫଳରେ କରୋନା ତାର ପ୍ରଦୁର୍ଭାବ ବଢାଇ ଚଲିଛି।

ଗଛକଟିବା ଓ କଳକାରଖାନାର ପ୍ରତିଷ୍ଠା ହେତୁ ଆଜି

ଝାରସୁଗୁଡା ବିଷାକ୍ତ ସହର ପାଲଟି ଯାଉଛି।ଲୋକଙ୍କ ଚଳିବା ଏବେ ଦୂରୁହ ହେବାକୁ ବସିଲାଣି।ଯଦି ଆଜିଠୁ ସଜାଗ ନହେଲେ ଦିନ ଆସିବ ଏଠି କେବଳ ରୋଗୀ ମାନେ ରହିବେ।କେବଳ ଏରୋଡ୍ରାମ ତିଆରି କରି ବଡ ନଗର ସହ ସଂଯୋଗ କରିଦେଲେ ସେ ଜାଗାର ଉନ୍ନତି ହୋଇ ଯାଏନି।ତାର ସ୍ବଚ୍ଛତା ପ୍ରତି ବି ଜାଗରୁକତା ହେବା ଦରକାର । ଯଦି କାରଖାନା ର ବର୍ଯ୍ୟବସ୍ତୁକୁ ରିସାଇକିଲ୍ କରି ଅନ୍ୟ କାମରେ ଲଗାଯାଏ ଓ ନୂଆଁ ବଣ ସୃଷ୍ଟିକରି ଅମ୍ଲଜାନ ସ୍ତର ବୃଦ୍ଧି କରାଯାଏ ତାହଲେ ଏ ସମସ୍ୟାରୁ ଆମେ କିଛିକାଂଶରେ ମୁକ୍ତ ହେବା।


ସୁବଳର ଏତେ ଲମ୍ବା ଭାଷଣ ଶୁଣିଲା ପରେ ବିମଳ ଭାବୁଥିଲେ ସେ ଯେଉଁ ଝାରସୁଗୁଡାର ରୂପକୁ ସ୍ବପ୍ନରେ ସଜାଇ ଦେଖିବାକୁ ଫେରିଛନ୍ତି,ତାହା କଣ ଦେଖିବାର ଭାଗ୍ୟ ମିଳିବନି।ବାପାଙ୍କର ପଚାଶ ଏକର ସବୁଜ ଧାନ କ୍ଷେତ ଥିଲା।ସେ ବାପାଙ୍କ ସହ ପିଲାବେଳେ ସାଥିରେ ଯାଉଥିଲେ।ଲଙ୍ଗଲ ଧରିବା,ମଇ ଚଳାଇବା ,ଧାନ ଦାଇବା ବି ଶିଖିଥିଲେ।ଇବ ନଈରେ ସେ ପହଁରି ଗାଧୋଉ ଥିଲେ।ନଈ କୂଳରେ ବଣଭୋଜି କରୁଥିଲେ।ଜଙ୍ଗଲିଆ ଫଳ ସବୁ ଖାଇବାକୁ ଭଲ ପାଉଥିଲେ।ସେ ସବୁ ର ସୁଖ ପୁଣି ଥରେ ସାଉଣ୍ଟିବାକୁ ତ ସେ ଫେରି ଆସିଛନ୍ତି।ହେଲେ ତାଙ୍କର ସ୍ବପ୍ନର ସହର ଆଜି ବିଷାକ୍ତ ସହର ପାଲଟି ଯାଇଛି ଶୁଣି ବଡ ମନଦୁଃଖ କରୁ ଥିଲେ ସେ।ସେ ସୁବଳକୁ କହୁଥିଲେ ଭାଇ ମୁଁ ଜୀବନରେ ଅନେକ ଧନ କମାଇଛି।ଯଦି ମୋର କିଛି ଧନ ଏ ସହରପାଇଁ ଲଗାଇଦେବି ତାହେଲେ ମତେ ସୁଖ ମିଳିବ।ଆମେ ଏବେ ଦୁଇଭାଇ ମିଶି ଗଛଲଗାଇବା କାର୍ଯ୍ୟକ୍ରମ ଆରମ୍ଭ କରିଦେବା।ମରିଲାବେଳେ ମନରେ କିଛି ଶାନ୍ତି ମିଳିବ।ଏତେଦିନ ବିଦେଶରେ ରହି ମୋ ଜନ୍ମମାଟି ପାଇଁ କିଛି କରି ପାରିଲିନି। ଶେଷ ସମୟରେ ଯାହା ମୋ ଦେଇ ହେବ କରିବି।


Rate this content
Log in

Similar oriya story from Inspirational