STORYMIRROR

Samar Ballav Bhoi

Tragedy Action Inspirational

4  

Samar Ballav Bhoi

Tragedy Action Inspirational

ବିସ୍କୁଟ ପ୍ୟାକେଟ

ବିସ୍କୁଟ ପ୍ୟାକେଟ

3 mins
216


ଚାରି ଆଡ ଖାଁ ଖାଁ ଲାଗୁଥାଏ, ସାରା ବିଶ୍ବରେ ଆତଙ୍କ ଖେଳିଯାଇଥାଏ ସେହି କରୋନା ଭୁତାଣୁ ପାଇଁ। ମହାମାରୀ ସଂକ୍ରମଣ ବଢୁଥିବାରୁ ସାରା ସହର, ଗାଁ ସବୁ ତାଲା ବନ୍ଦ। ତାଲା ବନ୍ଦ କୁ ପାଖାପାଖି ଦୁଇ ମାସ ହୋଇଗଲାଣି।ଘରେ ଗଛିତ ହୋଇ ଥିବା ଖାଦ୍ୟ ସାମଗ୍ରୀ ସବୁ ସରି ଆସିଲାଣି। ଆଉ ପାଖରେ ଖାଇବାକୁ କିଛି ନଥାଏ, ଟଙ୍କା ପଇସା ବି ପାଖରୁ ଗୋଟେ ପ୍ରକାର ସରି ଯାଇଥାଏ। କ'ଣ କରିବ କିଛି ଜାଣିପାରୁନି ରଘୁନାଥ, ରଘୁନାଥ ତାର ସ୍ତ୍ରୀ କୁ ଡାକିଲା, ମାଧୁରୀ ତା ଝିଅ ରୂପାର ଆଠ ମାସ ଗର୍ଭବତୀ ଥାଏ। ସ୍ବାମୀ ଟା ଦାଦନ ଖଟିବାକୁ ସୁରଟ ଯାଇଛି, ଲକ୍ଡାଉନ ଯନ୍ତ୍ରଣାରେ ଦାଦନ ଶ୍ରମିକଙ୍କ କଷ୍ଟର ସ୍ପଷ୍ଟ ଚିତ୍ର ଟିଭି ନିୟୁଜ ରୁ ଜାଣି ହେଉଥାଏ, କେତେ କଷ୍ଟ ଥିଲା ସେ ସମୟ ? ରଘୁନାଥ, ସ୍ତ୍ରୀ ମାଧୁରୀ ନ ଖାଇ ସିନା ରହିଯିବେ ହେଲେ ଝିଅ ରୂପା !! ଭାରି ବ୍ୟସ୍ତ ହୋଇ ପଡୁଥାଏ ରଘୁନାଥ। ମାଧୁରୀ ଝିଅ ରୂପା ପାଖରେ ମୁଣ୍ଡରେ ହାତ ଦେଇ ବସିଥାଏ। ମାଧୁରୀ ଟିକିଏ ଶୁଣିଯାଅ!! ଏ ଅବସ୍ଥା ରେ ମୁଁ ନିଜକୁ ଭାରି ଦୁଃଖିତ ମନେ କରୁଛି। ଆମେ ସିନା ଉପବାସ କି ପାଣି ମୁନ୍ଦେ ପିଇ ରହିଯିବା ହେଲେ ରୂପା କ'ଣ କରିବ? ଜ୍ବାଇଁ ପୁଅ ତାକୁ ଆମ ପାଖରେ ଭରସା ରେ ଛାଡି ଯାଇଛି। 

ସେ ସିନା ଏସବୁ ପରିସ୍ଥିତି ବିଷୟରେ ଜାଣିଛି, ହେଲେ ଭୋକିଲା ପେଟରେ ରହିଲେ ତା ପେଟରେ ଥିବା ପିଲାର ଅବସ୍ଥା କ'ଣ ହେବ ? ଏସବୁ ପ୍ରଶ୍ନ ମତେ ଘାଇଲା କରୁଛି। ମାଧୁରୀ ଚୁପଚାପ୍ ଛିଡ଼ା ହୋଇ ଥାଏ। ବାପା ହୋଇ ଝିଅଙ୍କୁ ଏ ଅବସ୍ଥା ରେ କେମିତି ଛାଡି ପାରିବି। ଭାବିଲା ଛକ ପାଖ ଦିନା ମଉସା ଦୋକାନରୁ ପଛପଟ ଦେଇ ବିସ୍କୁଟ ପ୍ୟାକେଟ ଟେ ନେଇ ଆସିଲେ ରୂପା ଖାଇବ। ଅନେକ ଦିନ ହେଲା ଘର ଭିତରେ ରହି ଅଣନିଶ୍ବାସୀ ହୋଇ ଗଲାଣି, ଘରୁ ବାହାରକୁ ଯାଇ ଦେଖିଲା, ରାସ୍ତା ଘାଟ ସବୁ ଶୂନଶାନ, ଖାଁ ଖାଁ ଲାଗୁଥାଏ। ସାହସର ସହିତ ଦିନା ମଉସା ଦୋକାନ ପାଖରେ ପହଞ୍ଚିଗଲା, ଡାକ ପକାଇଲା , ଦିନା ମଉସା ଭିତର ପଟୁ ଦେଖିଲା ରଘୁନାଥ, ଆରେ ରଘୁନାଥ କ'ଣ ପାଇଁ ଡାକୁଛୁ!! ଏଇନେ ଦୋକାନ ଖୋଲିଲେ ପୋଲିସ ବାବୁଙ୍କୁ ଜରିମାନା ଗଣିବାକୁ ପଡିବ। ରଘୁନାଥ ତୁ ଏଠୁ ପଳାଇ ଯା, ନହେଲେ....! ରଘୁନାଥ ଏ କଥା ଶୁଣି ଦିନା ମଉସା କୁ କାକୁତି ମିନତି କରି କହିଲା, ମଉସା ରୂପା ପାଇଁ ଗୋଟିଏ ବିସ୍କୁଟ ପ୍ୟାକେଟ ଦେଇ ଦେ ସେ ଖାଇବ, ସେ କିଛି ନଖାଇ କେମିତି ରହିପାରିବ ଏ ସମୟରେ।ଘରେ ଯାହାକିଛି ଥିଲା ସବୁ ସରି ଗଲାଣି। ଏତକ କଥା ନ ସରୁଣୁ , ପୋଲିସ ଗାଡିର ଶବ୍ଦ ଶୁଭିଲା, ଦିନା ମଉସା ଘର ଭିତରକୁ ପଳାଇଲା। ପୋଲିସ ଗାଡି ଆସି ରଘୁନାଥ ପାଖରେ ଛିଡ଼ା ହେଲା। ଜଣେ ପୋଲିସ ବାବୁ ଉହ୍ଲାଇ ଆସି କହିଲେ, ଚାରିଆଡ଼େ ବନ୍ଦ, କେହି ବାହାର କୁ ବାହାରିବା ଅନୁଚିତ। ବାହାରେ କରୋନା ବୁଲୁଛି, ତତେ ଯଦି ସଂକ୍ରମଣ ହେଲା ସାରା ପରିବାର କୁ ସଂକ୍ରମିତ ହେବ, ଶ୍ରୀଘ୍ର ଏଠାରୁ ପଳାଇ ଯା। ନଚେତ୍ ଆମକୁ ଆମ କାମ କରିବାକୁ ପଡ଼ିବ। ଏ କଥା ଶୁଣି ରଘୁନାଥ ପୋଲିସ ବାବୁଙ୍କୁ ତା ସ୍ତ୍ରୀ ଓ ଝିଅ ରୂପା ବିଷୟରେ ଅବଗତ କଲା। ପୋଲିସ ବାବୁ କହିଲେ ତୁ ଘରକୁ ଯା' ଆମେ କିଛି ବ୍ୟବସ୍ଥା କରୁଛୁ। ରଘୁନାଥ ନିରାଶ ମୁହଁରେ ଘରକୁ ଫେରି ଗଲା। ମାଧୁରୀ ଆସି ପଚାରିଲା କ'ଣ କିଛି ଆଣିଲ ନା ନାହିଁ। ରୂପାକୁ ଭାରି ଭୋକ ଲାଗିଲାଣି, ଶୁଣି କାଠ ପରି ଠିଆ ହୋଇ ଥାଏ ରଘୁନାଥ। ଆଖିରୁ ଲୁହ ଠପ୍ ଠପ୍ ହୋଇ ବୋହି ଯାଉଥାଏ। ମାଧୁରୀ କହିଲା ତମେ ଜମା ବ୍ୟସ୍ତ ହୁଅନି, ଭଗବାନ ଏତେ ନିଷ୍ଠୁର ନୁହଁନ୍ତି। ସେ ନିଶ୍ଚିତ ଭାବରେ ଆମ କଥା ଶୁଣିବେ।

ମାଧୁରୀ , ରଘୁନାଥ ଦୁହେଁ ରୂପାର ପେଟରେ ଥିବା ପିଲାଟା କଥା ଭାବି ବ୍ୟସ୍ତ ହେଉଥାନ୍ତି, ହେଲେ ଏମିତି ଏ ପୋଡ଼ା ମୁହାଁ କରୋନା ଟା ଏହି ସମୟରେ ଆସିବାର ଥିଲା? ସାରା ସଂସାର କୁ ଅସ୍ତବ୍ୟସ୍ତ କରିସାରିଲାଣି। କେବେ ଏ କରୋନା ଟା ଯିବ ଯେ? ଏହି ସମୟରେ କିଏ ବାହାର ପଟୁ କବାଟ ଠକ୍ ଠକ୍ ଶବ୍ଦ କଲେ। ରଘୁନାଥ ଭୟରେ ଛାନିଆ, ରଘୁନାଥ କବାଟ ଖୋଲି ଦେଖେ ତ ଦିନା ମଉସା ସହିତ ପୋଲିସ ବାବୁ ଆସିଛନ୍ତି। ଦିନା ମଉସା କହିଲା ପୋଲିସ ବାବୁ କହିଲେ ସେ ରଘୁନାଥ ପାଖକୁ ନେଇ ଚାଲ। ପୋଲିସ ବାବୁ ରଘୁନାଥ ହାତକୁ ଗୋଟିଏ ବ୍ୟାଗ ବଢାଇ ଦେଲେ।

ଆଉ କହିଲେ, ଏଥିରେ ଡାଲି, ଚାଉଳ, ପନିପରିବା , କିଛି ତେଜରାତି ସଉଦା ଅଛି। ଆଉ ରଘୁନାଥ ହାତରେ କିଛି ଟଙ୍କା ବି ଦେଲେ। ଆଉ ଗଲାବେଳେ କହି ଗଲେ ମୋର ଏହି ତମ ଅଂଚଳ ରେ ଡ୍ୟୁଟି ପଡ଼ିଛି, ଦରକାର ହେଲେ ମୋତେ ଜଣାଇବ, ଏହି ସମୟରେ ପକେଟରୁ ମୋବାଇଲ କାଢୁ କାଢୁ ବିସ୍କୁଟ ପ୍ୟାକେଟ ଟା ଖସିପଡିଲା। ବୁଲି ପଡ଼ି କହିଲେ, ଆରେ ବିସ୍କୁଟ ପ୍ୟାକେଟ ଆଣିଥିଲି ଦେବା ପାଇଁ ଭୁଲିଗଲି କେମିତି? ରଘୁନାଥ ଏ ବିସ୍କୁଟ ପ୍ୟାକେଟ ଟା ନେଇଯାଅ ତୁମ ଝିଅ ରୂପା କୁ ଦେଇଦିଅ। ରଘୁନାଥ ଓ ମାଧୁରୀ ଦୁହେଁ ପୋଲିସ ବାବୁଙ୍କୁ ଧନ୍ୟବାଦ ଦେଉଥାନ୍ତି, ପୋଲିସ ବାବୁ କହିଲେ ଏଥିରେ ଧନ୍ୟବାଦ କ'ଣ? ମୁଁ ତ ମୋର କର୍ତ୍ତବ୍ୟ କରୁଛି। ଏହା କହି ସେ ଜାଗାରୁ ଚାଲିଗଲେ। ଈଶ୍ବର ସର୍ବ ବିଦ୍ୟମାନ ବୋଲି ରଘୁନାଥର ବିଶ୍ବାସ ହୋଇଗଲା। ସଙ୍ଗେ ସଙ୍ଗେ ମାଧୁରୀ ଭାତ ରାନ୍ଧି ବାକୁ ଚାଲିଗଲେ। ରଘୁନାଥ ବଡପାଟିରେ କହିଲେ ଆରେ ମାଧୁରୀ ଆଗ ବିସ୍କୁଟ ପ୍ୟାକେଟ ଟା ନେଇ ରୂପା କୁ ଖାଇବାକୁ ଦିଅ। ତାପରେ ଭାତ ଚୁଲିରେ ବସାଇ ବ। ସତରେ ସମୟ ସମୟରେ ବିପଦକୁ ଦୁରେଇ ବା ପାଇଁ ଈଶ୍ୱର ଭିନ୍ନ ରୂପରେ ଆସିଥାନ୍ତି। ଈଶ୍ବର ସବୁବେଳେ ମଣିଷର ପରୀକ୍ଷା ନେଇଥାନ୍ତି।


Rate this content
Log in

Similar oriya story from Tragedy