STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ବିଶ୍ୱଶାନ୍ତି ଦିବସର ଅନୁଚିନ୍ତା 

ବିଶ୍ୱଶାନ୍ତି ଦିବସର ଅନୁଚିନ୍ତା 

1 min
3

ବିଶ୍ୱଶାନ୍ତି ଦିବସର ଅନୁଚିନ୍ତା 

   ==============

ଶାନ୍ତି ଦିବସରେ ମନେପଡ଼େ ଆଜି 

     ଏକ ଇତିହାସ କଥା l

କଳିଙ୍ଗ ଯୁଦ୍ଧରେ ଅଶୋକ ହାଣିଲେ 

   ଲକ୍ଷ ଲକ୍ଷ ଲୋକ ମଥା ll

ଏତେ ମୁଣ୍ଡ ହାଣି ବିସ୍ମୟ ସମ୍ରାଟ 

      ଯୁଦ୍ଧ ନ ପାରନ୍ତି ଜିଣି l

ମଣିଷ ରକତେ ଲାଲ ହୋଇଲାଣି 

     ଦଇଆ ନଦୀର ପାଣି ll

ଶେଷରେ ଆସିଲେ କଳିଙ୍ଗର କନ୍ୟା 

      ମହିୟସୀ କାରୁବାକୀ l

କୈବର୍ତ୍ତ ରମଣୀ କହେ ଶାନ୍ତି ବାଣୀ 

     ଚଣ୍ଡାଶୋକଙ୍କୁ ପ୍ରଶଂସୀ ll

ହେ ସମ୍ରାଟ ! ତୁମ୍ଭେ ବୁଝି କି ପାରିନ 

        ମଣିଷ ହୃଦୟ ବାଣୀ l

ଲକ୍ଷେ ମଥା ହାଣି ରକ୍ତ ବୁହାଇଲ 

       ହୃଦୟ ପାରିନ ଜିଣି ll

ଏ ଯୁଦ୍ଧରେ ଜୟ ଅସମ୍ଭବ ତୁମ୍ଭ 

     ଫେରିଯାଅ ଫେରିଯାଅ l

ପୂର୍ଣ୍ଣ ହେବନାହିଁ ତୁମ୍ଭର ସେ ଆଶା 

      ଲଭିବାକୁ ଦିଗ୍ବିଜୟ ll

ସମ୍ରାଟ ଅଶୋକ ସ୍ତବ୍ଧ ହେଲେ କ୍ଷଣେ 

      ଦୟାରେ ଆର୍ଦ୍ର ହୃଦୟ l

କି ବୁଦ୍ଧି କରିବି, କୁହ ହେ ତରୁଣୀ 

     ହେବ ଏହି ପାପ କ୍ଷୟ ll

ଛାଡ଼ ଚଣ୍ଡ ବୁଦ୍ଧି ଏବେଠାରୁ ତୁମେ 

        ବୁଦ୍ଧଙ୍କର କର ଜୟ l

ହିଂସା ପ୍ରଣୋଦିତ ତରବାରୀ ଜୟ 

      ଅଟେ ସଦା ପରାଜୟ ll

ସତ୍ୟ,ଶାନ୍ତି,ଦୟା,କ୍ଷମା ଆଚରଣେ 

          ଜିଣ ମଣିଷ ହୃଦୟ l

ଚଣ୍ଡାଶୋକ ଏହି ଧର୍ମାଶୋକ ହେଲେ 

        ମହାତ୍ମା ବୁଦ୍ଧଙ୍କ ଜୟ ll

ସତ୍ୟ, ଶାନ୍ତି, ଦୟା, କ୍ଷମା ଏ ଅଟଇ 

        ମାନବ ମହତ ଗୁଣ l

ସମାଜ ତିଷ୍ଠିଛି ଏ ଚାରି ସ୍ତମ୍ଭରେ 

       ଗିରି ଗରୁ ଗରୀୟାନ ll

ଦୟା ଗୁଣେ ଦିନେ ପ୍ରଭୁ ଚକ୍ରଧାରୀ 

      ହୋଇଥିଲେ ଶାନ୍ତି ଦୂତ l

ଶାନ୍ତି ବାଣୀ ଧରି ହସ୍ତିନାକୁ ଗଲେ 

       ବଖାଣେ ମହାଭାରତ ll

             🙏🙏🙏

                 ଅର୍ଜୁନୀ 

           -----------

ଅର୍ଜୁନୀ ଚରଣ ବେହେରା 

ମୋ -7693091971


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational