Madhabi Patel

Inspirational

3  

Madhabi Patel

Inspirational

ବିଶ୍ୱାସ

ବିଶ୍ୱାସ

3 mins
178


ମାଘମାସର ଶୀତୁଆ ସକାଳ।ଏବେବି ଶୀତର ରାଜୁତି।ଯଦିଓ ବସନ୍ତର ବିଜୟ ବାରତା ପହଞ୍ଚିଗଲାଣି ଧରାପୃଷ୍ଠରେ।କଅଁଳ କିଶଳୟର ସମ୍ଭାରରେ ସଜେଇ ହେଉଛି ଧରଣୀରାଣୀ।କୁସୁମ ଓ କଢିର ଲଦି ହେଉଛନ୍ତି ମହୀରୁହ ସମୂହ।ଆମ୍ରବାଟିକାରେ ବଉଳର ସମ୍ଭାର।ବଣ ପ୍ରାନ୍ତରରେ ପଲାସ ଶିମୁଳି ତାର ରଙ୍ଗିନ ପସରା ଖେଳାଇବାପାଇଁ ପ୍ରସ୍ତୁତ ହେଉଛି।କୋକିଳ ସୁଳଳିତ କଣ୍ଠରେ ମେଲି ଦେଲାଣି ବସନ୍ତର ସ୍ୱାଗତ ଗୀତିକା।ରିମା ଏମିତି ଏକ ମଧୁ କ୍ଷଣରେ ଘରର ଯାବତୀୟ ନିତିଦିନିଆ କାମ ସାରି ଟିକେ ଫୁର୍ସତ ପାଇବାରୁ ମୋବାଇଲଟା ଖୋଲିବାକ୍ଷଣି ମେସେଞ୍ଜରରେ କାହାର ମେସେଜଟିଏ ଗୋଲାକାର ପେଣ୍ଡୁ ଭିତରୁ ବାହାରିଆସିଲା।ତାକୁ ଆଙ୍ଗୁଳିରେ ଦବାଇଦେବା ପରେ ସେଥିରୁ ଏକ ଭିଡିଓ ବାହାରିଲା।

ଜଣେ କେହି ଅଜଣା ଫେସ୍ ବୁକ୍ ବନ୍ଧୁ ତାକୁ ପଠାଇଥିଲେ। ଭିଡିଓଟା ଥିଲା ଏପରି ରେମଣ୍ଡ କମ୍ପାନୀର ସ୍ୱନାମଧନ୍ୟ ବ୍ୟବସାୟୀ ଓ ଧନୀରୂପେ ପ୍ରତିଷ୍ଠା ପାଇଥିବା ବିଜୟପତ ସିଂହାନିଆ ଆଜି ଦିଲ୍ଲୀର ରାଜରାସ୍ତାରେ ପାଦରେ ଚାଲି ଚାଲି ଜୀବିକା ନିର୍ବାହ କରୁଛନ୍ତି।ଏକ ଛୋଟ ଭଡାଘରେ କାଟୁଛନ୍ତି ଏକାକୀ ଜୀବନ।ଏସବୁ ଘଟିଲା କିପରି?ଅଠସ୍ତରି ବର୍ଷର ଶ୍ରୀଯୁକ୍ତ ସିଂହାନିଆ ଯିଏ ଟାଟା ବିର୍ଲା ପରେ ତିନି ନମ୍ବର ଆସନରେ ପ୍ରତିଷ୍ଠା ପାଇଥିଲେ।ଯିଏ କିଛିବର୍ଷ ଆଗେ ବାର ହଜାର କରୋଡର ମାଲିକ ଥିଲେ ତାଙ୍କର ଏପରି ଅବସ୍ଥା ହେଲା କିପରି?

ଏଥିପାଇଁ କୋଣସି ଦୂର୍ଘଟଣା ପ୍ରାକୃତିକ ବିପତ୍ତି ବା ଶତ୍ରୁତା ଦାୟୀ ନୁହେଁ ବରଂ ନିଜର ଅଳିଅଳ ସନ୍ତାନ ହିଁ ଠକି ଦେଇଛି ନିଜ ଜନକକୁ।ବାଧ୍ୟ କରିଛି ଦାଣ୍ଡର ଭିକାରି ସାଜିବାକୁ।

ଭିଡିଓଟି ଦେଖିଲାପରେ ରିମା ମନରେ ଏକ ଭୂମିକମ୍ପର ସୃଷ୍ଟି ହେଇଗଲା।କଣ ହେଉଛି ଆଜିର ଦୁନିଆଁ?ନିଜର ଆପଣାର ଶତ୍ରୁ ସାଜୁଛନ୍ତି।ଲୁଟି ନେଉଛନ୍ତି ଆପଣାକୁ।ରାସ୍ତାର ଭିକାରି ସଜାଇ ଦେଉଛନ୍ତି।

ଜରାଶ୍ରମରେ ଛାଡି ଦେଉଛନ୍ତି।କୁଆଡେ ଯାଉଛି ମଣିଷତା?ଆଜି ବନ୍ଧୁ ବନ୍ଧୁକୁ ଠକୁଛି।ଭାଇ ଭାଇକୁ ଠକୁଛି।ଭଉଣୀ ଭଉଣୀକୁ ଠକୁଛି।ମଣିଷ ବିଶ୍ୱାସ କରିବତ କାହାକୁ କରିବ।କେମିତି ଚିହ୍ନିବ କିଏ ବିଶ୍ୱାସୀ ବୋଲି।ତାରି ଆଖି ସାମନାରେ ଘୁରି ଯାଉଥିଲେ ଏମିତି ଚରିତ୍ରସବୁ।ସିନେମା ପର୍ଦା ପରି ଗୋଟେ ପରେ ଗୋଟେ ଉଦ୍ଭାସିତ ହେଉଥିଲେ ତାର ମନ ମୁକୁରରେ।ଗୋଟିଏ ଛୋଟଭାଇ ଯିଏ ତାର ଉପାର୍ଜିତ କଳାଧନରେ ଭଣଜାମାନଙ୍କ ନାଆଁରେ କଣିଥିଲା କେତେ ଏକର ଜମି।ହେଲେ ନିଜ ମାଆ ପେଟର ନାନୀ ପୁଅକୁ ଶିଖାଇ ସେ ଜମିତକ ବିକ୍ରି କରିଦେଲା ଭାଇର ଅଜାଣତରେ।ଭାଇ ଜାଣିଥିଲେ ବି କଣ କରିପାରିଥାନ୍ତା । ଜମି ତ ତାଙ୍କ ନାଆଁରେ ଥିଲା ସେ ଭରସା ଓ ବିଶ୍ୱାସରେ ତାଙ୍କ ନାଆଁରେ କରିଥିଲା। ସରକାରକୁ ଠକି ଜମାକରିଥିବା କଳାଧନରେ କିଣାଜମି ସେମିତି ଠକ ହାତରେ ଗଲା।ଜଣେ ବଡଭାଇ ନିଜ ପରିବାରକୁ ଭାଇ ଜିମାରେ ଛାଡି ବାହାରକୁ କିଛିବର୍ଷ ଚାଲିଗଲା ।ଆସିଲା ବେଳକୁ ତାର ପରିବାର ତାର ହୋଇ ନଥିଲା ପରିବାରର ଖର୍ଚ୍ଚ ବଦଳରେ ଭାଉଜକୁ ତାର ଅକ୍ତିଆର କରି ସାରିଥିଲା ଭାଇ।

ଛୋଟ ଭାଇର ପୁଅ ମାନେ ନିଜ ପୁତୁରା ଜମିଭାଗକୁ ନେଇ ବଡବାପାକୁ ସୁଯୋଗ ଉଣ୍ଡି ଧାନକ୍ଷେତ ଭିତରେ ମାରି ଫୋଫାଡି ଦେଇଥିଲା।ଜଣେ ଭଉଣୀ ସ୍ୱଳ୍ପ ସ୍ୱଳ୍ପ କରି ସଂଚୟ କରିଥିବା ଅର୍ଥକୁ ନିଜ ମାଁପେଟର ଭଉଣୀ ଓ ଭିଣୋଇ କୁ ବିଶ୍ୱାସର ସହ ଦେଇଥିଲା।ସ୍ୱାମୀଙ୍କଠୁ ଲୁଚାଇ ସେ କିଛି କିଛି ଟଙ୍କା ଜମାକରୁଥିଲା ବିପଦ ଆପଦରେ କାମ ଦେବ ବୋଲି।ତା ନାଁରେ ଛୋଟଘରଟେ ଭଡାରେ ଅଛି ତାର ଭଡା ତକ ସେ ନିଜେ ଖର୍ଚ୍ଚ ନକରି ଭବିଷ୍ୟତ ପାଇଁ ଜମା କରୁଥିଲା, ଯାହା ଚାରିଲକ୍ଷ ଉପରେ ହୋଇ ସାରିଥିଲା।ହେଲେ ମୋଦିଙ୍କ ଶାସନରେ ଯେତେବେଳେ ପଚାସ ଓ ହଜାର ଟଙ୍କାନୋଟ ସବୁ ଅକାମି ହୋଇଗଲା ସେତେବେଳେ ତାର ଚାରିଲକ୍ଷ ଟଙ୍କାବି ଅକାମି ହୋଇଗଲା।ସେଥିରୁ ତିନିଲକ୍ଷ ସେ ସ୍ୱାମୀଙ୍କୁ ବାହାର କରିଦେଲା।ଯାହା ସେ ଦୁଇ ପିଲାଙ୍କ ନାଁରେ ଓ ତାଙ୍କ ଦୁଇଜଣକ ନାଁରେ ପଚାସ ହଜର କରି ରଖିଲେ। ବାକି ଲକ୍ଷେକୁ ଜଣେ ସମନ୍ଧିଙ୍କୁ ବଦଳ କରିବାକୁ ଦେଲେ।ସେ ତା ବଦଳରେ ଅନ୍ୟ ଟଙ୍କା ଫେରାଇଲେ ଓ ତାକୁ ନିଜ ନାଁରେ ଜମାକରିନେଲେ।ସ୍ୱାମୀଙ୍କ ଅଜାଣତରେ ସେ କିଛି ହାତଖର୍ଚ ରଖିବାପାଇଁ ବାକି ଲକ୍ଷେଟଙ୍କାକୁ ନିଜ ନାନୀ ଭିଣୋଇଙ୍କୁ ଭରସା କରି ବଦଳାଇ ବାକୁ ଦେଲା।ସେଥିରୁ ଥରେ ଷାଠିଏ ହଜାର ସେମାନେ ଫେରାଇଥିଲେ।ଏ ଭିତରେ କୌଣସି ଏକ ଭୁଲ୍ ବୁଝାମଣା ନେଇ ଦୁଇ ଜଣକ ସମ୍ପର୍କ ଭାଙ୍ଗିଗଲା ତାପରେ ସେ ଟଙ୍କା ଆଉ ସେ ଫେରାଇଲେନି।

ତାପରେ ପୁଣି ସେ କଛି ଟଙ୍କା ସଂଚୟ କରିବାକୁ ଲାଗିଲା ଯାହା ପଚାଶ ହଜାର ଉପରେ ହେଇଥିଲା ତାହା ବି ଚୋରଆସି ନେଇଗଲେ।ସେଦିନୁ ସେ ଜାଣିଗଲାଯେ ଚୋର ଧନ ଲବାର୍ ଖାଏ କଥାଟା ପୂରା ସତ। ଆଉ ଏ ନିଜ ଆପଣାର ସଂପର୍କ ମାନେ ବି କେହି ନିଜର ନୁହଁନ୍ତି।ସମୟ ସୁଯୋଗ ପାଇଲେ ଏମାନି ବି ନିଜ ଲୋକଠୁ ଫାଏଦା ଉଠାଇବାକୁ ପଛନ୍ତି ନାହିଁ। ହେଲେ ଯୁଗଥିଲା ଲୋକ ଧନ ଠାରୁ ସମନ୍ଧକୁ ବେଶି ମାନ୍ୟତା ଦେଉଥିଲେ।

ଏମିତି ଏକ କଳିଯୁଗ ଠିକ୍ ପୂର୍ବର କାହାଣୀ ଅଛି।

ଗୋଟିଏ ଲୋକର ଘର ତୋଳାପାଇଁ ମାଟିଖୋଳା ଚାଲିଥାଏ।ମାଟିଭିତରୁ ପୋତାଧନ ବାହାରିଲା।କାମକରୁଥିବା ଶ୍ରମିକ ଆଣି ଘରମାଲିକକୁ ଧନ ଯାଚିକିଦେଲା କହିଲା ଯେହେତୁ ଜମି ତୁମର ତେଣୁ ପୋତାଧନ ବି ତୁମର।ଏପଟେ ମାଲିକ କହୁଥାଏ ଯେହେତୁ ଧନ ବିଷୟରେ ମୁଁ ଅଜ୍ଞ ।ଧନ ତୁମେ ପାଇଛ ଧନ ତୁମର।ଏମିତି ଅନେକ ଉଦାହରଣ ଅଛି ପୁରାଣରେ।ଯେତେବେଳେ ଗୋଟେପରିବାର ବିପଦର ସମ୍ମୁଖିନ ହେଉଥିଲା ବା ହିଂସ୍ରଜନ୍ତୁ ହାବୁଡରେ ପଡୁଥିଲା ବଡ କହୁଥିଲା ଯେହେତୁ ମୁଁ ପରିବାରର ବଡ ମୁଁ ବିପଦର ପ୍ରଥମେ ସାମନା କରିବି ମୁଁ ପଶୁର ଭୋଜନ ହେବି। ସେତେବେଳେ କନିଷ୍ଟ କହୁଥିଲା ବଡଙ୍କୁ ସମ୍ମାନ ସୁରକ୍ଷା ଦେବା ଛୋଟଙ୍କ ଦାୟିତ୍ୱ ତେଣୁ ସେ ପ୍ରଥମେ ବିପଦକୁସାମ୍ନା କରିବ।ଏପରି ଭାବରେ ଝଗଡା ହେଉଥିଲା ସତେବେଳେ ସଂପର୍କ ବଞ୍ଚାଇବାକୁ।ପଞ୍ଚପାଣ୍ଡବ ବି କୁମ୍ଭୀର ଓ ଅଶୁର ହାବୁଡରେ ପଡିଲାବେଳେ ଏମିତି ଉଚ୍ଚବାଚ୍ଚ ହେଇଥିଲେ ହେଲେ ମାଆ କୁନ୍ତି ସମସ୍ତଙ୍କୁ ତୁନି କରିଦେଇ ଭୀମଙ୍କୁ ଠେଲି ଦିଅନ୍ତି ସେ ବିପଦକୁ।କାରଣ ତାଙ୍କର ପୂର୍ଣ ବିଶ୍ୱାସ ଥିଲାଯେ ବିପଦକୁ ନିପାତ କରି ଫେରି ଆସିବ ତାଙ୍କ ଭୀମ।ହେଲେ ଆଜି କଳିଯୁଗ ଆଜି ସେ ପାରିବାରିକ ପ୍ରେମ ବଳିଦାନ ବିଶ୍ୱାସ ସବୁ ଉଭେଇ ଯାଇଛି ମଣିଷ ମାନସରୁ।ଏପରି ଏକ ଘଡିସନ୍ଧି ମୁହୂର୍ତରେ ପୁଣି ବିଶ୍ୱାସର ବୀଜଟିଏ ରୋପଣ କରିବାର ପାଳି ଆସିଛି।

ଆମକୁ ଏ ହିଂସା ଲୋଭର ଉର୍ଦ୍ଧ୍ୱରେ ଉଠି ପୁଣି ତ୍ୟାଗ ବଳିଦାନର ହାତଧରି ଚାଲିବାକୁ ପଡିବ।ନହେଲେ ଏ ସମାଜ ପରସ୍ପର ଭିତରେ ସଂଘର୍ଷ କରି ବିଲୁପ୍ତ ହୋଇଯିବ।



Rate this content
Log in

Similar oriya story from Inspirational