Satyabati Swain

Comedy

4.5  

Satyabati Swain

Comedy

ବିପରୀତ ଧର୍ମୀ କେମେଷ୍ଟ୍ରି

ବିପରୀତ ଧର୍ମୀ କେମେଷ୍ଟ୍ରି

4 mins
240


ଆଞ୍ଚଳ ସଫା ହୃଦୟର ବିନ୍ ଦାସ ଝିଅଟିଏ।ଫୋ ଫା କଥାବାର୍ତ୍ତା। କିନ୍ତୁ ଏମିତି କଥା କହିବ ଯେ ଯେମିତିଆ ଲୋକ ହେଉନା କାହିଁକି ହସେଇ ଦେବ। ଜୀବନକୁ ନିଜ ବାଗରେ ଜୀଇଁବାକୁ ବଦ୍ଧ ପରିକର। ବିଭିନ୍ନ ସ୍ଥାନ ବୁଲିବାକୁ ଖୁବ୍ ପସନ୍ଦ ତାର। ଖାଦ୍ୟ ପ୍ରିୟ। ପ୍ରଥମେ ନିଜ କଥା ହିଁ ଆଗ ଚିନ୍ତା କରେ । ତା ପାଖରେ କୌଣସି ସମ୍ପର୍କ ମୂଲ୍ୟ ସେତେ ଅଧିକ ନୁହେଁ ଯେତିକି ସାଧାରଣ ମଣିଷଟିଏ ଭାବେ। ଅନ୍ ଲାଇନ୍ ସପିଙ୍ଗ୍ କରିବା ତାର ଆଉ ଏକ ହବି। ଛଅ ମାସକୁ ଥରେ ନୂଆ ଗାଡି କିଣି ଚଢ଼ିବା ତାର ପ୍ରଧାନ ଏକ ସଉକ ମଧ୍ୟରେ ଅନ୍ୟତମ।


ଆଞ୍ଚଳର ଶରୀର ସିନା ଝିଅ ହୃଦୟଟି କିନ୍ତୁ ପୁଅର। ସମସ୍ତ କାର୍ଯ୍ୟ କଳାପ ବି ପୁଅ ପିଲା ପରି।ସୁନ୍ଦର ଝିଅଟେ ଦେଖିଲେ ଲୋଭେଇବ। ଦେଶ ବିଦେଶରେ ଅନେକ ଗାର୍ଲ ଫ୍ରେଣ୍ଡ୍ ତାର ଅଛନ୍ତି। ଯେତେ ଗେ ,ଲେସ୍ ଭିଆନ୍ ଓ ଟ୍ରାନ୍ସପ୍ଲାଣ୍ଟ୍ ଜେଣ୍ଡର୍ ଅଛନ୍ତି ସମସ୍ତେ ତା ଫ୍ରେଣ୍ଡ୍ ଲିଷ୍ଟ ରେ।ଜଣେ ଆସାମୀ ଝିଅ ସହ ତାର ରିଲେସନ୍ ଅଛି ବୋଲି କୁହେ। କୋରୋନାକୁ ନ ଡରି ଆସାମ ଚାଲି ଯିବାର ଦୁଃସାହସ କରିବା ଝିଅ ନାଁ ବୋଧେ ଆଞ୍ଚଳ।ପ୍ରଥମ ବାର ଆସାମୀ ଝିଅକୁ ଦେଖା କରିବାକୁ ଏତେ ପାଗଳ ହୋଇଗଲା ଯେ ଅଜଣା ରାଜ୍ୟକୁ ଫାଇଟ୍ ଧରି ଏକା ଏକା ଚାଲି ଯାଇଥିଲା।


ଆମର ପ୍ରଥମ ସାକ୍ଷାତ ଓ ବନ୍ଧୁତା ବନ୍ଧନରେ ବାନ୍ଧି ହେବ ବେଶ୍ ଆମୋଦ ପ୍ରଦ ଥିଲା।


ସେଦିନ କମନ ରୁମ୍ ରେ କେହି ନଥିଲେ। ମୁଁ ବସି ଅକ୍ଟୋବର ମାସର କାଦମ୍ବିନୀ ପଢୁଥାଏ। ଆଞ୍ଚଳ ଆସି ମୋ ପାଖେ ବସିଲା।


ହେ ମାମ୍ ! ମୁଁ ମେଗାଜିନ ଟି ଦେଖି ପାରେ କି ?


ସିଓର୍।


ମେଗାଜିନ ଟି ତା ହାତକୁ ବଢ଼ାଇ ଦେଲି।ତାଙ୍କର କିନ୍ତୁ ମେଗାଜିନ ଦେଖିବା ବାହାନା ଥିଲା।ଫଡ ଫଡ କରି ଏମୁଣ୍ଡୁ ସେ ମୁଣ୍ଡ ମେଗାଜିନଟି ଓଲଟେଇ ମୋତେ ଫେରେଇ ଦେଉ ଦେଉ କହିଲେ ଆପଣ ଖୁବ୍ ସୁନ୍ଦର ମାମ୍ ।


ଟିକେ ହସିଦେଲି।ନିଜ ସୁନ୍ଦରତା ପୁଅଙ୍କ ଅପେକ୍ଷା ଝିଅଙ୍କ ଠାରୁ ଶୁଣିବା ମଜା ନିଆରା।କାରଣ କୌଣସି ଝିଅ ଅନ୍ୟ କେଉଁ ଝିଅକୁ ସୁନ୍ଦର କହିବା କ୍ଵଚିତ ଦେଖାଯାଏ।ଈର୍ଷା ର ଅନ୍ୟ ନାମ ନାରୀ। ଝିଅଟିଏ ହୋଇ ଅନ୍ୟ ଏକ ଝିଅକୁ ଖୁସିରେ ସୁନ୍ଦରୀ କହି ପ୍ରଶଂସା କରିବା ମୋତେ ଆଚମ୍ବିତ କଲା। ମୋ ହସ ଓ ଚାହାଣି ତାଙ୍କ କଥା ଶୁଣି ସନ୍ତୁଷ୍ଟ ପ୍ରକାଶ କରିବା ସେ ନିଶ୍ଚୟ ବୁଝିଗଲେ।


ଆପଣଙ୍କ ନାମ ?


ଜାହ୍ନବୀ ମହାପାତ୍ର।


ଆପଣ ପଢୁଛନ୍ତି ନା ପଢ଼ାଉ ଛନ୍ତି। ?


ମାନେ !!


ଆରେ ବାବା କଲେଜରେ କିଏ ପଢୁଛି କିଏ ପଢ଼ାଉଛି ନ ଚିହ୍ନି ଥିଲେ ଜାଣି ହେବ କି ?


ଠିକ୍ ଠିକ୍।ସତରେ ଜାଣି ହେବନି।ମୁଁ ସୋସିଅଲୋଜିର ଜୁନିଅର୍ ଲେକ୍ଚର।


ଫାଷ୍ଟ ପୋଷ୍ଟିଂଗ ?


ହଁ।


ହାତ ମିଳାନ୍ତୁ।ମୁଁ ଆଞ୍ଚଳ ସ୍ୱାଇଁ ଅଚୁ ,ପଲ୍ ସାଇନିସ୍ ଜୁନିୟର ଲେକ୍ଚର।ମୋର ବି ଫାଷ୍ଟ ପୋଷ୍ଟିଂଗ।


ଆଛା ତାହେଲେ ତ ଆମେ ବନ୍ଧୁ ହେଲେ।


ସିଓର୍ । ମୁଁ ପରା ପ୍ରଥମ ଦିନ ଦେଖାରୁ ଆପଣଙ୍କ ପ୍ରେମରେ ଜାହ୍ନବୀ ମାମ୍।ଅବଶ୍ୟ ଜାଣି ନଥିଲି ଆପଣ ପିଲା ନା ଅଧ୍ୟାପକ।ଆଛା ଆପଣଙ୍କର ଚୁଟି କଟା ପରି ସଟକଟିଆ ନାଁ ଥିବ ?


ଖୁବ୍ ମଜାଳିଆ କଥା କହୁଛନ୍ତି ତ କମେଡିଆନ୍ ପରି ! ମୋ ଡାକ ନାଁ ଜହ୍ନ।


ବୁଝିଲେ ମାମ୍ ! ବଢିବା, ଗଢିବା,ଓ ଶ୍ରେଷ୍ଠ ହେବା ପଛରେ ଧାଇଁ ଧାଇଁ ଆଜିକା ଡେଟ୍ ର ମଣିଷ ମାନେ ପ୍ରାକୃତିକ ଔଷଧ ହସ ଯାହା ଦେହ ମନକୁ ସରସ ସତେଜ ଓ ପ୍ରଫୁଲ କରେ ତାକୁ ଭୁଲି ଗଲେଣି। ଏଣୁ ମୁଁ ସେଇ ହସ ବଟିକା ବାଣ୍ଟିବା ମେଡିସିନ୍ ଏଜେଣ୍ଟ।


ସତରେ ମୁଁ ପ୍ରଭାବିତ ହେଉଥିଲି ଆଞ୍ଚଳଙ୍କ କଥାବାର୍ତ୍ତା ରେ। ବଞ୍ଚିବା ପାଇଁ ଉପଯୁକ୍ତ ପନ୍ଥା ବାଛିଛନ୍ତି ବୋଲି ମୋର ମନେ ହେଲା। ନୂଆ ଜାଗା, ନୂଆ ନୂଆ ସର୍ଭିସ୍ ରେ ଏପରି ଜଣେ ସାଙ୍ଗ ମିଳିବା ଈଶ୍ୱରଙ୍କ ବରଦାନ ବୋଲି ମୁଁ ଭାବିଲି।


ପୁନଶ୍ଚ ଆଞ୍ଚଳ କହିଲେ, ଜୀବନ ଆଉ କଣ କି ମାମ୍ ! ଟିକେ ଖୁସି ରହିବା ଓ ଖୁସି ବାଣ୍ଟିବା ତ ! କାହା ମୁହଁରେ ଗାରେ ହସର କାରଣ ହେବାରେ ପୁଳା ପୁଳା ଆନନ୍ଦ ମିଳେ ମାମ୍।ଏଥିରେ କିଛି ଖର୍ଚ୍ଚ କରିବାକୁ ପଡେନି କିନ୍ତୁ ରୋଜଗାର ଖୁବ୍ ହୁଏ। ଟଙ୍କା ପଇସା ନୁହେଁ ମ ମାମ୍ ସନ୍ତୋଷ, ଖୁସି ରୋଜଗାର ହୁଏ।କୁହନ୍ତୁ ତ କେତେ ଜଣ ଏପରି ମୂଲ୍ୟବାନ ଧନରେ ଧନୀ !


ହସ ଭିତରେ ଆଂଚଳ କି ସୁନ୍ଦର ଜୀବନ ଦର୍ଶନ କହି

ଦେଲେ ! ଏଣୁ ମୋତେ ସେ ଭଲ ଲାଗିଲେ ପ୍ରଥମ ଦେଖାରୁ।


ଆପଣଙ୍କ ଡାକ ନା କଣ କହିଲେ ?


ଜହ୍ନ ପରା।


ସେ ବାହାରକୁ ଉଠି ଯାଇ ଆକାଶକୁ ଅନେଇଁ ଫେରି ଆସିଲେ ହସି ହସି।


ଆକାଶରେ କଣ ଖୋଜୁଥିଲେ ?


ଜହ୍ନକୁ।


ଜହ୍ନକୁ !


ଆରେ ମାମ୍ ଦିନ ଆକାଶର ଅଦୃଶ୍ୟ ଜହ୍ନଟି ଏଇ କମନ ରୁମ୍ ରେ ଉଦେ ହୋଇଛନ୍ତି ବୋଲି ରୁମଟି ଏତେ ଉଜ୍ଜ୍ୱଳ ଦେଖା ଯାଉଛି, ମୁଁ କହୁଛି ଆଉ କାରଣ କଣ?


ହୋ ହୋ ହୋଇ ହସି ଉଠିଲୁ ଆମେ ଦୁହେଁ ଏ ଜୋକ୍ ରେ।


ଜାଣନ୍ତି ଜହ୍ନ ମାମ୍ ସୁନ୍ଦର ଝିଅଟିଏ ଦେଖିଲେ ମୁଁ ଲାଇନ୍ ମାରିବା ଥୟ। ଯେମିତି ହେଲେ ପଟେଇ ତାକୁ ମୋ ଗାର୍ଲ ଫ୍ରେଣ୍ଡ୍ କରିବି ନିଃସନ୍ଦେହ।


ଗାର୍ଲ ର ଗାର୍ଲ ଫ୍ରେଣ୍ଡ୍ ?


ସେଥିରେ କଣ ଅଛି ? ଝିଅଟିଏ କେବଳ ବଏ ଫ୍ରେଣ୍ଡ୍ କରି ପାରିବ? କାହିଁକି ଗାର୍ଲ ଫ୍ରେଣ୍ଡ୍ କଲେ ଅସୁବିଧା ଅଛି କି ?


ନା ଯେ ସ୍ୱାଭାବିକ ଓ ସାଧାରଣ କଥା କହୁଛି ମୁଁ।ବ୍ୟତ୍ରିକ୍ରମ କଥା ନୁହେଁ ।


କଣ ବ୍ୟତିକ୍ରମ ? ଝିଅ ଟିଏ ଗାର୍ଲ ଫ୍ରେଣ୍ଡ୍ କି ପୁଅଟିଏ ବଏ ଫ୍ରେଣ୍ଡ୍ କରି ପାରିବ ନାହିଁ ,ଏଇଆ ତ !


ମାନ୍ୟବର କୋର୍ଟ ତ ସମଲିଙ୍ଗୀ ମ୍ୟାରେଜ୍କୁ ବି ଅନୁମୋଦନ କରି ସାରିଛନ୍ତି। ଗାର୍ଲଫ୍ରେଣ୍ଡ ନ ହେଲେ ମ୍ୟାରେଜ୍ ଯାଏ କଥା ଯିବ କେମିତି?


ମୁଁ ଦେଖିଲି ଏ ବହୁତ ଗପୁଡି।ଏତେ ଗପିଲେ କି ଗପ ଶୁଣିଲେ ମୋ ମୁଣ୍ଡ ବୁଲାଏ। ଆସିଲା ବେଳୁ ଆଞ୍ଚଳ ଟିକେ ବି ଫୁରୁସତ ଦେଇନାହାନ୍ତି ପାଟିକୁ। କେତେ କଣ ଗପି ଗଲେଣି।କେଇଟା ଦିନ କଲେଜ ଆସିଛନ୍ତି କି ନାହିଁ ସବୁ ଡିପାଟମେଣ୍ଟ କଥା ଗପୁଛନ୍ତି ?


ଏହା ଭିତରେ ସିନିଅର କେତେ ଜଣ ମାମ୍ କମନ ରୁମ୍ କୁ ଏଡ଼େ ଏଡ଼େ ପାଟିରେ ଗପି ଗପି ପଶି ଆସିଲେ।


ବେଲ୍ ପଡିଲା । ମୋର କ୍ଲାସ୍ ଥିବାରୁ ମୁଁ ଆସୁଛି କହି କମନ ରୁମ୍ ଛାଡ଼ିଲି।


ମୋର ବି ଲାଷ୍ଟ କ୍ଳାସଟି ଅଛି।ଚାଲନ୍ତୁ କହି ସେ ମୋ ସହ ଆସିଲେ।


ସେ ତାଙ୍କ ଡିପାଟମେଂଟ ମୁଁ ମୋ ଡିପାଟମେଂଟର କ୍ଲାସ ରୁମ୍ କୁ ଗଲୁ।


ତାପରେ ତ ଆପଣରୁ ଆମେ ଦୁହେଁ ତୁ ରେ ଆସି ପହଂଚିଗଲୁ।ପ୍ରାୟତଃ ମାଲବାର ଟିଫିନ୍ କରୁ ,କଫି ସପ୍ ରେ କଫି ପିଉ। ସାଙ୍ଗ ହୋଇ ସପିଙ୍ଗ୍ କରୁ ,ପରିବା କିଣୁ।କ୍ଳାସ ନଥିଲେ ବଟାନିକାଲ ଗାର୍ଡେନ ଯାଇ ଗପୁ।


ଅଚିହ୍ନା ଭିଡ଼ ମଧ୍ୟରେ ଆମେ ଓଡ଼ିଶାର ଦୁଇ ପ୍ରାନ୍ତରୁ ଆସିଥିବା ଦୁଇଟି ମଣିଷର ହୃଦ ବନ୍ଧୁତା ଡୋରୀରେ ବାନ୍ଧି ହୋଇଗଲା।


ଆଞ୍ଚଳ ମୋ ନାଁ ଭୁଲି ସବୁବେଳେ ଡାକେ ହିରୋଇନ୍ ଏବଂ ମୁଁ ତାକୁ ଥଟ୍ଟା କରି କୁହେ ତୁମ ନାଁ "ପବନ କି ଚଞ୍ଚଳା ହୋଇଥିଲେ ଠିକ୍ ହୋଇଥାନ୍ତା।"


ସେ ଦାନ୍ତ ଦେଖେଇ କୁହେ ହେ ହେ ମୋ ବିନା ଜୀଵ ଜଗତ କ୍ଷଣେ ବଞ୍ଚିବା ଅସମ୍ଭବ ତାହେଲେ ?


କେମିତି !


ପବନ ବିନା କି ମା ଲକ୍ଷ୍ମୀ ଙ୍କ ବିନା ସୃଷ୍ଟି ସମ୍ଭବ କି ?

ଲକ୍ଷ୍ମୀଙ୍କ ଅନ୍ୟ ନାମ ଚଂଚଳା।ଠିକ୍ ନା ?


ଓହୋ ହୋ କେତେ ଗହିରକୁ ଚାଷ ତୁମର ଆଞ୍ଚଳ ?


ସେଇ ଦୃଷ୍ଟି ରୁ ନହେଲେ ବି ଏଇଟା ସତ ତୁମ ସ୍ଵଭାବ ପବନ ଓ ଲକ୍ଷ୍ମୀ ଙ୍କ ପରି ଚଞ୍ଚଳ, ଅସ୍ଥିର।


ହୁସିଆର ଥିବେ ହିରୋଇନ୍, ପବନ ଜୋରେ ବହିଲେ କିନ୍ତୁ ବାତ୍ୟା ଆଣେ। ଲକ୍ଷ୍ମୀ ପ୍ରସନ୍ନ ନ ହେଲେ ଦାନା କନା ମିଳେନି। ଏଣୁ ମୁଁ ସଭିଙ୍କର କାମ୍ୟ। ନୁହେଁ କି ?


ହଁ ବାବା ହଁ ଆଞ୍ଚଳ।


ଘର ,ବାପା ମା ଛାଡି ଯାଇଥିଲି ଯାହା ଆଞ୍ଚଳକୁ ପାଇଁ କିଛି ମାତ୍ରାରେ ପୂରଣ ହୋଇଥିଲା।ଜୀବନରେ ଦୁଃଖ ସୁଖ ସେୟାର କରିବା ପାଇଁ ସାଥୀଟିଏ ନିହାତି ଲୋଡ଼ା।


ଆଞ୍ଚଳ ସ୍ଵଭାବ ମୋ ସହ ମ୍ୟାଚ୍ କରୁ ନଥିଲେ ବି ତା ପାଖରେ କିଛି ଗୋଟେ ସମ୍ମୋହନ ଶକ୍ତି ଥିଲା ଯାହା ଦ୍ୱାରା ମୁଁ ତା ପ୍ରତି ଆକର୍ଷିତ ହେଉଥିଲି।


ଆଞ୍ଚଳ ଗପୁଡି ଏବଂ ମୁଁ ଚୁପ୍ ଚାପ୍।ଭଲ ବିପରୀତ ଧର୍ମୀ କେମେଷ୍ଟ୍ରି ଆମର।





Rate this content
Log in

Similar oriya story from Comedy