Madhabi Patel

Inspirational

3  

Madhabi Patel

Inspirational

ବିପଦର ବନ୍ଧୁ

ବିପଦର ବନ୍ଧୁ

3 mins
227


ହିମାଳୟ ପଦ ଦେଶରେ ଗାଆଁଟିଏ । ଅନେକ ଆଦାବାସୀ ପ୍ରଜାତିର ଲୋକ ବସବାସ କରି ରହନ୍ତି । ଚମରୀ ଗାଈ, ବଣ ମଇଁଷି, ମେଣ୍ଢା, ଛେଳି ପାଳନ କରି ଜୀବିକା ନିର୍ବାହ କରନ୍ତି । ଦୁଧ୍ଧ ଓ ପଶମ ଉତ୍ପାଦନ କରନ୍ତି । କିଛି କିଛି ପାହାଡି ଫସଲ ଚାଷ କରନ୍ତି । ବର୍ଷା ଦିନ ଆସିଲେ ଥରେ ଥରେ ବଡ ବିପଦ ମାଡିଆସେ ତାଙ୍କ ଗାଆଁକୁ । 

ସେ ଦିନ ବି ସେମିତି ହେଇଥିଲା । ଏକ ସ୍କୁଲର ଛାତ୍ରାବାସରେ ଏକା କୋଠରୀରେ ରହୁଥିଲେ ବିବେକ ଓ କମଳ ଦୁଇଜଣ ଛାତ୍ର । ବହୁତ ଭଲ ସାଙ୍ଗ ସେମାନେ । ଦିନେ ରାତିରେ ବହୁତ ଜୋର୍ ବର୍ଷା ହେଲା । ବାଦଲଟା ବୋଧହୁଏ ଫାଟି ଯାଇଥିଲା । ଆକାଶ ସାରା ଜମା ଥିବା ପାଣି ସବୁ ଏକାଥରେ ବର୍ଷି ଦେବାକୁ ଚାହୁଁଥିଲା । ଗଙ୍ଗା କୂଳରେ ତାଙ୍କ ଗାଆଁ । 

ଗଙ୍ଗା ନଦୀରେ ବନ୍ୟା ଆସିଲେ ପ୍ରଳୟ ଘଟାଏ । ଏମିତି ଥରେ ହେଇଥିଲା ଆଗରୁ । କେଦାରନାଥର ଅନେକ ଶ୍ରଦ୍ଧାଳୁ ମୃତ୍ୟୁବରଣ କରିଥିଲେ ସେ ବନ୍ୟାରେ । ଆଜି ବି ସେମିତି କିଛି ଘଟିପାରେ ବୋଲି ସେମାନେ ଆଶଙ୍କିତ ଥିଲେ । ସକାଳ ଚାରିଟା ହେଉ ହେଉ ସେମାନେ ଦୁଇଜଣ ପାହାଡ ତୀଖକୁ ଚାଲି ଯିବାକୁ ଭାବିଲେ । ଯଦି ନଈବଢି ହୁଏ ତେବେ ପାହାଡ ଉପରଯାଏ ପାଣି ଯିବନି । ସେମାନେ ସ୍କୁଲ ବେଗରେ କିଛି ଖାଇବା ଜିନିଷ ଓ ପାଣି ବୋତଲ ଧରି । ଖଣ୍ଡେ ଦୁଇଖଣ୍ଡ ଶୁଖା କପଡା ଏକ ପ୍ଲାଷ୍ଟିକ ମୁଣାରେ ଭରି ବାହାରିଲେ । ପାହାନ୍ତି ଆଲୁଅରେ ସେଦୁହେଁ କୌଣସି ମତେ ପଥରକୁ ଧରି ଧରି ପାହାଡ ଉପରକୁ ଉଠୁଥାନ୍ତି । ପାହାଡ ତୀଖରେ ଉଠିସାରିଥିଲେ ସେମାନେ । ଲକ୍ଷ୍ୟ ସ୍ଥଳରେ ପହଞ୍ଚି ବଡ ଖୁସି ଲାଗୁଥାଏ । ଯା ହେଉ ନିଜ ପ୍ରାଣ ବଞ୍ଚିଗଲା ଏବେ । ଏତେ ବେଳକୁ ଉପରୁ ନିରୀକ୍ଷଣ କରିଦେଖିଲେ ତାଙ୍କ ସ୍କୁଲ ପାଣି ଘେରରେ ବୁଡି ଯାଇଛି । ଶୋଇଥିବା ଅବସ୍ଥାରେ ପିଲାମାନେ ପାଣିରେ ଭାସି ଯାଉଛନ୍ତି । ସେମାନଙ୍କ ଭିତରୁ ସାବନ ବୋଲି ଛାତ୍ରଟି ପାହାଡ ଉପରକୁ ଦୃତ ଗତିର ସହ ଚଢି ଆସୁଛି । ସେ ତାଙ୍କ କ୍ଲାସର ଜଣେ ଗର୍ବୀ ଛାତ୍ର । ବଡବାପାର ପୁଅ ବୋଲି ବଡ ଗର୍ବ ତାର । ଶିକ୍ଷକମାନେବି ତାକୁ ବେଶି ସହଯୋଗ କରନ୍ତି ପ୍ରତି କଥାରେ । ହେଲେ ପ୍ରାକୃତିକ ବିପର୍ଯ୍ୟୟ ଧନୀ ଗରିବ ମାନେ ନାହିଁ । ସମସ୍ତଙ୍କ ପାଇଁ ସମାନ ବିପଦ ନେଇ ଆସେ । ସାବନ ଚଢିଲା ବେଳେ ପଥର ସବୁ ଖସଡା ହେଇ ଗୋଡ ଖସୁଥାଏ । ପଡି ଉଠି ପୁଣି ସାହସର ସହ ଉପରକୁ ଉଠୁଥାଏ । ଆଉ ମାତ୍ର ଆଠ ଦଶ ପାହୁଣ୍ଡ ଆଗକୁ ଗଲେ ସେ ପହଞ୍ଚିଯିବ ପାହାଡ ଉପରେ । ସେ ଦେଖିଲା ପାହାଡ ଉପରେ ତା ଆଗରୁ ବିବେକ ଓ କମଳ ପହଞ୍ଚି ସାରିଛନ୍ତି । ଯଦି ସେମାନେ ଟିକେ ହାତ ବଢାନ୍ତେ ସେ ଆରାମରେ ଉପରେ ପହଞ୍ଚିଯାଆନ୍ତା । ହେଲେ ତାର ମନେ ପଡୁଥିଲା ତାଙ୍କ ପ୍ରତି କରିଥିବା ଅନ୍ୟାୟ । ଥରେ ବିନା ଦୋଷରେ କପି କରୁଥିଲେ ବୋଲି ଶିକ୍ଷକଙ୍କ ପାଖରୁ ମାଡ ଖୁଆଇଥିଲା । ନିଜେ କରିଥିବା କପି କାଗଜ ଦୁଇଖଣ୍ଡ ଏମାନଙ୍କ ପାଖକୁ ଫିଙ୍ଗି ଦେଇଥିଲା । ହେଲେ ଏବେ ସେ ସାହାଯ୍ୟ ପ୍ରାର୍ଥୀ ସେମମାନଙ୍କ ପାଖରେ । ଗୋଡ ତାର ଖସିବ ଖସିବ ହେଉଛି ଯଦି ଏତେ ଉପରୁ ତଳକୁ ଖସିବ ତାହେଲେ ମୃତ୍ୟୁ ସୁନିଶ୍ଚିତ । ବିବେକର ମନରେ ଥରେ କିଛି କ୍ଷଣ ପାଇଁ ବଦଲାର ଭାବନା ଛୁଇଁ ଯାଇଥିଲା । ହେଲେ ନିଜ ବିବେକ ପାଖରେ ହାର ମାନିଥିଲା । ସେ ଜଣେ ଭଲ ଦୟାଳୁ ପିଲା । ନିଜର ଗୁଣ ଛାଡିବ କିପରି ? ହେଉ ପଛେ ଶତୃ ସେ ତାକୁ ନିଶ୍ଚୟ ରକ୍ଷା କରିବ । ମାଆ କହିଥିବାଏମିତି ଏକ ଘଟଣା ତାର ମନେ ପଡୁଥିଲା । 

ଜଣେ ଋଷି ସ୍ନାନ କଲାବେଳେ ଦେଖିଲେ ବିଛୁଟିଏ ପାଣିରେ ବୁଡିବାକୁ ହେଉଛି । ସେ ତାକୁ ରକ୍ଷା କରିବାକୁ ଆଞ୍ଜୁଳାରେ ଉଠାଇଲା ବେଳେ ବିଛୁ ଋଷିଙ୍କ ହାତରେ ଡଙ୍କ ମାରୁଛି । ତଥାପି ଋଷି ବାରମ୍ବାର ତାକୁ ରକ୍ଷାର ପ୍ରଚେଷ୍ଟାରେ ଲାଗିଥାନ୍ତି । ପାଖରେ ଜଣେ ଲୋକ ଏକଥା ଲକ୍ଷ୍ୟ କରୁଥାଏ । ସେ ଲୋକଟି ଋଷିଙ୍କୁ ପଚାରିଲା

ଆପଣ ବିଛୁ ଡଙ୍କ ମାରିବା ସତ୍ତ୍ବେ ତାକୁ କାହିଁକି ବଞ୍ଚାଇବାକୁ ଚାହୁଁଛନ୍ତି । ଋଷି କହିଲେ ତାର ପ୍ରକୃତି ହେଉଛି ଡଙ୍କ ମାରିବା । ସେ ଯଦି ତାର ପ୍ରକୃତି ଛାଡି ପାରୁନି ମୁଁ କେମିତି ମୋର ଦୟାଳୁ ପ୍ରକୃତିରୁ ବିରତ ହେବି । ସେକଥା ଭାବି ବିବେକ ହାତ ବଢାଇଦେଲା ସାବନ ଆଡକୁ । ବିବେକର ହାତ ବଢାଇବା ଦେଖି କମଳ ବି ବିବେକର ଅନ୍ୟ ହାତକୁ ଧରି ସାହାଯ୍ୟ କଲା ସାବନକୁ ବଞ୍ଚାଇବାରେ । ଦୁଇଜଣଙ୍କ ପ୍ରଚେଷ୍ଟାରେ ବଞ୍ଚିଯାଇଥିଲା ସାବନ । କୃତଜ୍ଞତାରେ ତାର ମୁଣ୍ଡ ନଇଁ ଯାଇଥିଲା ସେମାନଙ୍କ ପାଖରେ । ଏବେ ସେ ବନ୍ଧୁତ୍ୱର ପରିଭାଷା ବୁଝି ସାରିଥିଲା । ବିପଦବେଳେ ଯିଏ ସାହାଯ୍ୟକୁ ହାତ ବଢାଏ ସେହିଁ ପ୍ରକୃତ ବନ୍ଧୁ । 



Rate this content
Log in

Similar oriya story from Inspirational