Rasmi Rekha Tripathy

Inspirational Abstract

3  

Rasmi Rekha Tripathy

Inspirational Abstract

ବିଡମ୍ବିତ

ବିଡମ୍ବିତ

1 min
7.5K



ମୋ ଦଶ ବର୍ଷର ନାତି ଜହ୍ନ ଦେଖିନି l ମୁଁ ଆଶ୍ଚର୍ଯ୍ୟ ହେଲି ନାହିଁ l ତାର ମାମା, ବାବା ଅର୍ଥାତ୍ ମୋ ପୁଅ ବୋହୁ ଏମ୍.ଏନ୍.ସି.ରେ ଚାକିରି କରନ୍ତି l ରାତିଟା କେବଳ ଶୋଇବା ପାଇଁ ହିଁ ଘରକୁ ଆସନ୍ତି ସେମାନେ l ପ୍ରଚୁର ପଇସା l ଗଧ ଖଟଣି l ଆମେ ବୁଢା ବୁଢୀ ଦୁହିଁଙ୍କର ଚାହିଁଲେ ବି ସେବା କରିପାରନ୍ତିନି l ଆମେ ବି ସେମାନଙ୍କର ଜୀବନଧାରା ସହ ଅଭ୍ୟସ୍ତ ହୋଇଯାଇଛୁ l କିନ୍ତୁ ଯେଉଁ ଦିନ ସାର୍ଥକ୍ ପଚାରିଲା ଜହ୍ନମାମୁଁ କିଏ, ସେଦିନ ମୋ ପୁଅ ବୋହୁଙ୍କ ଉପରେ ବହୁତ ରାଗ ଲାଗିଲା l ଦୁଇ ବର୍ଷରୁ ସାର୍ଥକ୍ ପ୍ଲେ ସ୍କୁଲ୍ ଗଲା l ନାଚ ଗୀତ ସବୁ ପାଇଁ ମାଷ୍ଟର୍ ଖଞ୍ଜା l ସ୍କୁଲରୁ ଫେରି ଟିକିଏ ବିଶ୍ରାମ ନେଇ ଥିବ କି ନାହିଁ ଟ୍ୟୁସନ୍ ସାର୍ ହାଜର l ଗାଁଆରୁ ଝିଅଟିଏ ଯାଇଛି ଦେଖା ଶୁଣା କରିବା ପାଇଁ l ତାକୁ ମନା କରା ହୋଇଛି, ବାହାରକୁ ସେ କିମ୍ବା ସାର୍ଥକ୍ ବାହାରିବେ ନାହିଁ l ତେଣୁ ଗଗନଛୁଆଁ ଆପାର୍ଟମେଣ୍ଟରେ ପାରା ଭାଡି ଭଳି ଗୋଟିଏ ଫ୍ଲାଟ୍ ଭିତରୁ ସେ ଜହ୍ନମାମୁଁଙ୍କୁ ନ ଦେଖିବା ସ୍ୱାଭାବିକ ନିଶ୍ଚୟ l 


Rate this content
Log in

Similar oriya story from Inspirational