Sanuja Meghamala

Tragedy


3  

Sanuja Meghamala

Tragedy


ବିଭୀଷିକା

ବିଭୀଷିକା

6 mins 12.3K 6 mins 12.3K


     ମହାବାତ୍ୟା ପରଠାରୁ..ବାତ୍ୟା ବତାସ ଆସିବା ଖବର ପ୍ରଚାରିତ ହେଲା ମାନେ ଭୟର ଅଭାବନୀୟ ବାତାବରଣଟିଏ ଗୁଞ୍ଜରି ଯା ଏ ଓଡ଼ିଶା ରେ..।, ଉପକୂଳ ଓଡ଼ିଶା ଯେମିତି ବାତ୍ୟାର ଚରା ଭୂଇଁ.।ପ୍ରତି ବର୍ଷ   ଗୋଟିଏ ବାତ୍ୟା ଆସି ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଚି...।କେତେ ସହିବେ ... ଉଜୁଡା ଘର ଦ୍ବାର ବିଲ ବାଡ଼ି ସଫା କରି ଅଣ୍ଟା ସଳଖିଲା ବେଳକୁ ପୁଣି ଆଉ ଗୋଟେ ବାତ୍ୟା..।ବାତ୍ୟା ଆସେ ତାର ବିଭୀଷିକାରେ ସାଧାରଣ ଜୀବନ ଧ୍ଵଂସ କରି ଭୟ ଓ ଅସହାୟ ବାତାବରଣଟିଏ ସୃଷ୍ଟି କରି ଫେରି ଯାଏ.... ଚିହ୍ନ ରହିଯାଏ..ବହୁତ ଦିନ ..କାହାର କାହାର ସାରା ଜୀବନ ପାଇଁ....।

ବାତ୍ୟା ସାଧାରଣତଃ ବର୍ଷା ଦିନରେ ଆଷାଢ଼ରୁ କାର୍ତ୍ତିକ ଭିତରେ ହେଉଥିଲା..ବିଲରୁ ଅମଳ କରି ଆଣି ହୁଏନି ଧାନ ସେଇ ବିଲରେ ହିଁ ପାଣି ଭିତରେ ଧାନ ଗଛ ପଚି ଯାଏ..। ତ କେବେ ପାଚିଲା ଧାନ ଝଡ଼ି ମାଟିରେ ମିଶେ। ଫଣୀ ହେଇ ଥିଲା ଗତ ବର୍ଷ ଏଇ ମେ ମାସ ରେ..।ଅମଳ ହେଇଥିବା ବର୍ଷକର ବା ଛଅ ମାସର ଧାନ ଚାଉଳ ମୁଗ ବିରି ମାଟିରେ ମିଶି ଯାଇଥିଲା ଅନେକଙ୍କ ଘର ଦ୍ବାର ଭାଙ୍ଗି..। ଏବେ ପୁଣି ଅମ୍ପାନ.. ଆସିଛି ସେଇ ମେ ମାସ..।ନାଆଁ ବଦଳେଇ କେତେ ରୂପରେ ଆସୁଛି.. କେବେ ବୁଲବୁଲ ତ, କେବେ ହୁଡ଼ ହୁଡି, ତିତିଲୀ ଫଣୀ ହୋଇ ଗ୍ରାସୁଚି..। ଏମିତି ଦେଖିଲେ ଗୋଟେ ପ୍ରକାର ଅଭ୍ୟସ୍ତ ହୋଇଗଲାଣି ବାତ୍ୟା ସହିତ ମଣିଷ..।

ସମ୍ଭାବ୍ୟ ବାତ୍ୟାର ସୂଚନା କେବଳ ରେଡ଼ିଓ ବା ଟେଲିଭଜନ ବାରମ୍ବାର ଦେଇ ଚାଲିଛି ତା ନୁହେଁ..ସମୁଦ୍ରକୂଳିଆ ଗାଁ ଗୁଡ଼ିକରେ ଡାକବାଜି ଯନ୍ତ୍ର ଦ୍ବାରା ବାରମ୍ବାର ଘୋଷଣା ଚାଲିଛି..ବାତ୍ୟାର ଭୟାବହତାକୁ ନେଇ। ।ଲୋକ ମାନଙ୍କୁ ନିଜ ଧନ ଜୀବନ ସହିତ ନିକଟସ୍ଥ ବାତ୍ୟା ଆଶ୍ରୟ ସ୍ଥଳୀରେ ସୁରକ୍ଷିତ ରହିବାକୁ ବାରମ୍ବାର ସୂଚନା ଦିଆଯାଉଚି। କିଛି ଲୋକ ବାତ୍ୟା ଆଶ୍ରୟ ସ୍ଥଳରେ ସୂଚନା ପାଇ ପହଞ୍ଚି ଯାଉଛନ୍ତି .. ତ ଆଉ କିଛି ଆସିବାକୁ ରାଜି ହେଉନାହାନ୍ତି ଜୋରଜବରଦସ୍ତ ,ବାଧ୍ୟବାଧକତା ,କାନୁନ୍ ଭୟ ଦେଖାଇ ଅଣା ଯାଉଚି..ତଥାପି ତାରି ଭିତରେ କିଛି ଛପି ରହି ଯାଆନ୍ତି..ଘର ଛାଡ଼ି ଯାଆନ୍ତି ନାହିଁ..ବାତ୍ୟା ଆଶ୍ରୟ ସ୍ଥଳକୁ. .।

    ପୁଅ ବୋହୂ ସ୍ତ୍ରୀ ବୁଝେଇ ଥକି ଗଲେଣି..ବାତ୍ୟା ଆଶ୍ରୟ ସ୍ଥଳକୁ ଯିବାକୁ..ଗୋଟିଏ ଜିଦି ଧରିଛି.ମଦନା ସ୍ୱାଇଁ..

ସେ ଯିବ ନାହିଁ..। ଘରେ ଅମଳ ହୋଇ ଧାନ ଚାଉଳ ଥୁଆ ହେଇଚି ,ଅମଳ ହେବାକୁ ଥିବା ମୁଗ ..ବିରି ପଡ଼ିଛି ଖଳା ରେ.. .. ପାନ ବରଜ ..ପୋଟଳ ,କଖାରୁ ତରଭୁଜ..ଆଦି ପରିବା...ବାଡ଼ିରେ..ମେହେନତି ମଣିଷ... ଦିନ ରାତି ବାପା ପୁଅ ଙ୍କ ସହିତ ସପନି ମିଶି ଏତେ ପ୍ରକାର ଫସଲ କରିଚନ୍ତି। କେମିତି ସବୁ ଛାଡ଼ିଦେଇ ଯିବ.. ଏତେ ପରିଶ୍ରମ ନିରାର୍ଥକ ହୋଇଯିବ ଭାବି ବୁଦ୍ଧି ଦିଶୁନି..ମଦନାକୁ। ଲୋକଙ୍କ ନଜର ଲାଗି ଗଲା..ସେମାନେ କହୁଥିଲେ..କଣ ପାଇଁ ଏତେ ଖଟଣି କରୁଚ..ଗୋଟିଏ ବାତ୍ୟା ଆସିଲେ ..ସବୁ ନଷ୍ଟ କରିଦେବ.. ସେତେ ବେଳେ ମଦନା ଉତ୍ତର ଦେଇଥିଲା..ପାଣିରେ ଘର କରି କୁମ୍ଭୀର ସହିତ କଳି କଲେ କଣ ଚଳିବ ?ସମୁଦ୍ର କୂଳିଆ ଗାଁ ..ଯେତେବେଳେ ଯାହା ହବ.. ଚଳିବା..ବାତ୍ୟା ଆସିବ... ବୋଲି କିଛି ନ କରି .ଗୋଡ଼ ହାତ ବାନ୍ଧି ବସିଲେ ଚଳିବେ କେମିତି? ସତକୁ ସତ ବାତ୍ୟା ଆସି ତାର ଭବିଷ୍ୟତ ସ୍ବପ୍ନକୁ ଭାଙ୍ଗି ପକାଉଛି.. ତାର ଗାଆଁ ଛାଡି ଯିବାକୁ ମନ ହଉନି..। ମନ ଦୁର୍ବଳ ହଉଚି.. ସେ ଯିବନି..ଏଇଠି ପଡି ରହିବ...। ତେଣିକି ମଲେ ପଛେ ମରିବ ..କେତେ ହନ୍ତ ସଂତ ଆଉ ହେବ ଯେ...। ବାଧ୍ୟ କରି ସ୍ତ୍ରୀ ପୁଅ ବୋହୂ ନାତି ଦିଟା ଙ୍କୁ ବୁଝେଇ ପଠେଇ ଦେଲା..ତମେ ମାନେ ଯାଇ ଜାଗା ରଖିଥିବ..ମୁଁ ଘରେ ଧାନ ଚାଉଳ ମୁଗ ବିରି ସଜାଡି ବାନ୍ଧି ରଖିଦେଇ ପଛରେ ଯିବି....।

ସମସ୍ତେ ଏକାବେଳେ ଗଲେ ଡେରି ହେବ..ବର୍ଷାରେ ଛୁଆ ଦିଟା ଓଦା ହେଇଯିବେ.ପୁଣି ଦେହ ଖରାପ ହେବ.।ସ୍ତ୍ରୀ ସପନି ଅମଙ୍ଗ ହେଲା.. ମୁଁ ଜାଣେ ତମେ ଯିବନି..କାମ ସାରି ଆମେ ଏକାଠି ଯିବା । କଣ ହେଲା.. ଫେସନ୍ ଦେଖାଉଛୁ.. ନା ରଙ୍ଗ କାଢୁଚି..। ଜୀବନ ଆକୁ ପିତା ଲାଗିଲାଣି..। ଘରୁ ଚୁଡ଼ା ମୁଢ଼ି ଚାଉଳ, ଲୁଗା ପଟା ବାସନ ସବୁ ନେଇ ଯାଆ..ସେଠି ଜଗିକି ରହିବୁ..ଛୁଆ ଙ୍କୁ....।ମୁଁ କାମ ସାରି ଦେଇ ଶୀଘ୍ର ଯିବି..। କହିଲି ଯିବି ମାନେ ଯିବି ..।ଅନ୍ଧାର ପୂର୍ବରୁ ପହଞ୍ଚି ଯିବି..। ବ୍ୟସ୍ତ ହବୁନି ..ଜରି ଗୁଡେଇ ଟିକିଏ ସାଇତା ସାଇତି କରି ଦେଇ ଯିବି ..ଓଦା ହେଇ ନଷ୍ଟ ହେଇଯିବ.... ବର୍ଷା ପବନ ଥମିଲେ ..ଘରକୁ ଫେରିଲେ କଣ ଖାଇବେ..ଛୁଆ ଗୁଡା..ଏବେ ସିନା ସେଠି ରିଲିଫି ଦେବେ କେତେଦିନ.. ତା ପରେ...ଆମେ ବଡ଼ମାନେ ଦିନେ ଓଳିଏ ଓପାସ ରହିଯିବା..ଛୁଆଙ୍କୁ ବି ଓପାସ ରଖିବା..କହିଲୁ.। ବୁଢ଼ାର ନାଲି ଆଖି କି ଡରି ସବୁ ଚାଲିଲେ ବାତ୍ୟା ଆଶ୍ରୟ ସ୍ଥଳ କୁ..। ରାତି ବଢିବା ସହିତ ପବନର ବେଗ କ୍ରମଶଃ ବଢ଼ି ଚାଲି ଲା..। ମଦନାର ଦେଖା ନାହିଁ.. ସପନି ବ୍ୟସ୍ତ ହେଲା..କୁଆଡେ ଗଲା ଯେ ଲୋକ ଟା..। ଏ ଭିଡରେ କେମିତି ଖୋଜି ପାଇବ.। ପାଖ ଦୁଇ ତିନି ଗାଆଁର ଲୋକ ଏକାଠି ହେଇଛନ୍ତି.. ଯାତ୍ରା ଦେଖିଲା ପରି ସପନି ଚାରିଆଡେ ଖେଦିଗଲା .. ପ।ଇଲାନି ମଦନାକୁ ..ଆସିଲାନି ..ଜିଦିଆ ଲୋକଟା..। ମନଟା ଭଲ ଲାଗୁନି..ମଦନାକୁ ନ ପାଇ କାହାକୁ କିଛି ନ କହି ସେଇ କିଟି କି ଟି ବର୍ଷା ଅନ୍ଧାରରେ ଘର ମୁହାଁ ଚାଲିଲା..ପବନ ଉଡେଇ ନେଉଚି ପାଦ ଏଣେ ତେଣେ ପଡୁଚି.. ଡର ନାହିଁ..ଗଛ ଗୁଡା ଭାଙ୍ଗି ରାସ୍ତା ଘାଟ ବନ୍ଦ ହେଲାଣି.. ଅଣ୍ଠୁଏ ପାଣିରେ ପଶି ଓଦା ସର ସର ଦିହ ଟର୍ଚ୍ଚ ମାରି ମାରି. ଚାଲିଛି..ଗଛ ଟେ ମୂଳରୁ ଉପୁଡ଼ି ଚାରି କାତ ମେଲେଇ ପଡିଲା ତା ଉପରେ.ସ୍କୁଲ୍ ପାଖରେ.ସବୁ ଅନ୍ଧାର ଦେଖା ଗଲା..। କିଛି ସମୟ ପରେ ମଦନାକୁ କବାଟ ଖଟ ଖଟ ଶବ୍ଦ ଶୁଭିଲା..ସେ କିଏ ବୋଲି ପଚାରିଲା..

ହଇକେ ଶୁଣୁଚ ମୁଁ ଆଇଚି.. ସପନୀ ବା ଜାଣିପାରୁନ କି?

ତା ପାଟି ଶୁଣି ବୁଢ଼ା ଧାନ ବସ୍ତା ଉପରୁ କହିଲା କବାଟ ଖୋଲା ଅଛି .. ଭିତରକୁ ଆସେ ..କିଛି ଦିଶୁନି. ଏ ଲାଇଟ୍ରୁ ଚାର୍ଜ ସରିଗଲାଣି... ତୁ ପାଗେଳିଟା ନ କଣ? ଅଣଚାଶ ପବନ ବହୁଛି.. ବର୍ଷାର ବେଗ ବଢ଼ି ଚାଲିଛି..ଗଛ ଗୁଡା ଟଳି ପଡ଼ୁଛନ୍ତି..କେମିତି ଆସିଲୁ..ତୋର ଯଦି କଣ ହେଇ ଯାଇଥାନ୍ତା..ବାଟରେ..। ହୁଣ୍ଡିଟା ..ସବୁବେଳେ ସେମିତି....।ପୁଅକୁ କହି କି କହିଚୁ..ସେ ଖୋଜିବ..

 ସପନୀ କହିଲା ହଁ ଏତେ ଯଦି ଚିନ୍ତା ଥିଲା ବାତ୍ୟା ଆଶ୍ରୟସ୍ଥଳୀକୁ ଗଲନି କାହିଁକି ?ଛୁଆଙ୍କୁ ଫୁସୁଲା ଫୁସୁଲି କରି ମୋତେ, ଆଖି ଦେଖେଇ ପଠେଇ ଦେଲ..ନିଜେ କଣ କଲ..?ଯିବ ବୋଲି କହି ଗଲନି..ମୋ ଆଖିକୁ ନିଦ ଆସିବ କେମିତି? ପୁଅ ବଳେ ଜାଣି ଯିବ..ତମେ ଛାନିଆ କିଆଁ ହେଉଛ..। ଏବେ ଶୋଇପଡ଼, ସେମାନେ ସୁରକ୍ଷିତ ଜାଗାରେ ଅଛନ୍ତି..ତମେ ଭଲ ଅଛ ଦେଖିଲି ..ମୋ ମନ ବୁଝିଲା...କାମ ସରିଲା..

ମଦନା କହିଲା ତୋ ରାଣ ! ମୋ ସୁନାଟା ରାଗେନି ଲୋ....କାମ ସରିଲା ବେଳକୁ ପବନ ବେଗ ବଢ଼ି ଗଲାଣି ଗଛ ଗୁଡା ମଡ଼ମଡ଼ ହୋଇ ଭାଙ୍ଗି ଏଣେ ତେଣେ ଉଡିକି ପଡ଼ୁଛନ୍ତି ..ସାହସ ପାଇଲାନି ଯିବାକୁ..। ରହିଗଲି..।

ଘରର ଚାଳ ଛପର ଫାଳେ ଫାଳେ ହେଇ ଉଡି ଯାଉ ଥାଏ..ଘର ଭିତରେ ବର୍ଷା ପାଣି ଲହରୀ ଖେଳୁଛି..କାନ୍ଥ ବତୁରି ଗଲାଣି..କେତେ ବେଳେ ଭାଙ୍ଗି ଯିବ ଭରଷା ନାହିଁ..।

ସେଇ କିଟିମିଟି ଅନ୍ଧାର ଭିତରେ ମଦନି ତାକୁ ବସ୍ତା ଉପରକୁ ଉଠି ଆସେ କହି ହାତ ବଢ଼େଇଲା.... ଚାଲ୍ ଆଜି ଏଇଠି ଏକାଠି ବସିବା..ତେଣିକି ଯାହା ଭାଗ୍ୟରେ ଥିବ.... ପାଖକୁ ଆସୁନୁ.. ରାଗୁଚୁ କିଆଁ ..ଯାହା ହବା କଥା ହେଲାଣି..ପଲିଥିନ ଘୋଡେଇ ହୋଇ ରାତିଟା ଯାକ ସେମିତି କଟିଗଲେ ..ଗଲା କାମ ସରିଲା..ଆଉ ଏମିତି ଭୁଲ୍ କରି ରହିବିନି. ଏଥର କତିକି ଆ..। କିଛି କହୁନୁ କାହିଁକି.. ସପାନି କହିଲା ତମେ ଶୋଇପଡ଼..ମୁଁ ଜଗି ବସିଛି..ତମେ ଉଠିଲେ ମୁଁ ଶୋଇବି..। ମଦନା .ହଉ କହି ଆଖି ବୁଜି ଶୋଇପଡ଼ିଲା ..ଦିନ ଯାକ କେତେ ପରିଶ୍ରମ ତାକୁ ନିଦ ହେଇଗଲା.. .....କେତେ ରାତି ହେବ କେଜାଣି ପବନ ଥମି ଯାଇଥିଲା... ଝଡରୁ ରକ୍ଷା ପାଇ ଯାଇଥିବାରୁ ଖୁସି ହେଉଥିଲା ମଦନା ..କହିଲା ବୁଝିଲୁ ସପନି କାଳ ରାତି ପାହି ଗଲା.... କିଛି କହୁନୁ କଣ ନିଦ ହେଇ ଗଲା.. କି ହଉ ଶୋଇପଡ଼ ଦିନ ଆଲୁଅ ହଉ ବାଡ଼ି ଘର ଦେଖିବା..।.କିନ୍ତୁ ଅଚାନକ ବତୁରୀ ଯାଇଥିବା କାନ୍ଥଟା ଭାଙ୍ଗି ପଡ଼ିଲା...ସେ ପୁଣି ଡାକିଲା କି କାଳ ନିଦ ଶୋଇଚୁ..ହୁଁ କିଚୁଁ ଜବାବ ନାହିଁ ତୋର.. ଆଲୋ କାନ୍ଥ ଭାଙ୍ଗି ପଡ଼ୁଚି..ମୋ କତିକି ଟିକେ ଲାଗି ବସ...କିଛି କହିଲାନି ସପନି.... ହଉ ଶୋଇପଡ଼.ଏଇନେ କେତେ ଦିନ ଲାଗିବ ଘର ପୁଣି ସଜାଡିବାକୁ..ତୋତେ ତର ମିଳିବନି..ଶୋଇପଡ଼..ଟିକେ ବିଶ୍ରାମ ନେ..।

ଝଡ ଛାଡ଼ିଲା ପବନ କମିଗଲା.. ବର୍ଷା ବି କମି ଗଲାଣି.ଚାରି ଆଡ ନିସ୍ତବ୍ଧ...। ଭୋରରୁ କିଛି ସ୍ବେଚ୍ଛାସେବୀଙ୍କ ସହିତ ପୁଅ ଆସି ଡାକିଲା ବାପା ବାପା..

ଭିତରୁ ମଦନା ହଁ ମାରି ବାହାରି ଆସିଲା ଆମେ ଭଲ ଅଛୁ .ରେ ଧନ। .ତୋ ବୋଉ..

ପୁଅ କଥା ଛଡେଇ ନେଇ କହିଲା କଣ କହୁଥିଲି କି ବାପା ବାପା ବୋଉ.. ନାହିଁ..

ମଦନା ଅଳ୍ପ ହସି କହିଲା ମୁଁ ତାକୁ ସେଇ କଥା କହୁଥିଲି କହି ଆସିଲୁନି ପିଲାମାନେ ବ୍ୟସ୍ତ ହୋଇ ଖୋଜିବେ....ତୋ ବୋଉ କାଲି ରାତିରେ ସେଇ ବର୍ଷା ପବନରେ ଆସିଲା ପରା କହନା ତା କଥା.. ଧାନ ବସ୍ତା ଉପରେ ଶୋଇଚି ..ଦେଖୁନୁ..ତାକୁ କି ନିଦ ..ଆମେ କଥା ହଉଚେ ସେ ଉଠୁନି..।ରହ ମୁଁ ତାକୁ ଡାକି ଦଉଚି..କହି ଘର ଭିତରକୁ ଯାଇ ପଲିଥିନ ଟେକି ଆଶ୍ଚର୍ଯ୍ୟ ହେଲା.. ତା ତଳେ ସପନି ନାହିଁ କୁଆଡେ ଗଲା..। ଆରେ ତୋ ବୋଉ ନାହିଁ.. କାଲିଠୁ ରାଗିଚି ଭଲରେ କଥା ହେଉନି ଦେଖୁନୁ..ବାଡ଼ିକୁ ଏକା ଏକା ଗଲାଣି ମୋତେ ନ ଡ଼ାକି..।

ପୁଅ କହିଲା ବାପା ତୁମେ ମୋ କଥା ଶୁଣ ଟିକେ..ବୋଉ କାଲି ରାତିରେ ଆମକୁ ନ ଜଣେଇ ବାତ୍ୟା ଆଶ୍ରୟ କେନ୍ଦ୍ରରୁ ଚାଲି ଆସିଲା..ମାତ୍ର ଅଳ୍ପ ବାଟ ଆସିଛି ସ୍କୁଲ୍ ପାଖ ଆମ୍ବଗଛଟା ତା ଉପରେ ପଡ଼ି ଯାଇଛି ମୁଣ୍ଡ ଫାଟି ସେ...ସେଇଠି.ସେ ଆଉ ନାହିଁ ବାପା..। ଜୋରରେ କାନ୍ଦି ଉଠିଲା..କାଲି ରାତିରେ ତାକୁ ଖୋଜି ପାଇଲିନି..ଭାବିଲି ତମେ ଆସିଲା ପରେ ତମ ସହିତ ରହି ଯାଇଥିବ .ଏବେ ସକାଳୁ ବୋଉକୁ କ୍ଷୟ କ୍ଷତି ଦେଖିବାକୁ ଯାଇଥିବା ଏହି ଭାଇ ମାନେ ଠାବ କଲେ.। ବୋଉର ଶବକୁ ଖଳାରେ ରଖିଚି.. ଦେଖିବ ଆସ..।

ମଦାନୀ ଆଖିରୁ ଧାର ଧାର ଲୁହ ବୋହି ଯାଉଥିଲା....। ଧନ ସଂପତ୍ତି ଲୋଭରେ ମୁଁ ମୋର କେତେ ବଡ଼ କ୍ଷତି କଲି..ମୁଁ ଚାଣ୍ଡାଳ ତୁମ ମାନଙ୍କ ସହିତ ଯାଇଥିଲେ..ଏମିତି ଦୟନୀୟ ଭାବେ ସପନି ଜୀବନ ଯାଇ ନ ଥାନ୍ତା..। କାନ୍ଦି କାନ୍ଦି ନିଜ ଛାତିକି ପିଟି କହୁଥାଏ ମୁଁ ତୋର ହତ୍ୟା କାରୀ.. ସପନୀ ତୋ ମୃତ୍ୟୁ ପାଇଁ ମୁଁ ଦାୟୀ...।କେତେ କଷ୍ଟ ସହିଲୁ ବିଚାରି କହି ତା ନିସ୍ତେଜ ଦେହରେ ହାତ ବୁଲେଇ ଆଣିଲା..।କାନ୍ଦି କାନ୍ଦି ନିଜ ଛାତିକୁ ପିଟି କହୁଥାଏ ମୁଁ ତୋର ହତ୍ୟାକାରୀ...ତୋ ମୃତ୍ୟୁ ପାଇଁ ମୁଁ ଦାୟୀ...।ସରକାର ବାରମ୍ବାର ସୂଚନା ଦେଉଥିଲେ ମଧ୍ୟ ନ ମାନି ଯେଉଁ ଭୁଲ କଲି ତାର ପରିଣାମ ତୋ ଜୀବନ ଦେଇ ଆମକୁ ଭୋଗିବାକୁ ପଡ଼ିଲା..।



Rate this content
Log in

More oriya story from Sanuja Meghamala

Similar oriya story from Tragedy