Kamal Kumar Dash

Drama

3  

Kamal Kumar Dash

Drama

ବିବାହ

ବିବାହ

4 mins
572


ବିକ୍ରମ ବାବୁ ରିଜିଓନାଲ ରିସର୍ଚ୍ଚ ସେଣ୍ଟର ରେ ଜଣେ ବୈଜ୍ଞାନିକ ଭାବରେ କାମ କରନ୍ତି , ବୟଷ 56ହେବ | ତାଙ୍କ କ୍ୱାଟର ରେ ସେ ଓ ତାଙ୍କ ସ୍ତ୍ରୀ ରୁହନ୍ତି , ଝିଅ ବିବାହ ପରେ ଆମେରିକାରେ ଓ ପୁଅ ବମ୍ବେରେ ଚାକିରିକରେ କିନ୍ତୁ ବାହା ହୋଇ ନଥିଲା | ସ୍ତ୍ରୀଙ୍କ ର ଦେହ ସବୁ ବେଳେ ଖରାପ ରହୁଥିଲା | ଦିନେ ବେଶୀ ଖରାପ ହେଲା ହସ୍ପିଟାଲ୍ ରେ ଆଡ଼ମିସନ ହେଲା ପରେ ଜଣାପଡିଲା କି ବ୍ଲଡ଼ କ୍ୟାନସର ହୋଇଛି ଓ ଶେଷ ଷ୍ଟେଜ ରେ ଅଛି | ବିକ୍ରମ ବାବୁ ସମସ୍ତଙ୍କୁ ଡାକିଲେ ପିଲାମାନେ ଆସିବାର କିଛିଦିନ ପରେ ତାଙ୍କ ସ୍ତ୍ରୀ ଚାଲିଗଲେ | ତାପରେ ଶୁଦ୍ଧକ୍ରିୟା ସାରି ପିଲାମାନେ ଫେରିଗଲେ | ବିକ୍ରମ ବାବୁ ବହୁତ ନିସଙ୍ଗ ହୋଇ ପଡିଲେ କିଛିଦିନ ସାଙ୍ଗମାନେ ଆସିଲେ ହେଲେ ଦିମାସ ପରେ ଆଉ କେହି ଦେଖା ଗଲେନି | ଅଫିସ ପରେ ଓ ଛୁଟିଦିନ ରେ ସେ ବହୁତ ଏକା ହୋଇ ଗଲେ | ତାଙ୍କ ସାଙ୍ଗ ମିଶ୍ର ବାବୁ ତାଙ୍କୁ ଆଉଥରେ ବିବାହ ପାଇଁ ପ୍ରସ୍ତାବ ଦେଲେ ,ହେଲେ ସେ ମନI କରିଦେଲେ | ବର୍ଷେ ପରେ ସମସ୍ତେ ଫୁଣି ଫେରିଲେ ମା ଙ୍କର ପ୍ରଥମ ବାର୍ଷିକ ଶ୍ରାଦ୍ଧ ପାଇଁ | ଶ୍ରାଦ୍ଧ ର ପରଦିନ ମିଶ୍ରବାବୁ ତାଙ୍କ ବଡ଼ ଭାଇ ଙ୍କୁ ସବୁ କହିଲେ ସେ କହିଲେ ବିକ୍ରମ କୁ ପଚାରିବା ତାର କଣ ମତ ଦେଖିବା | ଦି ଦିନ ରହି ସମସ୍ତେ ବାହାରିଲେ ଘରେ ଝିଅ ଓ ବଡ଼ ଭାଇନା ଥିଲେ | ବଡ଼ ଭାଇନା ତାଙ୍କୁ ବିବାହ କଥା ପଚାରିଲେ ହେଲେ ସେ ଚୁପ ରହିଲେ |

       

        କିଛି ଦିନ ପରେ ତାଙ୍କ ସ୍କୁଲ ଗେଟଟୁଗେଦର ହେଲା ,ପୁଅ ଝିଅ ସମସ୍ତେ ଆସିଥିଲେ | ବିକ୍ରମ ନ୍କ କଥା ଶୁଣି ସମସ୍ତେ ଦୁଃଖ ପ୍ରକାଶ କଲେ | କେତେ ଜଣ ତାକୁ ଆଉଥରେ ବାହା ହେବାକୁ କହିଲେ | ମିଶ୍ର ବାବୁ ତାଙ୍କ ସ୍କୁଲ ସାଙ୍ଗ ଥିବାରୁ ତାଙ୍କୁ ଏ ଦାଇତ୍ୱ ଦିଆହେଲା | ତାଙ୍କ ସାଙ୍ଗ ସିମରନ ବାହା ହୋଇ ନଥିଲା | ସିମରନ ଦିଲ୍ଲୀରେ ଚାକିରୀ କରୁଥିଲା | କେତେ ଜଣ ସିମରନ କୁ ଏ ପ୍ରସ୍ତାବ ଦେଲେ ହେଲେ ସେ ହସିକି ଉଡାଇ ଦେଲା | ପାର୍ଟି ସରିଗଲା ପରେହ୍ୱାଟ୍ସ ଆପ ଗୃପ ରେ ଫଟ ସବୁ ବାହାରିଲା | ବିକ୍ରମ ସବୁ ଫଟରେ ପ୍ରାୟ ଉଦାସ ଦେଖାଯାଉଥିଲା | ତଳେ ମିଶ୍ର ବାବୁ ଲେଖିଲେ , Simran only you can  change him . ତା ପରେ ବାକି ସାଙ୍ଗ ମାନେ ଦି ଜଣଙ୍କୁ ମନାଇବାରେ ଲାଗିଗଲେ | 3 ମାସ ପରେ ଆଉଗୋଟିଏ ପାର୍ଟି ଆୟୋଜନ କରାଗଲା ଖାଲି ତାଙ୍କରି ପାଇଁ | କିଛି ସାଙ୍ଗ ଆସିଲେ ଓ କିଛି କାମ ବIହIନI କରି ଆସିଲେନି | ସିମରନ ତା ମା ଙ୍କ ସାଙ୍ଗରେ ଆସିଥିଲା | ପାର୍ଟିରେ ସମସ୍ତେ ବିକ୍ରମ ଓ ସିମରନ ବିବାହ ପାଇଁ ରାଜି କରାଇଲେ ଓ ଏକାଠି ବସାଇ ଫଟ ଉଠାଇଲେ | ପାର୍ଟି ପରଦିନ ମିଶ୍ରବାବୁ ଓ ବିକ୍ରମ ସିମରନ ଘରକୁ ଗଲେ ତା ମାଆ ଙ୍କୁ ଭେଟି ସବୁ କଥା କହିଲେ | ସିମରନ ର ମାଆ ସବୁ ସୁଣିଲା ପରେ ଠିକ ଅଛି କହିଲେ | ମିଶ୍ର ବାବୁ ବିକ୍ରମର ଭାଇନା ଙ୍କୁ ସବୁ କହିଲେ ସେ ବି ରାଜି ହୋଇଗଲେ | ତା ପରେ ସେ ବିକ୍ରମ ର ଝିଅ ସଂଗେ କଥାହେଲେ ମିଶ୍ରବାବୁ ସେ କିନ୍ତୁ ରାଗିଗଲା ଓ ଫୋନ ସୁଇଚ ଅଫ କରିଦେଲା |

      ବିକ୍ରମ ଜାଣି  ପାରୁ ନ ଥିଲେ କଣ କହି ଝିଅ କୁ ବୁଝIଇବେ | ତା ପରେ ସେ ତାଙ୍କ ଜ୍ୱାଇଁ ଙ୍କୁ ମେସେଜ କଲେ ଦେଖ ନିତିନ , ନିତୁ ର ମା ଚାଲିଗଲା ପରେ ମୁଁ ବହୁତ ଏକI ଓ ଦୁଃଖି ହୋଇଯାଇଛି | ମୋ ସାଙ୍ଗ ମାନଙ୍କ କଥାରେ ମୋ ସ୍କୁଲ ସାଙ୍ଗ ସିମରନ ସହ ଏକାଠି ରହିବାକୁ ଭାବୁଛି |ଭାବୁଛି ଆମେ ଦି ଜଣ ଦି ଜଣକୁ ସପୋର୍ଟ କରିବୁ ଓ ଖୁସି ରହିବୁ | ନିତୁ କୁ ବୋଧେ ଏ କଥା ଠିକ ଲାଗୁନି ସେ ରାଗିଛି ତାକୁ ପ୍ଲିଜ ଟିକେ ବୁଝେଇଦେବ ଓ କହିବ ମୋ ସହିତ କଥା ହେବ | ଦି ଦିନ ପରେ ନିତିନ ଓ ନିତୁ କଥା ହେଲେ ନିତୁ କାନ୍ଦୁଥିଲା ଓ କହିଲା ମୋ ମାମା କୁ ମୁଁ ବହୁତ ଭଲ ପାଏ ,ତା ଜାଗା କେହି ନେଇ ପାରିବେ ନାହିଁ | ମୁଁ ଆପଣ ଙ୍କୁ ଖୁସି ଦେଖିବାକୁ ଚାହେଁ ବାକି ସବୁ ଆପଣଙ୍କ ଇଚ୍ଛା | ବିକ୍ରମ କହିଲେ ତୁ ଟିକେ ତୋ ସାନ ଭାଈ କୁ ଏ କଥା ବୂଝାଇ ପାରିବୁ | ସେ ସିଧା ମନା କରିଦେଲା | ବଡ଼ ଦୁଃଖରେ ବସିଗଲେ ବିକ୍ରମ ବାବୁ | କିଛି ସମୟ ପରେ ପୁଅ କୁ ରିଂ କରି ସବୁ କଥା କହିଲେ ,ସେ ସବୁ ଶୁଣି ଚୁପ ରହିଲା ଓ କହିଲା ବାପା ଆପଣ ଖୁସି ତ ? ବିକ୍ରମଙ୍କ ଆଖିରୁ ଲୁହ ବୋହି ପଡିଲା |

      ମିଶ୍ର ବାବୁ ବିକ୍ରମ କଥା ସିମରନ କୁ କହିଲେ ଓ ବିକ୍ରମ ଙ୍କ ଘରକୁ ତାକୁ ଡାକିଲେ | ସନ୍ଧ୍ୟା ରେ ସିମରନ ଓ ତା ମା ବିକ୍ରମ ନ୍କ ଘରେ ପହଁଚିଲେ ମିଶ୍ର ବାବୁ ବି ସେଠି ଥିଲେ |ମିଶ୍ର ବାବୁ ନିତୁ କୁ ଭିଡିଓ କଲ କଲେ ଓ ତାକୁ ସିମରନ ସାଥିରେ କଥା ହେବାକୁ କହିଲେ | ସିମରନ ନିତୁ ଓ ପୁଅ ନିଲୁ ସାଥିରେ କଥା ହେଲେ , ସେ କହିଲେ ମୁଁ ତୁମ ମIନ ଙ୍କ ମାଆ ନ୍କ ସ୍ତାନ ତ ନେଇ ପାରିବି ନାହିଁ ହେଲେ ଚେଷ୍ଟା ତ କରି ପାରିବି | ମୁଁ ତୁମ ବାପା ଙ୍କ ସାଙ୍ଗ ତାଙ୍କର ଦୁଃଖରେ ସାଥି ହୋଇ ରହିବାକୁ ଭାବିଚି, ମାତ୍ର ତୁମେ ମାନେ କହିଲା ପରେ |ତା ପରେ ସେ ଫୋନ ରଖିଦେଲେ ଓ ବିକ୍ରମ ଙ୍କୁ ବୁଝାଇଲେ ଓ ଗୁଡ଼ ନାଇଟ କହି ନିଜ ଘରକୁ ବାହାରିଲେ | ତା ପରଦିନ ସେ ଦିଲ୍ଲୀ ଫେରିଗଲେ |


      4 ମାସ ପରେ ଦିନେ ବିକ୍ରମର ଦେହ ଭଲ ନଥାଏ , ଝିଅ ନିତୁ ଫୋନ କରି ବିକ୍ରମ ସାଥିରେ କଥା ହେଲା ଓ କହିଲା ବାପା ଆପଣ ଙ୍କ କଥା ମୁଁ ଏବେ ବୁଝି ପାରିଛି | କIଲି ଆମ ଘର ପାଖ ସାଙ୍ଗ ମିତାଲି କଥା ହେଉଥିଲା, ସେ କହିଲା ମାଆ ଗଲା ପରେ ଆପଣଙ୍କ ଦେହ ପ୍ରାୟ ଭଲ ରହୁନି ଓ ଆପଣ ବାଲକୋନୀରେ ବସି ରହୁଛନ୍ତି ,ଅଫିସ କମ ଯାଉଛନ୍ତି | ଗଲା ବର୍ଷରେ 3/4 ଥର ହସ୍ପିଟାଲରେ ଆଡମିଟ ହୋଇଛନ୍ତି କିନ୍ତୁ ମତେ କେବେ କହି ନାହାନ୍ତି | ମୁଁ ମାଆ ଓ ଆପଣଂକୁ ବହୁତ ଭଲ ପାଏ | ମା ର ଦୁଃଖରେ ମୁଁ ଆପଣଙ୍କ କଥା ଭୁଲୁଯାଇଥିଲି | ସରି ବାପା , ,ଆପଣ ସିମରନ ଆଣ୍ଟି ଙ୍କୁ ଡାକିଦିୟନ୍ତୁ ଓ ଏକାଠି ରୁହନ୍ତୁ | ସାନ ଭାଇ ନିଲୁ କୁ ମୁଁ ବୁଝାଇବି | ତା ପର ଦିନ ସେ ସିମରନ ସାଥିରେ କଥା ହେଲା , ତାଙ୍କୁ କ୍ଷମା ମାଗିଲା,

 ଓ ବାପାଙ୍କ ସାଥିରେ ରହିବI ପାଇଁ ଅନୁରୋଧ କଲା

      ମିଶ୍ର ବାବୁ ସିମରନ କୁ ଡାକିଲେ ଓ 7 ଦିନ ପରେ ସିମରନ ଓ ବିକ୍ରମର କୋର୍ଟ ମ୍ୟାରେଜ ହେଲା | ପିଲା ମାନେ ଭିଡିଓ କଲରେ ଯୋଗଦେଲେ ଓ ଶୁଭକାମନା ଦେଲେ |ସାଙ୍ଗ ମାନେ ପାର୍ଟି କରିବାକୁ କହିଲେ ହେଲେ ବିକ୍ରମ କହିଲେ ମୋ ପୁଅ ଝିଅ ଆସିଲେ ପାର୍ଟି ହେବ | ସେଦିନ ସନ୍ଧ୍ୟାରେ କିଛି ସାଙ୍ଗ ତାଙ୍କ ଘରକୁ ଆସିଲେ ଓ ଶୁଭ କାମନା ଜାଣଇଁ ଗଲେ | ସ୍କୁଲ ଗୃପରେ ମିଶ୍ର ବାବୁ ବିକ୍ରମ ଓ ସିମରନ ଙ୍କର ଫଟ ପୋଷ୍ଟ କଲେ ଓ ସବୁ ସାଙ୍ଗ ମାଙ୍କୁ ଧନ୍ୟବାଦ ଦେଲେ |



Rate this content
Log in

Similar oriya story from Drama