STORYMIRROR

Dr Jharana Satapathy

Abstract

2  

Dr Jharana Satapathy

Abstract

ଭୂସ୍ବର୍ଗ ଭାରତ

ଭୂସ୍ବର୍ଗ ଭାରତ

1 min
490

ସୁଦୂର ଆମେରିକାରୁ ମୋନାର ସାଙ୍ଗ ସୋଫିଆ ଆସିବ ବୋଲି ତା ମନ ଭାରି ଖୁସି। ମୋନା ଏବଂ ତା ମିଷ୍ଟେର ଆମେରିକା ଯାଇ ସୋଫିଆ ଘରେ କିଛି ଦିନ ରହି ବୁଲାବୁଲି କରିଥିଲେ।


ଫୋନରେ ତା ସାଙ୍ଗ ଭାରତ ଆସିବା ଶୁଣି ମୋନା ବହୁତ ଖୁସି ହୋଇ ଯାଇଥିଲା। ନିଜେ ଏୟାରପୋର୍ଟ ଯାଇ ସେମାନଙ୍କୁ ସ୍ବାଗତ କରିଥିଲା। ମୋନା ଏବଂ ତା ସାଙ୍ଗ ସୋଫିଆ ଭିତରେ ବନ୍ଧୁତା ଫେସବୁକ୍ ରୁ ହିଁ ଆରମ୍ଭ ହୋଇଥିଲା। 


ମୋନା ଫୋନରେ ତା ସାଙ୍ଗ ସୋଫିଆ ସହ କଥାବାର୍ତ୍ତା କଲାଵେଳେ ଭାରତର ଐତିହ୍ୟ ସଂସ୍କୃତି ଏବଂ ପରମ୍ପରା ବିଷୟରେ କୁହେ । ମୋନା କାଶ୍ମୀରରେ ରହେ। ସୋଫିଆକୁ ସବୁବେଳେ ସେ କହେ କାଶ୍ମୀର ଭୂସ୍ବର୍ଗ ଅଟେ । ସମୟ ମିଳିଲେ କେତେବେଳେ ଏଠାକୁ ଆସି ପରିଦର୍ଶନ କରିବାକୁ ।


ଭାରତର ଵିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଵୁଲି ଦେଖିବାକୁ ସୋଫିଆର ଭାରି ଆଗ୍ରହ ଥାଏ। ସୋଫିଆ ଭାରତକୁ ଆସି ଯେତେଵେଳେ କାଶ୍ମୀରରେ ପାଦ ଦେଲା ଜାଣିଲା ସତରେ ଏହା ଏକ ଭୂସ୍ବର୍ଗ ଅଟେ। ଭାରତଵାସୀ ପ୍ରକୃତରେ ମହାନ ଅଟନ୍ତି। ଏଠାରେ ବିଭିନ୍ନ ଭାଷାଭାଷି ଧର୍ମାଲମ୍ବୀ ଲୋକ ବାସ କରନ୍ତି।


ସୋଫିଆ ,ମୋନା ସହ ଭାରତର ବିଭିନ୍ନ ପର୍ଯ୍ୟଟନ ସ୍ଥାନ ବୁଲି ସେଠାକାର ଖାଦ୍ୟ ଖାଇ ନିଜକୁ ସତରେ ଧନ୍ୟ ମନେ କଲା । ସୋଫିଆକୁ ଭାରତମାଟି ଛାଡି ଯିବାକୁ ଆଦୌ ଇଛା ହେଉନଥାଏ। ମୋନାକୁ କଥା ଦେଲା ପୁଣି ସେ ଜୁନ୍ ଏବଂ ଜୁଲାଈ ମାସରେ ଆଉଥରେ ପୁଣି ଭାରତ ଆସିବ ବାକି ରହି ଥିବା ପର୍ଯ୍ୟଟନସ୍ଥଳୀ ବୁଲି ଦେଖିବ ଏଵଂ ପୁରୀର ରଥଯାତ୍ରା ନିହାତି ଦେଖିବ।


ସୋଫିଆ, ମୋନାର ଶାଢି ପିନ୍ଧି ଦର୍ପଣ ଆଗରେ ଛିଡା ହୋଇ ନିଜକୁ ନିଜେ ଦେଖି ଭାବୁ ଥାଏ ସତରେ ମୁଁ ଭାରତୀୟ ହୋଇ ଥିଲେ କେତେ ଭଲ ହୋଇଥାନ୍ତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract