Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ଭିନ୍ନ ମଣିଷ ଭିନ୍ନ ଚିନ୍ତା

ଭିନ୍ନ ମଣିଷ ଭିନ୍ନ ଚିନ୍ତା

2 mins
183


ଏକୁଟିଆ ନୀରବରେ ଚାଲୁଥିଲେ ବିନୋଦବାବୁ. ରାସ୍ତା ଥିଲା ଲମ୍ବା ଓ ନୀରବ. ବିନୋଦ ବାବୁ ସ୍ମୃତି ବହିର ପୃଷ୍ଠା ଓଲଟାଉ ଓଲଟାଉ ଆଖି ଓଦା ହୋଇ ଆସୁଥିଲା. ଦେଖାହେଲେ ହରିହର ବାବୁ. ଦୁହେଁ ସାଙ୍ଗ ହୋଇ ନୀରବରେ କିଛି ନୀରବ ବାଟ ଅତିକ୍ରମ କରିବା ପରେ ନିର୍ଦିଷ୍ଟ ସେହି ଚା ଦୋକାନରେ ବସିପଡିଲେ. ଦୁହେଁ ନୀରବ ଥିଲେ ବି ପଢିପାରୁଥିଲେ ଦୁହିଁଙ୍କ ମନର କଥା ଆଉ ବୁଝିପାରୁଥିଲେ ଅନ୍ତର୍ବେଦନା. ବୁଝିଯାଇଥିଲେ ଦୁହେଁ ଏହି ତ ଜୀବନ. ଜନ୍ମିତ ବାପା ମାଆଙ୍କ ପରେ, ସ୍ତ୍ରୀକୁ ନେଇ ସଂସାର. ପୁଅ ଝିଅ ଆଦି ସନ୍ତାନ ସନ୍ତତିଙ୍କୁ ମଣିଷ କରୁ କରୁ, ହାତକୁ ଦିହାତ କଲାପରେ ମଧ୍ୟ ଆଉ କେତେ କରିବାକୁ ବାକି ରଖିଛ କର, ନଚେତ ତୁମେ କି ବାପା ମାଆ. ପୁଅ ମଣିଷ ହେଲେ, ବୁଢା ବୁଢ଼ୀ ଏକା, ପୁଅ ଅମଣିଷ ହେଲେ ଦିଏ ଥରକୁ ଥର ଧୋକା. ତଥାପି ବଞ୍ଚିବାକୁ ହୁଏ. କୋଉ ନିଶାରେ କେଜାଣି?ଜଣଙ୍କୁ ତ ଯେମିତି ହେଲେ ଆଗ ସଂସାର ଛାଡିବାକୁ ହେବ. ସ୍ତ୍ରୀ ଗଲେ ସ୍ୱାମୀ ବିପତ୍ନୀକ, ସ୍ୱାମୀ ଗଲେ ସ୍ତ୍ରୀ ବିଧବା. ବିନୋଦ ବାବୁ ଓ ହରିହର ବାବୁ ଦୁହେଁ ବିପତ୍ନୀକ. କିନ୍ତୁ ଜୀବନ ଶୈଳୀ ଭିନ୍ନ।

    ହରିହର ବାବୁ ସବୁବେଳେ ଏମିତି. ନିଜେ ନିଜ କଥା ବୁଝିବାରେ ଧୁରନ୍ଧର, ସ୍ତ୍ରୀର ହେପାଜତରେ ବଞ୍ଚିବା ତାଙ୍କ ପାଇଁ କଷ୍ଟ. ନିର୍ଭରଶୀଳ ନଥିଲେ ସେ. ଏଇଟା ହୁଏତ ଅନେକଙ୍କୁ ତାଙ୍କ ଚରିତ୍ର ଖୁବ ଭଲ କହିପାରନ୍ତି କିନ୍ତୁ ଜୀବନର ଅନ୍ୟ ଦିଗଟି ଦେଖିଲେ ସ୍ତ୍ରୀ ନାମକ ମଣିଷଟି ବିନା ପ୍ରେମରେ ବିନା ସେବା କାର୍ପଣ୍ୟରେ, ବିନା ସହଯୋଗରେ, ବିନା ବାକ୍ୟବେୟରେ, ବିନା ସୋହାଗରେ, ବିନା ଦରଦରେ ଅସନ୍ତୁଷ୍ଟତା ଭିତରେ କେତେଦିନ ବଞ୍ଚିଥାଆନ୍ତା!କିନ୍ତୁ ବିନୋଦ ବାବୁ ସମ୍ପୂର୍ଣ୍ଣ ଭିନ୍ନ , ମନରମଣିଷ ବା ଜୀବନସାଥି ବିନା ଜୀବନ ତାଙ୍କର ନୀରବ. ଚାଲିବାର ରାସ୍ତା ତାଙ୍କ ପାଇଁ ନୀରବ. ସ୍ତ୍ରୀ ଚାଲିଯିବା ପରେ ସେ ଅସହାୟ, ନିରୁପାୟ ।

   ନୀରବତା ଭାଙ୍ଗି ହରିହର ବାବୁ କହିଲେ ମୁଁ ଘରଟାକୁ ଭଡା ଦେଇଦେଇ ଖୁବ ଖୁସିରେ ଅଛି. ଭଡା ବାବଦରେ ଉପରୁ, ସବୁଦିନ ଦି ଓଳା ଖାଦ୍ୟ ଆସୁଛି ମୋ ପାଇଁ. ଆଉ ଓଳିଆ ପୋଳିଆ ନିଜେ କିଛି କରି ଶାରୀରିକ ପରିଶ୍ରମ ବଜାୟ ରଖିଛି. ସ୍ତ୍ରୀ ଗଲା ପରେ ମାନ ଅଭିମାନ, ମାନ ମତାନ୍ତର ବା ମନାନ୍ତର ନାହିଁ. ପୁଅ ବିଦେଶରେ ଅଛି. କେତେଥର ଡାକିଲାଣି ହେଲେ ମୋ ସ୍ବାଧୀନତା ହରାଇ ଯିବାକୁ ଚାହେଁନା, ଆଉ ଆପଣ କେମିତି ଚଳୁଛନ୍ତି ବିନୋଦ ବାବୁ? ଘରଟା ଭଡା ଲଗେଇ ଦେଉନାହାଁନ୍ତି. ଉପରେ ସେମାନଙ୍କୁ ରଖି, ତଳେ ଆପଣ ରହିବେ. ଭଡା ବଦଳେ ଖାଦ୍ୟ ।

  ଚାହିଁଲେ ବିନୋଦ ବାବୁ ନୀରବରେ ହରିହର ବାବୁଙ୍କୁ. ଶୁଖିଲା ହସ ହସିଦେଲେ. ଚା ଜଳଖିଆ ଖାଇ ଦୁହେଁ ଫେରିଲେ. ହରିହର ବାବୁ ଫେରିଯିବା ପୂର୍ବରୁ କହୁଥିଲେ, ମୋ କଥା ଟିକେ ଚିନ୍ତା କରିବେ. ଘରେ ପହଞ୍ଚି ବିନୋଦ ବାବୁ ପୁଅ ବୋହୁଙ୍କୁ ଦେଖି ଖୁସିରେ ଗଦଗଦ ହେଇଗଲାବେଳେ, ପୁଅ ଘରର କାଗଜ ପତ୍ର ମାଗୁଥିଲା. ଘର ବିକ୍ରୀ କରି ବାପାଙ୍କୁ ନେଇ ଯିବାକୁ ଚାହେଁ ସେ. ବିନୋଦ ବାବୁ ଚାହିଁଲେ ପୁଅକୁ ଥରେ ଆଉ କହିଲେ ଘର ଛାଡ଼ି ମୋର କୁଆଡେ ଯିବାର ନାହିଁ. ଏ ଘରେ ତୋ ମାଆର ଆତ୍ମା ଏବେବି ମୋ ସହିତ ଅଛି ତାକୁ ଏକା କରି ମୁଁ ଯାଇପାରିବି ନାହିଁ. ପୁଅ କହୁଥିଲା ମାସେ ସମୟ ନିଅ, ଚିନ୍ତା କରି କହିବ, ନଚେତ ମାଆର ସବୁ ଜିନିଷ ପତ୍ର ସହ ବୃଦ୍ଧାଶ୍ରମରେ ରୁହ, ଘରଟା ବିକ୍ରୀ ହେବା ପାଇଁ ଭଲ ଗରାଖ ମିଳିଛି, ଡେରି ହେଲେ ହୁଏତ ଘର ବିକ୍ରୀ ହୋଇ ନପାରେ. ଥରେ ପୁଅ ମୁଁହକୁ ଚାହିଁ ବାହାରିଗଲେ ବିନୋଦବାବୁ. ନୀରବରେ ନୀରବ ରାସ୍ତା ଟପି ତହସିଲ ଅଫିସକୁ.ଆଉ ସେଠାରୁ ଫେରି,ବଢ଼େଇ ଦେଇଥିଲେ ତେଜ୍ୟପୁତ୍ର କରିଥିବା ନୋଟିସ ପୁଅ ହାତକୁ ।



Rate this content
Log in

Similar oriya story from Abstract