Kamal Kumar Dash

Abstract

2  

Kamal Kumar Dash

Abstract

ଭିଡିଓ କଲ

ଭିଡିଓ କଲ

3 mins
243


ସୀତମ ସବୁ ଦିନ ସକାଳୁ ଉଠି ଫେସ ବୁକ ଦେଖେ ଦିନେ ଦେଖିଲା ତାକୁ ଗୋଟେ ମେସେଜ ଆସିଛି ତୃଷ୍ନା ଠାରୁ ସେ ଲେଖିଛି କଣ ଚିହ୍ନି ପାରୁଚୁ ନI ନାହିଁ | ମୁଁ ଭାବୁଛି ବୋଧେ ତୋର କଲେଜ କଥା ମନେ ଥିବ , ମୁଁ ବହୁତ ଦିନ ବାହାରେ ରହି ଏବେ ଫେରିଛି ଭୁବନେଶ୍ୱର ଆସିଲା ପରେ ତୋର ଫେସବୁକ ରେ ଫଟ ଦେଖିଲି ବହୁ ଖୁସି ଲାଗିଲା | ତୋ ସଂଗେ କଥା ହେବାକୁ ବହୁତ ଇଚ୍ଛା ହେଉଛି ମୋ ମୋବାଇଲ ନମ୍ବର ଦେଲି ଫୋନ କରିବୁ |ସୀତମ ମେସେଜ ଦେଖିଲା ସେ ଫଟ କୁ ବଡ଼ କରି ଦେଖିଲା ଓ ଚିହ୍ନି ପାରିଲା ଆରେ ତୃଷ୍ନା ଏତେ ମୋଟୀ ହୋଇ ଯାଇଛି ହଁ 30 ବର୍ଷ ହେଲାଣି | ତାକୁ ରିଂ କଲା ସେ ଉଠିଲାନି | କିଛି ସମୟ ପରେ କଲ ବ୍ୟାକ କଲା | ସେ ପଚାରିଲା କିଏ କହୁଛ ? ମୁଁ ସୀତମ କହୁଛି କହିଲା ସୀତମ | ଆରେ ମୁଁ ତୃଷ୍ନା କହୁଛି ଚିହ୍ନି ପାରିଲୁ | ସେ ହସିଲା କହିଲା ମତେ ଚିହ୍ନି ପାରୁଚୁ ? ସୀତମ କହିଲା ସେଥି ପାଇଁ ତ ଫୋନ କଲି | ତା ପରେ ତୃଷ୍ନା କହିଲା ତୁ କେଉଁଠି ରହୁଛୁ କହିଲୁ ? ସୀତମ କହିଲା ଶୈଳଶ୍ରୀ ବିହାର ରେ, ଆରେ ମୁଁ ବି ତ ସେଇଠି ରହୁଛି | ତୁ ଶୁଣ ,ତୋ ସାଥିରେ ବହୁତ କଥା ଅଛି ,ଆଜି ସନ୍ଡେ ଅଛି ତୁ ତୋ ଶ୍ରୀମତିଙ୍କୁ ଧରି ଲଂଚରେ ମୋ ଘରକୁ ଆ ,ତତେ ଦେଖିବାକୁ ବହୁତ ଇଛା ହେଉଛି | ସୀତମ କହିଲା ଦେଖୁଛି ,ଟିକେ ପରେ କହିବି | ତୃଷ୍ଣା କହିଲା କଣ ମାଡାମଙ୍କ ପରିମିସନ ମିଳିଲା ପରେ କହିବୁ ନ କଣ ? ମାଡାମ ଚା ପିଉ ଥିଲେ ,ତୃଷ୍ଣା କହିଲା ଦେ ତୋ ମାଡାମ ଙ୍କୁ ଟିକେ ଫୋନ ଟା ଦେ | ତୃଷ୍ନା ମୋ ସାଙ୍ଗ କଥା ହେବ କହି ଫୋନ ଟା ଦେଲା ତା ଶ୍ରୀମତୀ ଙ୍କୁ | କଥା ହେବାକୁ ଇଛା ନଥିଲେ ବି କିଛି ସମୟ କଥା ହେଲା | ତୃଷ୍ନା ତାକୁ ବି ଲଞ୍ଚ ପାଇଁ ଆସିବାକୁ କହିଲା ,ହେଲେ ସେ ଅନେକ କାମ ଅଛି କହି ମନା କରିଦେଲା ଓ କହିଲା ଦିଦି ଆପଣ ଆମ ଘରକୁ ଆସୁନାହାନ୍ତି ଭଲ ହୁଅନ୍ତା | ସେ ଦେଖୁଚି କହି ଫୋନ ରଖିଲା | 

   ଲଂଚରେ ତୃଷ୍ନା ଓ ତାର ସ୍ୱାମୀ ଆସି ପହଁଚିଲେ ,ସୀତମ ସେମାଙ୍କୁ ହାତ ମିଳାଇ ସ୍ୱାଗତ କଲା ଓ ତାର ସ୍ତ୍ରୀ ଦି ଜଣ ଙ୍କୁ ନମସ୍କାର କଲା ତୃଷ୍ନା ସିତମର ସ୍ତ୍ରୀ କୁ କୁଣ୍ଢାଇ ପକାଇଲା | ସୀତମ ଓ ତୃଷ୍ନା ବସିଗଲେ ପାଖା ପାଖି ଓ ବିଗତ 30 ବର୍ଷ ର ଗୋଟେ ଫାଷ୍ଟ ଫ୍ଲ|ସ ବ୍ୟାକ ର ଶୁଅ ବୋହିଗଲା | ତା ପରେ ଅନ୍ୟ ସାଙ୍ଗ ମାନଙ୍କ କଥା ଆସିଲା |ସୀତମ କହିଲା ଆଉ ରିମା କଥା କଣ? ତୃଷ୍ନା କହିଲା ତାର କିଛି ଠିକଣା  ମୋ ପାଖରେ ନାହିଁ , ମୁଁ ବି ତାକୁ ମିସ କରେ ହେଲେ ସେ ବି ବହୁ ଦିନ ହେବ କିଛି ଚିଠି ଦେଇନି ହୁଏତ ଆମକୁ ଭୁଲିଯିବଣି | ଛାଡ଼ ତା କଥା ତାକୁ ଫେସବୁକ ରେ ଖୋଜିବା କହିଲା ସୀତମ | ତୃଷ୍ନା କହିଲା ମୁଁ ତାକୁ ଫେସ୍ବୁକ୍ ରେ ଖୋଜିଛି ହେଲେ ତାର ଫଟ ଦେଖିନି |ସୀତମ କହିଲା ଗୁଗଲ ପ୍ଲସ ରେ ଦେଖୁଛି | କହି ରିମା ନାଆଁ ସର୍ଚ୍ଚ କଲା ,କେତେଟା ଆଇଡି ମିଳିଲା ଗୋଟେ ଆଇଡି ରେ ରିମାର ଫଟ ଥିଲା କିନ୍ତୁ ଫୋନ ନମ୍ବର ନଥିଲା |

ସୀତମ ଖୁସିରେ ତୃଷ୍ନା କୁ କହିଲା ହେଇ ଦେଖ ଦେଖ ଏଇଟା ରିମା ମୋଟୀ ଭଳି ଦେଖାଯାଉଛି | ଗୁଗଲ ରୁ ତାକୁ ରିଂ କଲା ହେଲେ ସେ ଫୋନ ଉଠିଲାନି , ତାକୁ ମେସେଜ କଲା ମୁଁ ସୀତମ କହୁଛି କଣ ଚିହ୍ନି ପାରୁଚୁ ତ ? ତୋ ମୋବାଇଲ ନଂ ଟା ଦେ ନହେଲେ ମତେ ମୋ ନଂ ରେ ରିଂ କରେ ତୃଷ୍ନା ମୋ ପାଖରେ ବସିଛି ଓ ତତେ ମିସ କରୁଛି | କିଛି ରିପ୍ଲାଇ ଆସିଲାନି | ସମସ୍ତେ ଖାଇବାକୁ ବସିଲେ ଖାଇ ସରିଲା ପରେ ଆଇସକ୍ରିମ ଖାଇଲେ | ସିଂ ଫୋନରେ କଣ ଗୋଟେ ମେସେଜ ଆସିଲା ସେ ଫୋନ ଉଠାଇ ଦେଖିଲା ରିମା ତା ଫୋନ ନଂ ପଠାଇଥିଲା | ସୀତମ ଓ ତୃଷ୍ନା ର ଖୁସିର ସୀମା ନଥିଲା | ସୀତମ ତାକୁ ଫୋନ ଲଗାଇଲା ରିମା ଫୋନ ଉଠାଇଲା | ସୀତମ କହିଲା କଣ ମାଡାମ ଚିହ୍ନି ପାରୁଛନ୍ତି |ରିମା ବି ମଜାରେ କହିଲା ହଁ ସାର | ତୃଷ୍ନା ବି କଥା ହେଲା ଓ କହିଲା ଭିଡିଓ କଲ କରିବି ରିମା କହିଲା କର | କିଛି ସମୟ ପରେ ଭିଡିଓ କଲ ରେ ରିମା ଆସିଲା ଓ କଥା ହେଲା କାଲିକତା ରେ ତାର ଘର ଦେଖାଇଲା |ରିମାର ଝିଅ ଆସି ସମସ୍ତଙ୍କୁ ନମସ୍କାର କଲା | ରିମା ଛୁଟିରେ ଭୁବନେଶ୍ୱର ଆସିବ ବୋଲି କହିଲା ଓ ଏମାନଂକୁ କଲିକତା ବୁଲି ଆସିବାକୁ ନିମଂତ୍ରଣ ଦେଲା |



Rate this content
Log in

Similar oriya story from Abstract