Madhabi Patel

Inspirational

3  

Madhabi Patel

Inspirational

ଭଗବାନ ଙ୍କ ଇଚ୍ଛା

ଭଗବାନ ଙ୍କ ଇଚ୍ଛା

3 mins
168



    ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ଏ ବାକ୍ୟଟା ସୁଲତା ହଜାରଥର ଶୁଣିଥିବ।ହେଲେ କେତେଥର ତା ଜୀବନରେ ଏହା ସତ ହେବାର ବି ଦେଖିଛି।ପ୍ରଥମେ ଯାହାକୁ ନେଇ ଅଶାନ୍ତି ଲାଗିଥିବ ମନଦୁଃଖ ଲାଗିଥିବ ପରେ ସେଇ ଜିନିଷ ତାରି ହିତରେ ଲାଗିବ।ଏଇ ଯେମିତି ତା ବାହାଘର ବିଧୁର ବରକୁ ନେଇ ପ୍ରଥମେ ଲୋକଙ୍କ ଟାହି ଟାପରା ଶୁଣି ମନଦୁଃଖ ଲାଗିଥିଲା ହେଲେ ଆଜି କେତେ ସୁଖରେ ଅଛି।ସେମିତି ଏକ ଘଟଣା ର ଉଦ୍ଦେଶ୍ୟ ଆଜି ସେ ବୁଝି ପାରୁଛି।ତା ଛୋଟପୁଅ ଏକ ଆମେରିକାନ କମ୍ପାନି ଓ୍ବାଲମାର୍ଟରେ କାମ କରେ। ସେ କାମରେ ଏକଦମ୍ ବିସ୍ବସ୍ଥ।ସେଥିପାଇଁ ତା ମେନେଜର ବହୁତ ଖୁସୀ ତାପ୍ରତି।ଯେତେ କଠିଣ କାମହେଉ ଓ ଯେତେସମୟ ଲାଗୁ ସେ ନିଶ୍ଚୟ କରିକି ଦେଖାଏ।ତାର ଏଇ ପାରିଲାପଣ ପାଇଁ ତାର ଇନ୍କ୍ରିମେଣ୍ଟ ବା ପଦୋନ୍ନତି ବି ଶୀଘ୍ର ଶୀଘ୍ର ହେଇଛି।ମାତ୍ର ଦେଢ ବର୍ଷରେ ତାର ତିନିଥର ଇନକ୍ରିମେଣ୍ଟ ହେଲାଣି ସେଥିପାଇଁ ଅନ୍ୟ ସହକର୍ମୀ ତାକୁ ଇର୍ଷା ହୁଅନ୍ତି।ସେ ଘରେ ରହି ବି କିଛି ଅଫିସ କାମ ଦେଲେ କରିଦିଏ।ସିଏ ଆକର୍ଷକ ଚେହେରର ଓ ଅନ୍ୟକୁ ବୁଝାଇବାର ଗୁଣରେ ପାରଙ୍ଗମ ହେତୁ ତା କାମରେ ସମସ୍ତେ ପ୍ରୀତ ହୁଅନ୍ତି।ତାର କାମରେ ସନ୍ତୁଷ୍ଟ ହୋଇ କମ୍ପାନୀ ତରଫରୁ ତାକୁ ଆମେରିକା ପଠାଇବାକୁ ବଛାହେଇଥିଲା।ତାର ପାସ୍ପୋର୍ଟ ସବୁ ରେଡି କରି ସାରିଥିଲା।ଡ୍ରେସପଟା କିଣି ସାରିଥିଲା ସେଠାରେ ଗଲେ ପିନ୍ଧିବ ବୋଲି।ସମସ୍ତ ସଂପର୍କିୟ ମାନେ ଏକଥା ଜାଣି ସାରିଥିଲେ। ଭିସାପାଇଁ ଚେନ୍ନେଇରେ ତାକୁ କମ୍ପାନି ତରଫରୁ ଯିବାଆସିବା ଫ୍ଲାଇଟ ଟିକେଟ ଓ ଫାଇବଷ୍ଟାର ହୋଟେଲରେ ରହିବାର ବ୍ୟବସ୍ଥାବି କରାହେଇଥିଲା ।ହେଲେ ଭିସାରେ କଟିଗଲା ତାର କମ୍ପାନୀରେ ମାତ୍ର ଦେଢବର୍ଷର ଏକ୍ସପେରିଏନ୍ସ ଥିବାରୁ।ଅତି କମ୍ ରେ ଦୁଇବର୍ଷ ନ ହେଲେ ଯାଇହୁଏନି।ସେଦିନ ସେ ବହୁତ ମନ ଦୁଃଖ କରିଥିଲା। ଭିସା ପାଇଁ ଗଲା ଦିନ କେତେ ଖୁସି ଖୁସି କଥା ହେଉଥିଲା।ସମସ୍ତେ ଶୁଭକାମନା ଜଣାଇଥିଲେ

ହେଲେ ଆଜି ଏକଦମ୍ ମନମରା ଜଣା ପଡୁଥିଲା ତାର ସ୍ବର।ସେ ବାପାଙ୍କୁ ଫୋନକରି କହିଲା ବାପା ମୋର ଭିସା ନାକଚ ହେଇଗଲା।ତା ସ୍ବାମୀ ବୁଝାଇଲେ କିଛି କଥାନାଇଁ ଆରବର୍ଷକୁ ଯିବୁ ଏଥିରେ ମନଦୁଃଖ କାହିଁକ କରୁଛୁ।ପିଲା ଲୋକ ଥରେ କିଛି କଥା ଭାବିଥିଲା ପରେ ଭାଙ୍ଗିଗଲେ କଷ୍ଟ ତ ହେବ ତାର ବିଦେଶ ଯିବା ଇଛା ପାଇଁ ତ ସେ ଇଞ୍ଜିନିୟର ପଢିଥିଲା।ନହେଲେ ତାବାପା ତାକୁ ନିଜପରି ଡାକ୍ତର କରିବାକୁ ଚାହୁଁଥିଲେ।ସେ ଦେଖୁଥିଲା ବାପା ସବୁବେଳେ ହସ୍ପିଟାଲ ଓ କ୍ଲିନିକ କାମରେ ବ୍ୟସ୍ତ ରହୁଛନ୍ତି।ତାଙ୍କ ପ୍ରତି ଧ୍ୟାନ ଦେଇ ପାରନ୍ତିନି।ନିଜେ ଗୋଲ୍ଡମେଡାଲ ପାଇଥିଲେ କଣ ହେବ ନିଜ ଜ୍ଞାନରୁ କିଛି ବି ପୁଅଝିଅଙ୍କୁ ଦାନ କରିବାକୁ ସମୟ ନାହିଁ।ଟିଉସନ ମାଷ୍ଟର ପାଖରୁ ତାଙ୍କୁ ପାଠ ବୁଝିବାକୁ ପଡୁଥିଲା।କେବେ କୋଉ

ଦର୍ଶନୀୟ ସ୍ଥାନ ବୁଲାଇ ନେବାକୁ ସମୟ ନଥାଏ।ଡାକ୍ତରି ଜୀବନରେ ନିଜ ପାଇଁ କିଛି ସୁଖ ନାଇଁ।ଗରମ ଆଉଟ ଡୋର୍ ରେ ବସି ଗରିବ ରୋଗିଙ୍କ ସହ ଜୀବନ କଟେ। କାଳେ ବାପା ମେଡିକାଲ ପଢିବାକୁ ବାଧ୍ୟକରିବେ ସେଥିପାଇଁ ସେ ବାଏଲୋଜି ବଦଳରେ ବାପାଙ୍କ ଅଜାଣତରେ କମ୍ପ୍ୟୁଟର ଚେଞ୍ଚ କରିଦେଇଥିଲା।ଇଞିନିୟର ମାନେ ଏସି ରୁମରେ କାମ କରନ୍ତି ବିଦେଶ ଯିବାର ସୁଯୋଗ ଥାଏ ବୋଲି ସେ ଜାଣିଥିଲା ସେଥିପାଇଁ ସେ ଇଞ୍ଜିନିୟର ହେଲା।ହେଲେ ଏତେଦିନର ଆକାଂକ୍ଷିତ ମୂହୁର୍ତ୍ତରେ ତାକୁ ନିରାଶା ମିଳିଲା।ସେତେବେଳେ ମନଦୁଃଖ ହେବା ନିଶ୍ଚିତ କଥା।ତାର ମନଦୁଃଖ କଥା ଶୁଣି ସୁଲତା ସ୍ବାମୀଙ୍କ ହାତରୁ ଫୋନଟା ଟାଣି ନେଇ ତାକୁ ସାନ୍ତ୍ବନା ଦେଇ କହିଲେ ବାପାରେ କିଛି ମନଦୁଃଖ କରିବାର ନାଇଁ ଭଗବାନ ବୋଧହୁଏ ତାଠୁ ଆଉ କଛି ଭଲ କାମ ତତେ ଦେବା ଭାବିଛନ୍ତି ତେଣୁ ଭିସା ହେଇ ପାରିଲାନି।ତୁ ମନ ଦୁଃଖ କରନି ଆରଥରକୁ ନିଶ୍ଚୟ ହେବ। ତୁ ଜାଣିଥା ବାପା ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ।

ସେ ଦୁଃଖ ଭିତରେ କାନ୍ଦ କାନ୍ଦ ହୋଇ ହସି କହିଲା ଏଥିରେ କି ମଙ୍ଗଳ ହେବ।ହେଲେ ଆଜି ଯେବେ କରୋନାର ପ୍ରଦୁର୍ଭାବ ବିଦେଶ ମାନଙ୍କରେ ବଢିଯାଇଛି ସେ ଅବସ୍ଥା ଦେଖି ସୁଲତା ଓ ତା ସ୍ବାମୀ କଥାହେଉଥିଲେ ଭଲ ହେଲା ପୁଅର ଭିସା କେନସେଲ୍ ହେଇଗଲା।ନହେଲେ ଏବେ ଆମେ ବି ଅନ୍ୟ ମାନଙ୍କ ପରି ଏଠି ବସି ଛଟପଟ ହେଉଥାଆନ୍ତେ।ଏବେ ଭାରତରେ ପାଖରେ ତ ଅଛି।ଭଗବାନଙ୍କ ତା ଉପରେ ଏମିତି କରୁଣା ରହିଥାଉ ସବୁଦିନ।ଆମେ ମଣିଷ ଆଗତ ଭବିଷ୍ୟତ କଥା ଜାଣି ପାରୁନା ବୋଲି ମନଦୁଃଖ କରୁ।ହେଲେ ସୃଷ୍ଟିକର୍ତ୍ତା ଙ୍କୁବା କଣ ଅଜଣା।ହେ ଭଗବାନ ତୁ ଏ କରୋନା ମହାମାରି କବଳରୁ ଏ ସୃଷ୍ଟିକୁ ରକ୍ଷାକର ପ୍ରଭୁ।ଆଜି ପୃଥିବୀସାରା ର ଜନସାଧାରଣ ଆତଙ୍କିତ। ମୋ ଭାରତ ଏବେ ଟିକେ ସୁରକ୍ଷିତ ଜଗନ୍ନାଥଙ୍କ ଦୟାରୁ |


Rate this content
Log in

Similar oriya story from Inspirational