STORYMIRROR

Bharatabandhu Biswal

Tragedy Inspirational Others

3  

Bharatabandhu Biswal

Tragedy Inspirational Others

ଭେଦ-ଅଭେଦ

ଭେଦ-ଅଭେଦ

2 mins
247


ଗୋଚରେ ହେଉ କି ଅଗୋଚରରେ ଶନିଦେବଙ୍କ କୋପଦୃଷ୍ଟିରୁ ରକ୍ଷା ପାଇବାକୁ ହେଲେ ଭଲରୂପେ ଗୋଡହାତ ଧୋଇନେବାକୁ ପିଲାଟି ବେଳେ ବାର ବାର ବୁଝାଇ କହୁଥିଲା ବୋଉ,ଯିଏ ପଚିଶି ବରଷ ହେଲାଣି ସ୍ୱର୍ଗବାସରେ ।ଏଇ ଚନ୍ଦନ ପୂନେଇ ବାସୀ ରେ ପଡ଼ିବ ତା ବାର୍ଷିକୀ ଶ୍ରାଦ୍ଧ ।

ଅବିନାଶ ଙ୍କ ବୃଷଭ ରାଶି ।ଅବଧାନ (ଜ୍ୟୋତିଷ)କହୁଥିଲେ ଶନି ଏବେ ତାର ନବମରେ ।ମୋଟେ ଭୁଲି ନାହାଁନ୍ତି ସେ ତାଙ୍କ ସ୍ୱର୍ଗବାସୀ ବୋଉର କଥା।ପ୍ରତି ଶନିବାର ସଂଧ୍ୟା ଘଡିକୁ ମାଟି ଦୀପଟିଏରେ ରାଶି ତେଲ ଭରି ଅବିନାଶ ଜପ କରୁଥିଲେ - ଓମ୍ ଶମ୍ ଶନିଶ୍ଚରାୟ ନମଃ ।

ଶନି ଏକ ବଳୟ ଯୁକ୍ତ,ସର୍ବଗ୍ରାସୀ ଏବଂ ମହାଶକ୍ତି ଶାଳୀ ଛାୟାଗ୍ରହ ।ଏହାର ପ୍ରଭାବ ଦୀର୍ଘ ସ୍ଥାୟୀ, ଅଦୃଶ୍ୟ,ସୁତୀକ୍ଷ୍ଣ,ସର୍ବବ୍ୟାପୀ, ଅତ୍ୟନ୍ତ କଠୋର ଏବଂ ପୀଡ଼ା ପ୍ରଦାୟକ ଅଟେ । ଏହା ମଧ୍ୟ ରାବଣ ସଦୃଶ ଅହଂ ପ୍ରପଞ୍ଚ ପରାୟଣ ଏବଂ ପରମାର୍ଥ ସୁଖ ସ୍ୱ।ଚ୍ଛନ୍ଦ ହରଣକାରୀ ଅଟେ ।

ମାୟା ମିରିଗ କୁ ଶର ସନ୍ଧାନ କରିବା ପରେ ସତ୍ୟସନ୍ଧ ପ୍ରଭୁ ଶ୍ରୀ ରାମ ଙ୍କ ସେଇ ଛଦ୍ମବେଶୀ ମରୀଚ ଠାରୁ ଲଙ୍କା ପତି ରାବଣର ସନ୍ଧାନ,ଅପହୃତା ସତୀ ସୀତା ଦେବୀ ଙ୍କ ଠାବ, ଲଙ୍କା ଦହନ, ସେତୁ ବନ୍ଧ ନିର୍ମାଣ ,ପ୍ରଭୁ ଶ୍ରୀ ରାମ ଏବଂ ରାବଣ ମଧ୍ୟ ରେ ମହା ସଂଗ୍ରାମ ରାମାୟଣ ମହାକାବ୍ୟ ର ଛାୟାଚିତ୍ରର ପରିଦୃଶ୍ୟ ସବୁ କେଡେ ଚମତ୍କାର ଓ ଚିରନ୍ତନ ସତେ!

ଅତୀତ ପୁରାଣ କାଳରେ ହେଉ କି ଅବା ଛୋଟବଡ ପରଦା ଉପରେ ଅବା ବାସ୍ତବ ଜୀବନରେ ଏହା ଅବିରତ ଭାବେ ଘଟି ଚାଲି ଅଛି ବୋଲି ପ୍ରତୀୟମାନ ହେଉଥିଲା ।ଏତ ମହାରୋଗ ନୁହେଁ, ଏକ ଦୁରାଗ୍ରହ ମହାବିକଟାଳ ସ୍ଥିତି ।

ଅବିନାଶ ଲୁହାକଣ୍ଟାଟିରେ ଦୀପ ଭିତରେ ଦିକି ଦିକି ହୋଇ ଜଳୁଥିବା ସଳିତାକୁ ଟିକେ ତେଜି ଦେଇ ମହାଗ୍ରହ ଶାନ୍ତି ନିମିତ୍ତ ଦଶରଥ ପ୍ରୋକ୍ତ ଶନିଶ୍ଚର ସ୍ତୋତ୍ର ପାଠରେ ନିବିଷ୍ଟ ହେଉଥିଲେ ଏବଂ

ଜନନୀ, ଜନ୍ମ ଭୂମି ଏବଂ ଶରୀରପ୍ରାଣ ରୂପୀ ଅଯୋଧ୍ୟାପୁରୀ ର ସୁରକ୍ଷା କଥା ଚିନ୍ତା କରୁଥିଲେ ।

ଅବିନାଶ ଜଣେ ଅତି ବିଶିଷ୍ଟ ବା ଆଗ ଧାଡିରେ ଯୋଦ୍ଧା ଭାବେ ଗଣା ନ ହୋଇ ପାରନ୍ତି,ମାତ୍ର ନିଶ୍ଚିତ ଭାବେ ଜଣେ ଖୁବ୍ ସଫଳ ସଚେତନଧର୍ମୀ ସାଧାରଣ ମଣିଷ ।ସେ ଜୀବନରେ ଅନେକ ଦୁଃଖ ଦୁର୍ଦ୍ଦଶା, ଘାତ ପ୍ରତିଘାତ କୁ ସମ୍ମୁଖୀନ ହୋଇ ବିଶେଷ ଅଭିଜ୍ଞତା ହାସଲ କରିଛନ୍ତି ,ଏପରିକି ମହାମାରୀ କରୋ-ନା ସମୟରେ ବି ନିଜର ସୃଜନଶୀଳତା ଏବଂ ଅନନ୍ୟ ସାରସ୍ୱତ ପ୍ରତିଭାର ବିକାଶ ଧାରାକୁ ବଜାୟ ରଖି ସୁନ୍ଦର କାବ୍ୟ କବିତା ରଚନା କରି ଚାଲୁଛନ୍ତି । ତାଙ୍କର ପ୍ରଗାଢ଼ ଦେଶଭକ୍ତି,ଉଦବୋଧନ ଏବଂ ପ୍ରେରଣାପ୍ରଦ ଲେଖା ଗୁଡିକ ନିରବଚ୍ଛିନ୍ନ ଭାବରେ ପାଠକ ମହଲରେ ବେଶ୍ ଗ୍ରହଣୀୟ ହେଉଛି ।

ଆଗକାଳରେ କଥା ଥିଲା ଅଲଗା । ବିଶିଷ୍ଟ ଜ୍ଞାନୀ ଗୁଣୀ କବି ମାନଙ୍କ କୃତିରୁ ହିଁ ବାରି ହୁଏ ସେ କାଳର ରାଜା ମହାରାଜଙ୍କ ବୀରତ୍ୱର,ଯଶ ଓ କୀର୍ତ୍ତି ର ଇତିହାସ ।କିନ୍ତୁ ଆଜି ସାହିତ୍ୟ ଏବଂ ସାହିତ୍ୟିକ ଙ୍କ ସ୍ଥିତି ଅବହେଳିତ ଓ ସଙ୍କଟାପନ୍ନ ।

ତାକୁ ତାର ଉପଯୁକ୍ତ ମର୍ଯ୍ୟାଦା ହାସଲ କରିବାକୁ ହେଲେ ବାସ୍ତବ ସତ୍ୟ ଉପରେ ଅଧିକ ମନନଶୀଳ ହେବାକୁ ପଡିବ ଓ ସୃଜନଶୀଳତାକୁ ଅଧିକ ସୂକ୍ଷ୍ମ,ଶାଣିତ ଓ ଜୀବନୋପଯୋଗୀ ଶବ୍ଦରେ ଅଭିମନ୍ତ୍ରିତ କରିବାକୁ ହେବ ।

ଆଜିକାର ପରିସ୍ଥିତିରେ ଯେତେବେଳେ କି ଜୀବନ ଯନ୍ତ୍ରଣା ଜର୍ଜରିତ,ମଣିଷର ଅସ୍ତିତ୍ବ,ଧର୍ମର ସଂଜ୍ଞା ସନ୍ଦୀହାନ,ସେତେବେଳେ ଅବିନାଶ କାହିଁକି କେଜାଣି ପବିତ୍ର ଗୀତାରୁ ଅଧ୍ୟାୟଟିଏ ପାଠ କରିଦେଲେ ଆତ୍ମଶାନ୍ତି ଲାଭ କରୁଛନ୍ତି ।

ବୋଧହୁଏ ଏହି ଅବିନାଶଙ୍କ ପରି ହାତ ଗଣତି କିଛି ଲୋକ ହିଁ ପରିବର୍ତ୍ତନ ର ରାହା ଖୋଜି ପାଇବାରେ ବଡ଼ ଭୂମିକା ନେଇପାରିବେ,ଜଣେ ପ୍ରକୃତ ସାରସ୍ୱତ ସେନାପତି ହିଁ ଉଜ୍ଜ୍ବଳ ଜ୍ୟୋତିଷ୍କ ଭାବେ ସମାଜକୁ ଧ୍ୱଂସ ବା ପତନ ମୁଖରୁ ଉଦ୍ଧାର କରିବା ପାଇଁ ଉଚିତ୍ ଦିଗଦର୍ଶନ ଦେଇପାରିବେ ।

ଅବିନାଶଙ୍କ ଆତ୍ମବିଶ୍ବାସ ଅତୁଟ ରହୁ,ସେ ପ୍ରଭୁ ଶ୍ରୀ କୃଷ୍ଣ ଙ୍କ ମୁଖ ନିଃସୃତ ପବିତ୍ର ଗୀତୋପନିଷଦ ଏମିତି ପାଠ କରୁଥାନ୍ତୁ ଏବଂ ଜାତି ନନ୍ଦିଘୋଷ ନ ଅଟକି ଆଗକୁ ଆଗକୁ ଚଳୁ ।

ସମସ୍ତଙ୍କ ଶୁଭକାମନାରେ ଏ ସୁନ୍ଦର ସୃଷ୍ଟି ନିଶ୍ଚୟ ଚଳଚଞ୍ଚଳ ହୋଇ ଉଠିବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy