Kamal Kumar Dash

Abstract

5.0  

Kamal Kumar Dash

Abstract

ଭଡା ଘର

ଭଡା ଘର

1 min
448


ସନ୍ଧ୍ୟା ରେ ରେ ବାବୁ ଖଟରେ ଶୋଇ ଟିଭି ଦେଖୁଥିଲେ | ମିତା ( ତାଙ୍କ ସ୍ତ୍ରୀ ) ର ପାଟି ଶୁଣି ଚମକି ପଡିଲେ |କଣ ହେଲା ? ପଚାରିବାରୁ ସେ କହିଲେ ଭଡା ଘର ର ମାଲିକ କାଲି ଆସୁଛନ୍ତି , ତେଣୁ ପୁରା ବାଡ଼ି ସଫା କରିବାକୁ ପଡିବ | ତାଙ୍କୁ ଘର ପାଖରେ ଗଛ ଲଗେଇବା ପସନ୍ଦ ନୁହେଁ | ତା ଆଖିରେ ଲୁହ ଜକେଇ ଆସୁଥିଲା କାରଣ ବାଡ଼ିରେ ଲାଗିଥିବା ଗେଁଡୁ ଓ କଖାରୁ ଗଛରେ ଫୁଲ ଧରୁଥିଲା ଓ ମକା ଗଛରେ ଛୋଟ ଛୋଟ ମକାର କଷି ହୋଇଥିଲା | ରେ ବାବୁ କହିଲେ କଲି ସକାଳୁ ସବୁ ସଫା କରିଦେବି ଚିନ୍ତା କରନି |ଦୀର୍ଘଶ୍ୱାସ ନେଇ ମିତା କହିଲା ହଁ ମୋ ପାଇଁ ଖଣ୍ଡେ ଘରତ କରି ପାରିଲନି ଆଉ କଣ କରିବ ? ସକାଳୁ ସକାଳୁ କଅଁଳିଆ ଗଛ ଗୁଡିକୁ ନିର୍ଦୟ ଭାବରେ ଓପାଡୁ ଓପାଡୁ ରାୟ ବାବୁଙ୍କ ଆଖିରେ ବି ଲୁହ ଆସିଗଲା ନିଜର ଅସହାୟତା ପାଇଁ ଓ ମିତା କଥା ନ କହିବା ଭଲ | ହେଲେ ନିଜ ହାତ ଲଗା ଗଛ କୁ ଓପାଡିବା ଛଡା ତାଙ୍କ ପାଖରେ ଆଉ କିଛି ଚାରା ନଥିଲା | 


Rate this content
Log in

Similar oriya story from Abstract