Madhabi Patel

Inspirational

3  

Madhabi Patel

Inspirational

ଭଡ଼ା ଘର

ଭଡ଼ା ଘର

4 mins
798



ପାଞ୍ଚବର୍ଷ ନିପଟ ମଫସଲ ସାହ୍ଲେଭାଡିରେ ଭଡାଘରେ ରହିଲା ପରେ ଆଜି ମମତା ବଦଳି ହୋଇ ନିଜ ସହରକୁ ଫେରିଯାଉଥିଲା । ଯେଉଁ ଜାଗାକୁ ପ୍ରଥମେ ଆସିଲା ବେଳେ ସେ କୁନ୍ଥୁ କୁନ୍ଥୁ ହେଉଥିଲା ସେ ଜାଗା ଯେ ତାକୁ ଏମିତି ଆପଣାପଣରେ ବାନ୍ଧିଦେବ ସେ କେବେ ଭାବି ନଥିଲା ଆଜି ଗାଆଁ ଛାଡିଲା ବେଳେ କୋହ ଭରିଯାଉଛି ଛାତିରେ ଆଖିରେ ଲୁହ ମନାମାନୁନି ।


 ଗlଆଁ ମୁଣ୍ଡରେ ଛୋଟ ସ୍କୁଲଟିଏ । ପାଞ୍ଚଶ୍ରେଣୀକୁ ତିନିଜଣ ଶିକ୍ଷକ କାମ କରୁଥିଲେ । ପ୍ରଥମେ ଯୋଉଦିନ କଟକରୁ ଆସି ଏ ଗାଆଁରେ ପହଞ୍ଚିଲା ତା ପାଖରେ କେବଳ ପିନ୍ଧିବା ଲୁଗା କେତେଟା ଧରି ଆସିଥିଲା । ସହରଠୁ ଦୂରରେ ଏକ ଜଙ୍ଗଲ ଭିତରେ ଏ ଗାଆଁଟି । ଗାଆଁ ଯାଏ ବସ ଆସେନି । ଦୁଇକିଲୋମିଟର ଦୂରେ ବସରୁ ଓହ୍ଲାଇ ଚାଲି ଚାଲି ଆସିବାକୁ ପଡିଲା । ରାସ୍ତା ଦୁଇ ପାଖରେ ଗହଳ ବଣ । ବଣୁଆ ଜନ୍ତୁଙ୍କ ଭୟ ମନରେ ଜାଗ୍ରତ ହେଉଥିଲା । କେତେ ଜାଗାରେ ହାତୀପ୍ରତି ସାବଧାନ ଲେଖା ହୋଇଥିଲା । ସେ ଫଳକକୁ ଦେଖିବା ପରେ ଭୟରେ ତାର ଛାତିର ସ୍ପନ୍ଦନ ବଢି ଧଡଧଡ କରିବାକୁ ଲାଗିଲା । ସେ ବେଗବେଗ ହୋଇ ସେ ଅଞ୍ଚଳକୁ ପାରିକରି ଆସି ଶେଷରେ ସେ ଗlଆଁରେ ପହଞ୍ଚି ଯାଇଥିଲା । ସେଠିକା ହେଡମାଷ୍ଟର ଭରତ ପଟେଲଙ୍କ ସହ ଭେଟ ହୋଇ ନିଜ ପରିଚୟ ଦେଇ ଥିଲା । ସେ ଜଣେ ଭଲ ଲୋକ ଥିଲେ । ମମତାର ପିତୃତୁଲ୍ୟ ହେବେ । ତାଙ୍କର ଝିଅ ବାହାକରି ସାରିଥିଲେ । ପୁଅ ସହରରେ ରହି କଲେଜରେ ପଢୁଥିଲା ।


ମମତା ତାଙ୍କୁ ତା ରହିବାପାଇଁ ଭଡା ଘରଟେ ଯୋଗାଡ କରିଦେବାକୁ ଅନୁରୋଧ କରିଥିଲା । ସେ ଖାଇବା ଛୁଟିରେ ଘରକୁ ଯାଇ ନିଜ ଜଣେ ପୁତୁରାଘରେ କଥା ହୋଇ ରହିବାର ବ୍ୟବସ୍ଥା କରିଦେଲେ । ନିର୍ମଳ ପଟେଲ ତାଙ୍କ ବଡ ଦାଦାଙ୍କ ପୁଅ । ବଡ ଦାଦା ମରି ସାରିଲେଣି । ତାଙ୍କର ବହୁତ ଗୁଡାଏ ବଖରା ଥିଲା । ସେଥିପାଇଁ କହିବାରୁ ସେ ମନା କଲେନି । ଏପରି ଶିକ୍ଷୟତ୍ରୀ ତାଙ୍କ ଗାଆଁର ଅତିଥୀ । ତାଙ୍କୁ ସହଯୋଗ କରିବା ତାଙ୍କ ସମସ୍ତଙ୍କ କର୍ତ୍ତବ୍ୟ ।


ଦୁଇଟା ବଖରା ମମତାର ରହିବାପାଇଁ ଖାଲି କରିଦେଲେ । ଗୋଟିଏ ଶୋଇବା ଘର ଓ ଅନ୍ୟଟି ରୋଷେଇ ଓ ଡାଏନିଙ୍ଗ । ଶୋଇବାକୁ ଖଟ ଦସନା ସବୁ ଥିଲା ସେଠି

ପଛରେ ବିରାଟ ବାଡି ପଡିଛି । ବାଡିରେ କୂଅ ଅଛି । ମଟର ଲାଗିଛି । ବାଡିରେି ଅନେକ ଫଳ ଫୁଲ ଗଛ ଭର୍ତ୍ତି । କଦଳୀ,ପିଜୁଳି,ଅମୃତଭଣ୍ଡା,ଆମ୍ବ,ଲେମ୍ବୁ,ଆତ ଖଜୁରୀ ପଣସ, ସଜନାଛୁଇଁ ଏମିତି ଆହୁରି କେତନିକେତେେ । ଅନେକ ରକମ ତାଜା ପରିବା ବାଡିରେ ସବୁବେଳେ ଉପଲବ୍ଧ ଥାଏ । ସେମାନେ ପ୍ରତିଦିନ କିଛି କିଛି ପରିବା ମାଗଣାରେ ରୋଷେଇ କରିବାକୁ ତାକୁ ଦେଇ ଦିଅନ୍ତି । କେତେକ ନୂଆଁ ଜିନିଷ ସେ ଏଠି ଆସି ଦେଖିଲା । ଯେମିତି କରଡି,ହେଣ୍ଡୁଆ,ଚାଁଟିଶାଗ,ମୁଡି ଶାଗ,ଛତି ରୁଗୁଡା ଏମିତି କେତେ । ରୋଷେଇ ପ୍ରଣାଳୀ ମଧ୍ୟ ଅଲଗା ଅଲଗା ଥିଲା ସେମାନଙ୍କର । ନିର୍ମଳବାବୁଙ୍କ ସ୍ତ୍ରୀ ଗୁଲାପି ତାକୁ ତାଙ୍କର ରେସିପି ସବୁ ଶିଖାଇଦେଲେ । ସେମାନେ ଶିମ୍ବକୁ ମୁଫଳିମଞ୍ଜି ଓ ଧନିଆଁପତ୍ର ବଟା ଦେଇ ରାନ୍ଧୁଥିଲେ । କେତେପ୍ରକାର ଶାଗରେ ବି ବାଦାମ ବଟା ଦେଉଥିଲେ । ସେମାନଙ୍କ ଆମ୍ବିଲ ରନ୍ଧା ବି ଭଲ ଲାଗୁଥିଲା । ଠେଠରି ପିଠା,ଲଦାପିଠା, ଗଞ୍ଝିଏର ପିଠା ଏମିତି ଆଉ କତେ ନୂଆଁ ଦରବ ଏଠି ଆସି ଖାଇଲା ।


ଗୁଲାପି ନାନୀଙ୍କ ଦୁଇ ପୁଅ ଝିଅ । ମିନୁ ଓ ସଂକେତ । ସେ ଦୁଇଜଣ ତା ସ୍କୁଲରେ ପଢୁଥିଲେ । ରାତିରେ ଦୁଇଜଣକୁ ସେ ଘଣ୍ଟାଏ ଟିଉସନ କରି ଦେଉଥିଲା । ପିଲା ଦୁଇଟି ତା ବାପା ମାଆଙ୍କ ପରି ଗୋରାରଙ୍ଗ ଓ ସୁନ୍ଦର ଥିଲେ । ତାର ସବୁ କଥା ମାନୁଥିଲେ ଓ ଭଲ ପଢୁଥିଲେ । ସେ ଗାଆଁରେ ପାଞ୍ଚଛଅ ଘର ଧନୀ ପରିବାର ଥିଲେ ବାକି ସବୁ ଆଦିବାସୀ ଗରିବ ପରିବାର ଥିଲେ । ପଢାପ୍ରତି ତାଙ୍କର ଆଗ୍ରହ ନଥିଲା । ସେମାନେ ନିଜ କ୍ଷେତରେ ଚାଷକାମ କରୁଥିଲେ ବା ଜଙ୍ଗଲଜାତ ଦ୍ରବ୍ୟ ସବୁ ସଂଗ୍ରହ କରୁଥିଲେ ଯେମିତିସରଗି,ମହୁଲ,ଟୋଲ,କେନ୍ଦୁ,କେନ୍ଦୁପତ୍ର,ଚାର,ବୁରୋ କୋଳି,କେସେରକନ୍ଦା,କଇଁକନ୍ଦା,ପଦ୍ମପୁଷ୍କର,ଲାଖ ,ମହୁ ଛତି, ରୁଗୁଡା ,କରଡି, ହେଣ୍ଡୁଆ ଗିରେଲଫୁଲ ଆଦି ।

ଜଙ୍ଗଲି ଶାଗ ପାଣିଶାଗ ପ୍ରଭୃତି ସଂଗ୍ରହ କରି ବିକ୍ରି କରୁଥିଲେ । ମମତା ଗାଁକୁ ଆସିବାପରେ ଘରଘର ଯାଇ ଆଦିବାସୀ ମାନଙ୍କୁ ପଢାର ମହତ୍ତ୍ବ ବୁଝାଇଲା । ତାଙ୍କ ପିଲାଏ ପାଠ ପଢିଲେ ଦୁନିଆଁ ବାବଦରେ ଜାଣିପାରିବେ । ଔଷଧ ବିଷୟରେ ଜ୍ଞାନ ବଢିବ । ଚାକିରି କଲେ ଆର୍ଥିକ ଉନ୍ନତି ହେବ । ପିଲାଙ୍କୁ ସ୍କୁଲ ତରଫରୁ ମାଗଣା ଭୋଜନ ଅଣ୍ଡା ମିଳିବ । ସାଇକେଲ,ଡ୍ରେସ, ବହି ସବୁ ମାଗଣା ମିଳିବ । ଏସବୁ ବୁଝିବା ପରେ ବହୁତ ପିଲା ପଢିବାକୁ ଆସିଲେ । ମମତା ଗୀତ ଓ ଗପ କହି ପାଠକୁ ସରସ କରି ପରଷୁଥିଲା । ଯାହା ପିଲାଙ୍କୁ ପଢିବା ପାଇଁ ଆକର୍ଷିତ କରୁଥିଲା । ପିଲାଏ ଓ ତାଙ୍କ ମାତାପିତା ତାପ୍ରତି ଖୁସି ହୋଇ ନିଜ ଘରେ ହେଉଥିବା ଅନେକ ଦରବ ତାପାଇଁ ପଠାଉ ଥିଲେ ।


ଗୋଟିଏ ଦିନ କଥା । ସେଦିନ ତାର ଜନ୍ମଦିନ ଥିଲା । କେହି ଜାଣିନଥିଲେ ତାର ଜନ୍ମଦିନ ବୋଲି । ହେଡଆଜ୍ଞା କେବଳ ଜାଣିଥିଲେ । ସେଦିନ ତାଙ୍କଘରେ ସଜବାଜ କରି ତାର ଜନ୍ମଦିନ ପାର୍ଟିର ଆୟୋଜନ କରିଥିଲେ ।

ରାତିରେ ତାକୁ ଡକାଗଲା କେକ କଟାହେଲା । ଅନେକ ଉପହାର ବି ମିଳିଲା ସଭିଙ୍କ ପାଖରୁ । ତାକୁ ଲାଗୁନ ଥିଲା ସେ ନିଜ ପରିବାରଠୁ ଦୂରରେ ଅଛି । ଯେବେ ତାଙ୍କର ପର୍ବ ପର୍ବାଣି ପାଳିତ ହେଉଥିଲା ତାକୁ ବି ସମ୍ମିଳିତ କରୁଥିଲେ । ନୂଆଁଖାଇ ହେଉକି ରାଖିପୁନି,ପୁଷପୁନି ହେଉକି ଭାଇ ଜିଉନ୍ତିଆ ସବୁବେଳେ ସାଙ୍ଗରେ ମିଶି ପିଠାପଣା ତିଆରିରେ ସାହାଯ୍ୟ କରୁଥିଲା ଓ ସେ ପର୍ବର ମହତ୍ତ୍ବ ବୁଝୁଥିଲା । ପ୍ରତ୍ୟେକ ଘର ବିବାହ ବ୍ରତରେ ତାକୁ ନିମନ୍ତ୍ରଣ ମିଳୁଥିଲା ।


ବହୁତ ସମ୍ମାନ ଦେଉଥିଲେ ସମସ୍ତେ । ତାପରେ ତାର ବିବାହ ହେଲା । ତା ସ୍ବାମୀ କଟକରେ ଚାକିରି କରୁଥିଲେ । କେବେକେବେ ସେ ଗାଆଁକୁ ଆସୁଥିଲେ । ସେ ଗର୍ଭବତୀ ହେଲା । ହେଲେ କିଛି ଅଭାବ ଜାଣି ପାରିଲାନି । ହେଡଆଜ୍ଞାଙ୍କ ସ୍ତ୍ରୀ ଓ ଗୁଲାପି ନାନୀ ମିଶି ତାର ସବୁ ପ୍ରକାର ଧ୍ୟାନ ରଖୁଥିଲେ । ତା ପସନ୍ଦର ଚଟପଟା ଖାଦ୍ୟ ଦେବା ସଂଗେ ସଂଗେ ସାତମାସରେ ଗୋଦଭରାଇ ପର୍ବ ବି ପାଳିଥିଲେ । ତାର ପୁଅ ବାବୁଲି ଜନ୍ମପରେ ଗୁଲାପି ନାନୀ ତାକୁ ଘରେ ରଖି ନେଉଥିଲେ ସେ ସ୍କୁଲ ଗଲାବେଳେ । ପୁଅ ଆପଣାର ହୋଇ ଯାଇଥିଲା ସେଠି । ଏବେ ତାର ବଦଳି ହୋଇ ଯାଇଛି । ସେ ନିଜ ସହର ନିଜ ସ୍ବାମୀପାଖକୁ ଯାଉଛି । ତଥାପି ମନରେ ତାର ଦୁଃଖ ଆଖିରେ ତାର ଲୁହ ଜକେଇ ଆସୁଛି । ଲାଗୁଛି ଯେମିତି ସେ ନିଜ ଘରକୁ ଛାଡି ପୁଣି ଭଡାଘରକୁ ଯାଉଛି ।



Rate this content
Log in

Similar oriya story from Inspirational