Dr Jharana Satapathy

Inspirational

5.0  

Dr Jharana Satapathy

Inspirational

ଭାରତୀୟ ଖାଦ୍ୟ

ଭାରତୀୟ ଖାଦ୍ୟ

1 min
378



ମନୋଜ ଛୋଟବେଳୁ ହିଁ ଭାରି ଖାଦ୍ୟ ପ୍ରିୟ । ତା ମାମା ରୋଷେଇ କଲାବେଳେ ଖାଦ୍ୟ ପ୍ରସ୍ତୁତି ପ୍ରଣାଳି ଦେଖେ । ବେଳେବେଳେ ତା ମାମାକୁ ଏହି କାର୍ଯ୍ୟରେ ସାହାର୍ଯ୍ୟ କରେ । ତାକୁ ଯେତେବେଳେ ବର୍ଷେ ଦୁଇବର୍ଷ ହୋଇଥାଏ କାଖ ହୋଇ ତା ମାମା ରୋଷେଇ କରିବାର ଦେଖେ । ତା ମାମା ଭାବେ ବଡ ହେଲେ ନିଶ୍ଚୟ ଜଣେ ରୋଷେୟା ହେବ ।


ସତକୁ ସତ ଦଶମ ଶ୍ରେଣୀ ପରିକ୍ଷାରେ ଉର୍ତ୍ତିଣ୍ଣ ହେବା ପରେ ଜିଦ୍ ଧରି ବସିଲା ହୋଟେଲ ମେନେଜମେଣ୍ଟ ପଢିବାକୁ । ତା ମାମା ଏବଂ ବାବା ତାର ଆଗ୍ରହ ଦେଖି ତାକୁ ହୋଟେଲ ମେନେଜମେଣ୍ଟରେ ଜଏନ କରିଥିଲେ । ସେଠି ସେ ସବୁ ପ୍ରକାର ଖାଦ୍ୟ ପ୍ରସ୍ତୁତି ପ୍ରଣାଳି ଶିଖିଥିଲା ପରେ ପରେ ସେ ଏକ ହୋଟେଲରେ ମନୋଜ କୁକ୍ ଭାବେ ନିଯୁକ୍ତି ପାଇଥିଲା । ତାର ହାତ ରନ୍ଧା ଭାରତୀୟ ଖାଦ୍ୟ ସମସ୍ତଙ୍କୁ ଭାରି ଭଲ ଲାଗୁଥିଲା । ସମସ୍ତେ ତାକୁ ଭାରି ପ୍ରଶଂସା କରୁଥିଲେ । ଏପରି ଭାବେ ସେ ନିଜେ ଏକ ବଡ ରେଷ୍ଟୁରେଣ୍ଟ ଖୋଲି ତା ବ୍ୟବସାୟ ଆରମ୍ଭ କରିଥିଲା ।


ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତାରେ ଭାଗନେଇ ନିଜ ହାତରେ ଓଡ଼ିଶାର ପ୍ରସିଦ୍ଧ ଦହିବରା ଆଳୁଦମ ପ୍ରସ୍ତୁତ କରି ପାରଦର୍ଶିତା ଦେଖାଇ ଜାତୀୟ ସ୍ତରରେ ଶ୍ରେଷ୍ଠ ବିବେଚିତ ହୋଇଥିଲା । ଦିନେ ସେ ଶୁଣିବାକୁ ପାଇଲା ବିଭିନ୍ନ ଦେଶ ମାନଙ୍କ ମଧ୍ୟରେ ଖାଦ୍ୟକୁ ନେଇ ଆମ ଭାରତରେ ପ୍ରତିଯୋଗିତା ହେଉଛି । କାଳ ବିଳମ୍ବ ନ କରି ମନୋଜ ସେହି ପ୍ରତିଯୋଗିତାରେ ଯୋଗଦାନ ପାଇଁ ବାହାରିପଡିଲା । ମନରେ ତାର ଦୃଢ ସାହାସ ଏବଂ ବିଶ୍ବାସ ଥିଲା ଆମ ଭାରତୀୟ ଖାଦ୍ୟକୁ ହିଁ ଆନ୍ତର୍ଜାତୀୟ ସ୍ତରରେ ପ୍ରଥମ ମର୍ଯ୍ୟଦା ମିଳିବ । ତାର ସୁସ୍ବାଦୁ ହାତ ରନ୍ଧା ଭାରତୀୟ ଖାଦ୍ୟ ଚାଖି ତାକୁ ସମସ୍ତେ ବାଃ ବାଃ କରିଥିଲେ । କମ ତେଲ ମସଲାରେ ମଧ୍ୟ ଏତେ ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିବା ଲାଗି ତାର ସେହି ଖାଦ୍ୟକୁ ସମସ୍ତେ ଭାରି ପ୍ରଶଂସା କରିଥିଲେ ।



Rate this content
Log in

Similar oriya story from Inspirational