STORYMIRROR

Dr Jharana Satapathy

Abstract

2  

Dr Jharana Satapathy

Abstract

ଭାରତବାସୀ ଭାରି ସାହାସୀ

ଭାରତବାସୀ ଭାରି ସାହାସୀ

1 min
579

ମହମ୍ମଦ ଖାନ ପାକିସ୍ଥାନରୁ ଲୁଚିଛପି ବେଆଇନ ଭାବେ ଆସି ଭାରତରେ ନିଜ ସଂପର୍କୀୟ ଘରେ ରହି ତାର ବ୍ୟବସାୟ କରୁଥାଏ। କ୍ରୁର ଏବଂ ନିଷ୍ଠୁର ସ୍ବଭାବର ସେ ଲୋକଟିଏ। ସମସ୍ତଙ୍କ ସହ ତାର ଝଗଡା ତାକୁ କେହି ଭଲ ପାଆନ୍ତି ନାହିଁ। ଧିରେ ଧିରେ ସେଠାରେ ସେ ତାର ଆଧିପତ୍ୟ ଵିସ୍ତାର ଲାଭ କରିଥିଲା। ଭାରତରେ ବସବାସ କରୁଥିବା ମୁସଲିମ ଧର୍ମାଲମ୍ବୀ ମାନଙ୍କୁ ସେ ଘୃଣା କରେ ତଥାପି ତାର ବେପାର ପାଇଁ ଵେଆଇନ ଭାବେ ଏଠାକୁ ଚାଲି ଆସିଥିଲା।


ଦୁଇ ଦେଶ ମଧ୍ୟରେ ଭେଦଭାବ ସୃଷ୍ଟି କରିବାକୁ ତାକୁ ଭାରି ଆଗ୍ରହ ଥାଏ । ବେଳେବେଳେ ଭାରତରେ ବାସକରୁଥିବା ମୁସଲିମ ଧର୍ମାଲମ୍ବୀ ମାନଙ୍କୁ ଏ ଵିଷୟକୁ ନେଇ ପ୍ରବର୍ତ୍ତାଏ । କିନ୍ତୁ ତାର କଥାକୁ କେହି ସମର୍ଥନ କରନ୍ତି ନାହିଁ ।। ତା ମୁଣ୍ଡରେ ଖାଲି ଗୋବର ଭର୍ତ୍ତି ହୋଇଥାଏ ସେ ଜାଣି ନଥାଏ ଆମ ଭାରତବାସୀଙ୍କ ଭିତରେ ଥିବା ଏକତା, ଦେଶପ୍ରେମ ଭାବ ଆଣି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଏକଜୁଟ କରେ।


ଦିନେ ସେ ସାମାନ୍ୟ କଥାରେ ଉତ୍କ୍ଷିପ୍ତ ହୋଇ କିଣାଵିକା ବଚସାକୁ କେନ୍ଦ୍ର କରି ଜଣେ ଭାରତୀୟ ଭାଇ ଉପରକୁ ହାତ ଉଠାଇଦେଲା ଏବଂ ଭାବିଥିଲା ନିଜ ସାହି ବସ୍ଥିରେ ଵସବାସ କରୁଥିବା ତା ସହବ୍ୟବସାୟରେ ଲିପ୍ତ ଥିବା ମୁସଲିମ ଭାଈ ମାନେ ତା ସପକ୍ଷରେ ବାହାରିଵେ ବରଂ ଏ କଥା ଜାଣି ସଵୁ ବର୍ଗର ଲୋକମାନେ ମିଶି ମହମ୍ମଦକୁ ଦୃଢ ଭାବେ ଵିରୋଧ କରିଥିଲେ। ସିଏ ଜାଣି ନଥାଏ ଆମ ଭାରତବାସୀ କିପରି ଭାରି ସାହାସୀ ଏଠି ହିନ୍ଦୁ ମୁସଲିମ ସଭିଏଁ ସମାନ। ସମସ୍ତଙ୍କଠୁ ଉତ୍ତମ ମଧ୍ୟମ ପ୍ରହାର ଖାଇ ଆମ ଭାରତମାଟି ଛାଡି ସବୁଦିନ ପାଇଁ ମହମ୍ମଦ ପାକିସ୍ଥାନ ଚାଲି ଯାଇଥିଲା। ତୁଣ୍ଡରେ କେଵେ ବି ଭାରତମାଟି ସ୍ପର୍ଶକରିବାର ନାଆ ମଧ୍ୟ ଧରି ନଥିଲା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract