Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Dr Jharana Satapathy

Inspirational

5.0  

Dr Jharana Satapathy

Inspirational

ଭାରତ ମାତାକି ଜୟ

ଭାରତ ମାତାକି ଜୟ

2 mins
355


ମିତାଶ୍ରୀ ଟିଭି ଲଗାଇଲାବେଳେ ନ୍ୟୁଜ ଆସିଲା ପରବିନ୍ଦ ସିଂହ ନାମକ ଏକ ଯବାନ ସୀମାରେ ସୁରକ୍ଷା ଦେବାବେଳେ ପ୍ରବଳ ବରଫପାତ ଯୋଗୁ ତୁଷାର ସହ ନିଜେ ଧସି ହୋଇ ପାକିସ୍ଥାନ ବୋର୍ଡରକୁ ଚାଲିଆସିଛନ୍ତି। ତାଙ୍କର ସହକର୍ମୀ ଅନ୍ୟ ଯବାନ ମାନେ ପରବିନ୍ଦ ସିଂହର ଖୋଳତାଡ କରିବାରୁ ଜଣାପଡିଲା ସେ ପାକିସ୍ଥାନ ବୋର୍ଡରେ।


ପରବିନ୍ଦ ସିଂହ ପାକିସ୍ଥାନ ସୀମାରୁ ଖସି ଆସିବାକୁ ବହୁତ ଉଦ୍ୟମ କରୁଛି କିନ୍ତୁ ସେ ନାଚାର ବନ୍ଦୀ। ଆତଙ୍କବାଦୀ

କବଳରେ ସେ। ମୁଣ୍ଡ ତାର ଘୁରେଇ ଗଲା ଥପ୍ କିନା ବସି ପଡିଲା ମିତାଶ୍ରୀ ଟିଭି ସାମନାରେ ।


ଠିକ୍ ଏହି ସମୟରେ ମିତାଶ୍ରୀର ପାଞ୍ଚ ବର୍ଷର ପୁଅଟିଏ ପାଖକୁ ଆସି କଣ ହେଲା ଵୋଲି କହି ଯାବୁଡି ଧରିଲା ଏବଂ ପଚାରିଲା ମାଆ ଟିଭିରେ କଣ ଦେଉଛି ? କିଏ ପାକିସ୍ଥାନକୁ ଚାଲିଯାଇଛି କୁହ ନା ମାଆ ! କେହି ଜଣେ ଯବାନ ଅଙ୍କଲ କି ! ଡରିଵାର ଆଦୌ ଆବଶ୍ୟକ ନାହିଁ ।। ଏଥିରେ ମନଦୁଃଖ କରି କାନ୍ଦୁଛ କଣ ପାଇଁ ! ମୁଁ ବଡ ହୋଇ ବାପାଙ୍କ ଭଳି ବୀର ଯବାନ ହେଲେ ବାପା ଏବଂ ମୁଁ ସାଥିହୋଇ ପାକିସ୍ଥାନ ଚାଲି ଯାଇଥିବା ଆମ ଦେଶର ଯବାନ କୁ ଆଣିଦେବୁ। ବାପାଙ୍କୁ କୁହନା ମାଆ ଅନ୍ୟ ସାଥୀ ଅଙ୍କଲମାନଙ୍କ ସହ ମିଶି ତାଙ୍କୁ ଆଣିଦେବେ ।

 


ବାପା ପରା ସବୁବେଳେ କହନ୍ତି "ଵୀର ଯବାନଙ୍କ ପରା ଦୃଢ ମନୋବଳ ଅଛି । ଭାରତମାତା କି ଜୟ। ଭାରତ ମାତାକି ଜୟ। ଭାରତ ମାତାକି ଜୟ। ଜୟ ହିନ୍ଦ୍ ଜୟ ହିନ୍ଦ୍" ବନ୍ଦେ ମାତାରମ। ଆମେ ଭାରତ ମାତାର ସନ୍ତାନ ଆମେ ଭାରତୀୟ।। ମୋ ଭାରତ ମାଆକୁ ଭୁଲିବି ନାହିଁ। ବନ୍ଦେ ମାତାରମ ବନ୍ଦେ ମାତାରାମ। ମୋର ଶରୀର କାଟି ଖଣ୍ଡ ଖଣ୍ଡ କରିଦେଲେ ମଧ୍ୟ ମୋ ହୃଦୟରେ ଖାଲି ସେ ଭାରତ ମାଆର ସ୍ଥାନ ରହିବ। ମୁଁ ଭାରତ ସୀମାକୁ ସୁରକ୍ଷା ଦେଇଆସୁଥିଲି ଏବଂ ଯେତେଦିନ ବଞ୍ଚିଥିବି ଏ ଭାରତ ମାଟି ପାଇଁ ଲଢି ଲଢି ଜୀବନ ଚାଲିଯିବ। ବାପାଙ୍କ ପରି ଜଣେ ଯବାନ ଥାଉ ଥାଉ ଡର କଣ ପାଇଁ" ! 


ବିଚାରା ଛୁଆଟି ଜାଣି ନଥାଏ ତା ବାପା ହିଁ ନିଜେ ସେହି ବ୍ୟକ୍ତି ବର୍ତ୍ତମାନ ଯିଏ ଅଛନ୍ତି ପାକିସ୍ଥାନରେ। ଅବାକ ହୋଇ ମିତାଶ୍ରୀ ଚାହିଁରହିଥାଏ ତାର କୁନି ପୁଅ ପପୁନର ସେହି କଥାବାର୍ତ୍ତାକୁ।


Rate this content
Log in

More oriya story from Dr Jharana Satapathy

Similar oriya story from Inspirational