STORYMIRROR

Madhabi Patel

Children

3  

Madhabi Patel

Children

ଭାଲେନ ଟୁ ରି

ଭାଲେନ ଟୁ ରି

3 mins
194


ଏକ ପିଲାବେଳେ ଶୁଣିଥିବା କାହାଣୀ ।ସବୁ ମନେନାଇଁ ବୋଲି କିଛି ନିଜ ଆଇଡିଆ ବି ଯୋଗ କରିଦିଏ କାହାଣୀରେ।

ଗୋଟିଏ ଗାଁରେ ସାଧୁ ନାମରେ ଜଣେ ଚାଷିଲୋକ ନିଜ ପରିବାର ନେଇ ରହୁଥିଲେ।ତାଙ୍କର ଦୁଇପୁଅ।ବଡପୁଅର ବିବାହ ସାରି ନାତି ନାତୁଣୀ ଦୁଇଟା ହୋଇସାରିଥିଲେ।ଏବେ ଦ୍ବିତୀୟ ପୁଅର ବିବାହ କରିବାକୁ ବରାତି ନେଇ ଯାଇଥିଲେ।ସମୁଦି ଘରେ ବିବାହ କାର୍ଯ୍ୟ ସମାପନ କରି ବୋହୁକୁ ପାଲିଙ୍କିରେ ବୋହି ଘରକୁ ଫେରୁଥିଲେ।ଆଗ କାଳରେ ଗାଡିମଟର ନଥିଲା ବୋଲି ନୂଆବୋହୁ ଆଣିଲେ ଏକ ପାଲିଙ୍କିରେ ବସାଇ ଆଣନ୍ତି। ପାଲିଙ୍କି ଟି କାଠରେ ତିଆରି ଏକ ସୋଫା ପରି ଜିନିଷ।ଯୋଉଠି ଜଣେ ଆରାମରେ ବସିପାଇବ ପାଲିଙ୍କିକୁ ରଙ୍ଗିନ କପଡାରେ ଘୋଡେଇ ସୁନ୍ଦର ଭାବେ ସଜାଇ ଦିଆଯାଇଥାଏ।ତାକୁ ଚାଇଜଣ ଲୋକ ଆଗପଛ ଧରି ବୋହି

ଆଣନ୍ତି ।ପାଲଙ୍କି ବାହକ ମାନେ ରାତ୍ରୀରୁ ବାହାରିଥିଲେ।ଏବେ ସକାଳ ହୋଇ ସାରିଥିଲା ରାସ୍ତା ପାରିକରୁକରୁ।ତାଙ୍କୁ ସୌଚ ଲାଗିଲାଣି।ସେମାନେ ଗାଁ ମୁଣ୍ଡରେ ପାଲିଙ୍କି ରଖି ନଈକୁ ଶୌଚ କରିବାକୁ ଚାଲିଗଲେ।ପାଲିଙ୍କିରେ ନୂଆବୋହୁ ଏକା ବସିଥାଏ।ଆଉ କେତଜଣ ବରଯାତ୍ରୀ ଯିଏ ଥିଲେ ସେମାନେ ବି କିଏ ପରିଶ୍ରା କରିବାକୁ ଅଢୁଆଳକୁ ଚାଲି ଯାଇଥିଲେ।

ଠିକ୍ ସେତେବେଳେ ଭାଲୁଣୀଟିଏ ସେ ବାଟଦେଇ ଆସିଲା।ଭାଲୁଣୀକୁ ଦେଖି ବୋହୁଟି ଡରିଗଲା ଓ ପାଖରେ ଥିବା ଏକ ଗଛରେ ଚଢିଗଲା।ତରତର ହୋଇ ଦଉଡି ଭାଗିଲା ବେଳେ ବୋହୁର ଶାଢୀଟି ପାଦରେ ମାଡି ହୋଇ ଖୋଲିଗଲା ।ସେ ଶାଢୀକୁ ତଳେ ଫୋଫାଡିଦେଇ ଚାଲିଗଲା।ଭାଲୁଣୀଟି ସେଇ ସୁଯୋଗରେ ଶାଢୀକୁ ଉଠାଇ ନିଜେ ପିନ୍ଧି ପାଲିଙ୍କିରେ ବସିଗଲା।ପାଲିଙ୍କି ବାହକ ମାନେ ନିଜ କାମ ସାରି ଫେରିଲେ ଓ ପାଲିଙ୍କି ଧରି ଘରକୁ ଚାଲି ଆସିଲେ।


ପାଲିଙ୍କି ପହଞ୍ଚିବା ପରେ ଘରର ସ୍ତ୍ରୀଲୋକମାନେ ଭାଲୁଣୀ ବୋହୁକୁ ନେଇ ଶୋଇବାଘରେ ଛାଡିଦେଲେ।ସେ ପୂରା ଘୋଡି ଘାଡି ହୋଇ ବସିଥାଏ।ଘରଲୋକେ ଭାବିଲେ ନୂଆଁ ଲୋକ ଦେଖି ଲାଜ କରୁଛି।ତେଣୁ ତାକୁ ଖାଇବା ପିଇବା ତା ବଖରାରେ ଆଣି ଥୋଇଦେଲେ ଓ କବାଟ ବନ୍ଦ କରି ଚାଲିଗଲେ।ଏକା ହେବାପରେ ଭାଲୁଣୀ ମୁହଁଖୋଲି ଖାଦ୍ୟତକ ଖାଇ ପାଣି ପିଇ ଶୋଇଗଲା।ଦୁଇପହରେ ପୁଣି ମଧ୍ୟାହ୍ନ ଭୋଜନ ଆଣି ଥୋଇଦେଲେ ଓ କବାଟ ବନ୍ଦ କରିଦେଲେ।

ସେ ସବୁ ଖାଇ ପିଇ ପୁଣି ଶୋଇଗଲା।ରାତିରେ ଭୋଜି ଜାଗାକୁ ଡାକିବାରୁ ସେ କୁନ୍ଥେଇ ହେଲ ଯେମିତି ଦେହ ଅସୁସ୍ଥ ଅଛିା। ତାର କୁନ୍ଥେଇବା ଶୁଣି ସମସ୍ତେ ଭାବିଲେ ତାକୁ ଜ୍ବର ହେଉଛି।ତାକୁ ସେମାନେ ବିଶ୍ରାମ କରିବାକୁ କହିଲେ।

ରାତିରେ ବରପିଲାଟି ବି ଅନ୍ୟତ୍ର ଶୋଇଗଲା।ତା ପରଦିନ ବି ବୋହୁଟି ସେମିତି ଘୋଡିହୋଇ ବସିଥାଏ।ଲୋକେ ଭୁଟୁରୁ ଭୁଟୁର ହେବାକୁ ଲାଗିଲେ ଏ କେମିତି ବୋହୁ ଆଣିଛନ୍ତି ନାୟକ ଘରେ।କାହା ସଙ୍ଗେ କଥାବାର୍ତ୍ତା କିଛିନାଇଁ।ଗୁଙ୍ଗି କି ମୁକ ଟେ ବୋଧହୁଏ।କଥା କହି ପାରେନି।ସେଥିପାଇଁ ଖାଲି କୁନ୍ଥେଇ ହେଉଛି।କିଛି କହିଲେ କେବଳ ମୁଣ୍ଡ ହଲାଇ ଉତ୍ତର ଦେଉଛି।


ସକାଳ ହେଲା ବୋହୁର ଶଶୁର ନଈକୁ ସ୍ନାନ ଶୌଚ ପାଇଁ ସେ ଗଛ ତଳ ହେଇ ଆସିଲେ।ଅସଲି ବୋହୁ କେବଳ ଅନ୍ତ୍ରବସ୍ତ୍ର ପିନ୍ଧି ଲାଜରେ ଗଛ ଉପରେ ରାତିସାରା ଲୁଚି ବସିଥିଲା।ସେ ଶଶୁରଙ୍କୁ ଚିହ୍ନିପାରି ଗଛ ଉପରେ ଥାଇ କହିଲା।

ବାପାଗୋ ଇଟା କାଣା କଲ,ଅସଲି ବୋହୁକୁ ବାଟରେ ହଜାଇ ଭାଲେନ୍ ଟୁରିକେ ସାଥିରେ ନେଲ।ସାଧୁ ବାବୁ ଜଣେ ଝିଅର କଣ୍ଠସ୍ବର ଶୁଣି ପାରିଲେ ହେଲେ ତା କଥାର ମର୍ମ ବୁଝି ପାରିଲେନି ଓ ନିଜ ବାଟରେ ଚାଲିଗଲେ।

ତାପରେ ତା ଶାଶୁ ବି ସେ ବାଟେ ଗାଧୋଇବାକୁ ଆସିଲେ।ତାଙ୍କୁ ଦେଖି ପୁଣି ଅସଲି ବୋହୁଟି ଗଛ ଉପରୁ ସେହିକଥା ଆଉଥରେ କହିଲା।ମାଆଗୋ ତୁମେ କାଣା କଲ ଅସଲି ବୋହୁକେ ବାଟରେ ହଜାଇ ଭାଲେନ୍ ଟୁରିକୁ ସାଥିରେ ନେଲ।

ସେ ବି କଥାର ମାନେ ବୁଝିନ ପାରି ଆପଣା ବାଟରେ ଚାଲିଗଲେ।ଏମିତି ଆଉ ଏକ ରାତି ଚାଲିଗଲା।ସକାଳ ହେଲାବେଳକୁ ଘରେ ବଡପୁଅର ଦୁଇବର୍ଷର ଛୋଟ ଝିଅ କୁୁନି ମିଳିଲାନି।ରାତିରେ କୁଆଡେ ଉଭାନ୍ ହୋଇଗଲା।ଘର ଭିତରୁ ଛୁଆଟି କୁଆଡେ ଉଭେଇଗଲା ବୋଲି ସଭିଏଁ ଚିନ୍ତାରେ ପଡିଲେ।ଗାଆଁ ଚାରିଆଡେ ଖୋଜା ପଡିଲା।ତା ଶାଶୁ ଖୋଜି ଖୋଜି ନଈ କୂଳରେପହଞ୍ଚିଲେ।କାଳେ ଛୁଆଟି ନଈଆଡେ ଆସିଥିବ ବୋଲି।ସେ ଗଛ ପାଖ ହେବା ମାତ୍ରେ କିଏ ଜଣେ କହିଲା।ମାଆ ଗୋ ତୁମେ କାଣା କଲ,ଅସଲି ବୋହୁକୁ ବାଟରେ ହଜାଇ ଭାଲେନ ଟୁରିକୁ ସାଙ୍ଗରେ ନେଲ।


ଶାଶୁ ଏବେ କଥାକୁ ଶୁଣି ଉପର ଆଡେ ଅନେଇଲେ ।

ଗଛ ଉପରେ ତାଙ୍କ ବୋହୁ କେବଳ ସାୟା ବ୍ଲାଉଜ ପିନ୍ଧି ସେମାନେ ଦେଇଥିବା ଗହଣା ନାଇଁ ବସିଥିଲା।

ସେ ତାକୁ ତଳକୁ ଓହ୍ଲାଇ ଆଣିଲେ।ନିଜେ ଓଢିଥିବା ସାଲରେ ତାକୁ ଢାଙ୍କିଦେଲେ।ତାକୁ ପଚାରିଲେ ତୁ ଗଛଉପରେ କାହିଁକି ବସିଛୁ ? ବୋହୁ କହିଲା ଭାଲୁ ଆସିବାରୁ ମୁଁ ଗଛକୁ ଚଢିଗଲି।ମୋର ଶାଢୀ ଓଢଣୀ ସବୁ ପାଦରେ ଛନ୍ଦି ହେବାରୁ ମୁଁ ତଳେ ଫିଙ୍ଗିଦେଇଥିଲି।ହେଲେ ସେ ଭାଲେନ୍ ଟୁରି(ଭାଲୁଣୀ ଝିଅ )ମୋ ଶାଢୀ ପିନ୍ଧି ଓଢଣା ନାଇଁ ପାଲିଙ୍କିରେ ବସିଗଲା।ଆଉ ସବାରୀବାହକ ମାନେ ତାକୁ ବୋହୁ ଭାବି ଘରକୁ ନେଇଗଲେ।

ଏବେ ଶାଶୁବୁଢୀଙ୍କ ଚିନ୍ତାବଢିଗଲା।ତାଙ୍କ ନାତୁଣୀ ହଜିବା ପଛରେ ଭାଲେନ ଟୁରିର ହାତ ନାହିଁ ତ?ସେ ନିଜ ଅସଲି ବୋହୁକୁ ସାଥିରେ ଧରି ନିଜ ଘରକୁ ତରତରରେ ଆସିଲେ।ଘରବାଡିପଟେ ଖୋଜି ଖୋଜି ଆସୁ ଆସୁ ଏକ କଣରେ କିଛି ହାଡ ପଡିଥିବା ଦେଖିଲେ।ସେଥିରୁ ଜାଣିଲେ ଭାଲୁଣୀ ନିଶ୍ଚୟ ରାତିରେ ତାଙ୍କ କୁନୀ ନାତୁଣୀକୁ ମାରି ଖାଇ ଦେଇଛି । ସେ ଏ କଥା ନିଜ ସ୍ବାମୀ ଓ ପୁଅଙ୍କୁ ଡାକି କହିଲେ।ଅସଲି ବୋହୁକୁ ଆଣି ସମସ୍ତଙ୍କୁ ଦେଖାଇଲେ। ଶଶୁର କହିଲେ ମୁଁ ବି କାଲି ବୋହୁର କଥା ଶୁଣିଥିଲି ହେଲେ ଧ୍ୟାନ ଦେଇନଥିଲି।କାରଣ କିଛି ଶଙ୍କା କରିିବାର କାରଣ ନଥିଲା । ସବୁ ଠିକ୍ ଠାକ୍ ଲାଗୁଥିଲା ସେତେବେଳେ।ସମସ୍ତେ ମିଶି ଭାଲେନ୍ ଟୁରିକୁ ଧରିବାର ଯୋଜନା କଲେ।ଜଣେ ବନ୍ଧୁକଧାରୀକୁ ଡାକିଲେ।ଦରକାର ପଡିଲେ ତାକୁ ମାରିବାକୁ ପଡିବ।ଯେତେବେଳେ ତାକୁ ଧରିବାକୁ ଚେଷ୍ଟା କରାଗଲାସେ ଅସଲି ରୂପରେ ଆସିଗଲା।ଶାଢୀ ପଟା ଖୋଲି ଫିଙ୍ଗିଦେଲା ଓ ଲୋକଙ୍କ ଉପରେ ଆକ୍ରମଣ କରିଦେଲା।ବାଧ୍ୟହୋଇ ତାକୁ ବନ୍ଧୁକରେ ଗୁଳି କରିବାକୁ ପଡିଲା।ଭାଲେନ୍ ଟୁରି ମରିବା ପରେ ନୂଆବୋହୁକୁ ପୁଣି ଆରତୀକରି ବନ୍ଦେଇ ଘରକୁ ଆଣିଲେ।ବେଚାରୀ ଦୁଇଦିନ ଦୁଇରାତି ଗଛ ଉପରେ ଭୋକରେ ରହିଥିଲା।ଆଉ ତା ଜାଗାରେ ଭାଲୁଣୀ ଆସି ମଜାରେ ଘରେ ରହିଥିଲା।ହେଲେ ଏ ଭିତରେ ଜଣେ ନିରୀହ ଶିଶୁର ଜୀବନ ଚାଲିଗଲା। ଯାହଉ ବେଳଥାଉ କଥା ଜଣାପଡିଲା ନହେଲେ ପୁରାଘର ତା ସ୍ବାମୀ ବି ବିପଦରେ ପଡିଥାନ୍ତେ।



Rate this content
Log in

Similar oriya story from Children