ଭାଈ
ଭାଈ
ସୀତାନାଥ ବାବୁଙ୍କ ଭାଇ ମାଟ୍ରିକ ରେ ଫେଲ ପରେ ଘର ଛାଡି ଚାଲିଗଲା | ଅନେକ ଖୋଜl ଖୋଜି ପରେ ତାର ପତା ମିଳିଲାନି l ତାଙ୍କ ମା ସବୁବେଳେ ସୀତାନାଥ ବାବୁ ଙ୍କୁ ଗାଳି ଦେଉଥାନ୍ତି | ସୀତାନାଥ ବାବୁ ବି ଗାଁ ଛାଡି କଟକ ଚାଲିଗଲେ | ତାଙ୍କ ଗାଁର ଗୋଟେ ପିଲା ଭୁବନେଶ୍ୱର ଷ୍ଟେସନ ପାଖ ରେ ଏକ ଛୋଟ ହୋଟେଲ ରେ କାମ କରେ | ସେ ଦିନେ ଫୋନ କଲା ଭାଈନା ସାନ ଭାଇନା ଏବେ ମୋ ଦୋକାନ ରେ ବସି ଟିଫିନ ଖାଉଛନ୍ତି | ସେ ଫୋନ ରେ କହିଲେ ତାକୁ ସେଇଠି ବସାଇ ଥା ଆମେ ଯାଉଛୁ | ସୀତାନାଥ ବାବୁ ତାଙ୍କ ଗାଡି ନେଇ ଭୁବନେଶ୍ୱର ଷ୍ଟେସନ ପାଖ କୁ ଆସିଲେ , ହେଲେ ସେତେବେଳ କୁ ତାଙ୍କ ଭାଇସେଠାରେ ନଥିଲା | ସେ ଟିଫିନ ଖାଇ ଚାଲି ଯାଇଥିଲା ହେଲେ ସେଗାଁପିଲା ଶିବ ତାର ଫଟ ଉଠାଇ ରଖିଥିଲା ତାମୋବାଇଲରେ | ଭାଇକୁ ଦେଖି ଚିହ୍ନି ପାରିଲେନି ସୀତାନାଥ ବାବୁ | କିଛି ସମୟ ମୁଣ୍ଡ ରେ ହାତ ଦେଇ ବସିଲେ ଓ ପରେଭାଇ ର ଫଟ ନେଇ ରେଳୱେ ପୋଲିସ ପାଖରେ ତାକୁ ଖୋଜିବାକୁ ଅନୁରୋଧକଲେ | ଶିବ କୁ୫୦୦ଟଙ୍କା ଓ ତାଙ୍କ ଘର ଆଡ୍ରେସ ଦେଇ କଟକ ଫେରି ଆସିଲେ ସୀତାନାଥ ବାବୁ , ତାକୁ କହି ଆସିଲେ ବାବୁରେ ସେ ଆସିଲେ ତାକୁ ଧରି ଅଟୋରେ ଆମ ଘର କୁ ଚାଲିଆସିବୁ |
ଆଉ ପ୍ରାୟ ସପ୍ତାହେ ପରେ ସାନ ଭାଇନା ଆସିଲେ ଶିବ ହୋଟେଲ୍କୁ ତାଙ୍କୁ ବହୁତ ବୁଝାଇ ଶିବ ସୀତାନାଥ ବାବୁଙ୍କ ଘରକୁ ନେଇଗଲା |ସୀତାନାଥ ବାବୁ ତାଙ୍କୁ ଦେଖି ଚିହ୍ନି ପାରିଲେ ଓ ବହୁତ ଖୁସିହେଲେ | ତାଙ୍କୁ ପିନ୍ଧିବାକୁ ଭଲ ସର୍ଟପ୍ୟାଣ୍ଟ ଦେଲେ | ତା ପରଦିନ ତାଙ୍କୁ ନେ ବୋଉ ପାଖକୁ ଗାଁକୁ ଗଲେ | ବୋଉ ତାଙ୍କୁ ଦେଖି କାନ୍ଦି ପକାଇଲେ ଓ କହିଲେ ମୁଁ ତତେ ଆଉ ବାହାରକୁ ଛାଡିବିନି | ଏଇଠି ତୋ ପାଇଁ ଗୋଟେ ବୋହୁ ଠିକ କରି ବାହା ଘର କରିଦେବି | ସେ କିନ୍ତୁ ମନକଲେ ଓ କହିଲେ ମୁଁ ବାହା ହୋଇ ସାରିଛି ବୋଉ | ମୋ ସ୍ତ୍ରୀ ପଞ୍ଜାବ ଚଣ୍ଡୀଗଡ଼ ରେ ରହୁଛି ମୁଁ ତାକୁ ଆଣି ଆସିବି ଓ ତୋ ପାଖରେ ସବୁଦିନ ରହିବି | କିଛିଦିନ ଗାଁରେ ଓ କିଛି ଦିନ କଟକରେ ରହି ସେ ବାହାରିଲେ ପଞ୍ଜାବ ତାଙ୍କ ସ୍ତ୍ରୀଙ୍କୁ ଆଣି ଆସିବା ପାଇଁ | ବଡ଼ ଭାଇ ତାଙ୍କୁ ଗୋଟେ ମୋବାଇଲ କିଣି ଦେଲେ ଓ କହିଲେ ଜଲ୍ଦି ଆସିବୁ ନହେଲେ ତୋ କଥା ଚିନ୍ତ କରି ବୋଉ ମରିଯିବ | 2ଦିନ ଯାଏଁ ସେ ଫୋନ ଉଠାଇଲେ ତାପରେ ଫୋନ ବନ୍ଦ ,ତାଙ୍କର କିଛି ଖବର ମିଳିଲାନି | କିଛି ଦିନ ପରେ ବୋଉ ବି ଚାଲି ଗଲେ ତାଙ୍କୁ ଝୁରି ଝୁରି ଆଉ କିଛି ଦିନ ପରେ ସୀତା ନ ଥବି |
