Trushna Das

Tragedy Inspirational

4.0  

Trushna Das

Tragedy Inspirational

ବେଶ୍ୟା

ବେଶ୍ୟା

6 mins
210


ସୂଚୀ ବାର ବର୍ଷର ଝିଅଟି । ରାସ୍ତା ଉପରେ ଅଚେତ ହୋଇ ପଡିଥାଏ । ଲୋକମାନେ ତାକୁ ସାହାଯ୍ୟ ନ କରି ଛି ଛି କହି ପଳାଉ ଥାଆନ୍ତି । କାରଣ ଝିଅଟି ପାଞ୍ଚ ମାସର ଗର୍ଭବତୀ ଥିଲା । ଆଉ ସେ ଝିଅଟି ବେଶ୍ୟାଳୟରେ ରହୁଥାଏ । 


ସୂଚୀ ଅଚେତ ଅବସ୍ଥାରେ ପାଣି ପାଣି ମାଗୁଥାଏ । କିନ୍ତୁ କେହି ତାକୁ ପାଣି ଟୋପାଏ ବି ଦେଉନଥାଆନ୍ତି । ।  


ସୂଚୀର ପାଖାପାଖି ଦୁଇ ଘଣ୍ଟା ପରେ ଚେତା ଆସିଲା । ଚେତା ଆସିବାରୁ ସେ ସହନ ବାବୁକୁ ପାଖରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ସେ ସହନ ବାବୁଙ୍କ ଫାର୍ମ ହାଉସରେ ଥିଲା । ।  


ସହନ ବାବୁକୁ ଦେଖି ସୂଚୀ ନିଜ ଅତୀତ କଥା ଭାବିବାକୁ ଲାଗିଲା । କେତେ ସୁନ୍ଦର ଥିଲା ସେ ଦିନ ସବୁ ଯେତେବେଳେ ତା ମାଆ ବଞ୍ଚିଥିଲେ । ମାଆର ଗେହ୍ଲି ଝିଅ ଥିଲା ସୂଚୀ । ବାପା ମଦ ପିଇ ଆସିଲେ ବି ମାଆ ତାକୁ ସବୁବେଳେ ବାପା ଗାଳି ମାଡ ଠାରୁ ରକ୍ଷା କରୁଥିଲେ । ହେଲେ ଦୁଇ ବର୍ଷ ତଳେ ତା ମାଆ ଦୁର୍ଘଟଣାରେ ମୃତ୍ୟୁବରଣ କଲେ । ତାପରେ ତା ବାପା ମାଆ ମରିବାର ମାସେ ନ ଯାଉଣୁ ଘରକୁ ସାବତ ମାଆ ଆଣିଲେ । 


ସାବତ ମାଆ ସୂଚୀକୁ ଜମାରୁ ଭଲ ପାଉନଥିଲା । ସେ ତାକୁ ଘରର ସବୁ କାମ କରାଉଥିଲା.... ଶେଷରେ ତା ବାପାକୁ ବୁଝାଇ ବର୍ଷେ ତଳେ ସୂଚୀକୁ ଗୋଟିଏ ଦଲାଲ ହାତରେ ବିକ୍ରି କରି ଦେଲା । 


ବିଚାରି ସୂଚୀ.... ସେ ଦଲାଲ ତାକୁ ନେଇ ବେଶ୍ୟାଳୟରେ ରଖିଲା.... ତା ପରେ ତା ସହ ଯାହା ହେଲା....ସେ ଯୌନଲୋଭୀ ମଣିଷ ପଶୁ ସହ ସମାନ.... ଯେତେବେଳେ ସେତେବେଳେ ତା ସହ ଯାହା କରୁଥିଲେ..... ଯେମିତି ସୂଚୀ ମଣିଷ ନୁହେଁ...ମାଟି ପିଣ୍ଡୁଳା କଣ୍ଢେଇ.... ଏ ସବୁ ଭାବି ସୂଚୀ ଭୋ ଭୋ ହୋଇ କାନ୍ଦି ଉଠିଲା । 


ସହନ ବାବୁ ସୂଚୀ ପାଖକୁ ଯାଇ ତାକୁ ପାଣି ପିଇବାକୁ ଦେଲେ ଏବଂ ତାକୁ କ୍ଷମା ମାଗିଲେ ଏବଂ କହିଲେ ମୋତେ କ୍ଷମା କରି ଦିଅ । ସେ ଦିନ ରାତିରେ ମୋର ସେମିତି କରିବା ନଥିଲା । ହେଲେ ସେଦିନ ମୋର ଧୈର୍ଯ୍ୟର ସୀମା ନଥିଲା.... ବାହାଘରକୁ ମୋର ପାଞ୍ଚ ବର୍ଷ ହେଲାଣି..... ହେଲେ ଆଜି ଯାଏଁ ମୋର ମୋ ସ୍ତ୍ରୀ ଲିସା ସହ କୌଣସି ଶାରୀରିକ ସମ୍ପର୍କ ହୋଇ ନାହିଁ । ସେ ମୋତେ ସବୁବେଳେ କୁହେ କାଳେ ଶାରୀରିକ ସମ୍ପର୍କ ରଖିଲେ ତାର ସୌନ୍ଦର୍ଯ୍ୟ ନଷ୍ଟ ହୋଇ ଯିବ.... ସେ ଏ ସମ୍ପର୍କକୁ ବଢାଇବା ପାଇଁ ମୋତେ ସମୟ ମାଗିଥିଲା । ମୁଁ ବି ସମୟ ଦେଲି । ହେଲେ ସେ ତାର କିଟି ପାର୍ଟିରୁ ସମୟ ପାଇଲେ ତ ମୋତେ ଭଲ ପାଇବ କି ଆମ ସମ୍ପର୍କ ବଢିବ । ମୋ ସାଙ୍ଗମାନେ ମୋ ପରେ ବାହା ହୋଇ ମଧ୍ୟ ସେମାନେ ବାପା ହେଲେଣି.... ହେଲେ ମୁଁ ଏ ଯାଏଁ... । 


ସହନ ବାବୁ କହିଲେ ସେଦିନ ରାତିରେ ମୁଁ ଲିସାକୁ କହିଲି ବାହାଘରକୁ ପାଞ୍ଚ ବର୍ଷ ହେଲାଣି... ଏବେ ତ ଆମ ସମ୍ପର୍କକୁ ବଢାଇବା..... କିନ୍ତୁ ସେ ରାଜି ହେଲା ନାହିଁ । ମୁଁ ସହି ନ ପାରି ପ୍ରଥମ ଥର ପାଇଁ ସେ ଦିନ ମଦ ପିଇଲି..... ସେତେବେଳକୁ ମୋର ଜଣେ ସାଙ୍ଗ ମୋତେ ମୋର ଶାରୀରିକ ଅକ୍ଷମତା ଅଛି କହି ବହୁତ କଥା କହିଲା, ଆଉ କହିଲା ସେଥିପାଇଁ ମୁଁ ବାପା ହେଇ ପାରୁ ନାହିଁ । ମୋର ପୁରୁଷତ୍ୱକୁ ବାଧିଲା ଆଉ ମୁଁ ମଦନିଶାରେ ନିଜ ବୁଝିବା ଶକ୍ତି ହରାଇ ବସି ତା ସହ ବେଶ୍ୟାଳୟକୁ ଯାଇଥିଲି ଏବଂ ତୁମ ସହ ମୋର ଶାରୀରିକ ସମ୍ପର୍କ ହେଲା । ତୁମେ ହିଁ ମୋର ପ୍ରଥମ ଆଉ ଶେଷ.... ଯାହା ସହ ମୋର ଶାରୀରିକ ସମ୍ପର୍କ ହୋଇଛି.... । ମୁଁ ସେ ସମୟକୁ ଭୁଲି ପାରୁ ନାହିଁ । କିନ୍ତୁ ବହୁତ ଅନୁତାପ ବି କଲି... । ଏ କଥା କାହାକୁ କହି ବି ପାରୁ ନାହିଁ । 


ମୋତେ କ୍ଷମା କରି ଦିଅ ସୂଚୀ..... । 


ସୂଚୀ : ମୁଁ ବାବୁ ଆପଣଙ୍କୁ କଣ କ୍ଷମା କରିବି.....ମୁଁ ପରା ବେଶ୍ୟା । ଆପଣମାନଙ୍କ ପରି କେତେ ବାବୁ ମୋ ପାଖକୁ ଆସି ନିଜର ଯୌନ ଭୋକ ମେଣ୍ଟାଇଛନ୍ତି । ଆପଣ ତ ଯାହା କଲେ ଭଲରେ କଲେ । ହେଲେ କିଛି କିଛି ଆସନ୍ତି..... ଯେଉଁମାନେ ଭୁଲି ଯାଆନ୍ତି ମୁଁ ବି ମଣିଷ.... ମୋତେ ବି କଷ୍ଟ ହେଉଥିବ.... ଘଣ୍ଟା ଘଣ୍ଟା ଧରି... ମୋ ସହ ସମ୍ପର୍କ ରଖିବେ.... ନିଜ ଖୁସି ପାଇଁ ମୋ ହାତ ଗୋଡ ବାନ୍ଧି ପକାଇବେ....ତା ପରେ ମୋ ପାଟି ବନ୍ଦ କରି ମୋ ସହ ସବୁ କରିବେ.... ଦରକାର ପଡିଲେ ନିଜ ଖୁସି ପାଇଁ ମୋତେ କାମୁଡ଼ି ଖଣ୍ଡିଆ ଖାବରା କରିବେ....ବେଳେ ବେଳେ ମୋ ଶରୀରକୁ କାଟି ଖଣ୍ଡିଆ ଖାବରା କରିବେ । 


ସୂଚୀ କଥା ଶୁଣି ସହନ ଆଖିରୁ ଝର ଝର ହୋଇ ଲୁହ ବହିଗଲା । 


ସୂଚୀ କହିଲା ଆହୁରି ଶୁଣନ୍ତୁ ବାବୁ.... ସେ ବେଶ୍ୟାଳୟର ଦଲାଲ କଥା ଆମକୁ ଯେତେ କଷ୍ଟ ହେବ ତା ପାଇଁ ସେତେ ଭଲ.... ସେ ସେତିକି ଟଙ୍କା ନେବ । ଆଉ ଦିନରେ ତାଙ୍କର ଯେତେ ଇଚ୍ଛା ଲୋକଙ୍କୁ ଆମ ପାଖକୁ ପଠାନ୍ତି.... ଦେଖନ୍ତି ନାହିଁ ଯେ ଆମ ଦେହ କେମିତି ଅଛି ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି କେହି ବୁଝନ୍ତି ନାହିଁ..... ଆହୁରି ବେଶୀ ମଜା ନିଅନ୍ତି ଶରୀରର ଭୋକ ମେଣ୍ଟାଇ । ଆପଣ ଆସିଲା ପରେ ମୋ ଦେହ ଆସ୍ତେ ଆସ୍ତେ ଖରାପ ହେବାକୁ ଲାଗିଲା.... ତଥାପି ସେମାନେ ମୋ ସହ ସେ ସବୁ କଲେ । ବେଶୀ ଦେହ ଖରାପ ହେବାରୁ ଡାକ୍ତର ଦେଖି ଜାଣିଲେ ଯେ ମୁଁ ଗର୍ଭବତୀ ଅଛି.... ଗର୍ଭ ନଷ୍ଟ କରିବା ପାଇଁ ଡାକ୍ତର ପାଖକୁ ନେଇ ଗଲେ.....ହେଲେ ଡାକ୍ତର କହିଲେ ମୁଁ ଦୁର୍ବଳ ଅଛି.... ସେମିତି କଲେ ମୁଁ ମରିଯିବି.... । ମୁଁ ଗର୍ଭବତୀ ଥିବାରୁ ତାଙ୍କର ସ୍ୱାର୍ଥ ହାସଲ ହୋଇ ନ ପାରିବାରୁ ମୋତେ ବେଶ୍ୟାଳୟରୁ ବାହାର କରି ଦେଲେ । ତାପରେ ମୁଁ ପାଖ ଗାଁର ଜଣେ ବାବୁଙ୍କ ଘରେ ରହି କାମ କରୁଥିଲି । କିନ୍ତୁ ସେ ବାବୁ ଯେତେବେଳେ ଜାଣିଲେ ଯେ ମୁଁ ବେଶ୍ୟାଳୟରେ ଥିଲି ସେ ବି ମୋତେ ଘରୁ ବାହାର କରିଦେଲେ । ତାପରେ ମୁଁ ରାସ୍ତାରେ ଦୁଇ ଦିନ ହେଲାଣି ନ ଖାଇ ପିଇ ଘୁରି ବୁଲୁଛି । ମୋତେ ସବୁ ବେଶ୍ୟା ବୋଲି ଘୃଣା କରୁଛନ୍ତି । ବାବୁ କୁହନ୍ତୁ ଏଥିରେ ମୋର କଣ ଭୁଲ ଅଛି?


ସହନ ବାବୁଙ୍କ ଆଖିରୁ ସୂଚୀର କଥା ଶୁଣି ଝର ଝର ଲୁହ ବହି ଯାଇଥାଏ । ସେ ଆସି ସୂଚୀର ହାତ ଧରି କହିଲେ ସୂଚୀ ତୁମେ ବ୍ୟସ୍ତ ହୁଅ ନାହିଁ । ମୁଁ ତୁମକୁ ପ୍ରତିଶ୍ରୁତି ଦେଲି ଯେ ମୁଁ ତୁମକୁ ମୋ ସ୍ତ୍ରୀ ରୂପେ ଗ୍ରହଣ କରିବି ଏବଂ ତୁମ ଗର୍ଭରେ ଥିବା ଛୁଆକୁ ମୁଁ ମୋର ନାମ ଦେବି । 


ତାପରେ ସହନ ବାବୁ ସୂଚୀକୁ ନେଇ ନିଜ ଘରକୁ ଗଲେ ଏବଂ ନିଜର ଘର ଲୋକଙ୍କ ଆଗରେ ଲିସାଙ୍କୁ ଡିଭୋର୍ସ କାଗଜ ଦେଇ କହିଲେ ଲିସା ମୁଁ ତୁମ ଠାରୁ ଡିଭୋର୍ସ ଚାହେଁ......ତୁମେ ମୋ ସହ ଏ ସମ୍ପର୍କ ବଢାଇବାକୁ ନ ଚାହିଁବାରୁ ବାଧ୍ୟ ହୋଇ ମୁଁ ସୂଚୀଙ୍କ ପାଖକୁ ଗଲି ଓ ତାଙ୍କୁ ମୁଁ ଭଲ ପାଇ ବସିଲି ଏବଂ ସେ ମୋ ଛୁଆର ମାଆ ହେବାକୁ ଯାଉଛନ୍ତି । ଯାହା ମୁଁ ତୁମ ଠାରୁ ପାଇଲି ନାହିଁ ତାହା ସେ ମୋତେ ଦେଲେ । 


ଠିକ ସେତେବେଳକୁ ସହନ ବାବୁଙ୍କ ବାପା କହିଲେ ମୁଁ ଶୁଣିଛି ଏ ଝିଅ ବେଶ୍ୟାଳୟରେ ଥିଲା......ତାହା ହେଲେ ସେ କେମିତି ତୋ ଛୁଆର ମାଆ ହେବ.... କହ ସହନ! 


ସହନ ବାବୁ କହିଲେ ଲିସାଙ୍କ ସହ ବାହାଘର ପାଖରୁ ମୋର ସ୍ୱାମୀ ସ୍ତ୍ରୀ ସମ୍ପର୍କ ନାହିଁ..... ପାଞ୍ଚ ବର୍ଷ ହେଲାଣି..... ନିଜ ଦେହର ଭୋକ ମେଣ୍ଟାଇବାକୁ ମୁଁ ସୂଚୀଙ୍କ ପାଖକୁ ଯାଉଥିଲି । 


ସହନ ବାବୁଙ୍କ ମାଆ କହିଲେ ଯଦି ସେ ଝିଅ ବେଶ୍ୟାଳୟରେ ଥିଲା.....ଯଦି ବି ତୋର ତା ସହ ସମ୍ପର୍କ ଥିଲା..... ତଥାପି ତୁ କେମିତି କହିବୁ ତୁ ତା ଛୁଆର ବାପା.....? 


ଲିସା କହିଲେ ଏ ଛୁଆ ସହନଙ୍କ ହେଇ ପାରିବ ନାହିଁ..... ସହନ ମିଛ କହୁଛନ୍ତି... । ମୁଁ ତାର ଡି.ଏନ୍.ଏ. ପରୀକ୍ଷା କରାଇବି । ଆଉ ଯଦି ଏ ଛୁଆ ସହନଙ୍କ ହୋଇ ଥାଏ ତେବେ ମୁଁ ସହନଙ୍କ ଜୀବନରୁ ସବୁ ଦିନ ପାଇଁ ପଳାଇବି । 


ଲିସା ସହନଙ୍କ କଥା ନ ଶୁଣି ସୂଚୀକୁ ନେଇ ଡାକ୍ତରଖାନା ଗଲେ ଏବଂ ଡି.ଏନ୍.ଏ. ପରୀକ୍ଷା କରାଇଲେ । ଡାକ୍ତର କହିଲେ ରିପୋର୍ଟ ସନ୍ଧ୍ୟାକୁ ଆସିବ । 


ସହନ ବାବୁଙ୍କ ଘରେ ସବୁ ସନ୍ଧ୍ୟାକୁ ଅପେକ୍ଷା କରିଛନ୍ତି । ଡି.ଏନ୍.ଏ. ରିପୋର୍ଟ ଆସିଗଲା । ଲିସା ସମସ୍ତଙ୍କ ଆଗରେ ରିପୋର୍ଟ ଖୋଲିଲେ ଏବଂ ରିପୋର୍ଟ ଦେଖି ତାଙ୍କ ଆଖିରୁ ଝର ଝର ଲୁହ ବହିଗଲା ଏବଂ ନିଜର ଭୁଲ ବୁଝି ପାରି ଡିଭୋର୍ସରେ ହସ୍ତାକ୍ଷର କରି ସହନ ବାବୁଙ୍କୁ ଦେଲେ ଏବଂ କହିଲେ ମୁଁ ମୋ ଭୁଲ ବୁଝି ସାରିଛି..... ତୁମେ ସୂଚୀ ଏବଂ ତୁମର ଭାବି ଛୁଆ ସହ ଖୁସିରେ ରୁହ । 


ସହନ ବାବୁଙ୍କ ବାପା ରିପୋର୍ଟ ପଢି ଆଶ୍ଚର୍ଯ୍ୟ ହେଲେ ଯେ ସୂଚୀ ଗର୍ଭରେ ଥିବା ଛୁଆ ଆଉ କାହାର ନୁହେଁ.... ସେ ହେଉଛି ସହନଙ୍କ ଅଂଶ । ଏ କେମିତିକା ଭାଗ୍ୟର ଖେଳ । 


ତଥାପି ସହନ ବାବୁଙ୍କ ବାପା ମାଆ ସୂଚୀ ବେଶ୍ୟା ହୋଇ ଥିବାରୁ ତାକୁ ଓ ତାର ଗର୍ଭରେ ଥିବା ଛୁଆକୁ ଗ୍ରହଣ କରିବାକୁ ମନା କଲେ । 


ସହନ ବାବୁ ବିରକ୍ତ ହୋଇ କହିଲେ କଣ ପାଇଁ ସୂଚୀ ମୋର ସ୍ତ୍ରୀ ହୋଇ ପାରିବ ନାହିଁ..... ତାଙ୍କର ଭୁଲ କଣ? 


କଣ ସୂଚୀ ନିଜ ଇଚ୍ଛାରେ ବେଶ୍ୟା ହୋଇଥିଲେ...... ନା ସେ ବେଶ୍ୟା ହୋଇ ବହୁତ ଖୁସି ଆଉ ଟଙ୍କା ପାଉଥିଲେ? ବୋଲି ସହନ ବାବୁ ପ୍ରଶ୍ନ ତାଙ୍କ ବାପା ମାଆଙ୍କୁ କଲେ । 


ତାପରେ ସହନ ବାବୁ କହିଲେ ସୂଚୀ ପରି ବହୁ ବେଶ୍ୟା ପରିସ୍ଥିତିରେ ବାଧ୍ୟ ହୋଇ ବେଶ୍ୟାବୃତ୍ତିରେ ପ୍ରବେଶ କରୁଛନ୍ତି । ସେମାନଙ୍କର ଦୋଷ କଣ । ସୂଚୀ ପରି ବେଶ୍ୟାମାନେ ବେଶ୍ୟାଳୟରେ ସବୁବେଳେ ନର୍କ ଯନ୍ତ୍ରଣା ପାଆନ୍ତି । ଆଉ ଆମ ପରି ପୁରୁଷମାନେ ଯଦି ନିଜ ଦେହର ଭୋକ ତାଙ୍କ ପାଖରେ ମେଣ୍ଟାଇ ପାରୁଛୁ ତ କାହିଁକି ଆମେ ତାଙ୍କୁ ନିଜ ସ୍ତ୍ରୀ ରୂପେ ସମ୍ମାନ ଦେଇ ପାରିବୁ ନାହିଁ । 


ସହନ ବାବୁଙ୍କ କଥା ଶୁଣି ସହନ ବାବୁଙ୍କ ବାପା ମାଆ ନିଜ ଭୁଲ ବୁଝି ପାରିଲେ ଏବଂ ସହନ ଓ ସୂଚୀଙ୍କ ହାତ ମିଶାଇ କହିଲେ ସହନ ଠିକ କହିଲୁ । ତୋର କଥା ଆମ ଆଖି ଖୋଲି ଦେଲା । ଆମେ ସୂଚୀକୁ ଆମ ବୋହୂ ରୂପରେ ଗ୍ରହଣ କରିବାକୁ ରାଜି ଅଛୁ । 


ତାପରେ ସହନ ସମାଜ ସମ୍ମୁଖରେ ସୂଚୀଙ୍କୁ ସିନ୍ଦୂର ପିନ୍ଧାଇ କହିଲେ ଆଜିଠାରୁ ସୂଚୀ ମୋର ସ୍ତ୍ରୀ .....ତାଙ୍କର ସମ୍ମାନ ମୋର ସମ୍ମାନ । କିନ୍ତୁ ସୂଚୀ ନାବାଳିକ । ତେଣୁ ମୁଁ ତାଙ୍କ ସହ ମୋର ବୈବାହିକ ଜୀବନ ସେ ଅଠର ବର୍ଷ ହେଲେ ଯାଇ ମୁଁ ଆରମ୍ଭ କରିବି । ଆଉ ସୂଚୀଙ୍କ ପାଇଁ ମୁଁ ଘୋରଇ ଶିକ୍ଷାର ବ୍ୟବସ୍ଥା କରାଗବି । 


ବିବାହ ପରେ ସହନ ବାବୁ ନିଜ ପ୍ରତିଶ୍ରୁତି ଅନୁଯାୟୀ କାମ ସବୁବେଳେ । କିଛି ମାସ ପରେ ସୂଚୀ ଓ ସହନ ବାବୁଙ୍କର ଗୋଟିଏ ଗୁଲଗୁଲିଆ ଝିଅଟି ହେଲା । ସହନ ବାବୁଙ୍କ ପରିବାର ଖୁସିରେ ଭୋରି ଗଲା । ସୂଚୀ ସହନଙ୍କ ଘରେ ନିଜ ଛୁଆ ସହ ବୋହୂ ନୁହେଁ ଝିଅ ପରି ରହିଲା ଏବଂ ପାଠ ମଧ୍ୟ ପଢାପଢି କଲା । ସୂଚୀ ଅଠର ବର୍ଷ ହେଲା ପରେ ଯାଇ ସହନ ବାବୁଙ୍କ ସହ ବୈବାହିକ ଜୀବନ ଆରମ୍ଭ କଲା । 


ନୀତିଶିକ୍ଷା:


ଏ କାହାଣୀଟିର ନୀତିଶିକ୍ଷା ହେଉଛି ଯେ କାହିଁକି ଆମେ ନୀରିହ ଝିଅମାନଙ୍କୁ ବେଶ୍ୟାବୃତ୍ତି ପ୍ରବେଶ କରିବା ପାଇଁ ବାଧ୍ୟ କରାଇ ତାଙ୍କ ଜୀବନକୁ ନର୍କ ସଦୃଶ କରାଉଛୁ । କଣ ବେଶ୍ୟାମାନଙ୍କ ଖୁସି ନାହିଁ.... କଣ ସେମାନଙ୍କର ଘର ସଂସାର କରିବାର ଅଧିକାର ନାହିଁ.... କଣ ସେମନଙ୍କର ପାଠ ପଢିବାର ଅଧିକାର ନାହିଁ....?କଣ ବେଶ୍ୟାମାନେ ମଣିଷ ନୁହଁନ୍ତି କି.... ତାଙ୍କ ମନ ନାହିଁ ନା.... ତାଙ୍କୁ କଷ୍ଟ ଯନ୍ତ୍ରଣା ହୁଏ ନାହିଁ । କଣ ପାଇଁ ଏ ବାଛ ବିଚାର? ଏ କାହାଣୀଟି କହୁଛି ଯେ ବାଛ ବିଚାର ଛାଡ଼ି ବେଶ୍ୟାମାନଙ୍କ ପରିସ୍ଥିତି ବୁଝି ସେମାନଙ୍କୁ ତାଙ୍କର ଅଧିକାର ଓ ସମ୍ମାନ ଦିଆଯାଉ..... ଏବଂ ମନୁଷ୍ୟତ୍ୱର ଉଦାହରଣ ଦିଆଯାଉ । 



Rate this content
Log in

Similar oriya story from Tragedy