ବେଲୁନର ଅଟ୍ଟହାସ୍ୟ
ବେଲୁନର ଅଟ୍ଟହାସ୍ୟ
ମର୍ତ୍ତ୍ୟ ମଣ୍ଡଳେ ଦେହ ବହି,
ଦେବତା ହେଲେ ହେଁ ମରଇ।।
ମନେ ପଡିଯାଉଛି ଛୋଟବେଳେ ମାଟିର ତୁଳସୀ ଚଉରା ମୂଳେ ଡିବିରି ଜାଳି ରାମାୟଣ ପଢୁ ପଢୁ ଜେଜେମା ଗାଇଉଠେ ଏଇ ଦୁଇ ଧାଡ଼ି।ଯୁଗ ବଦଳିବା ସହ ସମାଜ, ସଂସ୍କୃତି ବଦଳିଛି।ଘରଚଟିଆ ପରି ଡିବିରି ପ୍ରଥା ବିଲୁପ୍ତ ପ୍ରାୟ।ଆଉ ରହିଲା ତୁଳସୀ ଚଉରା..!
ବାଙ୍ଗାଲୁରୁରେ ତଥା ବଡ଼ବଡ଼ ସହରରେ ସିମେଣ୍ଟ ର ରଙ୍ଗବେରଙ୍ଗୀ ତୁଳସୀ ଚଉରା,ତା ହିହରେ ଆଧୁନିକ ଚିତ୍ରକଳା କୁଆଡେ଼ ଯୁବପିଢି କୁ ଆକର୍ଷିତ କରେ। ଆଜିକାଲି ତୁଳସୀ ଚଉରା ସ୍ଥାନପାଏ ଘର ବାହାରେ।କାରଣ ଅନେକ! ପ୍ରଥମତଃ କିଏ କାଳେ ପାନ,ଗୁଟଖା ଖାଇ.....! ଦ୍ୱିତୀୟତଃ ଆଜିକାଲି ଆପାର୍ଟମେଣ୍ଟର ଅଗଣା ସଂସ୍କୃତି ବିଲୁପ୍ତ। ତ୍ରୁତୀୟତଃ ଆଜିକାଲି ଉଗ୍ରାଧୁନିକା ନାତି,ନାତୁଣୀ ଓହ୍ଲାଇ ଦିଅନ୍ତି ଜେଜେମା ଶାଢ଼ୀ,ପିନ୍ଧାଇ ଦିଅନ୍ତି ଚୁଡିଦାର। ସେମାନଙ୍କ ଦୟାରେ ପ୍ରତିପାଳିତ ଜେଜେମା ଅନିଚ୍ଛା ସତ୍ତ୍ବେ ଆଧୁନିକା।
ସୁନ୍ଦର ଲେଖାଟିଏ ପଢୁଥିଲି,"ବେଲୁନ" । ସୁଶାନ୍ତ ସିଂ ରାଜପୁତ ଙ୍କ ଅସ୍ୱାଭାବିକ ମ୍ରୁତ୍ୟୁ! ପ୍ରକ୍ରୁତରେ ଦୁଃଖଦ।ଜୀବନ ମ୍ରୁତ୍ୟୁ ତ ଧ୍ରୁବସତ୍ୟ। ତାଛଡା ଆତ୍ମହତ୍ୟା କିମ୍ବା ହତ୍ୟା ତା ବି ତଦନ୍ତ ପରିସରରେ। କିନ୍ତୁ ପାରିପାର୍ଶ୍ବିକ ସ୍ଥିତି କୁହେ ଆତ୍ମହତ୍ୟା।ଯଦି ଏହା ସତ୍ୟ ତାହେଲେ ଏହା ନିହାତି କାପୁରୁଷତା।ପଛର କାରଣ ଯାହା ବି ଥାଉ।
ଆଖିରେ ଆଖିଏ ସ୍ୱପ୍ନ, ବାପାଙ୍କ ବୀରଗାଥା ଶୁଣି ବଢ଼ିବାରେ ଲାଗିଛି ତେଲେଙ୍ଗାନାର ଚାରିବର୍ଷର ଝିଅଟି। ସୁଦୂର ପାହାଡ଼ ପର୍ବତ ରେ ଶୂନ ଡିଗ୍ରୀ ତାପମାତ୍ରା ଠାରୁ କମ୍ ତାପମାତ୍ରା ରେ ଦେଶକୁ ଜଗିଛନ୍ତି ତା ପାପା। କିଛି ବୁଝୁନଥିବା ଝିଅଟି ଏତିକି ତ ବୁଝିଛି ତା ପାପା ପାଇଁ ଦେଶ ଗର୍ବିତ।
ବାହାରେ ବୁଢ଼ାଟିଏ ଚିଲ୍ଲାଉଛି"ବୋଓରା କୋନାଣ୍ଡି..ବୋଓରା"
ମାନେ ବେଲୁନ ନିଅ... ବେଲୁନ।
ପାଟି ଶୁଣି ଛୋଟ ଝିଅଟି ଅଝଟ ହେଲା ତା ମାଆକୁ" ଆମ୍ମା ନା କୋଷମ୍ ବୋଓରା କନିୟୁ".!
ମାନେ ମାଆ ମୋ ପାଇଁ ବେଲୁନ କିଣିଦିଅ।
ମାଆ ବିରକ୍ତ ଓ ଦୁଃଖରେ ଉତ୍ତର ଦେଉଛନ୍ତି" ନି ନାନା ଗାରୁ କୋଟେସ୍ୱରଡୁ କାଦୁ,କୋନିୟୂଦାନକି।ନୁବୁ ତାକ୍ୱ। ଦାରଲୁ ବୋଓରାଲୁ କୋନୁ".।
ମାନେ ତୋ ପାପା କୋଟିପତି ନାହିଁ,ଦାମୀ ବେଲୁନ କେଉଁଠୁ ଆଣିବି,ତୁ ଶସ୍ତା ବେଲୁନରେ କାମ ଚଳାଇନେ।
ମନ ବିଦ୍ରୋହ କରୁଛି କୁନି ଝିଅଟିର।ପଚାରି ବସୁଛି ଟିଭି ଟିକୁ ଅଙ୍ଗୁଳି କରି, ମାଆ, ଏମାନେ ହଜାର ହଜାର ବେଲୁନ ଉପରେ ନାଚି ନାଚି କୋଟି କୋଟି ଟଙ୍କା କ୍ଷତି କ
ରି କୋଟି କୋଟି କମାଉଛନ୍ତି କିଛି ଦର୍ଶକଙ୍କୁ ଖୁସି କରି।ଅଥଚ ମୋ ପାପା ୧୩୦ କୋଟି ଜନତାଙ୍କୁ ଖୁସି କରି ତାଙ୍କରି ଧ୍ୟାନ ରଖି ଗରୀବ କାହିଁକି?
ଛୋଟଝିଅଟିର ଯୁକ୍ତି ଶୁଣି ହସୁଛି ବେଲୁନବାଲା।ଝିଅଟି ଅନୁଭବ କରୁଛି ସତେ ଯେମିତି ଅଟ୍ଟହାସ୍ୟ କରୁଛନ୍ତି ରଙ୍ଗ ବେରଙ୍ଗି ବେଲୁନ ତା ପାପା ଓ ପରିବାରକୁ।
ରଙ୍ଗହୀନ ବେଲୁନଟିକୁ ଧରି ବାହାରେ ଖେଳୁଛି ଝିଅଟି।ଛୋଟ ଛୁଆ, ଶାନ୍ତି ଦେଇପାରୁନି ବେଲୁନଟି। ହଠାତ୍ ତା ପାପାର ଫୋନ ଶୁଣି ଘର ଭିତରକୁ ଯାଇ କଥା ହେଉ ହେଉ କହିଲା,ପାପା ମାଆ ବେଲୁନ ଦେଉନାହିଁ।ଏଥର ତମେ ଆସିଲେ ମୋ ପାଇଁ ରଙ୍ଗବିରଙ୍ଗି ବେଲୁନ ଆଣିଦେବ।
ଜାଣିଛ ପାପା,ଏଇ କିଛିଦିନ ତଳେ କିଏ ଜଣେ ଆତ୍ମହତ୍ୟା କି କ'ଣ କରିଛି ଯେ ଆମ ଟିଭି ଖାଲି ତାରି କଥା କହି ଗର୍ଜୁଛି ଓ ଖାଲି ରଙ୍ଗ ବେରଙ୍ଗି ବେଲୁନ ସଜା ହୋଇଛି।ହେଲେ ତମେ ଏତେ ବଡ଼ ଦେଶକୁ ରକ୍ଷା କରୁଛ ଅଥଚ ଟିଭିରେ ଦିଶୁନାହିଁ ତାଛଡା ତମ ଝିଅ ଖେଳିବାକୁ ବେଲୁନଟିଏ ପାଉନାହିଁ।ତମେ ନା ଏଥର ଘରକୁ ଆସିଲା ବେଳେ ମୋ ପାଇଁ ବହୁତ ବେଲୁନ ଓ ସେ ଲୋକ ପରି ବହୁତ ଟଙ୍କା ଧରି ଆସିବ, ମୁଁ ପ୍ରତିଦିନ ବେଲୁନ କିଣିବି।ସ୍ତବ୍ଧ ଆର୍ମିଅଫିସର କଲୋନେଲ ସନ୍ତୋଷ ବାବୁ। ଛୋଟ ଛୁଆର ଚିନ୍ତାଧାରା।ହଉରେ ମାଆ କହି ଫୋନ୍ ରଖିଲେ।
ଅଟ୍ଟହାସ୍ୟ କରୁଥିଲା ବେଲୁନ!
କିଛି ଦିନ ପରେ....
ଝିଅଟି ଶୁଣିଲା ତା ପାପା ଶତ୍ରୁସହ ଲଦାଖର ଗଲୱ।ନ ପାଟିରେ ଲଢି ସହିଦ୍ ହୋଇଗଲେ। ଚେୟାର ଉପରେ ପୁରୁଣା ଟୱ।ଲ ଉପରେ ପାପାଙ୍କ ଫୋଟୋ।ତା ଉପରେ ପୁରୁଣା ପ୍ଲାଷ୍ଟିକ ଫୁଲହାର।
ଛୋଟ ଝିଅଟି ଆଖିରେ ଲୁହ। ଗୋଟିଏ ଦିନ ଟିଭିରେ କଫନ ଭିତରେ ପାପା।କିନ୍ତୁ ଆଜିବି ସବୁଆଡ଼େ ସୁଶାନ୍ତ ସିଂ ରାଜପୁତଙ୍କ ଅପମୃତ୍ୟୁର ଚର୍ଚ୍ଚା।
ପାପାଙ୍କ ଫୋଟ ପାଖରେ ସେହି ପୁରୁଣା ବେଲୁନଟି ରଖି ଝିଅଟି କାନ୍ଦୁଛି,ପାପା,ମୋର ଦରକାର୍ ନାହିଁ ରଙ୍ଗବେରଙ୍ଗ ବେଲୁନ,ମୋର ଦରକାର୍ ନାହିଁ ସୁଶାନ୍ତ ସିଂ ରାଜପୁତ ପରି ଟଙ୍କା,ମୋର ଦରକାର୍ ନାହିଁ ସୁଶାନ୍ତ ସିଂ ରାଜପୁତ ପରି ଅପମ୍ରୁତ୍ୟୁ ଓ ତା'ର ଅନୁଶୀଳନ।ତମେ ତ ଆଉ ଫେରିବନି ପାପା,ହେଲେ ମୁଁ ବନିବାକୁ ଚାହେଁ ନିର୍ଭୟ ଯୋଦ୍ଧା ସନ୍ତୋଷ ବାବୁ!!
ଅଟ୍ଟହାସ୍ୟ କରୁଛି ବେଲୁନ.!
ହେ ଉଗ୍ରାଧୁନିକ ମୋ ଦେଶର ସନ୍ତାନ!! ଆମର ବି ଦୁଃଖ, ସମବେଦନା ଅଛି ସୁଶାନ୍ତ ସିଂ ରାଜପୁତ ପରି କଳାକାର ପ୍ରତି,ହେଲେ ପୁରୁଣା ବେଲୁନ ସଜାଇ ଅପମାନିତ କରନାହିଁ ସହିଦ ଜବାନ ସନ୍ତୋଷ ବାବୁ ମାନଙ୍କୁ। ନହେଲେ ଫାଟିଯିବ ବେଲୁନ।ସରିଯିବ ସଂସାର।କରୋନା ମହାମାରୀ ଉଜାଡିଦେବ ଦୁନିଆଁ!!!
ହସୁଛି ବେଲୁନ!!!!