Samar Ballav Bhoi

Abstract Fantasy Inspirational

4.5  

Samar Ballav Bhoi

Abstract Fantasy Inspirational

ବେଲୁନ ବାଲି ମାଉସୀ

ବେଲୁନ ବାଲି ମାଉସୀ

2 mins
188



ଦୁର୍ଗା ପୂଜା ସମୟରେ ମଦନ ବାବୁ ଓ ତାଙ୍କର ପରିବାର ସମସ୍ତେ ପୁରୀ ବୁଲିବାକୁ ବାହାରି ଗଲେ । ପ୍ରାୟ ତିନି ଦିନିଆ ବୁଲା ବୁଲି ପ୍ରୋଗ୍ରାମ ଥାଏ, ବହୁତ ଦିନ ପରେ ଟିକିଏ ପରିବାର ସହିତ ବୁଲିବାକୁ ବାହାରି ଥିବାରୁ ମନରେ ଅନେକ ଖୁସି । ସମସ୍ତେ ଏକାଠି ହୋଇ ବାହାରି ଗଲେ ପୁରୀ । ପୁରୀ ରେ ସକାଳୁ ସକାଳୁ ପହଞ୍ଚି ଗଲେ । ମଦନ ବାବୁ ଆଗରୁ ହୋଟେଲ ବୁକ୍ କରିଥିଲେ, ସମସ୍ତେ ଭଲ ଭଲରେ ଯାଇ ପୁରୀ ପହଞ୍ଚି ଗଲେ। ପୁରୀ ବୁଲାବୁଲି ସାରି କୋଣାର୍କ ଯିବାକୁ ପ୍ରୋଗ୍ରାମ କରିଥିଲେ ମଦନ ବାବୁ। ପୁରୀ ସମୁଦ୍ର ବେଳାଭୂମି ଅତି ମନଲୋଭା । ମଦନ ବାବୁଙ୍କୁ ସାନପୁଅ ବାପା ର ପାଖ ଭିଡ଼ି ରହିଥାଏ, ଆଉ କାହାରି ପାଖରେ ରହେନା, ଛଅ ବର୍ଷ ର ପୁଅ, ବାପା ମାଆ ର ବହୁତ ଗେହ୍ଲା । ପୁରୀ ସମୁଦ୍ର କୂଳରେ ପହଞ୍ଚି ଗଲେ । ବୁଲାବୁଲି କରୁ ସାନ ପୁଅ ର ନଜର ପଡିଲା ବାଲି ଉପରେ ବସି ବିକୁଥିବା ବେଲୁନ ବାଲି ମାଉସୀର ଭିନ୍ନ ଭିନ୍ନ ରଙ୍ଗ ବେରଙ୍ଗର ବେଲୁନ ଉପରେ, ବାପା ବାପା ବୋଲି ଡାକ ଛାଡ଼ିଲା, କଅଁଳ କଥା ଭାରି ମିଠା ମିଠା ଲାଗୁଥାଏ । ମଦନ ବାବୁ ସାଙ୍ଗେ ସାଙ୍ଗେ ତାକୁ କୋଳ କୁ ନେଇ କହିଲେ, ବାବା ସାନୁ ତମେ କାହିଁକି ମୋତେ ଡାକିଲ? ମୁଁ ବେଲୁନ ନେବି । ଆଛା ତାହେଲେ ତୋର ବେଲୁନ ଦରକାର? ହଁ ମୁଁ ବେଲୁନ ନେବି, ମଦନ ବାବୁ ସାନୁକୁ ଧରି ବେଲୁନ ବାଲି ମାଉସୀ ପାଖକୁ ଚାଲିଲେ । ପାଖରେ ପହଞ୍ଚି, କହିଲେ ମାଉସୀ ଦୁଇ ତିନି ଟା ଭଲ ବେଲୁନ ଦେଲୁ । ମାଉସୀ ସାଙ୍ଗେ ସାଙ୍ଗେ ବେଲୁନ ପେନ୍ଥାରୁ ତିନି ଟି ବେଲୁନ ଦେଲା । ମଦନ ବାବୁ ପଚାରିଲେ କେତେ ଟଙ୍କା ହେଲା । ମାଉସୀ କହିଲା ପନ୍ଦର ଟଙ୍କା ହେଲା । ମଦନ ବାବୁ ପଚାରିଲେ, ଆରେ ମାଉସୀ ଏ ବେଲୁନ ବିକ୍ରି କରି ତମ ସଂସାର ଚଳିଯାଉଛି, ବେଲୁନ ବାଲି ମାଉସୀ ଆଖିରେ ଲୁହ ଆସିଗଲା। ମଦନ ବାବୁ କହିଲେ ମାଉସୀ, ମୋର ଭୁଲ୍ ହୋଇଗଲା ବୋଧେ! ନାହିଁ ଆପଣଙ୍କ ର ଭୁଲ୍ ନୁହେଁ, ଏ ମୋ ଭାଗ୍ୟ ର ଦୋଷ, କ'ଣ ଆଉ କହିବି.....? ପୁଅ ବୋହୂଙ୍କ ଅତ୍ୟାଚାର ସହିନପାରି ପୁରୀ ପଳାଇ ଆସିଛି। କେତେ କଷ୍ଟ ସହିବୁ? ବୋହୂର କଥା ସବୁ ହୃଦୟକୁ ବାଧୁଥିବା ବେଳେ ପୁଅର ମୋ ପ୍ରତି ଅବହେଳା, ମନ ମୋତେ ବାଧ୍ୟ କଲା । ଏମାନଙ୍କ ସହିତ ରହି ଅସନ୍ତୋଷ ହେବା ଅପେକ୍ଷା ଘର ଛାଡ଼ି ପଳାଇ ଆସିବା ଭଲ। ଘର ଛାଡ଼ି ଆସିବା ପରେ ପୁରୀ ବେଳାଭୂମିରେ ବେଲୁନ ବିକ୍ରି କରି ପେଟର ଭୋକ ମେଣ୍ଟେଇବାକୁ ପଡୁଛି। ବାବୁ ରେ ମୋ ଆଖିରେ ଲୁହ ଦେଖି ଏ ଦୁନିଆ ହସୁ ପଛେ ମୋ ପାଇଁ ଏହି ଠାରେ ହିଁ ସ୍ବର୍ଗ। ମଦନ ବାବୁ କହିଲେ , କ'ଣ ଆଉ ତମେ କରିପାରିବେ ମାଉସୀ? ଆଜିର ଏ ଘଟଣା ସମସାମୟିକ ହୋଇଯାଇଛି। ମାଉସୀ ନିଜକୁ ଏ ବେଲୁନ ବିକିବା ରେ ସମୟ କାଟିଦିଅ, ସେହି ଜଗନ୍ନାଥ ହିଁ ଭରସା।।



Rate this content
Log in

Similar oriya story from Abstract