STORYMIRROR

Pritiparna Dash Mohapatra

Drama Inspirational

4  

Pritiparna Dash Mohapatra

Drama Inspirational

ବଧୂ ପୁଣି ବନ୍ଧୁ

ବଧୂ ପୁଣି ବନ୍ଧୁ

6 mins
352


ଆମ ଗାଁ ନିଧି ମଉସା ଆଉ ଯଦୁ ମଉସା ବାଲ୍ୟ କାଳ ବନ୍ଧୁ । ନିଧି ମଉସା ଗାଁ ସରପଞ୍ଚ ଆଉ ଯଦୁ ମଉସା ଗାଁ ସ୍କୁଲ ରେ ଶିକ୍ଷକତା କରନ୍ତି । ଦୁଇ ବନ୍ଧୁଙ୍କ ମଧ୍ୟରେ ସମ୍ପର୍କ ଖୁବ ନିବିଡ଼ । ବନ୍ଧୁତା ର ଏଇ ପବିତ୍ର ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ନିଧି ମଉସା ନିଜ ପୁଅ ସିଦ୍ଧାର୍ଥ ପାଇଁ ଯଦୁ ମଉସାଙ୍କ ଝିଅ ରତ୍ନା କୁ ବୋହୂ କରି ଆଣିବା ପାଇଁ କଥା ଦେଇଥିଲେ । 


ନିଧି ମଉସା ଖୁବ କଡା, ଜଣେ କର୍ତ୍ତବ୍ୟନିଷ୍ଠ ଜନନେତା ଭାବେ ଖୁବ ନାଁ ତାଙ୍କର । ଅନ୍ୟାୟ କୁ ଜମାରୁ ସହି ପାରନ୍ତିନି, ଦୋଷୀ କୁ କଠୋର ଦଣ୍ଡ ଦିଅନ୍ତି । ସେଇଥିପାଇଁ ତାଙ୍କୁ ଟିକେ ସମସ୍ତେ ଡରନ୍ତି ଆଉ ମାନନ୍ତି । କିନ୍ତୁ ହୃଦୟ ଟା ତାଙ୍କ ଖୁବ ବଡ଼ ଆଉ ନିର୍ମଳ । କିନ୍ତୁ ଯଦୁ ମଉସା ଭାରି ସରଳ, କେବେ ରାଗନ୍ତିନି କି କାହାକୁ କଷ୍ଟ ଦେଲା ପରି ପଦେ କଥା ବି କୁହନ୍ତିନି । ଦୁଇ ବନ୍ଧୁଙ୍କ କାର୍ଯ୍ୟ କଳାପରେ ଅନ୍ତର ଥିଲେ ମଧ୍ଯ ହୃଦୟରୁ ଘନିଷ୍ଠତା ଖୁବ ବେଶୀ ।


ନିଧି ମଉସାଙ୍କ ପୁଅ ସିଦ୍ଧାର୍ଥ, ଗାଁ ସ୍କୁଲରେ ମ୍ୟାଟ୍ରିକ ପରୀକ୍ଷା ଦେବା ପରଠାରୁ ଯାଇ ବାହାରେ ପଢୁଥିଲା । ଭାରି ଭଲ ପଢେ, ଗୋଟେ ବଡ MNC ରେ ମ୍ୟାନେଜର ଭାବେ ଚାକୀରି ପାଇଛି । ଦେଖିବାକୁ ବହୁତ ସୁନ୍ଦର ଆଉ ସ୍ମାର୍ଟ ମଧ୍ୟ । କିନ୍ତୁ ଖୁବ ଗର୍ବୀ, ବାପାଙ୍କ ଛଡା କାହା କଥା ଶୁଣେନି, ପାଶ୍ଚାତ୍ୟ ସଂସ୍କୁତି କୁ ଫଲୋ କରେ, ଗାଉଁଲି ପରିବେଶ ଜମାରୁ ପସନ୍ଦ ନୁହେଁ ତାର, ସେଇଥିପାଇଁ ଗାଁ କୁ ଆସିଲେ ଖୁବ କମ ଦିନ ରହି କାମ ର ବାହାନା କରି ପୁଣି ସହରକୁ ଚାଲିଯାଏ । 


ସେପଟେ ରତ୍ନା ସୁନା କଢ଼ି ଟିଏ, ପୁରା ଗାଉଁଲି ଝିଅ, ଗାଁ ପାଣି, ପବନ ରେ ଛୁଆ ବେଳରୁ ବଢିଛି, ମ୍ୟାଟ୍ରିକ ପରେ ଗାଁ ପାଖ କଲେଜରୁ ବିଏ ପାସ କରି ଘରେ ଅଛି । ମାଆ, ବାପାଙ୍କର ସୁନା ଗେହ୍ଲି ଝିଅ, ଭାରି ଚୁଲବୁଲି, ସମସ୍ତଙ୍କୁ ଭଲ ପାଏ ଆଉ ସାହାଯ୍ୟ କରେ ବୋଲି ଗାଁ ଟା ସାରା ସମସ୍ତେ ଭାରି ଭଲ ପାଆନ୍ତି ତାକୁ, କେତେବେଳେ ଛୁଆ ହେଇ ଛୁଆଙ୍କ ସହ ମିଶି କିତିକିତି ଖେଳୁଥିବ, କେତେବେଳେ ତା ବାପା ଆଉ ନିଧି ମଉସା ଙ୍କୁ ଘଷି ମୋଡି ଦେଉଥିବ, କେତେବେଳେ ତା ବୋଉ ସହ ମିଶି ପିଠା କଲାଣି ତ କେତେବେଳେ ଗାଁ ଛୁଆଙ୍କୁ ବସି ପଢ଼ାଉଥିବ । ଛୋଟ ବେଳରୁ ପ୍ରଭୂ ଭୋଳାଶଂକରଙ୍କ ର ଭକ୍ତ । ଖୁବ ବିଶ୍ୱାସ କରେ, ସବୁ ସୋମବାର ବ୍ରତ କରେ, ମନ୍ଦିର ଯାଏ, ସମସ୍ତଙ୍କ ଶୁଭ ମନ।ସେ । ଆଉ ସିଦ୍ଧାର୍ଥ ର ମଙ୍ଗଳ କାମନା କରେ, ପିଲାଟି ବେଳରୁ ଯେବେ ଶୁଣିଛି ସିଦ୍ଧାର୍ଥ ସହ ତା'ର ବାହାଘର ହେବ ସେବେଠୁ ହିଁ ତାକୁ ମନେ ମନେ ନିଜ ଜୀବନ ସାଥୀ ଭାବି ଭଲ ପାଉଛି ଆଉ ତା'ରି ପାଇଁ ବ୍ରତ କରିଆସୁଛି । କେତେ କଣ ସ୍ବପ୍ନ ଦେଖିଛି ତା ପାଇଁ ।


ସିଦ୍ଧାର୍ଥର ବିବାହ ବୟସ ହେବାରୁ ନିଧି ମଉସ। ତା ବାହାଘର ରତ୍ନା ସହ କରେଇବା କଥା କହିଲେ, ସେ ସଙ୍ଗେ ସଙ୍ଗେ ମନା କରିଦେଲା, କାହିଁକିନା ରତ୍ନା ପରି ଗୋଟେ ଗାଉଁଲି ଝିଅ କୁ ସେ ପସନ୍ଦ କରେନି କି ବାହା ହେଇପାରିବନି ବୋଲି ରୋକ ଠୋକ ମନା କରିଦେଲା । ଏକଥା ଶୁଣି ନିଧି ମଉସାଙ୍କ ଚିନ୍ତା ଖୁବ ବଢିଗଲା, ଭାବୁଥିଲେ ତାଙ୍କ ସାଙ୍ଗକୁ କି ଉତ୍ତର ଦେବେ ଆଉ ଏତେ ଦିନ ହେଲା ସିଦ୍ଧାର୍ଥ କୁ ସ୍ୱାମୀ ଭାବେ ପାଇବାକୁ ସ୍ବପ୍ନ ଦେଖିଥିବା ରତ୍ନା ର ଅବସ୍ଥା କଣ ହେବ???, ଏଇ କଥା ଭାବି ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ବାଧ୍ୟ ହୋଇ ସିଦ୍ଧାର୍ଥ ବାହାଘର ପାଇଁ ରାଜି ହୋଇଗଲା ।


ବାହାଘର ପରେ ସମସ୍ତଙ୍କ ଆଶୀର୍ବାଦ ନେଇ ଦୁହେଁ ସହରକୁ ଚାଲିଗଲେ । ନିଧି ମଉସା ସିଦ୍ଧାର୍ଥ ପାଇଁ ଟିକେ ଚିନ୍ତିତ ଥିଲେ କିନ୍ତୁ ରତ୍ନା ଉପରେ ତାଙ୍କର ପୁରା ବିଶ୍ୱାସ ଥିଲା, ଭାବୁଥିଲେ ରତ୍ନା ପରି ଝିଅ କୁ ଜୀବନ ସାଥୀ ରୂପେ ପାଇଲା ପରେ ତାଙ୍କ ପୁଅ ସିଦ୍ଧାର୍ଥ ଜୀବନରେ ପରିବର୍ତ୍ତନ ଆସିଯିବ ।


ସହରକୁ ଆସିଲା ପରେ କିନ୍ତୁ ରତ୍ନ।ର ସବୁ ସ୍ବପ୍ନ ଭାଙ୍ଗି ଚୁରମାର ହେଇଗଲା, ଯେତେବେଳେ ସେ ଜାଣିବାକୁ ପାଇଲା ତା ସ୍ୱାମୀ ତାକୁ ଜମାରୁ ପସନ୍ଦ କରନ୍ତିନି, ତା ସରଳ ଆଉ ଗାଉଁଲି ହୃଦୟକୁ ଭଲ ପାଆନ୍ତିନି ବୋଲି, ତଥାପି ରତ୍ନା ନିଜ କର୍ତ୍ତବ୍ୟ କରିବାରେ କେବେ ହେଲା କରିନି, ଘରର ସବୁ କାମ କରିବା, ସିଦ୍ଧାର୍ଥର ଦେହ ପା ଭଲ ମନ୍ଦ ବୁଝିବା, ତା ମନ ପସନ୍ଦ ର ଖାଇବା ବନେଇକି ଦେବା ଆଦି ସବୁ କିଛି ଅତି ଯତ୍ନ ରେ ପୂର୍ଣ୍ଣ ସମର୍ପଣ ସହ କରି ନିଜ ପତ୍ନୀ ଧର୍ମ ପାଳନ କରୁଥିଲା । ଏତେ ସବୁ ପରେ ବି ସିଦ୍ଧାର୍ଥ ଅଫିସ ରୁ ଫେରି ତାକୁ ପ୍ରଶଂସା ବଦଳରେ ନିନ୍ଦା କରୁଥିଲା । ଗାଉଁଲି ଆଉ ଡଲ କହି ତାକୁ ମାନସିକ ଯନ୍ତ୍ରଣା ଦେଉଥିଲା । ନିଜ ସାଙ୍ଗ ସାଥୀ ମାନକୁ ରତ୍ନା ର ପରିଚୟ ଲୁଚେଇ ରଖିଥିଲା ତା ସମ୍ମାନ ହାନି ହେବ ବୋଲି । ଏସବୁ ରତ୍ନା କୁ ଭାରି କଷ୍ଟ ଦେଉଥିଲା, କିନ୍ତୁ ସେ ସବୁ ପ୍ରଭୂ ଶିବଶଙ୍କରଙ୍କ ଉପରେ ଛାଡି ମନକୁ ମାରି ରହିଥିଲା, ଦିନେ ଲେଟ ନାଇଟ ରେ ସିଦ୍ଧାର୍ଥ ଗୋଟେ ଝିଅ କୁ ଧରି ଡ୍ରିଂକ୍ସ କରି ଘରକୁ ଫେରିବାରୁ ରତ୍ନା ର ରାଗ ମୁଣ୍ଡ ଉପରକୁ ଉଠିଗଲା,ସ୍ତ୍ରୀ ହେଇ ସେ କେମିତି ନିଜ ସ୍ୱାମୀକୁ ଆଉ କାହା ସହ ଦେଖି ଚୁପ ରହିବ???, ବହୁତ ଝଗଡା ହେଲା ଦୁହିଁଙ୍କ ଭିତରେ, ବହୁତ କଡା ଆଉ ଖରାପ କଥା ସହ ନିଜ ବେଲ୍ଟ ଖୋଲି ମାରିବାକୁ ବି ପଛେଇନଥିଲା ସିଦ୍ଧାର୍ଥ ରତ୍ନା କୁ, ଅନ୍ୟ କାହା ସାମ୍ନା ରେ ନିଜ ପ୍ରତି ତା ସ୍ୱାମୀ ର ଏପରି ପାଶବିକ ଅତ୍ୟାଚାର ସେଦିନ କିନ୍ତୁ ସହି ପାରିନଥିଲା ରତ୍ନା, ତା ଆତ୍ମସ୍ୱାଭିମାନ କୁ ବହୁତ ବାଧିଲା,ତେଣୁ ସବୁକିଛି ଛାଡି ଅତ୍ୟନ୍ତ କ୍ରୋଧିତ ମନରେ ତାପରଦିନ ସକାଳୁ ଗାଁ କୁ ଚାଲିଗଲା ।


ଝିଅ କୁ ହଠାତ ଏମିତି ଅବସ୍ଥା ରେ ଦେଖି ରତ୍ନା ର ମାଆ, ବାପା ଆଶ୍ଚର୍ଯ୍ୟ ହେଇଗଲେ । ସବୁ କଥା ପଚାରି ବୁଝିଲେ, ପରେ ନିଧି ମଉସା ଆଉ ତାଙ୍କ ସ୍ତ୍ରୀ ମଧ୍ଯ ଏସବୁ ଜାଣି ଖୁବ ଦୁଃଖ କଲେ । ନିଧି ମଉସା କହିଲେ ମାଆ ରେ ତୋ ସହ ଅନ୍ୟାୟ ହେଇଛି,ମୋ ପୁଅ ବୋଲି ମୁଁ ତାକୁ ଜମାରୁ ସପୋର୍ଟ କରିପାରିବିନି, ତୁ ଆଇନ ର ସହାୟତା ନେଇପାରୁ, ମୁଁ ତୋତେ ସାହାଯ୍ୟ କରିବି । ରତ୍ନା କୋର୍ଟ ଯିବାକୁ ହଁ କହିଦେଇଥିଲା, କିନ୍ତୁ ପରେ ମନା କଲା, କାରଣ ସେ ଯାହାକୁ ପିଲାବେଳରୁ କାୟ ମନ ବାକ୍ୟ ରେ ଭଲ ପାଇଛି, ଅଗ୍ନିକୁ ସାକ୍ଷୀ ରଖି ଯାହାକୁ ବାହା ହେଇଛି ଆଉ ଯାହା ସନ୍ତକ ର ମାଆ ହେବାକୁ ଯାଉଛି ତା ପ୍ରତି ଏତେ କଠୋର ହେଇପାରିବନି, ତାକୁ ଅପମାନିତ କରିପାରିବନି ଭାବି ଚୁପ ରହିଲା, କିଛି ଦିନ ପାଇଁ ସମୟ ହାତରେ ସବୁକିଛି ଛାଡ଼ିଦେବା ପାଇଁ ଠିକ ବୋଲି ଭାବିଲା ।


ଗାଁ ସ୍କୁଲରେ ଶିକ୍ଷ।ଦାନ, ଦୁଇ ପରିବାରର ଦେଖା ଶୁଣା, ସେବା ସୁଷୁର୍ସ। କରି ସମସ୍ତଙ୍କୁ ଖୁସି ରଖିବାକୁ ଚେଷ୍ଟା କଲା, କିଛି ଦିନ ପରେ ରତ୍ନା ର ପୁଅଟିଏ ହେଲା, ଆଉ ସମସ୍ତ ଙ୍କ ଖୁସି ଦୁଇଗୁଣା ହେଇଗଲା । ଏମିତି ଗୋଟେ ଦୃଢ଼ମନା ଆଉ ଧର୍ଯ୍ୟଶିଳା ଝିଅ କୁ ବୋହୂ ରୂପେ ପାଇ ନିଧି ମାଉସ ଗର୍ବ ଅନୁଭବ କରୁଥିଲେ । ତାଙ୍କ ନିଜ ପୁଅ ଯାହା କରିପାରିନଥିଲା, ରତ୍ନା ସେ ସବୁ କରିକି ଦେଖେଇଲା । ରତ୍ନା ତା ନୂଆ ଜୀବନ, ଛୁଆ, ଘର ପରିବାର ସହ ଖୁସିରେ ଥିଲା ।


ସେପଟେ କିଛି ଦିନ ଯାଏ ସିଦ୍ଧାର୍ଥ ପାର୍ଟି, ମଦ, ଝିଅ ନିଶା ରେ ରହୁଥିଲା, କିନ୍ତୁ କେଉଁଠି ନା କେଉଁଠି ତାକୁ ଲାଗୁଥିଲା କି ସେ ଏସବୁ ରେ ଯେମିତି ଛନ୍ଦି ହେଇଯାଉଛି, ଧୀରେ ଧୀରେ ସେ ରତ୍ନା ର ଅନୁପସ୍ଥିତି କୁ ଅନୁଭବ କରିବାକୁ ଲାଗିଲା, ତା ଦେହ ପା କଥା ବୁଝିବାକୁ କେହିନଥିଲେ, ତା ଘରେ ଠାକୁର ପୂଜା ହେଇପାରୁନଥିଲା, ତା ଫୁଲଗଛ ପାଣି ଅଭାବରୁ ଶୁଖିଯାଇଥିଲେ, ଏମିତି ସବୁ ସ୍ଥାନ ରେ ସବୁ କ୍ଷେତ୍ର ରେ ଘରର ପ୍ରତି କୋଣ ଅନୁକୋଣ ରେ ସେ ରତ୍ନା ର ଅଭାବକୁ ବୁଝିପାରିଥିଲା ।, ନିଜ ମାଆ, ବାପା ଙ୍କ ସ୍ନେହ ରୁ ବଞ୍ଚିତ ହେଉଥିଲା ସିଦ୍ଧାର୍ଥ, ତାର ସବୁଠୁ ଅତି ପ୍ରିୟ ମାଆ ମଧ୍ଯ ରାଗରେ ତା ସହ ସମ୍ପର୍କ କାଟିଦେଇଥିଲେ । ସହରୀ ଝିଅ ଆଉ ବନ୍ଧୁ ମାନଙ୍କ ପାଖରେ ସେସବୁ ଭଲ ପାଇବା ଆଉ ଅତ୍ମୀୟତା ନଥିଲା ଯାହା ନିଜ ମାଆ, ବାପା ଆଉ ନିଜ ସ୍ତ୍ରୀ ପାଖରେ ଥିଲା ବୋଲି ଧୀରେ ଧୀରେ ସେ ହୃଦୟଙ୍ଗମ କରିବାକୁ ଲାଗିଲା ।


ଆଉ ଯେଉଁଦିନ ତାର ଭୀଷଣ ଦେହ ଖରାପ ହେଲା, ତାକୁ ଟିକେ ଆହାଃ ପଦେ କହିବାକୁ ବି କେହି ଆସିଲେନି, ସେ ଖୁବ ଏକା ଅନୁଭବ କରୁଥିଲା ଆଉ ଜାଣିପାରିଥିଲା ପ୍ରକୃତ ସୁଖ ଶାନ୍ତି ସ୍ଟାଟସ କି ଟଙ୍କା ପଇସା ରେ ନୁହେଁ ବରଂ ନିଜ ଲୋକଙ୍କ ସ୍ନେହ, ପ୍ରେମ ରେ ଥାଏ । ତେଣୁ ଦେହ ଭଲ ହେଲାପରେ ସେ ଗାଁକୁ ଚାଲିଲା ସମସ୍ତଙ୍କୁ ନିଜ ଭୁଲ ମାଗି, ରତ୍ନାକୁ ଫେରାଇ ଆଣିବା ପାଇଁ ।


ଗାଁ ରେ ପଂହଁଚି ଦେଖେତ ରତ୍ନା ଗୋଟେ ଛୋଟ ପିଲାକୁ ଧରି ଗେଲ କରୁଛି ଆଉ ପିଲାଟି ମଧ୍ୟ ତାକୁ ମାଆ ମାଆ ବୋଲି ଡାକୁଛି, ସିଦ୍ଧାର୍ଥ ଭାବୁଥିଲା ରତ୍ନା ବୋଧେ ଆଉ କାହାକୁ ବାହା ହୋଇ ପୁଣି ଥରେ ତା ନୂଆ ଜୀବନ ଆରମ୍ଭ କରି ସାରିଛି, ଭାରି ମନ ଦୁଃଖ କରି କାନ୍ଦି କାନ୍ଦି ଫେଇଯାଉଥିଲା ସେ । ହଠାତ ଯଦୁ ମଉସା ଡାକ ପକେଇଲେ ଆରେ ଜ୍ୱାଇଁ ପୁଅ ଏତେ ଦିନ ପରେ ଆସିଛ ତୁମ ପୁଅକୁ ଦେଖିକି ଯିବନି, ମୋ ପୁଅ??? 


ହଁ ତୁମ ପୁଅ ଓ଼ମଂ, ପୁରା ତୁମପରି ହେଇଛି, ତାମାନେ ରତ୍ନା ଆଉ ବାହାହେଇନି ଜାଣି ମନେ ମନେ ଖୁସିହେଉଥିଲା ସିଦ୍ଧାର୍ଥ ।

ତାପରେ ଘରକୁ ଯାଇ ଜାଣିବାକୁ ପାଇଥିଲା କି ରତ୍ନା ସହର ଛାଡ଼ିବା ସମୟରେ ଅନ୍ତଃସତ୍ଵ। ଥିଲା, ଆଉ ଓ଼ମଂ ହେଉଛି ସେଇ ସନ୍ତକ, ନିଜ ପୁଅ କୁ ଏତେଦିନ ପରି ଦେଖି ଖୁବ ଜୋରରେ କୁଣ୍ଢେଇ ପକେଇଲା, ଅନୁତାପ ନିଆଁ ରେ ଜଳୁଥିଲା ସେ । ସମସ୍ତଙ୍କୁ ଯାଇ ଭୁଲ ମାଗିବାରୁ ସମସ୍ତେ କ୍ଷମା କରିଦେଇଥିଲେ ସିଦ୍ଧାର୍ଥକୁ । ଆଉ ରତ୍ନା ଏତେଗୁଡାଏ ଦିନ ପରେ ନିଜ ସ୍ୱାମୀକୁ ଫେରି ପାଇ ଖୁବ ଖୁସି ଥିଲା, ପ୍ରଭୂ ଭୋଳାନାଥଙ୍କୁ ଧନ୍ୟବାଦ ଜଣାଇଥିଲା, ଏତେଦିନର ପୂଜା, ଭକ୍ତି ଆଉ ବିଶ୍ୱାସର ଫଳ ମିଳି ଯାଇଥିଲା ତାକୁ ।


ଆଉ ସିଦ୍ଧାର୍ଥ ସେଇଦିନ ଠାରୁ ପବିତ୍ର ସମ୍ପର୍କର ପ୍ରକୃତ ଅର୍ଥ ବୁଝି ଯାଇଥିଲା । ସହରୀ ଜୀବନ, ସାଙ୍ଗ ସାଥୀ ଆଉ ସହରୀ ବାନ୍ଧବୀଙ୍କ ପ୍ରେମ ଅପେକ୍ଷା ନିଜ ମାଟି ମାଆ, ଗାଁ ପ୍ରେମ, ବାପା, ମାଆଙ୍କ ସ୍ନେହାଦର ଆଉ ନିଜ ପରିବାରକୁ ସବୁଠୁ ବେଶୀ ଭଲପାଇବା ଆଉ ଗୁରୁତ୍ୱ ଦେବାକୁ ଲାଗିଲା । ଆଉ ସବୁବେଳେ ଅବହେଳା, ଆଉ ଘୃଣା କରୁଥିବା ନିଜ ସ୍ତ୍ରୀ ରତ୍ନାକୁ ତାର ସବୁଠାରୁ ପ୍ରିୟ ବାନ୍ଧବୀ ରୂପେ ସ୍ୱୀକାର କରିନେଇଥିଲା ଆଉ ବୁଝି ସାରିଥିଲା କି ଛୁଆ ବେଳରୁ ନିସ୍ଵାର୍ଥ ପର ଭାବେ ତାକୁ ଭଲ ପାଉଥିବା ଆଉ ଭକ୍ତି କରୁଥିବା ରତ୍ନା ଖାଲି ତା ବଧୂ ନୁହେଁ ତା ସୁଖ ଦୁଃଖ, ହସ ଲୁହ ସବୁଥିରେ ସାଥ ଦେବା ପାଇଁ ହିଁ ଏକ ମାତ୍ର ଶ୍ରେଷ୍ଠ ବାନ୍ଧବୀ ।



Rate this content
Log in

More oriya story from Pritiparna Dash Mohapatra

Similar oriya story from Drama