ବଡଵୋଉ
ବଡଵୋଉ
ସୁଭି ସୁଭି ଲୋ। ଏ ମା ଆସ୍, ତୋ ମୁହଁ ରୁ ବଡଵୋଉ ଡାକ କେଵେ ଠାରୁ ଶୁଣିନି। ମୋ ସୁଭଦ୍ରା ଲୋ, ଏ ମା ଆସ୍ ମୋ ପାଖକୁ। ଏ ରତନା ତୁ ଗୁଜୁରାଟ ଯାଇଥିଲୁ ପରା, ମୋ ସୁଭି ଘର ଆଡ଼େ ଵୁଲି ଆସିଲୁଣି।
ବଡଵୋଉ ଗୁଜୁରାଟ କଣ ଆମ ଗାଁ ପରି ଛୋଟ ଯାଗା, କେମିତି ତାକୁ ଖୋଜିଥାନ୍ତି, ଆର ଥର ଗଲେ ସୁଭି ଵୋଉ ପାଖ ରୁ ଠିକଣା ନେଇ ଯିବି।
ହଉ ରେ ରତନା ତୁ କେଵେ ଯିବୁ ଯଣା ନାହିଁ, ମତେ ଲାଗୁନି ଆଉ ଵେଶିଦିନ ବଞ୍ଚିବି। ହଉ ଘରକୁ ଯା, ସନ୍ଜ ହେଲାଣି। ଆଉ କିଏ ଯାଉଛି ଖବର ଵୁଝେ... ବଡି ଆଚାର ଆମ୍ଵସରା କରିଥିଲି ତା ପାଇଁ... ଭାରି ଭଲପାଏ ଝିଅ ଟା ମୋର...
ରତନା ଗଲା ପରେ ସୁଭି ଵୋଉ ମୁହଁ ମୋଡି ଦାଣ୍ଡ ପିଣ୍ଡାରେ ବସି ପଡ଼ିଲା, ଝିଆରୀ ଗେଲ ଦେଖେଇ ହଉଛି ,ଏ ଦୁନିଆରେ ପର ନିଜର ପୁଣି କିଛି ଅଛି । ନହେଲେ ନା ପାତ୍ର ଅନ୍ତର କରିଥାନ୍ତା ଏ ଘର ମଝିରେ କାନ୍ଥ ପଡିଥାନ୍ତା।
ପଚିଶ ବର୍ଷ ପୂର୍ବରୁ ସୁଭି ର ଜନ୍ମ ହୋଇଥିଲା। ଝିଅ ଜାଣି ସୁଭି ବୋଉ ମନ ଉଣା କରିଥିଲା। କିନ୍ତୁ ବଡଵୋଉ ତାକୁ କୋଳେଇ ନେଇ କହିଥିଲା, ଝିଅ ହେଲେ କଣ ହେଲା, ପୁରା ରାଜକୁମାରୀ ପରି ହୋଇଛି। ଏ ଘରେ ବଳିଆ ଥିଲା, ଏଇ ଆମର ସୁଭଦ୍ରା, ମୋ ମନ କହୁଛି ଜଗା ଭି ଆମ ଘରକୁ ଆସିଵେ। ସତ କୁ ସତ ଆର ବର୍ଷ ସୁଭି ର ଭାଇ ଟିଏ ହେଲା। ଜଗା କୁ ପାଇ ସୁଭି ଵୋଉ ସୁଭି ଆଡକୁ ମନ ଦେଲାଣି, ତେଣୁ ସୁଭି ବଡଵୋଉ ର ଆଖିର ତାରା ପାଲଟି ଯାଇଥିଲା। ସୁଭି କୁ ବଡଵୋଉ କିଛି କାମ କରେଇ ଦେଉ ନଥିଲା। ଏସବୁ ସୁଭି ବୋଉ କୁ ଭଲ ଲାଗୁ ନଥିଲା। ତା ମତରେ ଝିଅ ଜନମ ହାଣ୍ଡି ଶାଳ କୁ। କାମ ଧାମ ନ ସିଖିଲେ ଶାଶୁଘର ଲୋକ ଵୁଲଣା ଆଣିଵେ। କିନ୍ତୁ ବଡ ବୋଉ କହୁଥିଲା ଦେହ ରେ ପଡିଲେ ଆପେ ଆପେ କାମ ଆସିବ, ଵାପଘରେ ଯେତିକି ଦିନ ଅଛି ଆରାମ କରୁ। ଏହି ଭିତରେ ସୁଭି ର ବି଼ଏସ଼୍ସି ରେଜଲ୍ଟ ଆସିଲା, ସୁଭି ଫାଷ୍ଟ କ୍ଲାସ ପାଇଛି ଯାଣିଲେ ପରେ ପୁଅ ବଳିଆ ଆଉ ପତି ରତ୍ନାକର ଙ୍କ ସହ ତୀର୍ଥ ଗଲା, ଫେରିଲା ବେଳକୁ ତା ପାଦ ତଳୁ ମାଟି ଖସିଗଲା, ଯେତେବେଳେ ଯାଣିଲା ତା ଅନୁପସ୍ଥିତ ରେ ସୁଭି ର ଵାହାଘର ହୋଇ ଯାଇଛି। ସେଠାରୁ ମନାନ୍ତର ଆରମ୍ଭ ହୁଏ ଦୁଇ ଯା ଭିତରେ। ଘର ଦୁଇ ଭାଗ ହେଲା, ସଜା ରେ ଥିବା ସମ୍ପତି ର ଦୁଇ ଭାଗ କରାଇ ଦେଲାନି ବଡଵୋଉ , ଯାହାର କାରଣ ଘର ମଧ୍ୟରେ ପାଚେରୀ ଥିଲା। ସେଵେଠାରୁ ସୁଭି ଵଉ ,ସୁଭି ର ଠିକଣା କାହାକୁ ଦେଇନି। ଆଉ ଵଡଵୋଉ ସୁଭି ର ଵିରହ ରେ ପାଗଳ ପରି ହେଉଛି।
କିଛି ବର୍ଷ ପରେ ସୁଭି ଗାଁ କୁ ଆସିଛି, ଘର ମଝିରେ କାନ୍ଥ ଦେଖି ଭୋ ଭୋ ହୋଇ କାନ୍ଦି ପକାଇଲା। କାନ୍ଦ ଶୁଣି ଵଳିଆ ର ପତ୍ନୀ ସୁଭି କୁ ଡାକିବାକୁ ଆସିଛନ୍ତି। ବଡଵୋଉ ଶଯ୍ୟାଶାୟୀ ଯାଣି ଵଡଵୋଉ ପାଖକୁ ଯିବାକୁ ବାହାରିଲା। ଆଉ ସୁଭି ଵୋଉ ଅଟକାଇଲାନି। ସୁଭି ପଛେ ପଛେ ସେ ଭି ଚାଲିଲା। ବଡବୋଉ ସୁଭି କୁ ଦେଖି କାନ୍ଦି ପକାଇଲା, ଅଣ୍ଟା ରେ ଖୋସାହୋଇଥିଵା ସିନ୍ଧୁକ ର ଚାବି କାଠି ଟି ସୁଭି କୁ ଦେଇ ସବୁଦିନ ପାଇଁ ଆଖି ବୁଜି ଦେଲା। କିଛି ଦିନ ପରେ ସିନ୍ଧୁକ ଖୋଲାହେଲା, ସେତେବେଳେ ସମସ୍ତେ ଯାଣିଲେ , ଵଡଵୋଉ ଛୋଟବେଳୁ ସବୁ ସମ୍ପତ୍ତି କାଗଜ ସୁଭି ନା ରେ କରିସାରିଥିଲା। ଚିଠି ଟିଏ ଥିଲା... ଆମ ଝିଅ ଆମ ଘର ର ଲକ୍ଷ୍ମୀ। ସବୁ ସମ୍ପତି ଉପରେ କେଵଳ ତାର ଅଧିକାର।
ସୁଭି କାଠ ପାଲଟିଗଲା। ସୁଭି ଵୋଉ ଘର ମଝିରେ ପଡିଥିବା କାନ୍ଥ ଆଗରେ ମୁଣ୍ଡ ଵାଡେଇ ବାଡେଇ କାନ୍ଦୁଥାଏ। ସମସ୍ତେ କହୁଥିଲେ ଵଡଵୋଉ ର ଭଲପାଇବା ଆଗରେ ସମ୍ପତି ର ମୂଲ୍ୟ କିଛି ନାହିଁ।
ଆଜି ସେ ଘଟଣା କୁ ବହୁ ଦିନ ଵିତି ସାରିଛି। ସୁଭି ସେ ସମ୍ପତି ରେ ଵଡଵୋଉ ନା ରେ ସ୍କୁଲ୍ ଟିଏ ଖୋଲି ବଳକା ସମ୍ପତି କୁ ଦୁଇ ଭାଇ ଭିତରେ ଭାଗ ବାଣ୍ଟି ଦେଇଛି। ନିଜ ପାଇଁ ନେଇ ଯାଇଛି ଵଡଵୋଉ ର କିଛି ଆଦର୍ଶ କୁ। ସୁଭି ଵୋଉ ଭି ଆଉ ଆଗପରି ନାହିଁ। ସମ୍ପର୍କ ର ମୂଲ୍ୟ ଵୁଝି ଯାଇଛି। ଘର ଭିତରେ ଆଉ କାନ୍ଥ ଭି ନାହିଁ। ଵେଳେ ଵେଳେ ଦାଣ୍ଡ ପିଣ୍ଡାରେ ବସି ତୁନି ତୁନି କାନ୍ଦୁଛି ଵଡଵୋଉ କୁ ଝୁରି ଝୁରି.....