STORYMIRROR

Aravinda Das

Comedy Others

3  

Aravinda Das

Comedy Others

ବାତ୍ୟା ର ରଙ୍ଗ

ବାତ୍ୟା ର ରଙ୍ଗ

1 min
439

ଷ୍ଟେସନରେ ଭିକ ମାଗୁଥିବା ସେଇ ଦୁଇଜଣଙ୍କୁ ,ଜଣେ ଅନ୍ଧ ଓ ଜଣେ ଛୋଟାଙ୍କୁ ଅନେକ ବର୍ଷ ହେଲା ଦେଖିଆସୁଥିଲା ବୀରେନ୍ଦ୍ର । ଟି ଟି ଇ ଭାବେ କାମ କରେ ବୀରେନ୍ଦ୍ର।

ଡ୍ୟୁଟିକୁ ଯିବା ଆସିବା ବେଳେ ପ୍ରାୟ ସବୁଦିନ ପ୍ଲାଟଫର୍ମରେ ଦୁହିଁଙ୍କୁ ଭେଟେ । ଗାଳି ବି ଦିଏ ।


- ହଇରେ, ତମେ ଦୁଇଟା କିଛି କାମ ନକରି ଭିକ କାହିଁକି ମାଗୁଛ ?ଷ୍ଟେସନ ବାହାରେ ଭିକ ନମାଗି ସବୁବେଳେ ଟ୍ରେନରେ ପଶି କାହିଁକି ପଶୁଛ ?ତମ ଭଳି ଲୋକ ପ୍ଲାଟଫର୍ମ ରେ ବସି ମନୋହରୀ ଜିନିଷ ,ବହି ବିକିଲେ ବି ଦୁଇ ପଇସା ରୋଜଗାର କରନ୍ତ।


- ଆଜ୍ଞା,ଦୟା କରନ୍ତୁ ସାର୍।ଟ୍ରେନ ଭିତରେ ଟିକେ ଇନକମ ହୁଏ ?ଗୋଡ଼ ଓ ଆଖି କିଏ ଆମକୁ ଦେବ ?ଭଗବାନଙ୍କୁ ଡାକନ୍ତୁ ଆମକୁ ଦୟା କରିବେ ।


   ସେଦିନ ଫନି ବାତ୍ୟାରେ ଭୟଙ୍କର ପବନ ଦେବା ଆରମ୍ଭ କରିଥିଲା।ଟି ଟି ରେଷ୍ଟ ରୁମ ରେ ଵୀରେନ୍ଦ୍ରଙ୍କ ସହ ଅନ୍ୟ କିଛି ଲୋକବି ଆଶ୍ରୟ ନେଇଥିଲେ।ବର୍ଷା ହୋଇ ପବନର ବେଗ ଆହୁରି ତୀବ୍ର ହେଲା ଓ ରୁମ ର ଟିଣ ଛାତ ଉଡ଼ିଗଲା।ସମସ୍ତେ ଦୌଡିଲେ ବାହାରକୁ।ଵୀରେନ୍ଦ୍ର ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ ସେଇ ଦୁଇ ଅନ୍ଧ ଓ ଛୋଟା ଜୋର ରେ ଦୌଡ଼ୁଥିଲେ, ବିନା ସାହାରା ରେ।ଆଣ୍ଠୁ ପାଖରୁ ଦୁଇ ଗୋଡ଼ ନଥିବା ଛୋଟା ର ଦୁଇ ଗୋଡ଼ ଆଜି ବାହାରି ଆସିଥିଲା।


 ବୀରେନ୍ଦ୍ର ମୁହଁରେ କଣ ଗୋଟେ ଆସି ବାଜିବାରୁ ତଳେ ପଡିଗଲା।ଅନ୍ଧ ଓ ଛୋଟା ତାଙ୍କୁ ଉଠାଇ ଟାଣି ଟାଣି ନେଇ ଯାଉଥିଲେ।

ଅନ୍ଧ କହୁଥିଲା,"ବାବୁ ତମକୁ କଣ ଦିଶୁନି ନା କଣ ?

ଛୋଟା କହୁଥିଲା,"ଆଉ ଟିକେ ଜୋରରେ ଦୌଡୁନ ବାବୁ।"


ବୀରେନ୍ଦ୍ର ଦେଖୁଥିଲା ବାତ୍ୟା'ର ନୂଆ ରଙ୍ଗକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy