Bidyut lata Mishra

Tragedy

2  

Bidyut lata Mishra

Tragedy

ବାର୍ଦ୍ଧକ୍ୟ

ବାର୍ଦ୍ଧକ୍ୟ

3 mins
600


   ସ୍ବପ୍ନ ଦେଖନ୍ତି ସମସ୍ତେ ,ସ୍ବପ୍ନ କିନ୍ତୁ କେନ୍ଦ୍ରୀଭୂତ ଥାଏ ମାନସିକତା କୁ ନେଇ। ମୁଁ ବି ପିଲାଦିନେ ସ୍ବପ୍ନ ଦେଖୁଥିଲି ଏକ ନୂଆ ଦୁନିଆ ର ଯେଉଁଠି ନ ଥିବ ବାପା ଙ୍କ ତାଗିଦ ନା ମା ର କାନ ମୋଡା ,କି ଭାଇ ର ଚୁଟି ଟଣା। ପରୀ ମହଲ ରେ ପରିଭଳି ବଢ଼ୁଥିବି। ତାଳି ମାରିବା ମାତ୍ରେ ଚିକିମିକିଆ ଜାମା ଆଉ ସୁସ୍ୱାଦୁ ଖାଦ୍ୟ ହାତ ପାଖକୁ ଆସୁଥିବା

 ସ୍ବପ୍ନ ଟିଏ ଦେଖିଥିବ କି ନାଇଁ କର୍ଣ ପଟହ ଫଟାଇବ ବୋଉ ର ରଡି। ବାସ ସ୍ବପ୍ନ ଶେଷ

  ବାପା ବାହାରେ ତାଳଚେର ରେ ଚାକିରୀ କରୁଥିଲେ ସବୁ ଠିକ ଥିଲା କିନ୍ତୁ ହଠାତ ସେଠୁ ଛଟେଇ ହୋଇଯାଏ। ଘର ର ଚଲାଇବା କଷ୍ଟ ହୋଇପଡେ କିନ୍ତୁ ବୋଉ କେମିତି ଯେ ବିନା ପଇସା ରେ ଘର ସ୍ୱଚ୍ଛନ୍ଦ ରେ ଚଳାଉଥିଲା। ଆଜି ସନ୍ଦୀପ ମୋର ସବୁ ଇଛା ପୂରଣ କଲେ ବି ମୋର ଅଭିମାନ ଅଭିଯୋଗ ସରେନି। କିନ୍ତୁ ମୁ ବୋଉକୁ ବାବାଙ୍କ ପାଖେ କେବେ କୋଉଥି ପାଈଁ କହିବା ଦେଖିନି।

  ଭାରି ନିବିଡ଼ତା ଦୁହିଁଙ୍କ ଭିତରେ। ବୋଉ ବାବାଙ୍କୁ ରୁଟିନ ଅନୁଯାଇ ଚା ପାଣି ଖାଇବା ଦିଏ। ଗୋଡ ଘଷେ,ଆଉ ନାଲି ଆଖି ଦେଖାଇ ମୋତେ ଘର କାମ ଶିଖାଏ ପିଲା ଦିନୁ। କିନ୍ତୁ ରାନୁ ମୋ ଭାଇ ଭାରି ଗେଲବସର।

ଓଲଟା ବାପାଙ୍କ କ୍ଷେତ୍ରରେ । ମୋ ପାଇଁ ବାବା ଯେବେ ନୂଆ ଚାକିରୀ ପାଇବା ପରେ ନାଲି ରଙ୍ଗ ର ବଡ ଫୁଲ ପକା ଫ୍ରକ ଟି ଆଣିଥିଲେ ଭାବିଲି ବାବା ବୋଧେ ଯାଦୁଗର। କେମିତି ଯେ ବୁଝିଯାନ୍ତି ମନ କଥା ସବୁ...

ବାପା କିନ୍ତୁ ପାଠ ପଢେଇବା ବେଳେ ହିଟଲର ପାଳଟିଯାନ୍ତି। ଆଉ ସବୁ ବିଷୟ ଠିକ ଅଛି କିନ୍ତୁ ଅଙ୍କ ଏଭରେଷ୍ଟ ଆରୋହଣ ଠୁ କଷ୍ଟ ସେଇ ପଣକିଆ ଘୋଷା। ତୃତୀୟ ଶ୍ରେଣୀ ପରୀକ୍ଷା ରେ ଅଙ୍କ ମାର୍କ କମିଲା ବୋଲି ବାବା ଦିନୁଟିଏ କଥା ହେଲେନି।


ରାନୁ କିନ୍ତୁ ଥିଲା ମାଆ ର ଗେଲ୍ହାପୁଅ। ଦଶମ ଶ୍ରେଣୀ ଭଲ ମାର୍କ ରଖିଥିଲା ମୋଠୁ। ଋଣ ବାକି କରି ମୋତେ ମୋର ଦ୍ୱାଦଶ ତମ ପ୍ରସ୍ତାବ ରେ ବାହା ଦେଲେ ବାପା ଆଉ ନିଜ ଉଚ୍ଚଶିକ୍ଷିତା ପୋଷ୍ଟ ଗ୍ରାଜୁଏଟ ଝିଅ କୁ ବ୍ୟାଙ୍କ ମ୍ୟାନେଜର ଜ୍ୱାଇଁ ଠିକ କରିଥିଲେ ଅନେକ ଖୋଜି। ସନ୍ଦୀପ କୁ ବାପା କହୁଥିଲେ"ମିତୁ କୁ ରାନୁ ଠୁ ଅଧିକ ଭଲ ପାଏ ବୋଲି ଦିନେ ବି ଦୁରେଇନି ଭାରି ନିରୀମାଖୀ ଆଉ ଅଭିମାନିନୀ ମୋ ଝିଅ। ତମକୁ ଲାଗିଲା ଆଜିଠୁ।"

  ହୁଏତ ବାପା ଙ୍କ ଭଲ ପାଇବା ଆଉ ବୋଉ ର ସଂସ୍କାର ହିଁ ଥିଲା ଯାହା ଆମ ଶାଶୂଘର ଲୋକଙ୍କୁ ମୋ ସହ ସ୍ନେହ ପ୍ରେମ ର ଅତୁଟ ବନ୍ଧନ ରେ ବାନ୍ଧିଥିଲା ଚିରଦିନ।

 ରାନୁ ବାଙ୍ଗାଲୋର ରେ ଇଂଜିନିଅର ,ତା କମ୍ପାନୀ ମ୍ୟାନେଜର ଝିଅ କୁ କୋର୍ଟ ମ୍ୟାରେଜ କଲା ବାବା ବୋଉ ଙ୍କ ଅଗୋଚର ରେ। ପୁଅ କୁ ଏତେ ଭଲ ପାଉଥିଲେ ବି ବୋଉ ଚାହିଁବାକୁ ଚାହିଁନଥିଲା ରାନୁ ର ମୁଁହ। ବାବା ବଦଳାଇଥିଲେ ନିଜକୁ ସମୟ ସହ ତାଳ ଦେଇ । ଦେଇଥିଲେ ମିକି କୁ ମିଶ୍ର ବଂଶ ର ବୋହୁ ହେବା ସ୍ୱୀକୃତି।

କେତେ ବର୍ଷ ପରେ ବାବା ଆଉ ବୋଉ ର କଷ୍ଟ ଦେଖିପାରୁଥିଲେ ବୋଉ ଆଉ ରାନ୍ଧିପାରୁନି କିନ୍ତୁ ବାବା ଙ୍କ ରୁଟିନ ରେ ସାମାନ୍ୟ ବ୍ୟତିକ୍ରମ କରେନି। ବାବା ଜୋର କରି ବୋଉ କୁ ନେଇ ରାନୁ ପାଖକୁ ପଳେଇ ଗଲେ। ସେଠାକୁ ଯିବାର ୨ବର୍ଷ ରେ ବାବାଙ୍କୁ ଏକା କରି ବୋଉ ଚାଲିଗଲା। ବୋଉ ଥିଲା ବେଳେ ସବୁ ଚଳାଇନେଉଥିଲା। କେମିତି ଯେ ବାବା ରହିବେ ଟିକେ ଚିନ୍ତା ବି କଲାନି।

  ସନ୍ଦୀପ ଙ୍କ ବ୍ୟାଙ୍କ ୫ଦିନ ଛୁଟି ଥିବାରୁ ବାହାରିଲୁ ବାଙ୍ଗାଲୋର । ବାବାଙ୍କ ସ୍ଥାୟୀ ଠିକଣା ଏବେ ଏଇ ବାଙ୍ଗାଲୋର କାରଣ ଗାଁ ଘର ବିକି ରାନୁ ବାଙ୍ଗାଲୋର ରେ ଫ୍ଲାଟ କିଣିଥାଏ।

ରାନୁ ପିକ କରିଥିଲା ଏୟାର ପୋର୍ଟ ରୁ। ମୋତେ ଦେଖି ବାବା ଙ୍କ ଆଖି ଲୁହ ଛଳ ଛଳ ହୋଇଯାଇଥିଲା କିନ୍ତୁ ଟୋପାଟିଏ ଲୁହ ତଳକୁ ଖସି ନଥିଲା। ଦେଖୁଥିଲି ବାବାଙ୍କୁ ମୋର କେତେ ବଦଳାଉ ଥିଲେ ନିଜକୁ। କ୍ଷୀର ଚା ବିନା ଅମୂଲ ଚା ପିଉନଥିବା ବାବା ନାଲି ଚା ରେ ଖୁସିଥିଲେ । ଏକା ପ୍ରକାର ଖାଦ୍ୟ ଖାଇବାକୁ ପସନ୍ଦ କରୁନଥିବା ବାବା ଭାତ ସଂତୁଳା ପ୍ରତିଦିନ ଖୁସିରେ ଖାଇନେଉଥିଲେ। ପିଲା ମାନଙ୍କ ପାଖରେ ପ୍ରଗଳ୍ଭ ହୋଇଉଠୁଥିବା ବାବା କେମିତି ନିରବ ର ପ୍ରତିମୂର୍ତ୍ତି ଟିଏ ପଲଟିଯାଇଥିଲେ। ବାବା ଙ୍କ ପରିବର୍ତନ କଷ୍ଟ ଦେଇଥିଲା ମୋତେ ,ଜୋର କରିଥିଲି ବାବାଙ୍କୁ ଭୁବନେଶ୍ୱର ଆସିବାକୁ..

 କିନ୍ତୁ ବାବା କହିଥିଲେ,"କଣ କରିବି ଲୋ ମା ସେଠାକୁ ଯାଇ ରାନୁ ଆଉ ମିକି ମୋର ବହୁତ ଯତ୍ନ ନେଉଛନ୍ତି ,ତୋ ବୋଉ ଭଳି ମୋତେ କୋଉଥିପାଇଁ ବାଧ୍ୟ କରୁନାହାନ୍ତି । "ବାବା କୋହ କୁ ସମ୍ଭାଳି ପାରିନଥିଲେ। ମୁଁ ଖୁସି ଅଛି ତୁମମାନଙ୍କ ଖୁସିରେ ମୁ ଖୁସି।

   ଶତ ଚେଷ୍ଟା ସତ୍ତ୍ୱେ ବାବାଙ୍କୁ ଭୁବନେଶ୍ୱର ଆଣିପାରିନଥିଲି ମୁଁ,

  ବୋଉ ର ଅନୁପସ୍ଥିତି ବାବାଙ୍କୁ ଦେଉଥିବା କଷ୍ଟ ମୁଁ ବାବା ମୁଂହଖୋଲି ନକହିଲେ ବି ଅନୁଭବ କରୁଥିଲି ଦୁଇଜଣ ଦୁଇଜଣଙ୍କ ବିନା ଅସମ୍ପୂର୍ଣ୍ଣ ଥିଲେ ଯେମିତି। ଆପଣ ମାନେ କହିଲେ ,ବାର୍ଦ୍ଧକ୍ୟ ସମସ୍ତେ ଭୋଗନ୍ତି ନା ସମସ୍ତଙ୍କୁ କଷ୍ଟ ଦିଏ କି ଏଇମିତି



Rate this content
Log in

Similar oriya story from Tragedy