Akshayakumar Dash

Inspirational

3  

Akshayakumar Dash

Inspirational

ବାପାଙ୍କ ପ୍ରିୟ

ବାପାଙ୍କ ପ୍ରିୟ

1 min
159


 ବାପାଙ୍କ ପ୍ରିୟ ସାଙ୍ଗ ଦୁର୍ଗା ଚରଣ ମୁଦୁଲି । ତାଙ୍କ ଘର ଚାନ୍ଦପୁର । ବୟସାଧିକ ହେବାରୁ ସକାଳୁ ଉଠି ଚାଲି ଚାଲି ଆମ ଘର ପର୍ଯ୍ୟନ୍ତ ଆସନ୍ତି । ଘର ତାଙ୍କ ଘରଠାରୁ ତିନି କୋଶ ହେବ । ସକାଳୁ ଘରେ ପହଞ୍ଚି ସଙ୍ଗାତ ବୋଲି ଡାକ ଛାଡ଼ନ୍ତି । ବାପା ନିତ୍ୟକର୍ମ ଶେଷ ପ୍ରାୟ କରି ବସିଥାନ୍ତି । ତାଙ୍କ ଡାକ ଶୁଣିଲେ ବାହାରକୁ ଆସି ପିଣ୍ଡ । ଉପରେ ବସିବାକୁ ଡାକନ୍ତି । ଦୁଇ ସାଙ୍ଗ ବସି ଦୁଃଖ ସୁଖ ହୁଅନ୍ତି । ବେଳେ ବେଳେ ମୋକାନରେ ତାଙ୍କ କଥା ପଡେ । ରାଜନୀତି, ଶିକ୍ଷା, ଏପରି କି ଗ୍ରାମର ହ।ଲଚ।ଲ କେତେ କଥା ପଡେ । ଦିନେ ମଉସା କହୁଛନ୍ତି ଜାରକା ପାଖରେ ଜବର ଦଖଲ କରି କିଛି ଜମି ବାଡ଼ ବୁଜି ରଖିବାକୁ । ବାପା ସେଥିରେ ଅରାଜି ହେଲେ । ମଉସା କହିବା କଥା ଥିଲା, ଅନାବାଦୀ ଜାଗା ଲୋକେ ଜାରକ।ରେ ଜବରଦଖଲ କରି କେତେକ ପଟା କରି ଆଣୁଛନ୍ତି । ବାପା କିନ୍ତୁ ତାହା କରିବାକୁ ମନା କରିଦେଲେ । ମଉସା ଅବଶ୍ୟ ବାଧ୍ୟ ନକରି ରହିଗଲେ । ବାପା ଓ ମଉସା ଦୁହେଁ ମିଶି ରାଜନୀତିରେ ମିଶି ସଭା ସମିତିକୁ ଯାଆନ୍ତି । ଭୁବନ ମଠ ଟ୍ରଷ୍ଟ ବୋଡ଼ର୍ର ଜଣେ ସକ୍ରିୟ ସଭ୍ୟ ଥିଲେ । ମହାନ୍ତ ମହାରାଜ କାର୍ତିକ ପୁରୀ ଗୋସ୍ୱାମୀଙ୍କ ସହିତ ଭୁବନ ମାଇନର ସ୍କୁଲ ଓ ପର୍ବପର୍ବାଣୀ ହେବାପାଇଁ ସହଯୋଗ କରନ୍ତି । ପଚିଶ ଜଣ ପରିବାର ନେଇ ଘର ଚଳେଇବା ଦାୟିତ୍ୱ ବାପାଙ୍କର । ଚାଷ କାମର ଦାଇତ୍ୱ ବି ବୁଝନ୍ତି । ତେଣୁ ପ୍ରତିଦିନ ରାତ୍ରିରେ ଡାଇରୀ ଲେଖନ୍ତି । ନିଜର ଘର ଖର୍ଚ୍ଚ ଓ ଚାଷବାସର ଖର୍ଚ୍ଚ ଆଦି ପ୍ରତିଦିନ ଲେଖିରଖନ୍ତି । ଜଣେ ଆୟୁର୍ବେଦିକ କବିରାଜ ହିସାବରେ ଚେରମୂଳି ଔଷଧ ପ୍ରସ୍ତୁତ କରନ୍ତି । ରାତ୍ରୀରେ ବସି କବିତା ମଧ୍ୟ ଲେଖନ୍ତି । 



Rate this content
Log in

Similar oriya story from Inspirational