Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Banasmita Panda

Tragedy

4.8  

Banasmita Panda

Tragedy

ବାପା

ବାପା

3 mins
429


ନିତା ରାମ ମଉସାଙ୍କ କହିଲେ ଆମ ଛୋଟ ମୋଟ ଅଟୋରିକ୍ସା ସାହିର ଏକ ମହାନ ଏବଂ ଆଦର୍ଶବାନ, ପରୋଉପକାରୀ ପୁରୁଷ। କି ଯୁବକ, ଯୁବତୀ, ବୁଢ଼ା, ବୁଢ଼ୀ, ଛୋଟ ପିଲା ସମସ୍ତେ ତାଙ୍କୁ ଭଲପାନ୍ତି। ଭାରୀ କର୍ମୀ ଏବଂ ସୁ ହୃଦୟର ବ୍ୟକ୍ତି ବିଶେଷ କହିଲେ ଚଳେ। ଲୋକ ସିନା ଗରିବ କିନ୍ତୁ ବହୁ ବିଶାଳ ହୃଦୟର ଅଧିକାରୀ ସେ ବୋଲି ସଭିଏଁ କହନ୍ତି। ଆଜି ବୟସର ପାହାଚରେ ଥକି ଗଲେଣି। ଶୁଣିଛି ତାଙ୍କର ପ୍ରଥମ ପିଲା ଝିଅ (ଗୀତା )କୁ ଜନ୍ମ କରିବା ସମୟରେ ତାଙ୍କ ସ୍ତ୍ରୀ ଇହଧାମ ଗତି କରିଥିଲେ। ସ୍ତ୍ରୀ ସବୁଦିନ ଲାଗି ଆଖି ବୁଝିଲା ପରେ ଭାଙ୍ଗି ପଡ଼ିଥିଲେ ସେ କିନ୍ତୁ ଝିଅର ଦାଇତ୍ୱ ତାଙ୍କୁ ଏକ ନୂଆ ଦିଶା ଦେଇ ଥିଲା। ପୁରୁଷ ପିଲା କାମ ସାଙ୍ଗରେ କିପରି ଛୋଟ ପିଲା ସମ୍ଭାଳି ପାରିବ ଭାବି ସାହି, ପଡିଶା, ବନ୍ଧୁ, ବାନ୍ଧବ ତାଙ୍କୁ ଦ୍ୱିତୀୟ ବିବାହ ଲାଗି ପ୍ରସ୍ତାବ ଦେଇଥିଲେ, କିନ୍ତୁ ସବୁ କିଛି କୁ ସେ ମନା କରି ଦେଇଥିଲେ। ଏକ ମାତ୍ର ଝିଅ, ସ୍ତ୍ରୀ ର ଶେଷ ସନ୍ତକକୁ ସେ ସାବତ ମା ର ସାୟାରେ ବଢ଼ାଇବାକୁ ଚାଁହୁ ନ ଥିଲେ। ଦେଖିବାକୁ ଗଲେ ଏକ ନିସ୍ଵାର୍ଥପର ବାପା ଆଉ କଣ ଭି କରିଥାନ୍ତା। ଭାଗ୍ୟକୁ ଆଦରି ସେ ସବୁ ସାମ୍ନା କରିବାକୁ ପ୍ରସ୍ତୁତ ଥିଲେ। 

   ଆରମ୍ଭ ହୋଇ ଯାଇଥିଲା ଜୀବନର ଏକ ଭିନ୍ନମୟ ସଂଗ୍ରାମ। ଦରିଦ୍ରତାରେ ଜୀବନ,... କାମ କରିବା ନିତ୍ୟାନ୍ତ ଆବଶ୍ୟକ ଏବଂ ତା ସହ ଛୋଟ ପିଲା ସମ୍ଭାଳିବା ବଡ କାଠିକର ପାଠ ହୋଇ ଯାଇଥିଲା ଦିନକୁ ଦିନ। କିନ୍ତୁ ହାରି ଯାଇ ନଥିଲେ ସେ। ସବୁ ପରିସ୍ଥିତି କୁ ସେ ସୁଚାରୁ ରୂପେ ଅତିବାହିତ କରିବାକୁ ଚେଷ୍ଟା କରିଥିଲେ। ଦିନ ରାତି ଅଟୋ ରିକ୍ସା ଚଳାଇ ମାଟି ସହ ମାଟି ହବା ପରି ପରିଶ୍ରମ କରିଥିଲେ। ଗୀତାକୁ ଅତ୍ୟନ୍ତ ସ୍ନେହ, ଶ୍ରଦ୍ଧା, ଆଦରରେ ସେ ପାଳି ଚାଲିଥିଲେ। ମା ବନି ମା ର ମମତା ଏବଂ ବାପା ହବାର ପ୍ରତ୍ୟକ ଦାୟିତ୍ୱ ନିଷ୍ଠାପର ଭାବରେ ସେ କରି ଥିଲେ। ଗୀତା ବୟସର ପ୍ରତିଟି ପାହାଚ ଚଢି ଆଜି ଯୁବ ଅବସ୍ଥା ରେ ଏବଂ ବହୁ ଶିକ୍ଷିତ।ନିତା ରାମ ବାବୁ ଆଜି ବୃଦ୍ଧl ଅବସ୍ଥାର ପ୍ରଥମ ପାହାଚରେ। ବହୁ ସ୍ୱାର୍ଥର ଜଳାଞ୍ଜଳି ଦେଲା ପରେ ଆଜି ତାଙ୍କ ସ୍ବପ୍ନ ସଫଳ ହୋଇଛି। ବହୁ ଜାଗାରେ ଚାକିରୀ ଲାଗି ଆବେଦନ ପରେ ଏକ ବହୁ ଉଚ୍ଚ ଏବଂ ନାମୀଦାମୀ ମଲଟିନାସନାଲ କମ୍ପାନୀ ରୁ ଅଫର ଲେଟର ଆସିଛି। ଗୀତା ବହୁ ଖୁସି ଏବଂ ଗର୍ବିତ ମଧ୍ୟ। ତା ଖୁସି ଦେଖି ନିତା ରାମ ବାବୁ ମଧ୍ୟ୍ୟ ବହୁ ଖୁସିରେ ଆତ୍ମ ବିଭୋର ହୋଇ ଓ଼ଠିଥାନ୍ତି। ଗୀତାର ଏହି ହସ ଟିକକ ଦେଖିବା ଲାଗି କେତେ ନିଜ ସ୍ୱାର୍ଥର ସେ ଜଳାଞ୍ଜଳି ଦେଇଛନ୍ତି, କେତେ ଦେବୀ, ଦେବତାଙ୍କୁ ମନାସିଛନ୍ତି। 

  ଆଜି ଚୟନ କରାଯାଇଥିବା ଯୁବକ, ଯୁବତୀ ମାନଙ୍କ କମ୍ପାନୀର ପରିଚୟ ସମାରୋହରେ ନିମନ୍ତ୍ରଣ କରା ଯାଇଥିଲା। ପ୍ରତ୍ୟକ ଚୟନ କରାଯାଇଥିବା ପାର୍ଥିକୁ ନିଜ ନିଜର ପିତା, ମାତାଙ୍କୁ ଆଣିବା ଲାଗି ନିମନ୍ତ୍ରଣ କରାଯାଇଥିଲା। ନିତା ରାମ ବାବୁ ମଧ୍ୟ ଗୀତା ସହ ଯିବାକୁ ବହୁ ଉତ୍ସାହ ସହ ବାହାରିଥିଲେ। କିନ୍ତୁ ହଠାତ ଗୀତା କହିଥିଲା ବାପା ମୁଁ ଏକଲା ପଳାଇଯିବି। ନିତା ରାମ ବାବୁଙ୍କୁ ଟିକେ ଖରାପ ଲାଗିଥିଲା, କାଳେ ତାଙ୍କର ଯୋଗ୍ୟତା ଝିଅକୁ ଏଡ଼େ ବଡ ସମାରୋହ ରେ ଅପମାନ ଦାୟକ ଲାଗିବ ଭାବି ହସି କଥାକୁ ଏଡାଇ ଦେଇଥିଲେ ଏବଂ କହିଥିଲେ ମା ମୋ ଖାଲି ତୋ ପ୍ରଥମ ଦିନ ତ ତୁ ଏକୁଟିଆ ଟା କାହିଁ ଯିବୁ ତୋତେ ଟିକେ ବାଟୋଇ ଦେଇ ଆସିବି। ସେମିତି ଭି ତୋ ସ୍କୁଲ ର ପ୍ରଥମ ଦିନ ମୋ ଅଟୋରେ ଯାଇଥିଲୁ ଆଜି ଭି ତୋ ଜୀବନ ଯାତ୍ରାର ଏକ ନୂଆ ଆରମ୍ଭରେ ଏ ବୁଢ଼ା ବାପା ତୋତେ ତା ଅଟୋରେ ବାଟୋଇ ଦେଇ ଆସିବ। ଗୀତା କିଛି ନ କହି ରାଜି ହୋଇ ଯାଇଥିଲା।ସେଠାରେ ପହଂଚି 

ଗୀତା - "ବାପା ତୁମେ ଅଟୋକୁ ଏହି ଜାଗାରେ ରଖ। ଗାଡ଼ିରୁ ବାହାରକୁ ବାହାରିବନି। ଯଦି କିଏ କିଛି ପଚାରେ କିଛି ଉତ୍ତର ଦେବନି। ଆଜି ଅଫିସର ମୋର ପ୍ରଥମ ଦିନ, ମୋ ସହ ବହୁ ବଡ ବଡ଼ିଆ ଲୋକଙ୍କ ପିଲା ଏ ଜାଗାରେ ନିଯୁକ୍ତି ପାଇଛନ୍ତି। ପିଲାମାନେ ଦାମୀ କାରରେ ନିଜ ବାପା, ମାଙ୍କ ସହ ଆସିଥିବେ ନିହାତି। ପରିଚୟ ସମାରୋହ ଧୁମ ଧାମରେ ହେବ ବୋଲି ଚିଠିରେ ଲେଖାଥିଲା। ସବୁ ସରିଲେ ମୁଁ ଫୋନ କରିଦେବି। ଭୋକ ଲାଗିଲେ କଣ ଟିକେ ଖାଇ ଅଟୋରେ ବସିଥିବ। 

ନିତା ରାମ - ପକେଟରୁ ମଳିଛିଆ ରୁମାଲ କାଢି ମୁହଁ ପୋଛି ଝିଅ ଆଡକୁ ଚାହିଁଲେ ବୃଦ୍ଧ ନିତା ରାମ। 

ତୁ ଜମା ବ୍ୟସ୍ତ ହେବୁନି ମା ତୋ ବୁଢା ବାପା ଏଇ ଜାଗାରେ ଅପେକ୍ଷା କରିଥିବ। ମୋର ଏତେ ବର୍ଷର ତପସ୍ୟା ଆଜି ସଫଳ ହୋଇଛି, ତୋ ମା ବଞ୍ଚି ଥିଲେ ଆଜି କେତେ ଖୁସି ହୋଇଥାନ୍ତା ନା। 

ସେତେବେଳକୁ ନିତା ରାମଙ୍କ ଆଖି ସାମ୍ନାରୁ  ଅଦୃଶ୍ୟ ହୋଇ ସାରିଥିଲା ଗୀତା।"


ନିତା ରାମ ବୁଝି ସାରିଥିଲେ ଚାକଚକ୍ୟମୟ ଦୁନିଆକୁ ଆପଣେଇ ନେଇଛି ଗୀତା।ମୁଣ୍ଡରୁ ବୋହି ଯାଉଥାଏ ଗମ ଗମ ଝାଳ ସହ ଦୁଇ ଧାର ମିଶ୍ରୀତ ଅଶ୍ରୁ। ତଥାପି ନାହିଁ କୌଣସି ବିଷାଦର ଚି଼ହ୍ନବର୍ଣ୍ଣ.... ଅଛି ଯଦି ଝିଅର ଆଗମନର ଅପେକ୍ଷା....... ସରି ନାହିଁ ବାପ ହବାର କର୍ତବ୍ୟ। 


ଗାଳ୍ପିକ ଅରବିନ୍ଦ ରଥ ବହୁ ଉଚ୍ଚ କୋଟିର ଲେଖକ। 

ମୋର ଚିନ୍ତାଧାରା, ଦିଆଯାଇଥିବା ଶୈଳୀ ଏବଂ ଗଳ୍ପାଂଶ ମଧ୍ୟ୍ୟରେ ସାମଞ୍ଜସ୍ୟ ମୋତେ ଭଲ ଲାଗିଲା ମୋର ଉପସ୍ଥାପନା ନିମନ୍ତେ।



Rate this content
Log in