kamal kumar dash

Drama

2  

kamal kumar dash

Drama

ବାପା

ବାପା

1 min
107



   ପୁଅ ବାହାଘର ପାଇଁ ବସ ଭର୍ତି ବରଯାତ୍ରୀ ଧରି ସାଧୁ ବାବୁ ବାହାରିଲେ ପାଖ ସହରକୁ । ବହୁତ ନାଚ ଗୀତ ହେଲା ବାଟରେ ୨ ଘଣ୍ଟା ନାଚିବା ପରେ ବରଯାତ୍ରୀ ପହଁଚିଲେ କନ୍ୟାଘରେ । କନ୍ୟା ଘର ଆଗରେ କାନ୍ଧରେ ହାତ ପକାଇ ନାଚୁ ନାଚୁ ସବୁ ପଡିଗଲେ କାରଣ ନିଶା ପାଣି ଟିକେ ଅଧିକ ହୋଇଯାଇଥିଲା । ତା ପରେ ପୁଅ ସାଙ୍ଗ ମାନେ କହିଲେ ବର ଟେକା ହୋଇ ବେଦୀକୁ ଯିବ , କିଛି ସମୟ ହାଲ୍ଲା ଚିଲ୍ଲା ପରେ କନ୍ୟା ଘର ଲୋକେ ବରକୁ ଟେକି ଟେକି ବେଦୀକୁ ନଲେ ,ହେଲେ ବେଦି ଉପରେ ସମସ୍ତେ ପଡିଲେ ଓ କିଛି ସମୟ ପାଇଁ ହସ ଲାଖି ରହିଲା ସମସ୍ତ ନ୍କ ଓଠ ରେ ।


ବାହାଘର ର କାର୍ଯ୍ୟ କ୍ରମ ଆଗକୁ ବଢ଼ିଲା । କନ୍ୟା ଘର ଲୋକେ ବରଯାତ୍ରୀଙ୍କୁ ଡ଼ାକିନେଲେ ଭୋଜି ଖାଇବାକୁ । ଭୋଜି ଖାଇବାକୁ ସମସ୍ତେ ବସିଲେ ଓ ବାଧା ବଢି ଚାଲିଲା । ଗୋଟେ ପରିବାରର ତିନି ଭାଈ ବରଯାତ୍ରୀରେ ଥିଲେ ଓ ତାଙ୍କ ବାପାଙ୍କ ଦେହାନ୍ତରୁ ଲଣ୍ଡା ହୋଇଥିଲେ । ପାଖରେ ବସିଥିବା ଜଣେ କିଏ ପଚାରିଲା ଭାଇ ଲଣ୍ଡା କାହିଁକି ହୋଇଛ ? ଜଣେ ଭାଇ ଯିଏ ବହୁତ ପିଇ ଥିଲା କହିଲା ଆରେ ଶଳା ତୁ ଜାଣିନୁ ବାପା ମଲେ ଲଣ୍ଡା ହୁଅନ୍ତି ବୋଲି । ସେ ସାରି କହିଲା ହେଲେ ବାକି ଦିଗନ ଭାଇଟାକୁ ଗାଳିଦେଲେ । କଥା ବଢ଼ିଲା ଓ ଧକା ମରା ମାରି ଚାଲିଲା । ଚେୟାର ଟେବୁଲ ,ଭାତ ଦଳି ଓ ଖଲି ପତ୍ର ସବୁ ତଳକୁ ପଡିଗଲା । ସେମାନେ କାହା କଥା ଶୁଣୁ ନଥିଲେ । ସାଧୁ ବାବୁ ନିଜେ ବରଯାତ୍ରୀଙ୍କ ବୁଝାଇବାକୁ ବାହାରିଲେ ହେଲେ ତାଙ୍କ ଧକା ରେ ସେ ତଳେ ପଡିଗଲେ କିଏ ଜଣେ ତାଙ୍କୁ ଉଠାଇ ଚେୟାର୍ରେ ବସିଲା । ସେ ପଡିଗଲା ପରେ ଟିକେ ହୋ ହାଲ୍ଲା ହେଲା ଓ ନିଜ ଭିତରେ ଝଗଡା କରୁଥିବା ବରଯାତ୍ରୀ ମାନେ ଭୋଜି ନଖାଇ ଘରକୁ ବାହାରିଲେ । ସାଧୁ ବାବୁ ନ୍କ ମୁଣ୍ଡ ବୁଲାଉଥିଲା ଓ ସେ ଭାବୁଥିଲେ କାହିଁକି ଏ ଫାଲତୁ ଲୋକ ଗୁଡ଼ାଙ୍କୁ ବରଯାତ୍ରୀରେ ଆଣିଥିଲି ।


Rate this content
Log in

Similar oriya story from Drama