ବାଜେ ପ୍ରେମିକ
ବାଜେ ପ୍ରେମିକ
ସାରା ଦିନ ନିଦାଘକୁ ବେଶ୍ ଭୋଗିଛି ରାଜଧାନୀ । ଧଳା ଷ୍ଟ୍ରିଟ ଲାଇଟ ପୁଣି ନୀଳ ରଂଗର ସର୍ପିଳ ଏଲଇଡି ଚେନ୍, ସ୍ୱପ୍ନିଳ କରି ପାରିଛି ସାଂନ୍ଧ୍ଯପରିବେଶକୁ । ଅସରନ୍ତି କାର୍ଯ୍ଯଭାର ଥିଲେ ବି ସଂନ୍ଧ୍ଯାରେ ଘେରାଏ ବୁଲି ଆସିଲେ ଫ୍ରେସ୍ ଲାଗେ । ଦୁଇଟା ଟ୍ରାଫିକ୍ ପୋଷ୍ଟ ଯାଏଁ, ଚାଲେ ।
ସେଦିନ ଚାଲୁଥାଏ । ବିପରୀତ ଦିଗରୁ ଆସୁଥିବା ମନସ୍କ ମଣିଷଟିର , ଏକ ଦମ୍ ସାମ୍ନାରେ ଛିଡା ହୋଇଗଲି । ପରସ୍ପରକୁ ଅନାଇବାକୁ ତର କାହିଁ , ଆଲିଂଗନର ଆବିଳତାରେ … ଦୁହିଁଂକ କଣ୍ଠରୁ ଖାଲି ବିଭୋରତାର ଶବ୍ଦ ଶୁଭୁଥଥିଲା ଆଲିଂଗନ ବଶତଃ କାନ୍ଧ ଉପରେ ଥିବା ମୁହଁଟାକୁ ଟେକି ଦେଖିଲି, ବନ୍ଧୁ କାର୍ତ୍ତିକ୍ ପଛରେ ଛିଡା ହୋଇଥିଲେ , ଜଣେ ଆକର୍ଷଣୀୟା ନବ ବଧୂ । ଅଚିହ୍ନା ନ ଥିଲେ ବି ବିଶ୍ୱାସ କରି ହେଲାନି । ଗୋଟିଏ ନାରୀର ସବୁଠାରୁଚମତ୍କାର ଏ ବେଶ ! ଶାଢୀ, ଶଂଖା, ସିନ୍ଦୁରକୁ ନେଇ । ଆକଳନ ଠାରୁ ଢେର ବେଶୀ । କାଲିର ସୁନ୍ଦର ଶରୀରଟା ଗୋଟିଏ ମାଂଗଳିକ କାର୍ଯ୍ଯରେକେତେ ଜାଜ୍ୱଲ୍ଯମାନ ହୋଇ ପାରିଛି ସତରେ !
କିଛି ସମୟରେ ପ୍ରକୃତିସ୍ଥ ହୋଇ ସାରିବା ପରେ , ଅତୀତର ପରିଚୟରେ ଅଧିକାର ଖୋଜିଲା , ବର୍ତ୍ତମାନର ଚିତ୍ର । ମୁଁ, କାର୍ତ୍ତିକ୍ ଆଉ କାଦମ୍ବିନୀ ଗୋଟିଏବିଶ୍ୱ ବିଦ୍ଯାଳୟ , ଗୋଟିଏ ଶ୍ରେଣୀ ପୁଣି ଗୋଟିଏ ବିଷୟ କମ୍ପୁଟର ସାଇନସ୍ । ବି ଟେକ୍ ପରେ କାର୍ତ୍ତିକ୍ ସଫ୍ଟଓୟାର ଇଂଜିନିୟର ଆଉ ଏବେ ସିନିୟରଡାଟା ମ୍ଯାନେଜର। କାଦମ୍ବିନୀ ଏମ୍ ଟେକ୍ ପରେ ଅଧ୍ଯାପିକା । ଆଉ ମୁଁ … କମ୍ପୁଟର ସାଇନ୍ସ ସହ ଭାଷା ପ୍ରତି ରୁଚି ରଖୁଥିବା ମଣିଷଟେ ।କମ୍ପ୍ଯୁଟେସନାଲ୍ ଲିଂଗୁଇଷ୍ଟିକ ଉପରେ କାର୍ଯ୍ଯରତ । ବର୍ତ୍ତମାନର ଗୋଟିଏ ମାତ୍ର ଚିତ୍ର ମୋ ପାଇଁ ଗ୍ରହଣୀୟ ହୋଇ ପାରି ନ ଥିଲା, ତାହା ହେଉଛି, ଦେଆର୍ କପଲ୍ ।
ଆରେ … ଚାଲ । ଆଉ ତକ ଗପ ଏ ଫ୍ରଣ୍ଟ କଫି ହାଉସରେ, କହି କଫି ହାଉସ୍ ଆଡକୁ ପାଦ ବଢାଇଲା କାର୍ତ୍ତିକ୍ । ଦୁଇ ବନ୍ଧୁ ଆଗେ ଆଗେ … ଆଉଆମ ପଛରେ କାଦମ୍ବିନୀ । କାଦମ୍ବିନୀ ଆଗରେ କାର୍ତ୍ତିକ୍ ପରି ଚାଲିବାର ଅନୁଭବକୁ ବେଶ୍ ଉପଭୋଗ କରିଥିଲି , କିଛି ମୁହୁର୍ତ୍ତ ହେଉ ପଛେ !
କଫି ସପର ଗୋଟିଏ କୋଣରେ ବସିଗଲୁ । ଅର୍ଡର କରିବା ନିମନ୍ତେ କାର୍ତ୍ତିକ ମୋ ଉଦ୍ଦେଶ୍ଯରେ ପଚାରିଲା - କଣ ନେବୁ ? ଦୁହିଁଂକୁ ଅନାଇଲି , ହେଲେ କିଛି ପ୍ରତିକ୍ରିୟା ନ ମିଳିବାରୁ କହିଲି - କୋଲ୍ଡ କଫି !
କାଦମ୍ବିନୀ ଆଡକୁ କାର୍ତ୍ତିକ୍ ଅନାଇ କିଛି କହୁ କହୁ , କାଦମ୍ବିନୀ କହିଦେଲା - ମୋର ବି କୋଲ୍ଡ କଫି !
କାର୍ତ୍ତିକ୍ ସାମାନ୍ଯ ରହିଯାଇ ୱେଟର ଉଦ୍ଦେଶ୍ଯରେ କହିଦେଲା - ତିନିଟା କୋଲ୍ଡ କଫି ।
ଟିକେ ଅହକାଂର ଅନୁଭବ କଲି, ମୋ ପସନ୍ଦକୁ ପ୍ରାଧାନ୍ଯ ଦିଆଗଲା ବୋଲି ନୁହେଁ ବରଂ କାଦମ୍ବିନୀ, କୋଲ୍ଡ କଫି କହିଥିବାରୁ ।
ମୋତେ ପ୍ରକୃତିସ୍ଥ କଲା , କାଦମ୍ବିନୀ । ଉତ୍କଣ୍ଠାର ସହ ପଚାରିଲା - ମ୍ଯାରେଜ୍ … !
କାଦମ୍ବିନୀ ଠାରୁ ଆହୁରି ଉତ୍କଣ୍ଠିତ ହେଲା , କାର୍ତ୍ତିକ୍ । ପଚାରିଲା - ଆରେ … ଏବେ ବି ସିଂଗଲ୍ !
ପୁରୁଷର ନିଃସ୍ୱପଣକୁ ଅନୁଭବ କଲି , ବୋଧ ହୁଏ କାଦମ୍ବିନୀର ଉପସ୍ଥିତିରେ ।
ନିଜକୁ ନିୟନ୍ତ୍ରଣ କରି , ସାମାନ୍ଯ ହସି ଦେଇ କହିଲି - ଦେଖିବା ! ମୋର ଉତ୍ତର ଶୁଣି ,କାଦମ୍ବିନୀ ନିଜର ପ୍ରଶ୍ନ ନେଇ ଅସଂଜତ ବୋଧ କଲା ଭଳି ଲାଗୁଥିଲା । କାର୍ତ୍ତିକ୍ - ଦେଖିବା ନା ଦେଖିଲୁଣି !
ମୁଁ - ନା … ତ !
କାର୍ତ୍ତିକ୍ - କିଛି ମନେ ପକାଇବା ଭଳି ହେଉ ହେଉ , ହଠାତ୍ ଉସ୍ଛାହିତ ହୋଇ କହିଲା - ସେ କିଏ !
ମୁଁ ଆଉ କାଦମ୍ବିନୀ ଦୁହେଁ ଆଶ୍ଚର୍ଯ୍ଯ ହେଲୁ । ଯାହା ହେଉ କାଦମ୍ବିନୀ ପ୍ରକୃତିସ୍ଥ ହେଲା ।
ସାମାନ୍ଯ ହସି କହିଲି - କିଏ ସେ ?
କାର୍ତ୍ତିକ୍ - ମୁଁ ଜାଣିନି , ବଟ୍ ୟୁ ଓୟାର୍ ଇନ୍ ଲଭ ଆଟ୍ କଲେଜ୍ , ଆଇ ହାଭ୍ ହିଅରଡ୍ । କିଏ ଜାଣିନି !
ଅତ୍ଯନ୍ତ ଗମ୍ଭୀରତାର ସହ କାଦମ୍ବିନୀ ମୋ ଆଡକୁ ଅନାଇବାଟା ମୋତେ ବିଚଳିତ କରି ପକାଇଲା ।
ହେଲେ ପରିସ୍ଥିତିକୁ ଆୟତ୍ତ କରିବାର ପ୍ରୟାସରେ ଉତ୍ତର ରଖିଲି - ୱାଓ … ଇଣ୍ଟ୍ରେଷ୍ଟିଂଗ । ମୁଁ ଜାଣିନି ।
ଏଇ ଭିତରେ ଟେବୁଲରେ ତିନୋଟି କୋଲ୍ଡ କଫି ପରଶା ହୋଇଗଲା ।
ବିଶ୍ୱବିଦ୍ଯାଳୟରେ, କାର୍ତ୍ତିକ୍ ଯଦିଓ ସଂପର୍କରେ ଥିଲା ହେଲେ ଥିଲା ଅଲଗା ଗ୍ରୁପର । ଆଗ୍ରହ, ଆଚାର, ବିଚାରରେ ଫରକ ତ ଥିଲା ନିଶ୍ଚୟ । କାର୍ତ୍ତିକ୍ପୁରା ଛାତ୍ର ଜୀବନକୁ ବଂଚୁଥିଲା , ପାଠ ପଢା , ସିନେମା ଦେଖା , ବେଶ୍ ବୁଲାବୁଲିରେ ସଉକ ରଖୁଥିଲା । ହେଲେ ମୁଁ … ପାଠ ପଢା , କଲେଜ୍ କ୍ଯାଣ୍ଟିନପରିଚାଳନ, ଭିନ୍ନ ଭିନ୍ନ ସାଂସ୍କୃତିକ ତଥା ଅଣ ସାଂସ୍କୃତିକ କାର୍ଯ୍ଯକ୍ରମରେ ସାମିଲ ହେଉଥିଲି । ତେବେ କାଦମ୍ବିନୀ ସହ କାର୍ତ୍ତିକ୍ … ସେପରି କାହିଁ ମନେନାହିଁ । ମନେ ପଡେ ମୋର … କମ୍ପୁଟର ସାଇନ୍ସ ଲ୍ଯାବରେ କାଦମ୍ବିନୀ ସହିତ ସାମାନ୍ଯ ନିକଟତର ହେବାର ସୁଯୋଗ ମିଳିଥିଲା ।ଇଂଜିନିୟରିଂ ବିଶ୍ୱବିଦ୍ଯାଳୟରେ ବସ୍ତ୍ର ଆଉ ବଚନରେ ଏତିକି ଶାଳୀନତା … ସାରା ଅରଣ୍ଯରେ ସତରେ ଯେମିତି ଗୋଟିଏ ବୋଲି ଶ୍ୱେତ ପଦ୍ମ । ତାର କହରା, ଅତି ସରୁକେଶ ସାମାନ୍ଯ ପବନରେ ଫୁର ଫୁର ଉଡିଯିବା, ହିନ୍ଦୀ ଚଳଚିତ୍ରରେ ନାୟିକାର ଭ୍ରମ ସୃଷ୍ଟି କରିବା ପାଇଁ ଯଥେଷ୍ଟ । ତାରି ମୁହଁରେ ତାରି କେଶ ମାନେଦୁଷ୍ଟ ହୋଇ ସୀମା ଲଂଘନ୍ତି , ହେଲେ ମୋରି ମୁହଁରେ ମୁଁ ଅନୁଭବ କରେ । ସବୁ ପରେ ବି ବନ୍ଧୁର ପରିଧି , ଡେଇଁବାକୁ ସାହାସ କରି ପାରିନି । ହଁ … ଏକଥା ଟା ସତ, କାଦମ୍ବିନୀ କାହାକୁ ବି ବନ୍ଧୁତାର ପରିଧି ଡେଇଁବାର ସୁଯୋଗ ଦେଇନି । ସେ ଥିଲା ସାବାଳିକା । ସମୟ , ସମାଜ, ଜୀବନ ସବୁକୁମୂଲ୍ଯାଂକନ କରିପାରୁଥିଲା ବୋଲି ନିଃସନ୍ଦେହରେ କୁହାଯାଇ ପାରେ ।
ହେଲେ ମୋର … ତରୁଣ ବୟସରେ ତାରକସି କାର୍ଯ୍ଯ ପରି ସ୍ୱପ୍ନ ଗୁଡା । ଆଖିକୁ ଯେତିକି ସୁନ୍ଦର , ବାସ୍ତବରେ ଢେର୍ ଜଟିଳ ।କାଦମ୍ବିନୀକୁ ଦେଖିବିଚଳିତ ହେବାଟା ନୂଆ କଥା ନୁହେଁ ।ମନ କଥା କହି ନ ପାରିବା ନେଇ ମୋର ଅବଶୋଷ ଉପରେ ଚାଦର ଢାଂକେ, ମୋର ନୀରବ ଭଦ୍ର ପଣ। କାହାରଜନ୍ମିତ କନ୍ଯାକୁ ଅଧିକାର ସ୍ୱରୂପ ମୋର ବୋଲି, ବିଚାର ବି ଆସିଛି … ପ୍ରେମିକ ପଣରେ ।
କାର୍ତ୍ତିକ୍ ର ପ୍ରେମିକ ପଣକୁ ଉଜାଗର କରିବା ପାଇଁ ମନ ବ୍ଯାକୁଳ । କାଦମ୍ବିନୀକୁ ବିବାହ କରି ସତେ କାର୍ତ୍ତିକ୍ ମସ୍ତବଡ ଭୁଲ୍ କରିଛି କି ! କାର୍ତ୍ତିକ୍ କୁତାଗିଦ୍ କରି ପଚାରିଲି - ଏ ଲୁଚା ପ୍ରେମ ତୋର କେବେଠୁ ?
କାଦମ୍ବିନୀ ହସି ଦେଇ ପ୍ରତିବାଦ କରୁ କରୁ କାର୍ତ୍ତିକ୍ ମୋତେ ପଚାରିଲା( ସାମାନ୍ଯ ହସି ) - କିଏ ଫାର୍ଷ୍ଟ ପ୍ରପୋଜ୍ କରିଥିବ !
ମୁଁ - ଓଭିଅସଲି ତୁ ।
କାର୍ତ୍ତିକ୍ - ଏତେ ଡେଡ୍ ସିଓର କେମିତି !
ମୁଁ -&nbs
p;କାଦମ୍ବିନୀ କେବେ ନୁହେଁ ।
ଦୁହେଁ କଫି କପ୍ ଟେବୁଲରେ ରଖି ମୋ ମୁହଁକୁ ବେଶ୍ ଉସ୍ଛୁକତାର ସହ ଚାହିଁ ରହିଥିଲେ ।
ମୁଁ ସାମାନ୍ଯ ହସି ଦେଇ କହିଲି - ରାମାୟଣ କଥା ଜାଣିଛ ! ସୁର୍ପଣଖାର ଅଭିଶାପ । ପୁରୁଷ ହିଁ ପ୍ରେମ ନିବେଦନ କରିବ , ନାରୀ ନୁହେଁ । ଏ ସୁର୍ପଣଖାରଅଭିଶାପ ।
କାର୍ତ୍ତିକ୍ ସାମାନ୍ଯ ଆଶ୍ଚର୍ଯ୍ଯ ହୋଇ କହିଲା - ମାନେ !
ମୁଁ ଆରମ୍ଭ କଲି - ରାବଣର ସୁନ୍ଦରୀ ଭଉଣୀ ସୁର୍ପଣଖା ରାମଂକ ପ୍ରତି ସମ୍ମୋହିତ ହୋଇ , ରାମଂକୁ ପ୍ରେମ ନିବେଦନ କଲା । ରାମ ସୁର୍ପଣଖାକୁ ତିରସ୍କାରକରି ଲକ୍ଷ୍ମଣଂକ ନିକଟକୁ ପଠାଇଲେ । ସୁର୍ପଣଖା ଲକ୍ଷ୍ମଣଂକୁ ପ୍ରେମ ନିବେଦନ କରନ୍ତେ , ଲକ୍ଷ୍ମଣ ସୁର୍ପଣଖାର ନାକ କାଟି ଦେଲେ , ସୁର୍ପଣଖାର ସମସ୍ତସୌନ୍ଦର୍ଯ୍ଯ ନଷ୍ଟ ହେଲା ଆଉ ଅପମାନିତ ହେଲା । ସେ ଦିନ ସୁର୍ପଣଖା ଅଭିଶାପ ଦେଲା - କୌଣସି ନାରୀ ଆଉ ପୁରୁଷକୁ ପ୍ରେମ ନିବେଦନ କରିବନି , ଏଥର ପୁରୁଷ ହିଁ ନାରୀକୁ ପ୍ରେମ ନିବେଦନ କରିବ ।
ମୋ କଥା ସରୁ ସରୁ ଏକା ସଂଗରେ ତିନି ଜଣ ହସି ଉଠିଲୁ । ପରସ୍ପରର ମୁହଁ ଚାହିଁ ହସୁ ହସୁ … କାର୍ତ୍ତିକ୍ ମୁହଁରୁ ଚଷମା ଖୋଲି ପାପୁଲିରେ ଆଖିପୋଛିଲା । ହସି ହସି ଆଖିରୁ ଲୁହ ବାହାରି ଯାଇଥିଲା କାର୍ତ୍ତିକ୍ ର । ଲୁହ ପୋଛି ପୁଣି ହସି ହସି କହିଲା - ତୋର ଗପ ବୁଣା ଆଜି ଯାଏଁ ବି ଚାଲିଛି ।
ଗତ ବର୍ଷ ଦଶହରାରେ ଆମ ଦୁଇ ପରିବାର ସଂଯୋଗ ବଶତଃ ମଲରେ ଦେଖା ହେଲେ । ମୁଁ ବି ୟୁନିଭରସିଟି ଛାଡିବା ପରେ କାଦମ୍ବିନୀ ସହ କେବେଭେଟ ହୋଇ ନ ଥିଲି । ଅନେକ ଦିନ ପରେ ଭେଟ ହେଲେ ବି ପରସ୍ସରକୁ ଚିହ୍ନି ପାରିଲୁ । କଥା ହେଲୁ । କେବଳ ଆମେ ନୁହେଁ , ଦୁଇ ପରିବାର ନିଜନିଜ ଭିତରେ । ଏଇ … ଅଧ ଘଣ୍ଟା ହେବ କି ନାଇଁ ! ହେଲେ କାଦମ୍ବିନୀର ମମି ଆଉ ମୋ ବୋଉ , କଥା ହେବା ଭିତରେ ଅଜା , ପିଉସୀ , ଆଦିଇତ୍ଯାଦିଂକ ଜରିଆରେ ବେଶ୍ ଚିହ୍ନା ହୋଇଗଲେ । ସେ ଦିନ ପରଠାରୁ ଯଦିଓ କାଦମ୍ବିନୀ ଆଉ ମୋର କୌଣସି ସଂପର୍କ ନ ଥିଲା , କିନ୍ତୁ ବୋଉ ଆଉମମି ସଂପର୍କରେ ରହି ଆସିଥିଲେ … ଆମର ଅଜ୍ଞାତରେ । ଆଉ ତା ପରେ …. । କାର୍ତ୍ତିକ୍ ର ଏ କଥାକୁ ଯେତେ ମନ ଦେଇ ଶୁଣୁ ଥିଲେ ବି ଅମାନ୍ଯ କରିଚାଲିଥିଲି ବାସ୍ତବକୁ । ସମୟ ଆଉ ଭାଗ୍ଯର ଏତେ ସହାନୁଭୂତି , ଗ୍ରହଣ କରି ପାରିଲିନି । ମନକୁ ଆଶ୍ୱସ୍ତି ମିଳିବା ଆଶାରେ କହିଲି - ଓହୋ ଆରେଂଜମ୍ଯାରେଜ୍ ।
କାର୍ତ୍ତିକ୍ କାଦମ୍ବିନୀ ଆଡକୁ ଚାହିଁ , ହସି କହିଲା - ଆରେଂଜ କମ୍ ଲଭ ।
କାଦମ୍ବିନୀ ସତରେ ଅପ୍ରସ୍ତୁତ ହେଉଥିଲା କି ମୋତେ ସେ ଭଳି ଲାଗିଥିଲା ଜାଣେନି , କିନ୍ତୁ ମୁଁ ସହି ପାରିଲିନି ।କଫି ଢୋକ ମାରୁ ମାରୁ ତାସ୍ଛଲ୍ଯ କରିମୁଚୁକୁନ୍ଦ ମାରି କହିଲି - ସୋ , ରୋମାଣ୍ଟିକ୍ !
କାଦମ୍ବିନୀ ମୋ ନୈପଥ୍ଯ ସ୍ୱର ଶୁଣି ପାରିଥିଲା । ତଥାପି ଅତ୍ଯନ୍ତ ଚତୁରତାର ସହ ଲାଜେଇ ଗଲା ।ଗବ ଗାଣ୍ଡୁ , କାର୍ତ୍ତିକ୍ ଆଦୌ ବୁଝି ନ ପାରି ଭାରିମୁଗ୍ଧତାର ସହ ପାରିଲା ପଣିଆର ଆଚରଣ ଜାହିର କଲା ଆଉ କହିଲା - ମୁଁ ତାକୁ ଯେତିକି ଭଲ ପାଏ , ସିଏ ମୋତେ ସେତିକି ଭଲ ପାଏ ।
କଥାଟିକୁ ମୁଁ ସହଜରେ ଗ୍ରହଣ କରିଥାନ୍ତି ବି କିପରି । ଈର୍ଷାର ଚେଂକ ଲାଗିଲା, ହେଲେ ଚମକି ନ ପଡି ଦାନ୍ତ କାମୁଡି ହଜମ କଲି। କଥାଟିକୁ କାଟିବାକୁଗୋଟେ ପଣ । ନିଜକୁ ସଂଜତ କଲି । ଦାର୍ଶନିକ ହେବାର ଛଳନାରେ କହି ବସିଲି - ଭଲ ପାଇବା , ପ୍ରେମ କଣ ମାପି ହୁଏ ? ପୁଣି ଅନ୍ତଃଶୁଦ୍ଧି ଆତୁରଅନୁଭବକୁ … ଅସମ୍ଭବ ! ଦୁଇଟି ଚେତନାରେ ଗୋଟାଏ ଶବ୍ଦର ଯଥାର୍ଥତା ସଂପୂର୍ଣ୍ଣ ଅଭିନ୍ନ ହୋଇ ପାରେନା ।
ଏତିକି କହି ଦୁହିଁଂକ ମୁହଁର ପ୍ରତିକ୍ରିୟା ପଢିବା ସକାଶେ ଅନାଇ ରହିଲି ବେଶ୍ ଆତୁରତାର ସହିତ । କାଦମ୍ବିନୀ ପୁରା ହସୁ ନ ଥିଲା କି ପୁରା ନିରବ ନଥିଲା । ଦୁଇ ଓଠ ବନ୍ଦ କରି ହସିବାର କଳାରେ ନିପୁଣା । ଆଉ ସେ, କାର୍ତ୍ତିକ୍ … ମୁହଁ ପୋତି ଅନ୍ଯ ମନସ୍କ ହେବାର ବାହାନା କରୁଥିଲା । ଅନ୍ତରରଅନ୍ତରାଳରେ ଫୁଲି ଉଠୁଥିଲା ତୃପ୍ତିର ଜୁଆର , କାର୍ତ୍ତିକ୍ ର ବିବଶତାରେ ।
କଫି କପ୍ ଶେଷ ହୋଇ ଆସିଲାଣି । କାର୍ତ୍ତିକ୍ ଅପ୍ରସ୍ତୁତ ଲାଗିଲାଣି । ପ୍ରଥମେ ଛିଡା ହୋଇଗଲା । ତା ଦେଖା ଦେଖି କାଦମ୍ବିନୀ , ଅନିଚ୍ଛାକୃତ ଭାବେ ମୁଁ… ।
ୱେଟର ବିଲ୍ ଆଣି ଦେଉ ଦେଉ … କାର୍ତ୍ତିକ୍ ପେ କଲାଣି । କାଦମ୍ବିନୀ ହାଣ୍ଡ ବ୍ଯାଗରୁ ମୋବାଇଲ କାଢୁ କାଢୁ ସାମାନ୍ଯ ହସି କହିଲା - ନମ୍ବରଟା ଦିଅ !
ଅଜାଣତରେ ମୋ ଆଖି କାର୍ତ୍ତିକ ଆଡକୁ ଚାଲିଗଲା । ମୋ ନମ୍ବର ନେବା ପାଇଁ କୌଣସି ଆଗ୍ରହ କି ଅବଶୋଷ ଦେଖିବାକୁ ପାଇଲିନି ।
କାଦମ୍ବିନୀ ଆଡକୁ ଚାହିଁ, ହସୁ ହସୁ କହିଲି - ପୁଣି ଥରେ ଭେଟ ହେବା, ବିନା ଇଣ୍ଟିମେସନରେ । ଆଜିର ଏ କ୍ଯୁରେସିଟି, ଭେରି ମଚ୍ ଏକ୍ସେପସନାଲ୍ ।
ମୋବାଇଲଟିକୁ ଡାହାଣ ହାତ ପାପୁଲିରେ ଜଡେଇ ଧରିଲ, ତିଳେ ହେଲେ ଅସଂଗତି ନ ଥିଲା କାଦମ୍ବିନୀର ।
କାର୍ତ୍ତିକ ଯାଉ ଯାଉ ଇଚ୍ଛା କରି ବି ହସଟିଏ ଫାଂକି ପାରିଲିନି । କାଦମ୍ବିନୀ ସାମାନ୍ଯ ମୁଣ୍ଡ ହଲାଇ ଦୁହେଁ ଯାଉଛନ୍ତି ବୋଲି ଇସାରା ଦେଲା । ଆଗରେକାର୍ତ୍ତିକ ଆଉ ପଛରେ କାଦମ୍ବିନୀ । ସହ୍ଯ ହେଲାନି । ନିରାଶା ମଧ୍ଯରୁ ଆଶାର ଉତ୍ପତ୍ତି ଗୋଟିଏ ପ୍ରବୃତ୍ତି ନିଶ୍ଚୟ। ନାୟକପଣରେ କାଦମ୍ବିନୀର ଯିବାବାଟକୁ ଚାହିଁ ରହିଥାଏ,ଚେତନାରେ ଉଦଭାସିତ ହେଉଥାଏ ପଲଟ … ପଲଟ … ।ଆଖି ଆଗରୁ ଅପସରି ଯିବା ପୂର୍ବରୁ , କ୍ଷଣକ ପାଇଁ ହେଉ ପଛେ , କାଦମ୍ବିନୀ ମୋ ଆଡକୁ ଥରୁଟିଏ ଚାହିଁଥିଲା ।
ମୁଁ ନିଜର ପାରିବା ପଣରେ ମସଗୁଲ , ଦୁର୍ବଳ ଅତୀତକୁ କିଛି ପରିମାଣରେ ଶାନ୍ତ୍ୱନା ଦେବା ଛଳରେ । ବ୍ଯବହାରିକ ଭାବରେ ସିନା ଅତି ଭଦ୍ର ପ୍ରେମିକହେବାର ଆବେଗରେ ଉଲ୍ଲସିତ , ହେଲେ ଚେତନାରେ ଗୋଟାଏ ନିହାତି ବାଜେ ପ୍ରେମିକ ମୁଁ … ଯଦି ପ୍ରେମରେ ଈର୍ଷା ନାହିଁ କି କାମନା ନାହିଁ।
ରାସ୍ତା କଡର ଅଳ୍ପ ଝଂକାଳିଆ ଗଛ ପାଖା ପାଖି ଯାଇ ଛିଡା ହେଲି । ଆଖି ସାମ୍ନାରେ ଏକ ଗାଢ ସଂନ୍ଧ୍ଯାକୁ ଭେଦ କରୁ ଥିଲେ ଅନେକ ମଣିଷ । ରଂଗୀନଆଲୋକ ମାଳାରେ ସଜ୍ଜିତ ରାଜଧାନୀର ସିନ୍ଥିରେ ଚନ୍ଦ୍ରମା ଯିଏ କି ପୁଣି ଥରେ ତାର ଶୀତଳ ଜ୍ଯୋସ୍ନାରେ ବିଦାରିତ କରିଛି । ଏବେ ଏକାନ୍ତକୁ ନିଜରକରାଇ, ପାଖରେ ଥିବାର ଅନୁଭବ କରାଇବ । ଇସ୍ କି ଶାନ୍ତି … ଓଃ କି ଯନ୍ତ୍ରଣା ।ଏକ ଗାଢ ସଂନ୍ଧ୍ଯାରେ ଅସ୍ପଷ୍ଟ ଗଛ ଛାଇର ଆଶ୍ରିତ ହେବାବାହାନାଟିଏ ମାତ୍ର ଶୀତଳ ଜ୍ଯୋସ୍ନା ଠାରୁ ନିଜକୁ ବଂଚାଇବାକୁ ।