Participate in 31 Days : 31 Writing Prompts Season 3 contest and win a chance to get your ebook published
Participate in 31 Days : 31 Writing Prompts Season 3 contest and win a chance to get your ebook published

KAMALKUMAR DASH

Drama Romance Thriller


3  

KAMALKUMAR DASH

Drama Romance Thriller


ବାହାଘର (ସାଦି)

ବାହାଘର (ସାଦି)

1 min 215 1 min 215

ପିଇଟି ସାର୍ ପିଇଟି କ୍ଲାସ ପରେ ରିମାକୁ ତାଙ୍କ ରୁମ୍ କୁ ଡାକିଲେ ଓ ମିତାଲିର ଘର ଆଡ୍ରେସ୍ ବିଷୟରେ ପଚାରିଲେ | ରିମା ପଚାରିଲା ସାର୍ ସେ କଣ କିଛି ଭୁଲ କଲା କି ? ନାଁ ତାଙ୍କ ବାପାଙ୍କ ସାଙ୍ଗରେ କଥା ହେବାର ଅଛି | ରିମା ଆସି ମିତାଲିକୁ ସବୁ କହିଲା, ସେ ପୁରା ଡରିଗଲା | ମିତାଲି ଟିକେ ମୋଟୀ ଥିଲା ଓ ବି.ଏସ.ସି ଶେଷ ବର୍ଷର ଛାତ୍ରୀ ଥିଲା | ତା' ପର ଦିନ ସନ୍ଧ୍ୟାରେ ପିଟି ସାର୍ ମିତାଲିର ଘର ପହଁଚିଲେ ଓ ତା ବାପାଙ୍କୁ ସବୁ ବୁଝାଇ ମିତାଲି ସାଙ୍ଗରେ ବିବାହର ପ୍ରସ୍ତାବ ଦେଲେ | ବାପା କହିଲେ ମୁଁ କିଛି ଦିନ ପରେ କହିବି | ସାର୍ ଚାଲି ଗଲା ପରେ ତା ବାପା ମିତାଲିକୁ ପଚାରିଲେ ସାର୍ କ'ଣ ତତେ ଭଲ ପାଆନ୍ତି କି ? ସେ କହିଲା ମୁଁ ଜାଣିନି | ତା ପରେ ବାପା ପୁଣି ପଚାରିଲେ ତୁ ସାର୍ ଙ୍କୁ ଭଲ ପାଉ କି ? ସେ ହଁ ନାହିଁ କିଛି ନକହି ଚୁପ୍ ଚାପ୍ ଠିଆ ହେଲା | ବୁଢ଼ୀ ମା' କହିଲେ ଆରେ ତୁ ତାକୁ ଏତେ କଥା କାହିଁକି ପଚାରୁଚୁ ? ତୁ ଯଦି ଠିକ ଭାବୁଚୁ ସବୁ ବୁଝି ବିଭାଘର କରି ଦେ ତାଙ୍କ ଆଡୁ ତ ପ୍ରସ୍ତାବ ଆସିଛି |

          ପିଇଟି କ୍ଲାସ ଠିକ ଚାଲେ ସାର୍ କ୍ଲାସ ନେଲା ବେଳେ ରିମା ଓ ମିତାଲି ଅନ୍ୟମନସ୍କ ହୋଇପଡନ୍ତି ଅନେକ ଥର | ସେ ସାର୍ ଙ୍କୁ ଚାହିଁ ରହିଥାନ୍ତି | ଫାଇନାଲ ପରୀକ୍ଷା ସରିଲା ପରେ, ସାର୍ ରିମାକୁ ଡାକି ସବୁ କହିଲେ | ରିମା ମିତାଲି ଘରକୁ ଯାଇ ସବୁ ବୁଝି ଆସିଲା ଓ ମିତାଲିକୁ ବି ବୁଝିଲା | ସେ ସାର୍ କୁ ସବୁ ଜଣାଇଲା | ସାର୍ ତାଙ୍କ ବଡ଼ ଭିଣୋଇକୁ ନେଇ ମିତାଲି ଘରକୁ ଗଲେ ଓ ବାହାଘର ପକ୍କା କରି ଆସିଲେ | 


Rate this content
Log in

More oriya story from KAMALKUMAR DASH

Similar oriya story from Drama