Er. Suchismita Satpathy

Action Inspirational Thriller

4.0  

Er. Suchismita Satpathy

Action Inspirational Thriller

ବାଃ ରେ ମୋ ବ୍ୟୋମକେଶ ବକ୍ସି

ବାଃ ରେ ମୋ ବ୍ୟୋମକେଶ ବକ୍ସି

5 mins
184


କଣ ଭାବି ଭାବି ସୁରେଶ ଓ ରିନା ଘର ଭିତରକୁ ପଶିଆସିଲେ।ସୁରେଶ ସୋଫା ଉପରେ ଵସିପଡି ଏକ ଦୀର୍ଘ ଶ୍ୱାସ ଛାଡି କହିଲେ ବୁଝିଲ ରିନା ଆଜି ତୁମର ଗୁଇନ୍ଦା ଗିରି ଛାଡିଗଲା।ରିନା ପାଣି ଗିଲାସଟି ସୁରେଶ ହାତକୁ ବଢେଇ ଦଉ ଦଉ କହିଲା,ଏମିତି କଣ କହୁଛ ଗୁଇନ୍ଦା ଗିରି କଣ।

ତାକଥା ଶୁଣି ସୁରେଶ କହିଲେ ତୁମେ ସବୁବେଳେ ସେ ବ୍ୟୋମକେଶ ବକ୍ସିର ଜାସୁସ୍ ଧାରାବାହିକ ଗୁଡିକ ଦେଖି ଦେଖି ତୁମ ମୁଣ୍ଡ ଖରାପ ହେଇଯାଇଛି ତା ସହ ତୁମେ ମତେ ବି ଲୋକହସା କରେଇବ।ରିନା ରାଗିଯାଇ କହିଲା,ମତେ ଯାହା କହୁଛ କୁହ ମାତ୍ର ମୋ ପ୍ରିୟ ବ୍ୟୋମକେଶ ବକ୍ସି ଧାରାବାହିକ ବାବଦରେ କିଛି କୁହ ନାହିଁ।

ଏକଥା ଶୁଣି ସୁରେଶ ଚୁପ ରହିଗଲେ କାରଣ ଜାସୁସ ଧାରାବାହିକ ତାଙ୍କୁବି ଭଲଲାଗେ ମାତ୍ର ରିନାପରି ନୁହେଁ।ରିନା ଏପରି ଘଟଣା ଗୁଡିକୁ ଓ ଲୋକଙ୍କୁ ଦେଖେ ଯେ ଡରରେ କେହି ତା ପାଖକୁ ଆସନ୍ତି ନାହିଁ।ମାତ୍ର ଆଜି ପଡିଶା ଘର ଝିଅ ସୋନି ବାବଦରେ ଫେଲ ମାରିଗଲା ପରି ଲାଗୁଛି।

କିଛି ଦିନ ହେବ ପଡିଶା ଘର ରାମବାବୁଙ୍କ ଝିଅ ସୋନି ଘରୁ ତା ବାପା ମାଆ ଗୱଆପରେ ଯାଉଛି ଓ ସେମାନେ ଆସିବା ପୁର୍ବରୁ ଫେରିଆସୁଛି।ପ୍ରକୃତରେ ରାମବାବୁ ଓ ତାଙ୍କ ସ୍ତ୍ରୀ ଉଭୟେ ଚାକିରୀ କରନ୍ତି।ତେଣୁ ତାଙ୍କ ଅନୁପସ୍ଥିତି ରେ ଝିଅକୁ ଦେଖୁଥିବେ ବୋଲି କହିଯାଇଥାନ୍ତି।ଝିଅ ସୋନି ବିଏ ପାସ କଲାପରେ ଘରେ ଅଛି।ପାଠ ବେଶି ପଢିଲାନି ବୋଲି ତା ବାପା ମାଆଙ୍କ ମନ ଦୁଃଖ।ଶେଷରେ କମ୍ପୁଟର ଶିଖିବା କଥା ଠିକ ହୋଇଛି।ମାତ୍ର ରାମବାବୁଙ୍କ ସ୍ତ୍ରୀ ଙ୍କର ଏକା ଯିଦ ଆଉ ନପଢାଇ ବାହାଘର କରିଦେବାକୁ।ମାତ୍ର ରାମବାବୁ ଙ୍କ କହିବା ଅନୁଯାୟୀ ଯେଉଁ ପର୍ଯ୍ୟନ୍ତ ଭଲ ପାତ୍ର ନମିଳିଛି ସେ ଘରେ ନବସି କିଛି କରୁଥାଉ।ତେଣୁ କମ୍ପୁଟର ଶିଖିବା ଆରମ୍ଭ ହୋଇଛି।

ଦିନ ଦୁଇଟାରେ ସେ ଫେରିଆସେ।ବାପା ମାଆ ଆସି ଖରାବେଳ ଖାଇବା ଘରେ ଖାଆନ୍ତି।ତାପରେ ସେମାନେ ଗଲାପରେ ସୋନି ଏକା।ତେଣୁ କହିଦେଇ ଯାଆନ୍ତି ଟିକେ ଦେଖୁଥିବେ।ସେ କଥା ରିନାକୁ ବହୁତ ଭଲ ଲାଗିଛି କାରଣ ଜଣଙ୍କୁ ଜଗିବା ବି ଜାସୁସିର କାମ ବୋଲି ସେ ଭାବେ।

କିଛି ଦିନ ଠିକ ଚାଲିଲା।ତିନିମାସ ପରେ ସେ ଲକ୍ଷ କଲା ସୋନି ଖରାବେଳେ ତା ବାପାମାଆ ଚାଲିଗଲାପରେ କୁଆଡେ ଯାଉଛି ଓ ସେମାନେ ଆସିବା ପୂର୍ବରୁ ଫେରି ଆସୁଛି।ଏକଥା ଦିନେ ମତେ କହିଲା।ଆମେ ଦିନେ ସନ୍ଧ୍ୟା ରେ ତାଙ୍କ ଘରକୁ ଯାଇ ଏକଥା କହିଲୁ।ମାତ୍ର ସୋନି ରୋକଠୋକ ମନାକରିଦେଲା ସେ କୁଆଡେ ଯାଇନି ଓ ଯଦିଓ ଯାଇଛି କମ୍ପୁଟର ଅଧିକ ଶିଖିବାକୁ ଯାଉଛି।ତା କଥା ଶୁଣି ସୁରେଶ କୁ ବହୁତ ଖରାପ ଲାଗିଲା ।ଏପରି ଲାଗିଲା ଯେମିତି ସେ ସୋନିର ଚରିତ୍ର କୁ ଆକ୍ଷେପ କରିବାକୁ ଯାଇଛି।ତେଣୁ ସେଦିନ ଫେରି ସେ ରିନାକୁ ମନାକଲା ତା ବିଷୟରେ ନଭାବି ନିଜ ସିଭିଲ ସର୍ଭିସ ର ପ୍ରସ୍ତୁତିରେ ଧ୍ୟାନ ଦେବାକୁ।

ମାତ୍ର ରିନା ଛାଡିବା ଝିଅ ନୁହେଁ।ସେ ସୁରେଶ କୁ କିଛି ନକହି ସୋନି କୁ ଆଖି ରଖିଥାଏ।ଦିନେ ସୁରେଶକୁ କହି ଏକ ମୋବାଇଲ ଫୋନ କିଣିଲା।ହଠାତ ଫୋନ ର ଆବଶ୍ୟକତା କଣ ପଚାରିବାରେ ରିନା କହିଲା ,ମୁଁ କେବେ କହିନି ବୋଲି ମତେ ଆଣିଦଉନ । ଅନଲାଇନରୁ କିଛି ବାହାରକରି ପଢୁଛି।ତୁମେ ଗଲାପରେ ଆବଶ୍ୟକତା ପଡୁଛି ପୁରୁଣା ଫୋନରେ ହେଉନି।ସୁରେଶ କିଛି ନକହି ଫୋନ ଗୋଟେ କିଣି ଦେଲେ।କାରଣ ସେ ଜାଣନ୍ତି ରିନା ବଦଖର୍ଚ୍ଚି ନୁହେଁ।ତାର ପାଠପଢି ପୋଲିସ ଅଫିସ ହେବାରେ ବହୁତ ଇଛା।ବିବାହ ପୁର୍ବରୁ ସେ ଏକଥା ଜଣାଇ ଦେଇଥିଲା।

ବାସ ଫୋନଟି ଆସିଗଲା।ରିନାର ପ୍ରକୃତରେ ପଢିବାରେ ସାହାଯ୍ୟ ହେବା ସହ ତାର ନିଶା ଥିଲା କେମିତି ସୋନିକୁ ସେ ଧରିବ।କାରଣ ସୋନି ଦେଖିବାକୁ ସୁନ୍ଦର ବୋଲି ସେ ରିନାକୁ ଥରେନିଚ୍ଚ ଦେଖେଇ କହିଥିଲା।ଯଦିଓ ରିନା କିଛି କହିନଥିଲା ମାତ୍ର ମନରେ ଆଘାତ ପାଇ ଚୁପଥିଲା।

କିଛି ଦିନ ଗଲା ରିନାର ପରୀକ୍ଷା ସରିଲା।ସେ ପର୍ଯ୍ୟନ୍ତ ସେ ଯାହା ଦେଖିଲେ ବି ଚୁପ ରୁହେ।ସେ ଦେଖେ ସୋନି କେଉଁ ଏକ ପୁଅ ସହ ଟିକେ ଦୂରରୁ ତା ଗାଡିରେ ବସି ଯାଉଛି।ପରୀକ୍ଷା ପରେ ସେ ସୁରେଶକୁ କିଛି ନକହି ସୋନିର ପିଛା କରିବା ଆରମ୍ଭ କଲା।

ଦିନେ ଖରାବେଳେ ଦେଖିଲା ସୋନି ଘରୁ ବାହାରି ଗଲା।ରିନା ମଧ୍ୟ ତା ପଛରେ ଲୁଚି ଲୁଚି ଗଲି।କିଛି ବାଟ ଯାଇଛି କି ନାହିଁ ବାଇକ ରେ ଜଣେ ପିଲା ଆସି ପହଞ୍ଚି ଗଲା ଓ ସୋନି ତାସହ ଚାଲିଗଲି।କୁଆଡେ ଗଲା ଜାଣିବା ପାଇଁ ପଛରେ ଏକ ଅଟୋକୁ ଅଟକାଇ ସେଥିରେ ବସି ଗଲା।କିଛି ବାଟ ଗଲା ପରେ ଦେଖିଲା ପାଖ ଏକ ପାର୍କ ଭିତରେ ସେ ଦୁଇଜଣ ବସି ଗପୁଛନ୍ତି।ଏକଥା ଦେଖି ଚୁପ ହୋଇ ସେଠାରୁ ପଳେଇ ଆସିଲା।ମନେମନେ ଠିକ କଲା ତାଙ୍କ କଥାବାର୍ତ୍ତା କୁ ଫୋନରେ ରେକର୍ଡ କରି ଆଣି ରବିବାବୁ ଓ ତାଙ୍କ ସ୍ତ୍ରୀ ଙ୍କୁ ଶୁଣେଇବ।ଯେଉଁ ମାନେ ସେଦିନ ତା କଥାକୁ ବିଶ୍ୱାସ ନକରି କହିଥିଲେ ଆମ ଝିଅ ଉପରେ ଆମର ଭରସା ଅଛି ଆପଣ ଆପଣଙ୍କ କଥା ବୁଝନ୍ତୁ।

ଜଣେ ଝିଅ ହିସାବରେ ଆଉ ଏକ ଝିଅର ଭଲ ଚିନ୍ତା କରି ତାର ରକ୍ଷା ନିମନ୍ତେ ପଦକ୍ଷେପ ନେବା କଣ ଭୂଲ।ତାଙ୍କ ଶିକ୍ଷା କୁ ସୋନି ଭୂଲ ବାଟରେ ନେଉଛି ବୋଲି ଜଣାଇବା କଣ ଭୂଲ।

ଏପରି ଚିନ୍ତା କରି ତା ପରଦିନ ସେମାନେ ଯିବା ପୂର୍ବରୁ ରିନା ଯାଇ ସେହିଠାରେ ଚୁପକରି ବସିରହିଲା।ଠିକ ସମୟ ହେବାରୁ ସୋନି ଓ ସେ ପିଲାଟି ମଧ୍ୟ ଯାଇ ପହଞ୍ଚି ଗଲେ।ରିନା ତାଙ୍କୁ ଦେଖି ଫୋନଟି ଖୋଲି ତାଙ୍କ ପାଖରେ ରଖି ତାଙ୍କୁ ପଛକରି ବସିରହିଲା।

କିଛି କଥୋପକଥନ ପରେ ସେ ପିଲାଟି ସୋନିର ସରଳତାର ଫାଇଦା ଉଠୋଉଥିବାର ଜାଣି ରିନାକୁ ବହୁତ କଷ୍ଟ ହେଲା।ତାପରେ ଏପରି କଥା ଶୁଣିଲା ଯେ ତାର ମୁଣ୍ଡ ଖରାପ ହୋଇଗଲା।ସୋନି ତାକୁ କହୁଥାଏ ତା ବାପା ମାଆ ତାର ବାହାଘର ଠିକ କରିଛନ୍ତି ତେଣୁ ତାଙ୍କ ବିଷୟରେ ସବୁ କହି ସମସ୍ତଙ୍କ ସହମତିରେ ବିବାହ କରିବାକୁ ମାତ୍ର ସେ ପିଲାଟି ସୋନିକୁ କହିଲା ତୁମର ଯାହା ଅଳଙ୍କାର ଅଛି ନେଇଆସ ଆମେ ମନ୍ଦିର ରେ ବିବାହକରି ସିଧା ଆମ ପରିବାର ସାମନାକୁ ଯିବା ସେତେବେଳେ କେହିକିଛି କହିବେନି।

ତା କତାକୁ ଠିକ ଭାବି ସୋନି ହଁ ଭରିଲା ଓ ସମୟ ସ୍ଥାନ ନିର୍ଧ୍ୟାରଣ କରି ଘରକୁ ଫେରିଲା। କିଛି ସମୟ ପରେ କାନ୍ଦ କାନ୍ଦ ହୋଇ ରିନା ଘରକୁ ଆସିଲା।ସେତେବେଳକୁ ସୁରେଶ ଆସି ଘରେ ପହଞ୍ଚି ସାରିଥାଏ।ରିନାକୁ ଏପରି ଦେଖି ବ୍ୟସ୍ତ ହୋଇ ଊଠି ପଚାରିଲା କଣ ହେଲା ,ଆଜିତ ଫଳାଫଳ ବାହାରିବାର ପଥିଲା ।ତୁମର ତ ଭଲ ହୋଇଛି କହୁଥିଲ।ତେବେ ଆଉ କଣ ଅସୁବିଧା ହେଲା।

ତାର ବ୍ୟସ୍ତତା ଦେଖି ଆଉ ଚୁପ ନରହି ରିନା କରିଥିବା ଭିଡିଓ ଓ ଅଡିଓ କୁ ସୁରେଶକୁ ଶୁଣେଇଲା।ତାହା ଶୁଣି ସୁରେଶ ବିବ୍ରତ ହେବା ସହ ଖୁସି ହୋଇ କହିଲା,ବାଃ ରେ ମୋର ବ୍ୟୋମକେଶ ବକ୍ସି ,ତାହେଲେ ଜାସୁସିର କିଛି ବାଟ ଆଗେଇଲ ତୁମ କଥାର ସତ୍ୟତା ପ୍ରତିପାଦନ କରିବା ପାଇଁ।

ସୁରେଶ ପଚାରିଲା ,ତାହେଲେ ଏବେ କଣ କରିବା,ଚାଲ ତାଙ୍କ ଘରକୁ ରବିବାବୁ ଓ ତାଙ୍କ ସ୍ତ୍ରୀ ଙ୍କୁ ସତକଥା ଜଣାଇବା।

ଏକଥାଶୁଣି ରିନା କହିଲା ନା,ଏବେ ନୁହେଁ।ସୋନି ସବୁ ଜିନିଷ ନେଇ ତା ପାଖକୁ ଯାଉ ତାପରେ ଜଣେଇବା।


ସୁରେଶ ବ୍ୟସ୍ତ ହେଲେ କାରଣ ଟିକେ ଏପଟ ସେପଟ ହୋଇଗଲେ ଝିଅଟି ବଦନାମ ହେବ ଓ ଅସୁବିଧାରେ ପଡିବ।

ରିନା କଥା ଦେଲା ,ସେ ମୋ ସାନ ଭଉଣୀପରି ,ତାର ଅସୁବିଧା ହେବାକୁ ମୁଁ ଦେବିନି।

ଠିକ ଦିନ ଆସିଲା।ସୋନି ସବୁଦିନ ପରି ପୂର୍ବ ଯୋଜନା ମୁତାବକ ବାହାରିଗଲା।ତା ପୂର୍ବରୁ ରିନା ଓ ସୁରେଶ ସେଠାରେ ଥିଲେ ଓ ରବିବାବୁ ଓ ତାଙ୍କ ସ୍ତ୍ରୀ ଙ୍କୁ ମଧ୍ୟ ଅଫିସରୁ ଡକେଇ ଦେଇଥିଲେ।ଠିକଣା ସମୟରେ ପିଲାଟି ଆସି ପହଞ୍ଚି ଗଲା।ପିଲାଟିକୁ ଦେଖି ରବିବାବୁ ଆଶ୍ଚର୍ଯ୍ୟ ହୋଇ କହିଲେ ,ଆରେ ଏ ତ ଆମ ଅଫିସ ପିଅନ ନଥୁ।ତାର ତ ଗୋଟେ ସ୍ତ୍ରୀ ଅଛି ଯାହାକୁ ସେ ମଦ ପିଇ ମାରପିଟ କରେ ବୋଲି ତା ସ୍ତ୍ରୀ ଆସି ଆମ ଆଗରେ ଅଫିସରେ କାନ୍ଦେ।ଏତେ ବଦମାସ।ସୋନି ପୁଣି ତା ସହ।ଛି। ଧିକ ଆମ ପାଠପଢେଇବା ଓ ଶିକ୍ଷାକୁ।ଏପରି ଉଭୟେ ନିଜକୁ ଧିକ୍କାର କଲେ।ସେତେବେଳକୁ ସୋନି ଆସି ପହଞ୍ଚି ଥାଏ।ନଥୁ ତା ହାତରୁ ବ୍ୟାଗଟି ନେଇ କହିଲା ପାଖଘରେ ତାର ବାହାଘର ସାମଗ୍ରୀ ଅଛି ଯାଇ ପ୍ରସ୍ତୁତ ହେବାକୁ ।ଏହାଶୁଣି ସୋନି ଚାଲିଗଲା ନଥୁକୁ ବ୍ୟାଗଟି ଦେଇ।ସେ ଗଲାପରେ ଯୋଜନା ମୁତାବକ ରବିବାବୁ ଙ୍କ ସ୍ତ୍ରୀ ଝିଅପଛେପଛେ ସେ ଘରକୁ ଗଲେ।

ଏପଟେ ନଥୁ ତାର ସାଙ୍ଗକୁ ରାସ୍ତାରେ ଅପେକ୍ଷା କରେଇଥିଲା ପଳେଇବା ପାଇଁ।ସେ ସେଠାରେ ପହଞ୍ଚି ଲା ବେଳକୁ ରବିବାବୁ ଓ ସୁରେଶ ତାକୁ ଧରି ତା ହାତରୁ ବ୍ୟାଗଟି ନେଲେ।ତାକୁ ଜୋର କରି ଏକ ଦଉଡିରେ ବାନ୍ଧି ରଖିଲେ।

ସେପଟେ ତା ମାଆକୁ ଦେଖି ସୋନି ର ଡରରେ ଝାଳ ବାହାରିବାରେ ଲାଗିଥାଏ।ରିନା ତାପାଖରେ ପହଞ୍ଚି ତାକୁ ଧରି ନଥୁ ଫାଖକୁ ଆସିଲା।ନଥୁର ସ୍ତ୍ରୀକୁ ସେତେବେଳକୁ ଡକା ସରିଥାଏ।ତା ସ୍ତ୍ରୀ ମୋ ସ୍ୱାମୀ କୁ କାହିଁକି ବାନ୍ଧି ଛ ପଚାରିବାର ସୋନି ଶୁଣି ଆଶ୍ଚର୍ଯ୍ୟ ହୋଇ କାନ୍ଦବାକୁ ଲାଗିଲା ଓ ତାକୁ ପିଟିବା ପାଇଁ ଉଦ୍ୟତ ହୁଅନ୍ତେ ରିନା ତାକୁ ଅଟକାଇ କହିଲା କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟିକରିବାର ତାର ଇଛା ନାହିଁ।ପ୍ରକୃତରେ ପିଲାଟି ଭୂଲ ଓ ତାକୁ ଠକିବାକୁ ବସିଥିଲା ବୋଲି ଜଣେଇବା ତାର ଉଦ୍ଧେଶ୍ୟ ବୋଲି କହି ସେଠାରୁ ଘରକୁ ଫେରିବାକୁ କହିଲା।ନଥୁ କୁ ତା ସ୍ତ୍ରୀ ନେଇ ଘରକୁ ଗଲା ଓ ଏମାନୃ ସମସ୍ତେ ଘରକୁ ଫେରିଲେ।ଘରେ ପହଞ୍ଚି ସର୍ବ ପ୍ରଥମେ ସୋନିର ବାପାମାଆ ରିନାକୁ ଭୂଲ ମାଗିଲେ।ତାପରେ ସୋନି ନିଜ ଭୂଲକୁ ସ୍ୱକାରକରି ତା ବାପାମାଆ ଙ୍କୁ ଭୂଲ ମାଗିବା ସହ ରିନାକୁ ବି ଭୂଲ ମାଗି କହିଲା ସାନ ଭଉଣୀର ଭୂଲ ଭାବି କ୍ଷମା କରିଦିଅ।ଏହା ଶୁଣି ରିନା ତାକୁ କୁଣ୍ଢେଇ ପକେଇଲା ।ତା ଅଖିରୁ ଏକ ଆନନ୍ଦ ର ଅଶ୍ରୁ ବହିଗଲା।

ସମସ୍ତେ ଘରକୁ ଗଲେ।ଶେଷରେ ସୁରେଶ ରିଆକୁ ବଧେଇ ଦେଇ କହିଲା ବାଃରେ ମୋ ବ୍ୟୋମକେଶ ବକ୍ସି।ଭବିଷ୍ୟତ ର ଆଇପିଏସ ରିନାଙ୍କୁ ମୋର ସାଲୁଟ୍।ଏହା ଦେଖି ରିନା ମୁହଁ ରେ ଏକ ଖୁସିର ହସ ଖେଳିଗଲା।

ଆଜି ରିନା ପରୀକ୍ଷା ରେ କୃତକାର୍ଯ୍ୟ ହୋଇ ଆଇପିଏସ ଅଫିସର ଭାବରେ ନିଯୁକ୍ତି ପାଇଛି।ସୁରେଶ ରିନାର ପରିଶ୍ରମ ଓ ତା ପରି ଧର୍ମପତ୍ନୀ ପାଇ ଖୁସି।ସୋନି ମଧ୍ୟ ରିନାପରି ବଡ ଭଉଣୀ ପାଇ ଅନେକ ଖୁସି ।ତା ପାଇଁ ସେ ଅନୁପ୍ରାଣିତ ହୋଇ ଏକ ବ୍ୟାଙ୍କ ରେ ଚାକିରୀ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି।

ଏତେ ସବୁ ଖୁସି ଭିତରେ ରାମବାବୁ ଓ ତାଙ୍କ ସ୍ତ୍ରୀ ସଦାସର୍ବଦା ରିନାର ହିଁ ପ୍ରଶଂସା କରି ଥକନ୍ତି ନାହିଁ।


Rate this content
Log in

Similar oriya story from Action