kamal kumar dash

Drama Tragedy Thriller

3  

kamal kumar dash

Drama Tragedy Thriller

ବାଏ

ବାଏ

1 min
185



            ଅଜଣା ସହରର ପାର୍କରେ ବୁଲୁ ଥିଲା ଶେଖର ଏକ ସନ୍ଧ୍ୟାରେ । ଭାବୁଥିଲା କେହି ସାଙ୍ଗ ଦେଖା ହୋଇଯିବେ ବୋଲି । ଚାଲିବl ଟ୍ରlକ ରେ ଚାଲୁ ଚାଲୁ ନିଜ ଅଜାଣତରେ ରହିଗଲା ସେ ଏକ ବେଞ୍ଚ ପାଖରେ ତାକୁ କିଛି ପରିଚିତ ସ୍ୱର ଶୁଣାଗଲା । ରହିଗଲା ସେ ଭାବିଲା ପଚାରିବବୋଲି ହେଲେ କିଛି ସମୟ ଚୁପ ଚାପ ତାଙ୍କ କଥା ଶୁଣିଲା ସେ । ତା ପରେ ଡାକିଲା ମିତାଲି । ମିତାଲି ତାକୁ ଚିହ୍ନି ପାରିଲା ଓ କହିଲା କିରେ ତୁ ଏଠି କଣ କରୁଚୁ ? ହସିକି ଶେଖର କହିଲା ତତେ ଖୋଜି ଖୋଜି ଚାଲି ଆସିଲି , ଆରେ କିଛି କାମରେ ଆସିଥିଲି ତୋ ସହରକୁ । ସେମାନେ ସାଙ୍ଗ ହୋଇ ଏକାଠି ପଢୁଥିଲେ ୧୦ ବର୍ଷ ତଳେ । କଲେଜ ପରେ ଶେଖର ଚାକିର ସନ୍ଧାନରେ ତା ସହର ଛାଡିଥିଲା ଓ କିଛି ବର୍ଷ ପରେ ମିତାଲି ବା ହୋଇ ସେ ସହର ଛାଡ଼ିଚାଲି ଯାଇଥିଲା ଦୁରକୁ । ମିତାଲି ର ପୁଅ ଟିକେ ଦୂରରେ ଖେଳୁଥିଲା ପାର୍କରେ । ମିତାଲି ପଚାରିଲା କଣ ଭଲ ଚାକିରୀ ମିଳିଲା ? ଶେଖର କହିଲା ହଁ ବେଶୀ ଭଲ ନହେଲେ ବି ଖରାପ ନୁହେଁ ।ଫୁଣି ମିତାଲି ପଚାରିଲା ବାହା ହେଲୁଣି ? ନାଁ ରେ, ସେ କଥା କହନି, କାହିଁକି ? ପଚାରିଲା ମିତାଲି । ନl ମୋର ଅନେକ ରିସର୍ଚ୍ଚ ବାକି ଅଛି , ସରିଲା ପରେ ଚିନ୍ତା କରିବି । ମିତାଲି ପଚାରିଲା କାହା ପାଇଁ ଅପେକ୍ଷା କରୁଛୁକି ? ଦୀର୍ଘ ଶ୍ୱାସ ନେଇ ନl କହିଲା ଶେଖର ,ତା ଆଖିରୁ ସବୁ ବାରି ପାରୁଥିଲା ମିତାଲି ହେଲେ କହି ପାରୁନଥିଲା କିଛି । ଏଇ ରିସର୍ଚ୍ଚ ନାଁରେ କାହାକୁ କିଛି ନ କହି ନିଜ ସହରରୁ ବାହାରି ଯାଇଥିଲା ସେ ଦଶବର୍ଷ ତଳେ । ମିତାଲି ଓ ସାଙ୍ଗ ମାନକୁ ଏ କଥା ବହୁତ ବlଧି ଥିଲା । ମିତାଲି ତା ବାହା ଘର କାର୍ଡ ନେଇ ତାଙ୍କ ଘରକୁ ଯାଇଥିଲା ହେଲେ ତାଙ୍କ ଘରେ କିଏ ନଥିଲେ ।

               ଶେଖର କୁ  ମିତାଲି କହିଲା, ଚାଲ ପାର୍କର ଅଳ୍ପ ଦୂରରେ ମୋ ଘର. ଦେଖି ଆସିବୁ ।ତତେ ଦେଖି ଦେଲି ବହୁତ ଖୁସି ଲାଗିଲା ଆଉ କିଛି ଦରକାର ନାହିଁ । ପାର୍କ ରୁ ଯିବାକୁ ବାହାରିଲା ଶେଖର । ମିତାଲି ତା ପୁଅକୁ ଡାକିଲା ସେଖୁ ଏଠିକି ଆସ, ଅଂକଲ୍ ଙ୍କୁ ନମସ୍କାର କର । ସେଖୁ ପାଖକୁ ଆସିଲା ଓ ପାଦ ଛୁଇଁ ନମସ୍କାର କଲା । ତାକୁ ଉପରକୁ ଉଠାଇନେଲା ଶେଖର ଓ ଗୋଟେ ଚକଲେଟ କିଣି ଦେଲା ତାକୁ । ମିତାଲି କୁ ବାୟ କହି ଗହଳି ରେ ହଜି ଗଲା ଶେଖର ।


Rate this content
Log in

Similar oriya story from Drama