STORYMIRROR

Dr Jharana Satapathy

Inspirational

3  

Dr Jharana Satapathy

Inspirational

ବାଦଶାହା କୁନା

ବାଦଶାହା କୁନା

2 mins
444


 ଅପରାହ୍ନର ସ୍କୁଲ ଛୁଟିବେଳରେ ସ୍କୁଲ ଝରକାକୁ ଲାଗି ଟିକେ ବସିଯାଏ କୁନା ଏବଂ ଚେସ୍ ଗୋଟି ଖୋଲିଦେଇ ହଜି ଯାଏ ତା ଭିତରେ ସେ। ଅନ୍ୟ ସାଙ୍ଗସାଥୀମାନେ ଖେଳକୁଦରେ ମାତି ଥିବାବେଳେ କୁନା ଚେସ୍‌ ଖେଳିବାରେ ସମୟ ବିତାଇଦିଏ। ମନ ଭିତରେ ଥାଏ ନାନା ଅସୁମାରୀ ସ୍ବପ୍ନ ।ଛୋଟ ଛୁଆଟିଏ ହେଲେ କଣ ହେଲା ବୁଦ୍ଧିରେ ଭାରି ବିଚକ୍ଷଣ । ଖେଳକୁଦ ପ୍ରତି ଭାରି ଆଗ୍ରହ। ବହି ବେଗରେ ତାର ସବୁବେଳେ ଥାଏ ତାର ଅତି ପ୍ରିୟର ଚେସ୍ ବୋର୍ଡଟିଏ । ପାଠପଢା ସରିଲା ପରେ ସେହି ଚେସ୍ ବୋର୍ଡ ସହ ଖେଳରେ ମାତିଥାଏ। କୁନାର ଚେସ୍ ଖେଳ ପ୍ରତି ଆଗ୍ରହ ଦେଖି ତା ବାପା ତା ଜନ୍ମ ଦିନରେ ଚେସ୍ ବୋର୍ଡଟି ଉପହାର ସ୍ଵରୂପ ଦେଇ ଥିଲେ। ବାପାଙ୍କ ଦ୍ବାରା ପାଇଥିବା ଏହି ଉପାହରଟି ତାର ନିଦ୍ଦିଷ୍ଟ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସାହାର୍ଯ୍ୟ କରିଥିଲା।


ଗରିବ ଘରର ପିଲାଟିଏ। ଜଣେ ଦଳିତ ପରିବାରରେ ଜନ୍ମ ଗ୍ରହଣ କରି ଦିବ୍ୟାଙ୍ଗ ହେଲେ କଣ ହେଲା କୁନା ଜୀବନରେ କେବେ ହାର ମାନି ନାହିଁ ବରଂ ସବୁ କ୍ଷେତ୍ରରେ ପାଇଛି ଉତ୍ସାହ ଏବଂ ଉଦ୍ଧିପନା। ଏହାସତ୍ତ୍ୱେ ଗ୍ରାମୀଣ ପରିବେଶରେ ବଢ଼ିଥିବା ଏହି ପିଲାଟି ଭିତରେ ଲୁଚି ରହିଥିବା ପ୍ରତିଭା ଆପେ ବାରିହୋଇପଡୁଥାଏ ସମସ୍ତଙ୍କୁ। ଏକ ଗରିବ ପରିବାରରେ ଜନ୍ମ ନେଇଥିବା ହେତୁ କୁନାକୁ ମିଳିପାରିନଥିଲା ଆବଶ୍ୟକ ସୁବିଧା ସୁଯୋଗ ଓ ପ୍ରୋତ୍ସାହନ। ଗାଁର ଅନ୍ୟ ପିଲାମାନେ ଚେସ୍‌ ଖେଳୁଥିବା ଦେଖି ଏହି ଖେଳ ପ୍ରତି ତା ମନରେ ଆଗ୍ରହ ସୃଷ୍ଟି ହୋଇଥିଲା। ଚେସ୍‌ ପ୍ରତି ତାର ଆଗ୍ରହ ତାକୁ ଆଗକୁ ବଢ଼ିବାକୁ ବାଟ କଢ଼ାଇ ନିଏ ।


ଚେସ୍‌ ଖେଳି ଗତ ଦୁଇବର୍ଷ ମଧ୍ୟରେ ବିଭିନ୍ନ ସ୍ଥାନରେ ହୋଇଥିବା ପ୍ରତିଯୋଗିତାରେ ଭାଗ ନେଇ ସମସ୍ତଙ୍କୁବିସ୍ମିତ କରିଦିଏ କୁନା। ସେଠାରେ ସଫଳତା ହାସଲ କରି ସେ ବିଚାରକ ମଣ୍ଡଳୀଙ୍କ ଦ୍ବାରା ଦୃଷ୍ଟି ଆକର୍ଷଣ ହୋଇପାରିଛି ।ନ୍ୟାଶନାଲ ସ୍କୁଲ ଚାମ୍ପିୟନଶିପ୍‌ ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ସାରା ରାଜ୍ୟରେ ସେ ଚର୍ଚ୍ଚାକୁ ଆସିଛି।ଏଥିସହ ନିଜ ଗାଁ ମାଟି ଓ ନିଜ ଅଞ୍ଚଳ ପାଇଁଆଣିଛି ସେ ଗୌରବ।


ଏହି ପ୍ରତିଭାବାନ ଶିଶୁଙ୍କ ବିଷୟରେ ଜାଣିବା ପରେ ବିଭିନ୍ନ ପ୍ରଶିକ୍ଷକ ତାକୁ କୋଚିଂ ଦିଅନ୍ତି ଏବଂ ସେ ଏପରିଭାଵେ ଚେସ୍ ଖେଳରେ ପାରଦର୍ଶିତା ଲାଭ କରି ଅନେକ ମାନପତ୍ର, ଟ୍ରଫି ଓ ପ୍ରମାଣପତ୍ର ପାଇ ସମସ୍ତଙ୍କ ପାଇଁ ନିଜେ ଉଦାହରଣ ପାଲଟିଯାଇଛି। ସତରଞ ଖେଳରେ ଥିବା ବାଦଶାହା ପରି ସାରା ରାଜ୍ୟର ଖେଳାଳି ମାନଙ୍କ ମଧ୍ୟରେ ରେ ନିଜକୁ ବାଦଶାହା ଭାବେ ପ୍ରତିଷ୍ଠିତ କରିପାରିଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational