Rasmi Rekha Tripathy

Inspirational

3.0  

Rasmi Rekha Tripathy

Inspirational

ବାଡ

ବାଡ

1 min
14.6K



      ବୋଉ ଆଉ ଖୁଡୀ ମଧ୍ୟରେ ପ୍ରତି ଦିନ କିଛି ନା କିଛି କାରଣ ନେଇ ଝଗଡା l ଆମମାନଙ୍କର ବି ଦେହସୁହା ହୋଇ ଯାଇଥିଲା l ସେମାନେ ନିତି ଝଗଡା କରିବେ, ପୁଣି ଏକାଠି ଖାଇ ବସିବେ l ପିଲାମାନଙ୍କୁ ଏହାର ପ୍ରଭାବରୁ ମୁକ୍ତ ରଖା ଯାଇଥାଏ l

       ମୋ ବାହାଘର ପରେ ପରେ ନନା ଓ ଦାଦା ଅଲଗା ହୋଇଗଲେ l ଅଲଗା ହୋଇଗଲା ଚୁଲି, ଅଲଗା ହୋଇଗଲା ଘର l କିନ୍ତୁ ବୋଉ ଓ ଖୁଡୀଙ୍କର ଝଗଡା ସେମିତି ଅବ୍ୟାହତ

ରହିଥିଲା l ମୁଁ ଶାଶୁଘରେ ଥାଇ ଶୁଣୁଥିଲି ସବୁ l

       ବାହାଘର ପରେ ପ୍ରଥମ ଥର ପାଇଁ ବାପଘରକୁ ଆସିଥିଲି l ଖୁଡୀ ଆସି ଡାକି ଦେଇ ଗଲେ ତାଙ୍କ ଘରେ ଖାଇବା ପାଇଁ l କଣ କରିବି ନ କରିବିର ଦ୍ୱନ୍ଦ୍ୱରେ ମୁଁ l

       : ଆଲୋ ଝଗଡା ସିନା ଆମ ଭିତରେ l ତୋର କଣ ଅସୁବିଧା ହେଲା ? ସିଏ ତ ଡାକିଛି, ତୁ ଯିବୁ l ଖାଇକି ଆସିବୁ l

ମୁଁ ଚାହିଁଲି ବୋଉ ମୁହଁକୁ l କାନ୍ଥରେ ବାଡ କଣ ସତରେ ମନରେ ବାଡ ପକେଇପାରିଛି ?


Rate this content
Log in

Similar oriya story from Inspirational