The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Satyabati Swain

Tragedy Inspirational

4  

Satyabati Swain

Tragedy Inspirational

ବାବାଙ୍କୁ ଝିଅର ଚିଠିଟିଏ

ବାବାଙ୍କୁ ଝିଅର ଚିଠିଟିଏ

4 mins
366


ପୂଜାସ୍ପଦ ବାବା;

     ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବେ । ବାବା ଆଜି ମୁଁ ପ୍ରଥମ ଥର ଅନୁଭବ କଲି ମାତୃତ୍ୱ କଣ । ଝିଅ ଆଜି ପାଇଛି ମାଆର ସନ୍ଧାନ । ମାଆ ଥିଲେ ମୋ ପ୍ରସବ ବେଦନା ତାଙ୍କ ସହ ବାଣ୍ଟିଥାନ୍ତି । କିନ୍ତୁ ଈଶ୍ୱର ସେ ଖୁସି ମୋ ଠାରୁ ତ ଛଡେଇ ନେଇଛନ୍ତି ମାତ୍ର ଦୁଇ ବର୍ଷ ହେଲା ବେଳଠାରୁ । ଆପଣ ତ ମୋର ବାବା ଓ ମାଆ। 


ଜାଣିଛ ନା ବାବା! ତୁମର ଗୋଟିଏ ନାତି ହୋଇଛି। ନାକଟି ଠିକ୍ ଆପଣଙ୍କ ପରି । ଫୋନରେ ଫୋଟୋ ପଠାଇଛି ଦେଖିବ ମୁଁ ସତ କି ମିଛ କହୁଛି । ଆଉ ମୁହଁଟି ପୁରା ମୋ ମାଆ ପରି, ଯାହାକୁ କେବଳ ମୁଁ ଫୋଟୋରେ ଦେଖିଛି । ରଙ୍ଗଟି ବୋଧେ ତୁମ ଜ୍ୱାଇଁଙ୍କ ଆଣିଛି । ବାବା ମୋର କିଛି ବି ଆଣିନି ପୁଅ । ମୁଁ ମାଆ ହେବା ଦିନଠାରୁ ଆପଣ ଚାତକ ପରି ଚାହିଁ ରହିଛନ୍ତି । ଏଣୁ ଫୋନ୍ରେ ନ କହି ଚିଠିରେ ମୋ ମନ କଥା ଲେଖୁଛି। 


ବାବା ଏବେ ସାରା ବିଶ୍ୱ ସହ ମୋ ଦେଶ ଭାରତ ବି ଥରୁଛି କରୋନା ଭୟରେ । ଏଣୁ ମୋର ପୁଅ ହେବା ଶୁଣି ସମସ୍ତେ ଖୁସି ହେବା ସହ ମନ ଊଣା ବି କରୁଛନ୍ତି। ତୁମେ ବି ଶୁଣି ସେମିତି ବ୍ୟସ୍ତ ହେଉଛ ନାତିକୁ ଦେଖିବ ବୋଲି । ବାବା ଆମେ ବଞ୍ଚିଲେ ସିନା ସମ୍ପର୍କ ନିଭାଇବା। ମୋ ରାଣ ବାବା ଘରୁ ଆଦୌ ବାହାରକୁ ବାହାରିବ ନାହିଁ । କେବଳ ଖାଦ୍ୟ ପଦାର୍ଥ କି ଆପଣଙ୍କ ବିପି ଟାଵଲେଟ୍ ସରି ଗଲେ ଆଣିବାକୁ ବାହାରକୁ ବାହାରିବ । ବାହାରକୁ ଆସିଲେ ମାସ୍କ ପିନ୍ଧି ଆସିବ। ମାସ୍କ ନଥିଲେ ଗାମୁଛା କିମ୍ବା ରୁମାଲ ଗୁଡେଇ ଆସିବ ପାଟି, ନାକ ଘୋଡେଇ । ଫେରିଲା ପରେ ଘରେ ନ ପଶି କେମିତି ବାହାରେ ପିନ୍ଧା ପୋଷାକ ସହ ମୁହଁରେ ବାନ୍ଧିଥିବା ଗାମୁଛା କି ରୁମାଲ ଓ ହାତ ଆଗ ସଫା କରିବ ଆଗରୁ ସେ ବ୍ୟବସ୍ଥା କରି ଆସିଥିବ। ବାହାରୁ ଫେରିଲା ପରେ ହାତ କୋଡିଏ ସେକେଣ୍ଡ ପର୍ଯ୍ୟନ୍ତ ଧୋଇବ । ଲୁଗାପଟା ସଫା କରି ଡେଟଲ୍ ପାଣିରେ ବୁଡାଇ ଶୁଖାଇବ । ତୁମକୁ କାଶ, ଝିଙ୍କ ଲାଗିଲେ ରୁମାଲ ଦେଇ କାଶିଵ କିମ୍ବା ଛିଙ୍କିବ। ଜ୍ୱର, ମୁଣ୍ଡ ବଥା, କାଶ, କଫ ଲାଗି ରହିଲେ ଡାକ୍ତରଙ୍କ ସହ ପରାମର୍ଶ କରିବ। 


ମୋ ବିବାହର ଦୁଇ ବର୍ଷର ଘର ସଂସାର ମଧ୍ୟରେ ଓ ଆଜି ମାଆ ହେଲା ପରେ କେବଳ ଆପଣଙ୍କ କଥା ଭାବୁଛି । କେମିତି ମାଆକୁ ହରେଇ ଏକା ଏକା ଚାକିରୀ ବଞ୍ଚେଇ ମୋତେ ବଡ଼ କଲ? ଏଇ ଛୁଆଟିକୁ ଜନ୍ମ ଦେବା ପାଇଁ ଆମେ ସ୍ୱାମୀ ସ୍ତ୍ରୀ ଉଭୟେ କି କଷ୍ଟ କଲୁଣି ଏଇଟା ବୁଝି ଗଲଣୁ ଏବେ । କେବଳ ସ୍ତ୍ରୀର ଶାରୀରିକ କଷ୍ଟଟି ସ୍ୱାମୀର ନଥାଏ । କିନ୍ତୁ ଥାଏ ମାନସିକ କଷ୍ଟ ଅଧିକ ସ୍ତ୍ରୀ ଠାରୁ ସ୍ୱାମୀଟିର ପିଲା ହେବାକୁ ନେଇ । ସ୍ତ୍ରୀ ନଥିବା ଦୁଃଖ କଣ ମୁଁ ସଂସାର କରିବା ପରେ ବୁଝୁଛି । କାହିଁକି ଆପଣ ଦିନେ ଦିନେ ସାରା ରାତି ଛଟପଟ ହୁଅନ୍ତି, କାହିଁକି ଶୀତଦିନେ ବି ତକିଆ ଓଦା ହୋଇଥାଏ । ପଚାରିଲେ କୁହ ଝାଳ ବୋହୁଥିଲା । ଶୀତ ଦିନେ ପୁଣି ରାତିରେ ଝାଳ! ମୋ ବୁଝିବା ବାହାରେ ଥିଲା ସେତେବେଳେ । ଆଜି ମୁଁ ସବୁ ବୁଝି ପାରିଛି ତୁମ ଦୁଃଖ, ଝାଳର ରହସ୍ୟ । କେମିତି ଏକା ଏକା ସତେଇଶି ବର୍ଷ ହେଲା ଚାଲୁଛ । ମୋ ସାଙ୍ଗର ମାଆ ମରିବା ମାସେ ନ ହେଉଣୁ ତା ବାବା ତ ଦ୍ଵିତୀୟ ବିବାହ କଲେ । ଆପଣ କାହିଁକି କଲେନି? ଜେଜେ ବାପା ଓ ଜେଜେମା ଥିଲେ ଯେ ଚଳି ଗଲ କିଛି ଦିନ। କିନ୍ତୁ ଏବେ ତ ସେମାନେ ବି ନାହାନ୍ତି । ସେମାନେ ବି ମୋ ମାଆ ପରି ତୁମକୁ ଏକା କରି ଦେଇ ଆରାମରେ ସେପାରିକୁ ପୁଅଠାରୁ ମୁଖାଗ୍ନି ପାଇ ମୁକ୍ତି ପାଇଗଲେ। କିନ୍ତୁ ତୁମେ?


ବାବା!ଏ କରୋନା ଭୟ ସରିଗଲେ ମୁଁ ତୁମକୁ ଆଣି ମୋ ପାଖରେ ରଖିବି । ସେତେବେଳେ ଆଉ ଝିଅ ଘରଟା ବାପ ହୋଇ ବାସି ଶୁଆ ଶୋଇବି କହିବ ନାହିଁ । ନଚେତ ସବୁଦିନ ମୁଁ ଡିଭୋର୍ସ ନେଇ ତୁମ ପାଖେ ରହିବି । ହଁ ଏମିତି କଲେ ହେବ; ତୁମେ ଦ୍ଵିତୀୟ ବିବାହ କରିନିଅ । ତୁମକୁ ତ ଏବେ ବର୍ଷ ଛପନ ବର୍ଷ ହେଲା ବୋଲି କହୁଥିଲ । ଯାହାକୁ ହେଲେ ଦେଖି ଯିଏ ତୁମ ପରି ଏକା ନିଆଶ୍ରୀ ଥିବ ଖୋଜି ହାତକୁ ଦୁଇ ହାତ ହୋଇଯାଅ । ଆଉ ତ ମୋତେ ହଇରାଣ କରିବା ଭୟ ତୁମର ନାହିଁ। ଯେଉଁ ଭୟ ପାଇ ମୋତେ କାଖରେ ଜାକି ଏତେ ଦିନ ଏକା ଏକା ବିତେଇ ଦେଲ। 


ବାବା ତୁମ ଆଖିରେ ଲୁହ କେବେ ମୁଁ ଦେଖିନି । ଦେଖିଛି ମୋ ଦେହ ଖରାପ ହେଲେ, ମା ମାଆ ରଡି ଛାଡି କାନ୍ଦିଲେ ତୁମ ଆଖିର ଅସହାୟତା । କିନ୍ତୁ ମୁଁ ଜାଣିଛି ବାବା ମାନେ ବି କାନ୍ଦନ୍ତି। ମନର ଆଖିରେ ଢେର କାନ୍ଦନ୍ତି । ଭୋ ଭୋ ହୁଏ ପ୍ରାଣ, ଆତ୍ମା । କିନ୍ତୁ ଦେଖାନ୍ତି ନାହିଁ ପୁରୁଷ ପୁଅ ବୋଲି । କେମିତି ଏସବୁ ପାରନ୍ତି ବାବା ମାନେ?


ସମସ୍ତେ କୁହନ୍ତି ମାଆ ହିଁ ସବୁକିଛି । ସେ ପୃଥିବୀ ସର୍ବଂସହା । ତା କୋଳ ସ୍ୱର୍ଗ । ତା ମୁହଁ ଦର୍ପଣ ଗୋଟେ ପିଲା ପାଇଁ । କିନ୍ତୁ ମୁଁ କହିବି ବାବା ସ୍ୱର୍ଗ, ବାବା ପୃଥିବୀ ବାବା ବିଶ୍ୱ ବ୍ରହ୍ମଣ୍ଡ । ମୋ ବାବା ସହ କୋଟିଏ ମାଆ ବି ସମାନ ହେବେ ନାହିଁ । 


କରିବାକୁ ପଡିବ ବୋଲି ଚୁଡା ମୁଠେ ଖାଇ ଶୋଇ ପଡୁଛ ଦିନେ ଦିନେ । ଏମିତି ହେଲେ ଦେହ ବିଗିଡି ଯିବ । ମୋ ବାବା ହିରୋ। ସେ କଣ ଦିନେ ରାନ୍ଧି କି ଦୁଇଦିନ ବାସି ପଖାଳ ଖାଇବେ ! ଏଣୁ ମୁଁ ଯାହା କହିଲି ଦୁଇଟି କଥାରୁ କେଉଁଟି ତୁମ ପାଇଁ ଠିକ୍ ଚିନ୍ତା କରିବ । ମୋ ପାଖେ ରହିବ, ନା ନିଜେ ଘର ସଂସାର କରି ସମ୍ମାନର ସହ ନିଜେ ବଞ୍ଚିବେ । ବାବା ତୁମେ କୁହ ମୁଁ କୁଆଡେ ତୁମ ମା । ତୁମ ମାର ଆଦେଶ ପାଳନ କରିବାକୁ ପଡିବ ବାବା । ଜାଣିଛ ! ଏ ଦୁଇ ବର୍ଷ ଭିତରେ ଏମିତି କେଉଁ ଦିନ ନାହିଁ ଯେଉଁଦିନ ତୁମ କଥା ମନେ ନ ପକେଇଛି । ମୋ ଶାଶୁ ଘରେ ଯେଉଁ ଦିନ ଦେଶୀ ରୋହୀ ମାଛ ତରକାରୀ ହୋଇଥାଏ ମୁଁ ସେଦିନ ଆଳୁ, ଲୁଣ ଲଙ୍କା ଚକଟି ଖାଏ । ବହୁ କୁଟୁମ୍ବୀ ଘର ଖୋଜି ଖୋଜି ମୋତେ ଦେଇଛ; କାଳେ ଏକା ଏକୁଟିଆ ହେଲେ ଦେହ ମୁଣ୍ଡ ଖରାପ ହୋଇଗଲେ ମୋତେ ଦେଖିବାକୁ କେହି ରହିବେ ନାହିଁ ବୋଲି । ତୁମେ ଦେଶୀ ରୋହୀ ଭଲ ପାଅ ନା ବାବା । ମୋର ଇଚ୍ଛା ହୁଏ ଦଉଡ଼ି ଯାଇ ମୋ ଭାଗ ଦୁଇଖଣ୍ଡ ମାଛ ତୁମକୁ ଖୁଆଇ ଆସନ୍ତି । ତୁମକୁ ଛାଡି ଆସିବା ଦିନୁ ସବୁ ଭଲ ମନ୍ଦ ଖାଇବା ଦିନରେ ତୁମେ ମୋର ବେଶୀ ବେଶୀ ମନ ପଡ଼ । ଖାଲି କାନ୍ଦ ଲାଗେ। 


ସବୁବେଳେ ମୋର ଚିନ୍ତା, ଏଇ ଯେମିତି ମୋ ବାବା କଣ ଖାଉଥିବେ, କେମିତି ଚା କରି ଖାଉଥିବେ, ପ୍ୟାଣ୍ଟ୍ ସାର୍ଟ କିଏ ସଫା କରୁଥିବ । ଦେହ ମୁଣ୍ଡ ହେଲେ କିଏ ଶାଗୁ କରିଦେଉଥିବ, ଇତ୍ୟାଦି ଇତ୍ୟାଦି । ଏଣୁ ମୁଁ ଯେଉଁ ପ୍ରସ୍ତାବ ଦେଲି ସେ ବିଷୟରେ ନିଶ୍ଚିନ୍ତ ଚିନ୍ତା କରିବ। 


ରହୁଛି ବାବା । ଆଶା ମାଆଙ୍କ ଦୟାରୁ ଭଲରେ ଥିବ। 

       ଇତି

       ତୁମ

       କଣ୍ଢେଇ



Rate this content
Log in

More oriya story from Satyabati Swain

Similar oriya story from Tragedy